ଲେଖା: ରବୀନ୍ଦ୍ର କୁମାର ରଣା
ରାବଣ ପୂଜିତ କନ୍ଧମାଳ ଜିଲ୍ଲା ଚକାପାଦର ବିରୂପାକ୍ଷ ମନ୍ଦିର, ଓଡ଼ିଶାର ଏକ ପ୍ରାଚୀନ ଓ ପ୍ରତ୍ୟକ୍ଷ ଶୈବପୀଠ ।
ପୁରାଣ କିମ୍ବଦନ୍ତୀ ଅନୁସାରେ ଲଙ୍କାର ରାଜା ରାବଣ ଭଗବାନ ଶିବଙ୍କୁ ତପସ୍ୟା କରି ତୋଷ କରିବା ପରେ ନିଜ ରାଜ୍ୟରେ ଶିବଙ୍କୁ ପ୍ରତିଷ୍ଠା କରିବା ପାଇଁ ନେଇ ଯାଉଥିବା ବେଳେ ଏହି ଠାରେ ଶିବ ଙ୍କ ମାୟାରେ ସେ ଶିବଲିଙ୍ଗକୁ ତଳେ ଥୋଇ ପରିସ୍ରା କରି ଆସି ପୁଣି ଉଠାଇବା ପାଇଁ ଚେଷ୍ଟା କଲା ବେଳେ ଆଉ ନେଇ ପାରି ନ ଥିଲା । ନିଜ ରାଜ୍ୟର କୁଶଳ ନିମନ୍ତେ ଶିବଙ୍କୁ ପ୍ରାର୍ଥନା କରିବାରୁ ଭଗବାନ ଶିବ ଆଶୀର୍ବାଦ କରିଥିଲେ ଯେ “ମୋର ଦୃଷ୍ଟି ସର୍ବଦା ତୋର ରାଜ୍ୟକୁ ରହିଥିବ”। ସେହି ଦିନଠାରୁ ସେ ମନ୍ଦିରର ମୁହଁ ଲଙ୍କାକୁ ବା ଦକ୍ଷିଣ ଦିଗକୁ ହୋଇଛି ।
ପ୍ରସିଦ୍ଧ ଶୈବପୀଠ ବିରୂପାକ୍ଷ ମନ୍ଦିର କଟକରୁ ପ୍ରାୟ ୨୦୦କି.ମି ଦୂରରେ ଅବସ୍ଥିତ । ଦଶପଲା-ଚକାପାଦ ରାସ୍ତାରେ ବାଣିଗୋଚ୍ଛାରୁ କିଛି ଦୂର ଯିବା ପରେ ବାମକୁ ଘଞ୍ଚ ଜଙ୍ଗଲିଆ ରାସ୍ତାରେ ୨୩କି.ମି. ଗଲେ ପଡ଼ିବ ଚକାପାଦ । ଗାଁ ଗଣ୍ଡା ନ ଥିବା ଜଙ୍ଗଲିଆ ରାସ୍ତା । ଚାରି ପାଞ୍ଚ କି.ମି. ଦୂରରେ ଆଠ ଦଶଟା ଘର ଥିବା ଗୋଟେ ଗୋଟେ ଗାଁ । ଖାଲଖମା, ଢିମାଭର୍ତ୍ତି ନିଛାଟିଆ ମୋବାଇଲ ନେଟୱର୍କ ବିହୀନ ଜଙ୍ଗଲିଆ ରାସ୍ତାରେ ଯାଇ ଏଇ ବିରୂପାକ୍ଷ ମନ୍ଦିରରେ ପହଞ୍ଚିବାକୁ ହୁଏ ।
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…