ଉପସ୍ଥାପନା: ଶିଶିର ସାହୁ ମନୋଜ

“ମିଥ୍ୟା ମାୟା ସଂସାର କେହି ନୁହେଁ କାହାର,
ମାତିଛୁ ଘେନି ପରିବାରରେ
ନ ଭଜିଲେ କୃଷ୍ଣଙ୍କୁ ଗତି ନାହିଁ ପଛକୁ,
ଚାହୁଁ ଚାହୁଁ ଜୀବ ଯିବ ତୋରରେ।”

ଓଡ଼ିଶାରେ ମୁସ୍ଲିମ ଭକ୍ତ ସାଲବେଗ ବଡ଼ ଲୋକପ୍ରିୟ କିନ୍ତୁ ଆଉଜଣେ ଯବନ ଭକ୍ତ ଉଜିର ବେଗ ପ୍ରାୟତଃ ଅଜଣା ।

ଉଜିର ବେଗଙ୍କର ଜନ୍ମ ୧୮୬୯ ଖ୍ରୀଷ୍ଟାବ୍ଦରେ କଟକ ଜିଲ୍ଲାର (ବର୍ତ୍ତମାନର ଯାଜପୁର ଜିଲ୍ଲା) ବରୁଆ ହରିପୁର ଗାଁରେ ହୋଇଥିଲା । ପରେ ତାଙ୍କ ପରିବାର କନିକା ବଡ଼ତଇଳା ଗ୍ରାମକୁ ଚାଲିଯାଇଥିଲେ । ଉଜିର ବେଗଙ୍କ ପିତା କନିକା ରାଜଭବନରେ ପ୍ରହରୀର କାର୍ଯ୍ୟ କରୁଥିଲେ ।

ବାଲ୍ୟକାଳରେ ହିଁ ଉଜିରଙ୍କର ଜଗନ୍ନାଥ ଧର୍ମ ପ୍ରତି ଆଦର ଓ ଭକ୍ତିର ମୂଳଦୁଆ ପଡି଼ଥିଲା ଏବଂ ଯୁବାବସ୍ଥାରେ ପହଞ୍ଚିବା ବେଳକୁ ସେ ଶ୍ରୀକୃଷ୍ଣ ଭକ୍ତ ହେଇଯାଇଥିଲେ ।

ତାପରେ ସେ ତାଙ୍କର ଭଗବତ ପ୍ରେମକୁ ନନ୍ଦ ଉତ୍ସବ ନାମକ ନୃତ୍ୟନାଟିକା ଲେଖି ପ୍ରତିପାଦିତ କରିଥିଲେ । ସେ ସ୍ଵୟଂ ଜଣେ ଭଲ ଅଭିନେତା ମଧ୍ଯ ଥିଲେ । ନନ୍ଦ ଉତ୍ସବ ନାଟକରେ ସେ ସବୁବେଳେ ନନ୍ଦରାଜାର ଚରିତ୍ରରେ ଅଭିନୟ କରିଥିଲେ ।

ଐତିହାସିକ ଡଃ କୃଷ୍ଣଚନ୍ଦ୍ର ବେହେରା ଓଡ଼ିଆ ଇତିହାସ ପୁସ୍ତକ “ଓଡ଼ିଆ ସାହିତ୍ୟରେ ଇସଲାମିକ ପ୍ରଭାବ” ରେ ଉଜିର ବେଗଙ୍କ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଅଛନ୍ତି ।

ଭକ୍ତ ଉଜିର ବେଗ ନନ୍ଦ ଉତ୍ସବ ଛଡା଼  ଆହୁରି ଅନେକ ପୌରାଣିକ ଗ୍ରନ୍ଥ ତଥା ବ୍ରତକଥା ମାନ ଲେଖିଯାଇଛନ୍ତି । ତନ୍ମଧ୍ୟରୁ ସୀତାବନଵାସ, ରାମଵନଵାସ, ଭକ୍ତ ସୁଦାମାବବ୍ରୁବାହନ ଆଦି ଜଣାଶୁଣା । ତେବେ ତାଙ୍କର ସର୍ବଜନାଦୃତ କୃତି ହେଉଛି ଖୁଦୁରୁକୁଣୀ ବ୍ରତକଥା” ଯାହା ଆଜି ବି ଓଡ଼ିଶାର ଗ୍ରାମେ ଗ୍ରାମେ ଭାଦ୍ରବ ମାସର ପ୍ରତ୍ୟେକ ରବିବାରରେ ପଢାଯାଏ ।

ଆଜି ଉଜିର ବେଗ ନାହାନ୍ତି ସତ କିନ୍ତୁ ତାଙ୍କ ଭକ୍ତି ତାଙ୍କର ସମସ୍ତ ରଚନା ଗୁଡି଼କ ମଧ୍ୟରେ ସଦା ଜୀଵିତ ରହିବ ।

“କୃଷ୍ଣ ପୂଜନ କର କୃଷ୍ଣ ପୂଜନ କର
କେଵଳ ଗତିମୁକ୍ତି ଦ୍ଵାରା,
ଭଣେ ଉଜିର ମୁଁ ମୂର୍ଖ ଦୁରାଚାର
କେଵଳ ନାମମାତ୍ର ସାରା”

ତଥ୍ୟ ସୈାଜନ୍ୟ: ସାମାଜିକ ଗଣମାଧ୍ୟମ

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago