ଘରେ ଛାଡି ଟିକି ବାଛୁରୀ ଦିନେ ବଉଳା ଗାଈ,
ଯାଇଥିଲା ପାଖ ବନସ୍ତେ ନିଜେ ଚରିବା ପାଇଁ।
ବନସ୍ତର ଲତା ପତର ଖାଇ ଉଦର ଭରି,
ଫେରୁଥିଲା ସଞ୍ଜେ ବଉଳା ସବୁଦିନିକା ପରି।
ଛୁଆ କଥା ଭାବି ମନ ତା ହେଉଥିଲା ଉଚ୍ଛନ୍ନ,
ଦୁଧ ବିନା ହୋଇ ବିକଳ କାନ୍ଦୁଥିବ ତା ଧନ।
ଛନ ଛନ ମନେ ବଉଳା ଧାଏଁ ବନ ପଥରେ,
ଦେଖି ମଝିବାଟେ ବାଘକୁ ଭୟେ ହୃଦୟ ଥରେ।
ବଉଳାକୁ ଦେଖି ଆନନ୍ଦେ ବାଘ ମେଲାଏ ପାଟି,
ଚାଟେ ଓଠ ଜିଭ ବୁଲାଇ ଚାହେଁ ଆଖି ତରାଟି।
କହେ ସାତ ଦିନ ଉପାସେ ତୋତେ ପାଇଛି ମୁହିଁ,
ଭୋକ ମେଣ୍ଟାଇବି ଆଜି ମୁଁ ତୋର ରକତ ପିଇ।
ଥର ଥର କଣ୍ଠେ ବଉଳା କହେ ହୋଇ କାତର,
ପିଇଲେ ପିଅ ମୋ ରକତ ଶୁଣ ଗୁହାରି ମୋର।
ଆସିଥିଲି ଘରେ ଛାଡି ମୁଁ ମୋର କଅଁଳା ପିଲା,
କାନ୍ଦୁଥିବ ହୋଇ ବିକଳ ହେବଣି ସେ ଭୋକିଲା।
ଦୟାବହି ମୋତେ କ୍ଷଣକ ପାଇଁ ଛାଡିବ ଯେବେ,
କ୍ଷୀର ଦେଇ ଶିଶୁ ସନ୍ତାନେ ଫେରି ଆସିବି ତେବେ।
ଶେଷ ଥର ପାଇଁ ତା ମୁଖ ଥରେ ଆସିବି ଦେଖି,
ଏତିକି ମାଗୁଣି ମୋହର ସତେ ପାରିବ ରଖି?
ବଉଳା ବଚନେ କି ଭାବି ମନେ କିସ ବିଚାରି,
ବାଘ ବୋଲେ ଯାଅ ବଉଳା ନିଶ୍ଚେ ଆସିବ ଫେରି।
View Comments
I want full version of this can you plz provide
OK, will try
Thanks