ଉପସ୍ଥାପନା: ଶିଶିର ସାହୁ ମନୋଜ
“ମିଥ୍ୟା ମାୟା ସଂସାର କେହି ନୁହେଁ କାହାର,
ମାତିଛୁ ଘେନି ପରିବାରରେ
ନ ଭଜିଲେ କୃଷ୍ଣଙ୍କୁ ଗତି ନାହିଁ ପଛକୁ,
ଚାହୁଁ ଚାହୁଁ ଜୀବ ଯିବ ତୋରରେ।”
ଓଡ଼ିଶାରେ ମୁସ୍ଲିମ ଭକ୍ତ ସାଲବେଗ ବଡ଼ ଲୋକପ୍ରିୟ କିନ୍ତୁ ଆଉଜଣେ ଯବନ ଭକ୍ତ ଉଜିର ବେଗ ପ୍ରାୟତଃ ଅଜଣା ।
ଉଜିର ବେଗଙ୍କର ଜନ୍ମ ୧୮୬୯ ଖ୍ରୀଷ୍ଟାବ୍ଦରେ କଟକ ଜିଲ୍ଲାର (ବର୍ତ୍ତମାନର ଯାଜପୁର ଜିଲ୍ଲା) ବରୁଆ ହରିପୁର ଗାଁରେ ହୋଇଥିଲା । ପରେ ତାଙ୍କ ପରିବାର କନିକା ବଡ଼ତଇଳା ଗ୍ରାମକୁ ଚାଲିଯାଇଥିଲେ । ଉଜିର ବେଗଙ୍କ ପିତା କନିକା ରାଜଭବନରେ ପ୍ରହରୀର କାର୍ଯ୍ୟ କରୁଥିଲେ ।
ବାଲ୍ୟକାଳରେ ହିଁ ଉଜିରଙ୍କର ଜଗନ୍ନାଥ ଧର୍ମ ପ୍ରତି ଆଦର ଓ ଭକ୍ତିର ମୂଳଦୁଆ ପଡି଼ଥିଲା ଏବଂ ଯୁବାବସ୍ଥାରେ ପହଞ୍ଚିବା ବେଳକୁ ସେ ଶ୍ରୀକୃଷ୍ଣ ଭକ୍ତ ହେଇଯାଇଥିଲେ ।
ତାପରେ ସେ ତାଙ୍କର ଭଗବତ ପ୍ରେମକୁ ନନ୍ଦ ଉତ୍ସବ ନାମକ ନୃତ୍ୟନାଟିକା ଲେଖି ପ୍ରତିପାଦିତ କରିଥିଲେ । ସେ ସ୍ଵୟଂ ଜଣେ ଭଲ ଅଭିନେତା ମଧ୍ଯ ଥିଲେ । ନନ୍ଦ ଉତ୍ସବ ନାଟକରେ ସେ ସବୁବେଳେ ନନ୍ଦରାଜାର ଚରିତ୍ରରେ ଅଭିନୟ କରିଥିଲେ ।
ଐତିହାସିକ ଡଃ କୃଷ୍ଣଚନ୍ଦ୍ର ବେହେରା ଓଡ଼ିଆ ଇତିହାସ ପୁସ୍ତକ “ଓଡ଼ିଆ ସାହିତ୍ୟରେ ଇସଲାମିକ ପ୍ରଭାବ” ରେ ଉଜିର ବେଗଙ୍କ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଅଛନ୍ତି ।
ଭକ୍ତ ଉଜିର ବେଗ ନନ୍ଦ ଉତ୍ସବ ଛଡା଼ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ତଥା ବ୍ରତକଥା ମାନ ଲେଖିଯାଇଛନ୍ତି । ତନ୍ମଧ୍ୟରୁ ସୀତାବନଵାସ, ରାମଵନଵାସ, ଭକ୍ତ ସୁଦାମା ଓ ବବ୍ରୁବାହନ ଆଦି ଜଣାଶୁଣା । ତେବେ ତାଙ୍କର ସର୍ବଜନାଦୃତ କୃତି ହେଉଛି “ଖୁଦୁରୁକୁଣୀ ବ୍ରତକଥା” ଯାହା ଆଜି ବି ଓଡ଼ିଶାର ଗ୍ରାମେ ଗ୍ରାମେ ଭାଦ୍ରବ ମାସର ପ୍ରତ୍ୟେକ ରବିବାରରେ ପଢାଯାଏ ।
ଆଜି ଉଜିର ବେଗ ନାହାନ୍ତି ସତ କିନ୍ତୁ ତାଙ୍କ ଭକ୍ତି ତାଙ୍କର ସମସ୍ତ ରଚନା ଗୁଡି଼କ ମଧ୍ୟରେ ସଦା ଜୀଵିତ ରହିବ ।
“କୃଷ୍ଣ ପୂଜନ କର କୃଷ୍ଣ ପୂଜନ କର
କେଵଳ ଗତିମୁକ୍ତି ଦ୍ଵାରା,
ଭଣେ ଉଜିର ମୁଁ ମୂର୍ଖ ଦୁରାଚାର
କେଵଳ ନାମମାତ୍ର ସାରା”
ତଥ୍ୟ ସୈାଜନ୍ୟ: ସାମାଜିକ ଗଣମାଧ୍ୟମ
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…