ଲେଖା: ରବୀନ୍ଦ୍ର କୁମାର ରଣା

ରାବଣ ପୂଜିତ କନ୍ଧମାଳ ଜିଲ୍ଲା ଚକାପାଦର ବିରୂପାକ୍ଷ ମନ୍ଦିର, ଓଡ଼ିଶାର ଏକ ପ୍ରାଚୀନ ଓ ପ୍ରତ୍ୟକ୍ଷ ଶୈବପୀଠ ।

ପୁରାଣ କିମ୍ବଦନ୍ତୀ ଅନୁସାରେ ଲଙ୍କାର ରାଜା ରାବଣ ଭଗବାନ ଶିବଙ୍କୁ ତପସ୍ୟା କରି ତୋଷ କରିବା ପରେ ନିଜ ରାଜ୍ୟରେ ଶିବଙ୍କୁ ପ୍ରତିଷ୍ଠା କରିବା ପାଇଁ ନେଇ ଯାଉଥିବା ବେଳେ ଏହି ଠାରେ ଶିବ ଙ୍କ ମାୟାରେ ସେ ଶିବଲିଙ୍ଗକୁ ତଳେ ଥୋଇ ପରିସ୍ରା କରି ଆସି ପୁଣି ଉଠାଇବା ପାଇଁ ଚେଷ୍ଟା କଲା ବେଳେ ଆଉ ନେଇ ପାରି ନ ଥିଲା । ନିଜ ରାଜ୍ୟର କୁଶଳ ନିମନ୍ତେ ଶିବଙ୍କୁ ପ୍ରାର୍ଥନା କରିବାରୁ ଭଗବାନ ଶିବ ଆଶୀର୍ବାଦ କରିଥିଲେ ଯେ “ମୋର ଦୃଷ୍ଟି ସର୍ବଦା ତୋର ରାଜ୍ୟକୁ ରହିଥିବ”। ସେହି ଦିନଠାରୁ ସେ ମନ୍ଦିରର ମୁହଁ ଲଙ୍କାକୁ ବା ଦକ୍ଷିଣ ଦିଗକୁ ହୋଇଛି ।


ପ୍ରସିଦ୍ଧ ଶୈବପୀଠ ବିରୂପାକ୍ଷ ମନ୍ଦିର କଟକରୁ ପ୍ରାୟ ୨୦୦କି.ମି  ଦୂରରେ ଅବସ୍ଥିତ । ଦଶପଲା-ଚକାପାଦ ରାସ୍ତାରେ ବାଣିଗୋଚ୍ଛାରୁ କିଛି ଦୂର ଯିବା ପରେ ବାମକୁ ଘଞ୍ଚ ଜଙ୍ଗଲିଆ ରାସ୍ତାରେ ୨୩କି.ମି.  ଗଲେ ପଡ଼ିବ ଚକାପାଦ । ଗାଁ ଗଣ୍ଡା ନ ଥିବା ଜଙ୍ଗଲିଆ ରାସ୍ତା । ଚାରି ପାଞ୍ଚ କି.ମି. ଦୂରରେ ଆଠ ଦଶଟା ଘର ଥିବା ଗୋଟେ ଗୋଟେ ଗାଁ । ଖାଲଖମା, ଢିମାଭର୍ତ୍ତି ନିଛାଟିଆ ମୋବାଇଲ ନେଟୱର୍କ ବିହୀନ ଜଙ୍ଗଲିଆ ରାସ୍ତାରେ ଯାଇ ଏଇ ବିରୂପାକ୍ଷ ମନ୍ଦିରରେ ପହଞ୍ଚିବାକୁ ହୁଏ । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

3 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago