ଲେଖା: ଦେଵ ତ୍ରିପାଠୀ
ଆମ କଟକ ଜିଲ୍ଲାର କଥା !
ଥିଲା ଜଣେ ଅଧ୍ୟବସାୟୀ କିଶୋର । ପଇସା ଅଭାବରୁ ସିନା ପାଠ ପଢ଼ି ପାରିଲାନି, ହେଲେ ମନରେ ଥାଏ ଆଗକୁ ବଢ଼ିବାର ସ୍ପୃହା ! ପରିସ୍ଥିତିରେ ପଡ଼ି ଘରଦ୍ଵାର ଛାଡ଼ି ଦିନେ ବିଦେଶମାଟିରେ ଜୀବନ ଜୀଇଁବା ପାଇଁ ହୋଟେଲରେ କାମ କଲା । ବ୍ରାହ୍ମଣ ପିଲା ହେତୁ ଖୁବଶିଘ୍ର ଶିଖିଗଲା ରାନ୍ଧିବାର କଳା ! ହେଲେ ସେ ଚାହୁଁଥିଲା କିଛି ନୂଆ ଅଭିଜ୍ଞତା, ସବୁଠୁ ଅଲଗା, ନିଆରା ! ବିଦେଶମାଟି ଛାଡ଼ି ପୁଣି ଫେରିଲା ସେ ଭିଟାମାଟିକୁ !
ରନ୍ଧନ କ୍ରିୟାରେ ପ୍ରଚୁର ଅଭିଜ୍ଞତା ହାସଲ କରିଥିବା ସତ୍ତ୍ୱେ ଗାଁ ମାଟିରେ କିନ୍ତୁ ବଡ଼ଭାଇଙ୍କ ଜଳଖିଆ ଦୋକାନରେ ଭାଗ୍ୟ ପରୀକ୍ଷା ଆରମ୍ଭ କଲା ସେ !
ନିୟତି ଅନୁକୂଳ ହେଲା ! ନୂଆ କିଛି କରିବାର ଲକ୍ଷ୍ୟରେ ପାରମ୍ପରିକ ଓଡ଼ିଆ ମିଠାଟିରେ ସେ ଭରିଲା ନୂତନତ୍ବ ! ଆରମ୍ଭ ହେଲା ସଫଳତାର ଯାତ୍ରା ! ସେଇ ମିଠାରେ ଭାଲ୍ୟୁଯୋଗ କରି ସେ ମିଠା ହେଲା ଆଉରି ରସାଳ, ସ୍ୱାଦଯୁକ୍ତ, ଆକର୍ଷଣୀୟ ! ଏ ରାଜ୍ୟର ସୀମାଟପି ସେ ଗଲା କଲିକତା, ଦିଲ୍ଲୀ, ରାଜସ୍ଥାନ, ଲଣ୍ଡନ, ଆମେରିକା ! ସେ ମିଠା ଆଉ ସାଧାରଣ ମିଠାଟିଏ ହୋଇ ରହିଲାନି, ବରଂ ବନିଗଲା ଓଡ଼ିଆର ଭାବପ୍ରବଣତା !
ସଫଳତା ଗଗନ ଛୁଇଁଲା ! ସେଇ ମିଠାକୁ ନେଇ କଟକ ଜିଲ୍ଲାର ଅଖ୍ୟାତ ପଲ୍ଲୀ ହେଲା ବିଶ୍ୱବିଖ୍ୟାତ ! ସେ ମିଠା ପାଇଁ ଜୀବନଯାକର ସଂଘର୍ଷ, ତ୍ୟାଗ, ସାଧନାର ସେ ଦେବତାର ନାଁରେ ସେ ମିଠା ହେଲା ପରିଚିତ, ପରିବ୍ୟାପ୍ତ, ସର୍ବଜନବିଦିତ – “ବିକଳାନନ୍ଦ କର ରସଗୋଲା” (Bikalananda Kar’s Rasgolla) !
ସଫଳତା ସହିତ ଯୋଡି ହୋଇଥାଏ ବିପଦର ଆଶଙ୍କା ! ଦିନେ ଧୂର୍ତ୍ତ ପଡୋଶୀ ରାଜ୍ୟର ହୀନମନା ନାଗରିକଗଣ ଚକ୍ରାନ୍ତକଲେ ଏଇ କଟକୀ ଓଡ଼ିଆ ମିଠାକୁ ନିଜ ଗଉରବର ଚିଜ ବୋଲି ଦୁନିଆକୁ ଦେଖାଇବାକୁ ! ହେଲେ ବିକଳାନନ୍ଦଙ୍କ ସାଧନା ଓ ଏ ଜାତିର ଭାବପ୍ରବଣତା ଆଗରେ ହାରମାନିଲା ପଡୋଶୀର ଧୃଷ୍ଟାମି !
ଏତିକିରେ ସରି ନ ଥିଲା ବିପଦ ! ଦେଶ ତଥା ଆନ୍ତର୍ଜାତିକ ବଜାରର ନାମୀଦାମୀ ମିଠା/ଚକୋଲେଟ କମ୍ପାନୀ ଏଇ ମହାନ ମିଠାର ପ୍ରସ୍ତୁତି ପ୍ରଣାଳୀ ପାଇଁ କେତେ ଗବେଷଣା ନ କରିଛନ୍ତି, ‘ବିକଳାନନ୍ଦ କର ରସଗୋଲା’ ଵ୍ରାଣ୍ଡକୁ ହାତେଇବା ପାଇଁ କେତେ କ’ଣ ନ କରିଛନ୍ତି ! ତେବେ ସବୁ ଲୋଭନୀୟ ‘ଅଫର୍’କୁ ପାଦରେ ଆଡେଇ ଦେଇ ‘ବିକଳାନନ୍ଦ କର ରସଗୋଲା’ ଆଜି ସଦର୍ପେ ଦଣ୍ଡାୟମାନ, ଓଡ଼ିଶା ମାଟିରେ ଏକ ସଫଳ ଵ୍ରାଣ୍ଡ ଭାବେ !
କହିବା ବାହୁଲ୍ୟ, ଆଜି ମହାପୁରୁଷଙ୍କ ଜନ୍ମମାଟିରେ ସଗର୍ଵେ ଦଣ୍ଡାୟମାନ ଏ ଦେଶର ଏକମାତ୍ର ମିଷ୍ଟାନ୍ନ ପ୍ରସ୍ତୁତି ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର !
ଚିତ୍ର ସୈାଜନ୍ୟ: Google, New Indian Express
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago