Physical Address
Sai Samarpanam, Satya Vihar, Bhubaneswar

ଆମର ପାରମ୍ପରିକ ଦୀପାବଳୀର ମୁଖ୍ୟ ବିଶେଷତ୍ୱ ହେଉଛି ବଡ଼ବଡୁଆ ଡ଼କା।
ମହାଳୟା ଦିନ ପିତୃପୁରୁଷମାନେ ପିଣ୍ଡଦାନ ଗ୍ରହଣ କରିବା ପାଈଁ ମର୍ତ୍ତ୍ୟ ମଣ୍ଡଳକୁ ଆସିଥାନ୍ତି। ଏହି ଦିନୁ ପନ୍ଦର ଦିନ ଧରି ଶ୍ରାଦ୍ଧ କାର୍ଯ୍ୟ ମାନ ଅନୁଷ୍ଠିତ ହୋଇଥାଏ। ଦୀପାବଳୀ ଦିନ ସନ୍ଧ୍ୟାପରେ ବଡ଼ବଡୁଆ ଡ଼କା ଆରମ୍ଭ ହୁଏ।


“ବଡ଼ବଡୁଆ ସାଆନ୍ତେ ହୋ
ଅନ୍ଧାରେ ଆସ ଆଲୁଅରେ ଯାଅ।
ଗଙ୍ଗା ଯାଅ, ଗୟା ଯାଅ
ଶ୍ରୀ ପୁରୁଷୋତ୍ତମ ଯାଅ, ମହାପ୍ରସାଦ ପାଅ
ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ।।”
ସତରେ, ପିତୃପୁରୁଷଙ୍କ ସମ୍ମାନାର୍ଥେ କେଡେ ମହନୀୟ ଆମ ପରମ୍ପରା ବଡ଼ବଡୁଆ ଡ଼କା।