“ଦେଖି ସେ ଅବଳାର ମତି,
ବିସ୍ମୟ ହୋଇ ଲକ୍ଷ୍ମୀପତି
ଅଙ୍ଗେ ସେ ଭସ୍ମରାଶି ବୋଳି,
ଚିନ୍ତାରେ ନ ପାରିଲେ ଚଳି।
ବୃନ୍ଦାଙ୍କୁ ମନେ ଧ୍ୟାନ କରି,
ଯେହ୍ନେ ଅଚଳ ମହାଗିରି।
ତେମନ୍ତ ଭାବେ ନାରାୟଣ, ବ୍ରତରେ ହୋଇଲେ ମଉନ।”
“ତିନିଏଁ ହେଲେ ତିନି ମୁଷ୍ଠି,
ବୋଇଲେ ଏଣେ ବିଷ୍ଣୁ ତୁଷ୍ଟି।
ଏ ବିଜୁ ହେବ ଯେଉଁ ବୃକ୍ଷ,
ତେଣୁ ସଂସାରେ ଜନମୋକ୍ଷ।
ଏଥି ଉତ୍ତାରେ ବିଷ୍ଣୁ ସ୍ଥାନେ,
ବୃକ୍ଷ ଅଙ୍କୁରେ ପଞ୍ଚବନେ।
ଯେ ଦେବୀ ଅଂଶେ ଯେଉଁ ଗୁଣ,
ବୃକ୍ଷ ବିଧାନେ ତାହା ଶୁଣ।”
ରଜ ଗୁଣରେ ସରସ୍ବତୀ,
ତା ଅଂଶେ ଧାତ୍ରୀ ଉତପତ୍ତି।
ତୁଳସୀ ସତ୍ତ୍ବଗୁଣେ ଜାତ,
ଗଉରୀ ଅଂଶରେ ଉଦିତ।
ରମା ଅଂଶରେ ତମୋ ଗୁଣେ,
ମାଳତୀ ଉପୁଜିଲା ବନେ।
ଏହିପରି ଭାବରେ ତୁଳସୀଙ୍କର ଜନ୍ମ, ତାଙ୍କ ସହିତ ଧାତ୍ରୀ (ଅଁଳା) ଓ ମାଳତୀ ଙ୍କର ଜନ୍ମ। ତୁଳସୀ ହେଲେ ଗଉରୀଙ୍କର ଅଂଶ, ମାଳତୀ ହେଲେ ଲକ୍ଷ୍ମୀଙ୍କର ଅଂଶ ଓ ଅଁଳା ହେଲେ ସରସ୍ବତୀଙ୍କର ଅଂଶ। ବୃନ୍ଦାବତୀଙ୍କର ଆତ୍ମା ଅନ୍ତରୀକ୍ଷରେ ତିନିଭାଗ ହୋଇ ତିନିଗୁଣରେ ଭାଗହେଲେ। ରଜ ଗୁଣରେ ଧାତ୍ରୀ ସରସ୍ବତୀଙ୍କ ଅଂଶ, ତମ ଗୁଣରେ ମାଳତୀ ଶ୍ରୀଲକ୍ଷ୍ମୀଙ୍କର ଅଂଶ ଓ ସତ୍ତ୍ବ/ସାତ୍ତ୍ବିକ ଗୁଣରେ ଗଉରୀଙ୍କର ଅଂଶ ହୋଇ ଜନ୍ମନେଲେ।
ଯେହେତୁ ବୃନ୍ଦାବତୀଙ୍କର କୌଣସି ଦୋଷ ନଥିଲା ଏହା ଶ୍ରୀବିଷ୍ଣୁଙ୍କର ମାୟା ଥିଲା ବୃନ୍ଦାବତୀଙ୍କ ସ୍ବାମୀ ଜଳନ୍ଧରଙ୍କୁ ବଧ କରିବା ପାଇଁ ତେଣୁ ଶ୍ରୀବିଷ୍ଣୁ ତୁଳସୀ/ବୃନ୍ଦାବତୀଙ୍କୁ ସଦା ଅଙ୍ଗରେ ରଖିବେ ବୋଲି ସ୍ବସ୍ବୀକାର କଲେ।
“ଯେଣୁ ତା ପୂର୍ବେ ଦୋଷ ନାହିଁ
ସଦା ମୁଁ ଅଙ୍ଗେ ଥିବି ବହି। “
ଲୋକକଥାଟିଏ ଅଛି । କେବଳ ମାଆ ସୁଭଦ୍ରାଙ୍କ ବ୍ୟତୀତ କୌଣସି ଦେବୀଙ୍କୁ ତୁଳସୀ ଅର୍ପଣ କରାଯାଏ ନାହିଁ। ମା ଲକ୍ଷ୍ମୀ ସାଆନ୍ତାଣୀ ଖୁବ୍ ରୋଷ କରନ୍ତି ବୃନ୍ଦାବତୀଙ୍କ ଉପରେ କାରଣ ବୃନ୍ଦାବତୀ ବା ତୁଳସୀ ସର୍ବଦା ଶ୍ରୀବିଷ୍ଣୁଙ୍କ ଅଙ୍ଗରେ ଲାଗି ହୋଇଥାଆନ୍ତି। ଓଡିଶାରେ ମାଆ ଲକ୍ଷ୍ମୀଙ୍କୁ ତୁଳସୀ ଲାଗି ହୁଏ ନାହିଁ କିନ୍ତୁ ଅନ୍ୟ ରାଜ୍ୟର ଲୋକମାନେ ଲକ୍ଷ୍ମୀଙ୍କୁ ତୁଳସୀ ଅର୍ପଣ ସହ ଭୋଗରେ ବି ତୁଳସୀ ପକାନ୍ତି। ବୃନ୍ଦାବତୀ ଜଣେ ଦୈତ୍ୟ କନ୍ୟା ଓ ଦୈତ୍ୟର ଘରଣୀ ହୋଇ ମଧ୍ୟ ନିଜର ସତୀତ୍ବ ପାଇଁ ଦେବୀ ରୂପରେ ଘରେ ଘରେ ପୂଜା ହୁଅନ୍ତି। ଜଣେ ସାଧାରଣ ନାରୀର ସତୀତ୍ବର ଉଦାହରଣ ହେଉଛନ୍ତି ସ୍ବୟଂ ବୃନ୍ଦାବତୀ ଯାହାଙ୍କୁ ଘରେ ଘରେ ପୂଜା କରାଯାଏ। କାର୍ତ୍ତିକ ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଛି-:
ଏବେ ତୁଳସୀ ଧର୍ମଶୁଣ,
ସେ ବୃକ୍ଷ ସାତ୍ତ୍ବିକ ଲକ୍ଷଣ
ହୋଇବ ତ୍ରିଲୋକ ପ୍ରସିଦ୍ଧି,
ମୋର ସମାନେ ପୂଜାବିଧି
ପାଇବ ସକଳ ଲୋକରେ,
ବିଶେଷ କାର୍ତ୍ତିକ ମାସରେ
ତୁଳସୀ ଆରାଧିବ ଯେହୁ,
ତାଙ୍କ ସୁକୃତ ଫଳ କହୁ
ରୋପିଣ ପାଳିବ ଜତନେ,
ପ୍ରତିଦିନ ହିଁ ଜଳଦାନେ।
ଯେ ତାର ପତ୍ର ଘେନି ମୋତେ,
ପୂଜା କରିବ ଶୁଦ୍ଧଚିତ୍ତେ।
ସକଳ କୃତ୍ୟ ତପ ଫଳେ,
ତାଅଙ୍ଗେ ରହିବ ନିଶ୍ଚଳେ।
ପାଳନେ ସର୍ବତୀର୍ଥ ଧର୍ମ,
ଦର୍ଶନେ ସର୍ବ ଇଷ୍ଟକାମ।
ଯେ ଜନ ଦାନ ଦେବେ ନିତ୍ୟେ,
ତୁଳାଦି ଦାନ ଫଳ ଯେତେ।
ତୁଳସୀ ପ୍ରଦକ୍ଷିଣ କଲେ,
କି ପୂଣ୍ୟ ଅନ୍ୟ ତୀର୍ଥ ଗଲେ।
ତୁଳସୀ ପ୍ରାତଃ ସ୍ମରଣଂ:
ପ୍ରାତଃ ସ୍ମରାମି ତୁଳସୀ ସର୍ବ ପାପ ବିନାଶିନାମ୍
ସର୍ବ ସମ୍ପଦ ପ୍ରଦାୟିନୀଂ ସୁଖ ସୌଭାଗ୍ୟ ବଦ୍ଧିନୀମ୍ ।।
ପ୍ରାତର୍ଭଜାମି ଭଜତା ମଭିଳାଷ ଦାତ୍ରୀଂ ବିଶ୍ଵଧାତ୍ରୀଞ୍ଚ
ଭବଭୟ ବିନାଶିନିମ୍ ମୋକ୍ଷଦାତ୍ରୀଂ ବିଷ୍ଣୁ ବଲ୍ଲଭାମ୍।।
ପ୍ରାତର୍ନମାମି ଅଖିଳା ଦେବାସୁର ନମିତାଂ ସତିଂବୃନ୍ଦାବତିଂ
ସର୍ବଲୋକେଷୁ ପୂଜିତାଂ ବୃକ୍ଷରୂପାଂ ସର୍ବରୋଗହନ୍ତ୍ରୀମ୍ ।।
ଶ୍ଳୋକତ୍ରୟମିଦଂ ପୁଣ୍ୟଂ ସର୍ବପାପୌଘ୍ନନାଶନମ୍ ।
ଯଯଃ ପଠେତ୍ ପ୍ରାତରୁଥାୟ ସର୍ବାନ୍ କାମାନବ ବାପ୍ନୋତି ।।
ତୁଳସୀ କବଚ:
ତୁଳସୀ କବଚସ୍ୟାସ୍ୟ ନାରାୟଣ ଋଷି ସ୍ମୃତଃ ।
ଛନ୍ଦୋନୁଷ୍ଟପ୍ ଦେବୀ ତୁଳସୀ ଦେବତା ନମଃ ।।
ଧର୍ମାର୍ଥ କାମମୋକ୍ଷଣାଂ ବିନିଯୋଗଃ ପ୍ରବୀର୍ତ୍ତିତଃ ।
ତୁଳସୀ ମସ୍ତକଂ ପାତୁ ମୁଖଂ ମେ ବିଷ୍ଣୁ ବଲ୍ଲଭା ।।
ଗ୍ରୀବାଂ ପାତୁ ବୃନ୍ଦାବତୀ ସ୍କନ୍ଧୌ ଜଳନ୍ଧର ପ୍ରିୟା ।
ହୃଦୟଂ ପାତୁ ଦେବେଶି ହରିଭକ୍ତି ପ୍ରଦାୟିନୀ ।।
ଭୁଜୌ ପାତୁ ସନାତନୀ ଉଦରଂ ବ୍ୟାଧିନାଶିନୀ ।
ନାଭିଂ ମେ ପାତୁ ସର୍ବବା ଅମୃତା କୃଷ୍ଣବଲ୍ଲଭା ।।
ପୃଷ୍ଠଂ ପାତୁ ମୁକ୍ତିପ୍ରଦା କଟିଂ ମେ ପାପନାଶିନୀ ।
ପାଦୌ ପାତୁ ବୃକ୍ଷରୂପା ସର୍ବାଙ୍ଗ ବ୍ୟାଧିନାଶିନୀ ।।
ଇଦଂ ତୁ କବବଂ ପୁଣ୍ୟଂ ପଠେଦ୍ ବା ଧାରୟେଦବାପି ।
ସର୍ବସିଦ୍ଧି ମବାପ୍ନୋତି ଚଲଭତେ ମୋକ୍ଷମ୍ ।।
ପତିପତ୍ନୀ ସୁଖ ସୌଖ୍ୟ ଯଶଶ୍ରୀ କୀର୍ତ୍ତିବର୍ଦ୍ଧନମ୍ ।
