ସୌରଭିତ ସୃଷ୍ଟି: ବଳରାମ ଦାସ
କବି ବାଲ୍ମୀକି ପ୍ରଭୁ ରାମଚନ୍ଦ୍ରଙ୍କର ଜୀବନ କାହାଣୀକୁ ନେଇ ସଂସ୍କୃତରେ ସାତଖଣ୍ଡ ରାମାୟଣ ଲେଖିଲେ। ଏହି ସଂସ୍କୃତ କାହାଣୀକୁ ପଢି ବୁଝି ଜଗନ୍ନାଥ ଦାସଙ୍କ ସାଙ୍ଗ ବଳରାମ ଦାସ ଓଡ଼ିଆମାନଙ୍କ ପାଇଁ ଓଡ଼ିଆ ଭାଷାରେ ଲେଖିଦେଲେ ରାମଚନ୍ଦ୍ରଙ୍କର ଜୀବନ କଥା। ଲେଖୁ ଲେଖୁ କିଛି ନୂଆ କଥା ବି ଖଞ୍ଜିଦେଲେ।ତାହା ହିଁ ତାଙ୍କର ମୌଳିକତା ! ଯେମିତି କୁକୁଡା ମୁଣ୍ଡରେ ମୁକୁଟ କଣ ପାଇଁ ହେଲା, ବଗ ପଞ୍ଚକ କରି କେମିତି ମାଛ ଖାଏ ନାହିଁ, ଗୁଣ୍ଡୁଚି ପିଠିରେ ଗାର କାହିଁକି ହେଲା — ଏହିସବୁ ମନଲାଖି ମଜାକଥା ମନରୁ ପାଞ୍ଚି କବି ଆମ ପାଇଁ ଲେଖି ଯାଇଛନ୍ତି।
ଖାଲି ରାମାୟଣ ନୁହେଁ, ସେ ଆହୁରି ଅନେକ ବହି ଲେଖିଛନ୍ତି। ସାହିତ୍ୟ ବହି ଭିତରେ ବଉଳା ଗାଈ ଅଧ୍ୟାୟ ଗୋଟିଏ ମୁକ୍ତା, ଯାହା ପ୍ରାୟ ପ୍ରତ୍ୟେକ ଓଡିଆଙ୍କୁ ଜଣା ଥିବ। ପିଲାଙ୍କ ପଢା ବହିରେ ଆଗରୁ ବଉଳା ଗାଈ ବିଷୟରେ କବିତାଟିଏ ଥିଲା। କବିତାଟି ପିଲାଦିନ କଥା ମନେ ପକାଇ ଦେବ। ଚମତ୍କାର ଏ କବିତାର ଅନ୍ତର୍ନିହିତ ଭାବ ଓ ଆବେଗ।
~ ବଉଳା ଗାଈ ~
ଘରେ ଛାଡି ଟିକି ବାଛୁରୀ ଦିନେ ବଉଳା ଗାଈ,
ଯାଇଥିଲା ପାଖ ବନସ୍ତେ ନିଜେ ଚରିବା ପାଇଁ।
ବନସ୍ତର ଲତା ପତର ଖାଇ ଉଦର ଭରି,
ଫେରୁଥିଲା ସଞ୍ଜେ ବଉଳା ସବୁଦିନିକା ପରି।
ଛୁଆ କଥା ଭାବି ମନ ତା ହେଉଥିଲା ଉଚ୍ଛନ୍ନ,
ଦୁଧ ବିନା ହୋଇ ବିକଳ କାନ୍ଦୁଥିବ ତା ଧନ।
ଛନ ଛନ ମନେ ବଉଳା ଧାଏଁ ବନ ପଥରେ,
ଦେଖି ମଝିବାଟେ ବାଘକୁ ଭୟେ ହୃଦୟ ଥରେ।
ବଉଳାକୁ ଦେଖି ଆନନ୍ଦେ ବାଘ ମେଲାଏ ପାଟି,
ଚାଟେ ଓଠ ଜିଭ ବୁଲାଇ ଚାହେଁ ଆଖି ତରାଟି।
କହେ ସାତ ଦିନ ଉପାସେ ତୋତେ ପାଇଛି ମୁହିଁ,
ଭୋକ ମେଣ୍ଟାଇବି ଆଜି ମୁଁ ତୋର ରକତ ପିଇ।
ଥର ଥର କଣ୍ଠେ ବଉଳା କହେ ହୋଇ କାତର,
ପିଇଲେ ପିଅ ମୋ ରକତ ଶୁଣ ଗୁହାରି ମୋର।
ଆସିଥିଲି ଘରେ ଛାଡି ମୁଁ ମୋର କଅଁଳା ପିଲା,
କାନ୍ଦୁଥିବ ହୋଇ ବିକଳ ହେବଣି ସେ ଭୋକିଲା।
ଦୟାବହି ମୋତେ କ୍ଷଣକ ପାଇଁ ଛାଡିବ ଯେବେ,
କ୍ଷୀର ଦେଇ ଶିଶୁ ସନ୍ତାନେ ଫେରି ଆସିବି ତେବେ।
ଶେଷ ଥର ପାଇଁ ତା ମୁଖ ଥରେ ଆସିବି ଦେଖି,
ଏତିକି ମାଗୁଣି ମୋହର ସତେ ପାରିବ ରଖି?
ବଉଳା ବଚନେ କି ଭାବି ମନେ କିସ ବିଚାରି,
ବାଘ ବୋଲେ ଯାଅ ବଉଳା ନିଶ୍ଚେ ଆସିବ ଫେରି।
ଉପସ୍ଥାପନା: ସୁଚେତା ପ୍ରଧାନ
Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago