Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ “ଶ୍ରୀକ୍ଷେତ୍ର ନବରେ ମହାଐଶ୍ୱର୍ଯ୍ୟରେ ଗଜପତି ବୀରକିଶୋର ଦେବଙ୍କ ଏହି ପଦ କେତୋଟିରେ ହିଁ କୋଟି କୋଟି ଜଗନ୍ନାଥପ୍ରାଣ ଓଡ଼ିଆଙ୍କର ଅନ୍ତରର ସଂଗୁପ୍ତ ବାର୍ତ୍ତା ପ୍ରତିଫଳିତ – ବଡ଼ଦେଉଳର ବାଇଶି ପାହାଚକୁ ନେଇ । ଶ୍ରୀଜଗନ୍ନାଥଙ୍କ ମହାସଂସ୍କୃତିରେ ଏଇ ବାଇଶି ପାହାଚର ମହତ୍ତ୍ଵ ଅନନ୍ୟ । ଭାବନଟେଇର ଅଭାବୀ ସୂତାରେ ଛନ୍ଦି ହୋଇ ସାଂସାରିକ ଦୁଃଖ କଷ୍ଟ ଭୋଗୁଥିବା ଭକ୍ତ ଯେତେବେଳେ ଶରଧାବାଲିରୁ ମୁଠାଏ ମଥାରେ ବୋଳି ପରେ ପରେ ସିଂହଦ୍ଵାର ବାଟଦେଇ ବାଇଶି ପାହଚ ଅତିକ୍ରମ କରି ମଣିମା ମହାପ୍ରଭୁଙ୍କ ଦର୍ଶନ ଲଢ଼ିବାକୁ ଯାଏ, ସେତେବେଳେ ସେ ହୋଇଯାଏ ଆତ୍ମହରା । ଯେଉଁ ଦିବ୍ୟ ଆନନ୍ଦ ସେ ପାଏ, ସେ ଆନନ୍ଦ ତା’ ପାଇଁ ହୁଏ ଅଭୁଲା । ~ ବାଇଶି ପାହାଚ କାହିଁକି ~ ଆହୁରି ମଧ୍ୟ, ପଞ୍ଚଭୂତ, ପଞ୍ଚଜ୍ଞାନେନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚନ୍ନାତ୍ର, ମନ ଓ ବୁଦ୍ଧିର ପ୍ରତୀକ ଭାବେ ବାଇଶି ପାହାଚକୁ ଗ୍ରହଣ କରାଯାଇଥାଏ । ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ସର୍ବବିଧ ମଙ୍ଗଳର ଆଶା କରି ଭକ୍ତଗାନ କରେ ଗୋବିନ୍ଦଙ୍କ ସ୍ତୋତ୍ର: କିଛି ଗବେଷକଙ୍କ ମତରେ ଦଶାବତାରରେ ଭଗବାନଙ୍କ ପାଦ ସଂଖ୍ୟା ୨୨ ହୋଇଥିବା କାରଣରୁ ଶ୍ରୀମନ୍ଦିର ପାହାଚ ସଂଖ୍ୟା ବାଇଶି । ପୁନଃ, ବାଇଶି ତୀର୍ଥଭୂମିର ସ୍ବରୂପ, ବାଇଶି ତତ୍ତ୍ଵର ପ୍ରତୀକ ଓ ବାଇଶିଟି ଭାବର ପ୍ରତୀକ ଏଇ ବାଇଶି ପାହାଚ । ପଞ୍ଚରସ, ଅଷ୍ଟତାତ୍ତ୍ଵିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣ ମିଶି ବାଇଶି ଯାହା ପଞ୍ଚମନ ଓ ସପ୍ତବିକାର ଭଳି କୁଗୁଣସବୁକୁ ତ୍ୟାଗ କରିବା ପାଇଁ ବାଇଶି ପାହାଚ ଭକ୍ତଗଣଙ୍କୁ ଶିକ୍ଷା ଦିଏ । ଐତିହାସିକ ତଥ୍ୟାନୁଯାୟୀ, ଏଇ ପାହାଚ ଶ୍ରେଣୀରେ ପାହାଚ ସଂଖ୍ୟା ବାସ୍ତବିକ ୧୮, ତେବେ ସିଂହଦ୍ୱାର ଗୁମୁଟରୁ କୂର୍ମବେଢା, ରୋଷଶାଳକୁ ଯିବା ପାଇଁ ଏବଂ ଆନନ୍ଦବଜାରକୁ ଯିବା ପାଇଁ ଥିବା ଦୁଇଟି ଲେଖାଏଁ ପାହାଚକୁ ମିଶାଇ ଏହି ଶ୍ରେଣୀର ସଂଖ୍ୟା ୨୨ । ଏଇ ପାହାଚଗୁଡିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ ଇଞ୍ଚରୁ ୭ ଇଞ୍ଚ ଭିତରେ । ଏ ସମସ୍ତ ପାହାଚ ବଉଳମାଳା ବା ଶାଣ ପଥରରେ ନିର୍ମିତ । ଏକଦା ଏଠାରେ ଭୋଗଦ୍ରବ୍ୟ ବିକ୍ରୟ ହେଉଥିଲା । ସେଥିପାଇଁ ଭକ୍ତ ସାଲବେଗ ଗାଇଯାଇଛନ୍ତି: ଆନନ୍ଦବଜାର ପ୍ରବେଶ ଦ୍ଵାରର ଉଭୟ ପାର୍ଶ୍ଵରେ ଶୋଭା ପାଉଛନ୍ତି ୭ଫୁଟ ଉଚ୍ଚତା ବିଶିଷ୍ଟ ପ୍ରକାଣ୍ଡ ଦୁଇଟି ସିଂହମୂର୍ତ୍ତି । ବାଇଶି ପାହାଚ ଦେଇ ଶ୍ରୀମନ୍ଦିର କୁ ପ୍ରବେଶ ମାର୍ଗରେ କାଶୀବିଶ୍ଵନାଥ, ଶ୍ରୀରାମଚନ୍ଦ୍ର, ଶ୍ରୀନରସିଂହଙ୍କ ଅଳ୍ପ ଉଚ୍ଚତା ବିଶିଷ୍ଟ ମନ୍ଦିର ମାନ ରହିଛି । ~ ଜନମାନସରେ ବାଇଶି ପାହାଚ ~ କିମ୍ବଦନ୍ତୀ କହେ ଏହି ବାଇଶି ପାହାଚ ଅଠରକୋଟି ଶିବଲୋକ ପରି । ଏକଦା ଅପୁତ୍ରିକ ରାଜା ଭାନୁଦେବ ଜମ୍ବେଶ୍ଵରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକ ତିଆରି କଲାବେଳେ ପଣ୍ଡିତେ ବାଳକଟିର ପରମାୟୁ ବାଇଶି ବର୍ଷ ଦର୍ଶାନ୍ତେ ରାଜା ପୁନର୍ବାର ଜମ୍ବେଶ୍ଵରଙ୍କୁ ଆରାଧନା କରି ତାଙ୍କରି ନିର୍ଦ୍ଦେଶରେ ଶ୍ରୀମନ୍ଦିରକୁ ଯିବାପାଇଁ ବାଇଶି ପାହାଚ ନିର୍ମାଣ କରାଇ ସେଇ ବାଇଶି ପାହାଚରେ ନିଜ ପୁଅର ଆୟୁଷ ବୃଦ୍ଧି ପାଇଁ ଗଡାଇ ଦେଇଥିଲେ । ସେହି ଦିନଠାରୁ ସନ୍ତାନସନ୍ତତିଙ୍କର ଆୟୁବୃଦ୍ଧି ପାଇଁ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି । ବାଇଶି ପାହାଚର ଦ୍ଵିତୀୟ ସୋପାନରେ ରହିଛି ଯମଶିଳା, ଭକ୍ତଗଣ ଏଇ ଶିଳାକୁ ସ୍ପର୍ଶ କରି ମହାପ୍ରଭୁଙ୍କୁ ଦର୍ଶନ କଲେ ଅକାଳମୃତ୍ୟୁ ହୁଏନା । ବାଇଶି ପାହାଚର ଧୂଳିକୁ ମୁଣ୍ଡରେ ମାରି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ପରଲୋକ ଗମନରେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ମହାଳୟା ତିଥିରେ ଭକ୍ତଗଣ ପିତୃପୁରୁଷଙ୍କୁ ପିଣ୍ଡଦାନ କରନ୍ତି ଏଇ ବାଇଶି ପାହାଚରେ । ବାଇଶି ପାହାଚରେ ରହିଛି ଅସୁମାରୀ ତତ୍ତ୍ଵ ଓ ପବିତ୍ରତା । ମହାପ୍ରଭୁଙ୍କ କରୁଣା ଲାଭ ନ କଲେ ଭକ୍ତ ବାଇଶି ପାହାଚ ଅତିକ୍ରମ କରି ତାଙ୍କ ଦର୍ଶନ ଲଭିପାରିବ ନାହିଁ । ବର୍ଷସାରା ଭକ୍ତେ ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯା’ନ୍ତି । ମାତ୍ର ରଥଯାତ୍ରା ଦିନ ସ୍ବୟଂ ପ୍ରଭୁ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ଓ ଚକ୍ରରାଜ ସୁଦର୍ଶନ ଙ୍କୁ ସାଥିରେ ଧରି ରତ୍ନସିହାଂସନ ଛାଡ଼ି ସେଇ ବାଇଶି ପାହାଚରେ ପହଣ୍ଡି ବିଜେ କରି ଓହ୍ଲାଇ ଆସନ୍ତି ବଡ଼ଦାଣ୍ଡକୁ, ଭକ୍ତଗଣଙ୍କୁ କୋଳେଇ ନେବା ପାଇଁ, ଭକ୍ତ ଓ ଭଗବାନଙ୍କର ମହାମିଳନ ହୁଏ ସେକ୍ଷଣରେ । ନବଦିନାତ୍ମକ ଯାତ୍ରାର ଲୀଳାଖେଳା ସାରି ପୁଣି ସେହି ବାଇଶି ପାହାଚ ଦେଇ ବାହୁଡ଼ି ଆସନ୍ତି ରତ୍ନସିଂହାସନକୁ । ରତ୍ନସିଂହାସନର ଶ୍ରୀଜୀଉମାନଙ୍କ ବ୍ୟତୀତ ଭୂଦେବୀ, ଶ୍ରୀଦେବୀ, ଦୋଳଗୋବିନ୍ଦ, ମଦନମୋହନ, ଅମାବାସ୍ୟା ନାରାୟଣ, ରାମ, କୃଷ୍ଣ, ନୃସିଂହ, ହନୁମାନ, ଲକ୍ଷ୍ମଣ, ମାଧବ, ବାଡ଼ି ନୃସିଂହ, ପଞ୍ଚ ମହାଦେବ ଇତ୍ୟାଦି ବିଜେ ପ୍ରତିମା ମାନେ ବିଭିନ୍ନ ଯାନିଯାତ୍ରା ଅବସରରେ ଯାତ୍ରା କରିଥାନ୍ତି ଏଇ ବାଇଶି ପାହାଚ ଦେଇ । ଏତଦବ୍ୟତୀତ ଶଙ୍କରାଚାର୍ଯ୍ୟ, ରାମାନୁଜ, ନାନକ ପ୍ରମୁଖ ଧର୍ମଗୁରୁଗଣ ଏହି ପାବଚ୍ଛଶ୍ରେଣୀ ଦେଇ ଶ୍ରୀ ବିଗ୍ରହଙ୍କୁ ଦର୍ଶନ ପାଇଁ ଯାଇଛନ୍ତି, ସେମାନଙ୍କ ପଦରେଣୁରେ ମଧ୍ୟ ପବିତ୍ର ହୋଇଛି ଏହି ବାଇଶି ପାହାଚ । ଆମ ସାହିତ୍ୟ ଜଗତରେ ଏଇ ବାଇଶି ପାହାଚର ମହିମା ତଥା ଗୁଣର ଗାଥା ଗାଇଛନ୍ତି କେତେ କେତେ ସାହିତ୍ୟରଥୀ । ଅତିବଡ଼ି ଜଗନ୍ନାଥ ଦାସ ଭକ୍ତିଭରେ ଲେଖିଯାଇଛନ୍ତି:
|
|