ସର୍ବପୁଣ୍ୟ ଫଳଂ ଲବ୍ଧା ଋନ୍ତେ ଚ ଲଭତେ ସ୍ପର୍ଶମ୍ ।।
ତୁଳସୀଙ୍କୁ ପ୍ରଣାମ:
ବୃନ୍ଦାୟୈ ତୁଳସୀ ଦେବ୍ୟୈ ପ୍ରିୟାୟୈ କେଶବସ୍ୟଚ
ବିଷ୍ଣୁ ଭକ୍ତିପ୍ରଦେ ଦେବୀ ସତ୍ୟବତୈ ନମୋନମଃ ।।
ତନ୍ତୁଳେ ସର୍ବତୀର୍ଥାନି ତ୍ୱଦଙ୍ଗେ ସର୍ବଦେବତାଃ
ତତ୍ପତ୍ରେ ସର୍ବଯଜ୍ଞସ୍ୱ ତୁଳସ୍ୟୈ ତେନ ନମୋ ନମଃ ।।
ତୁଳସୀ ବୃକ୍ଷରେ ଜଳଦେବା ମନ୍ତ୍ର:
ଓଁ ଗୋବିନ୍ଦ ବଲ୍ଲଭାଂ ଦେବୀ ଭକ୍ତ ଚୈତନ୍ୟ କାରିଣୀଂ ।
ସ୍ନାପୟାମି ଜଗଦ୍ଧାତ୍ରୀଂ ବିଷ୍ଣୁଭକ୍ତି ପ୍ରଦାୟିନୀ ।।
ନମସ୍କାର ଓ ପ୍ରଦକ୍ଷିଣ ମନ୍ତ୍ର:
ସୁର ନର ବଦ୍ଯାଦେବୀ ତ୍ରିପୁରା ଜଗତ୍ତଶ୍ଵରୀ ।
ସତ୍ୟବତୀ ବୃନ୍ଦାବତୀ ସର୍ବଜନ ହିତକାରୀ ।।
ତୁଳସୀ ପତ୍ର ଗଳିତଃ ଯଭୋକ୍ଷ୍ୟୋ ଶିରସା ବହେତ୍ ।
ଗଙ୍ଗାସ୍ନାନ ମବାପ୍ନୋତି ଶତଧେନୁ ଫଳଂ ଲଭେତ୍ ।।
ପ୍ରଦକ୍ଷୀଣ କୃତଂ ନିତ୍ୟଂ ତୁଳସୀ କେଶବ ପ୍ରିୟେ ।
ପଦେ ପଦେଽଶ୍ଵ ମେଧାନମହୁତଂ ଲଭତେ ଫଳଂ ।।
ଯାନି କାନି ଚ ପାପାନି ବ୍ରହ୍ମହତ୍ୟା ଦିବାନି ଚ।
ତାନିଦାନି ପ୍ରଣଶ୍ୟନ୍ତି ପ୍ରଦକ୍ଷିଣଂ ପଦେ ପଦେ ।।
ଯତ୍ପାପଂ ଯୌବନେ ବାଲ୍ୟେ କୌମାରେ ବାର୍ଦ୍ଧକେବୃତଂ ।
ତତ୍ପାପଂ ବିଲୟଂ ଯାତୁ ତୁଳସି ପ୍ରଦକ୍ଷିଣାତ୍ ।।
ଏଠାରେ ତୁଳସୀଙ୍କର କବଚ , ତୁଳସୀ ପ୍ରଣାମ , ତୁଳସୀ ନମସ୍କାର ଓ ପ୍ରଦକ୍ଷିଣ ଏବଂ ତୁଳସୀଙ୍କୁ ଜଳଦାନ ମନ୍ତ୍ର ଦିଆଯାଇଛି। ଏ ସବୁ ମନ୍ତ୍ର ପ୍ରାୟତଃ ଘରର ମହିଳା ମାନଙ୍କ ମୁହଁରେ ଥାଏ। ଏ ସବୁ ସେମାନେ ନିତି ପ୍ରତିଦିନ ତୁଳସୀଙ୍କୁ ପୂଜା କରିବା ବେଳେ ଗାଉ ଥାଆନ୍ତି। ଆମ ପରମ୍ପରା ସଂସ୍କୃତି ଖୁବ୍ ଅନନ୍ୟ।