ଲେଖା: ଦେଵ ତ୍ରିପାଠୀ
ଆମ କଟକ ଜିଲ୍ଲାର କଥା !
ଥିଲା ଜଣେ ଅଧ୍ୟବସାୟୀ କିଶୋର । ପଇସା ଅଭାବରୁ ସିନା ପାଠ ପଢ଼ି ପାରିଲାନି, ହେଲେ ମନରେ ଥାଏ ଆଗକୁ ବଢ଼ିବାର ସ୍ପୃହା ! ପରିସ୍ଥିତିରେ ପଡ଼ି ଘରଦ୍ଵାର ଛାଡ଼ି ଦିନେ ବିଦେଶମାଟିରେ ଜୀବନ ଜୀଇଁବା ପାଇଁ ହୋଟେଲରେ କାମ କଲା । ବ୍ରାହ୍ମଣ ପିଲା ହେତୁ ଖୁବଶିଘ୍ର ଶିଖିଗଲା ରାନ୍ଧିବାର କଳା ! ହେଲେ ସେ ଚାହୁଁଥିଲା କିଛି ନୂଆ ଅଭିଜ୍ଞତା, ସବୁଠୁ ଅଲଗା, ନିଆରା ! ବିଦେଶମାଟି ଛାଡ଼ି ପୁଣି ଫେରିଲା ସେ ଭିଟାମାଟିକୁ !
ରନ୍ଧନ କ୍ରିୟାରେ ପ୍ରଚୁର ଅଭିଜ୍ଞତା ହାସଲ କରିଥିବା ସତ୍ତ୍ୱେ ଗାଁ ମାଟିରେ କିନ୍ତୁ ବଡ଼ଭାଇଙ୍କ ଜଳଖିଆ ଦୋକାନରେ ଭାଗ୍ୟ ପରୀକ୍ଷା ଆରମ୍ଭ କଲା ସେ !
ନିୟତି ଅନୁକୂଳ ହେଲା ! ନୂଆ କିଛି କରିବାର ଲକ୍ଷ୍ୟରେ ପାରମ୍ପରିକ ଓଡ଼ିଆ ମିଠାଟିରେ ସେ ଭରିଲା ନୂତନତ୍ବ ! ଆରମ୍ଭ ହେଲା ସଫଳତାର ଯାତ୍ରା ! ସେଇ ମିଠାରେ ଭାଲ୍ୟୁଯୋଗ କରି ସେ ମିଠା ହେଲା ଆଉରି ରସାଳ, ସ୍ୱାଦଯୁକ୍ତ, ଆକର୍ଷଣୀୟ ! ଏ ରାଜ୍ୟର ସୀମାଟପି ସେ ଗଲା କଲିକତା, ଦିଲ୍ଲୀ, ରାଜସ୍ଥାନ, ଲଣ୍ଡନ, ଆମେରିକା ! ସେ ମିଠା ଆଉ ସାଧାରଣ ମିଠାଟିଏ ହୋଇ ରହିଲାନି, ବରଂ ବନିଗଲା ଓଡ଼ିଆର ଭାବପ୍ରବଣତା !
ସଫଳତା ଗଗନ ଛୁଇଁଲା ! ସେଇ ମିଠାକୁ ନେଇ କଟକ ଜିଲ୍ଲାର ଅଖ୍ୟାତ ପଲ୍ଲୀ ହେଲା ବିଶ୍ୱବିଖ୍ୟାତ ! ସେ ମିଠା ପାଇଁ ଜୀବନଯାକର ସଂଘର୍ଷ, ତ୍ୟାଗ, ସାଧନାର ସେ ଦେବତାର ନାଁରେ ସେ ମିଠା ହେଲା ପରିଚିତ, ପରିବ୍ୟାପ୍ତ, ସର୍ବଜନବିଦିତ – “ବିକଳାନନ୍ଦ କର ରସଗୋଲା” (Bikalananda Kar’s Rasgolla) !
ସଫଳତା ସହିତ ଯୋଡି ହୋଇଥାଏ ବିପଦର ଆଶଙ୍କା ! ଦିନେ ଧୂର୍ତ୍ତ ପଡୋଶୀ ରାଜ୍ୟର ହୀନମନା ନାଗରିକଗଣ ଚକ୍ରାନ୍ତକଲେ ଏଇ କଟକୀ ଓଡ଼ିଆ ମିଠାକୁ ନିଜ ଗଉରବର ଚିଜ ବୋଲି ଦୁନିଆକୁ ଦେଖାଇବାକୁ ! ହେଲେ ବିକଳାନନ୍ଦଙ୍କ ସାଧନା ଓ ଏ ଜାତିର ଭାବପ୍ରବଣତା ଆଗରେ ହାରମାନିଲା ପଡୋଶୀର ଧୃଷ୍ଟାମି !
ଏତିକିରେ ସରି ନ ଥିଲା ବିପଦ ! ଦେଶ ତଥା ଆନ୍ତର୍ଜାତିକ ବଜାରର ନାମୀଦାମୀ ମିଠା/ଚକୋଲେଟ କମ୍ପାନୀ ଏଇ ମହାନ ମିଠାର ପ୍ରସ୍ତୁତି ପ୍ରଣାଳୀ ପାଇଁ କେତେ ଗବେଷଣା ନ କରିଛନ୍ତି, ‘ବିକଳାନନ୍ଦ କର ରସଗୋଲା’ ଵ୍ରାଣ୍ଡକୁ ହାତେଇବା ପାଇଁ କେତେ କ’ଣ ନ କରିଛନ୍ତି ! ତେବେ ସବୁ ଲୋଭନୀୟ ‘ଅଫର୍’କୁ ପାଦରେ ଆଡେଇ ଦେଇ ‘ବିକଳାନନ୍ଦ କର ରସଗୋଲା’ ଆଜି ସଦର୍ପେ ଦଣ୍ଡାୟମାନ, ଓଡ଼ିଶା ମାଟିରେ ଏକ ସଫଳ ଵ୍ରାଣ୍ଡ ଭାବେ !
କହିବା ବାହୁଲ୍ୟ, ଆଜି ମହାପୁରୁଷଙ୍କ ଜନ୍ମମାଟିରେ ସଗର୍ଵେ ଦଣ୍ଡାୟମାନ ଏ ଦେଶର ଏକମାତ୍ର ମିଷ୍ଟାନ୍ନ ପ୍ରସ୍ତୁତି ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର !
ଚିତ୍ର ସୈାଜନ୍ୟ: Google, New Indian Express
Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

3 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago