ପୁରୀ ଜିଲ୍ଲାର ଆଞ୍ଚଳିକ ଶବ୍ଦ ! ଓଡ଼ିଶାର ସବୁ ଜିଲ୍ଲାର ଶବ୍ଦ ଓ ଶୈଳୀରେ ରହିଛି ନିଆରାପଣ । ସବୁ ଜିଲ୍ଲାର ଶୈଳୀରେ ଏହି ବୈଶିଷ୍ଟ୍ୟ ଯୋଗୁଁ ଓଡ଼ିଆ ଭାଷା ହୋଇଛି ସମୃଦ୍ଧ । ଏଠାରେ ପୁରୀ ଜିଲ୍ଲାର ସେଇଭଳି କିଛି ନିଆରା ଆଞ୍ଚଳିକ ଶବ୍ଦର ସୂଚୀ ଦିଆଗଲା ।
~ ପୁରୀ ଜିଲ୍ଲାର ଆଞ୍ଚଳିକ ଶବ୍ଦ ~
■ଅ■
●→ଅଖାଵାୟା–ପାଗଳ
●→ଅଗଭଙ୍ଗା–ହତାଶାର ସହ କାର୍ଯ୍ୟ ସମ୍ପାଦନା କରେ ଯେ
●→ଅଛଦରା–ଦୁଷ୍ଟ, ହୁରୁମା
●→ଅଛମର–ଯେ ସହଜେ ମରେନି
●→ଅରଖ ନୂଆ–brand new
■ଆ■
●→ଆଙ୍ଗୁଛ–ଅଙ୍ଗଵସ୍ତ୍ର (ଅଙ୍ଗି=ଦ.ଓଡ଼ିଆ)
●→ଆରବା–ଆୟୋଜନ
●→ଆଳୁଆ–ଆଳୁଦୋଷ(କାମୁକ) ଥାଏ ଯାର . .
■ଇ■
●→ଇନ୍ଦ୍ରହାତୀ–ପୃଥୁଳ, ପମ୍ପାଳୁ
●→ଇଲେଇତି–ମଧୁର ଭର୍ତ୍ସନା
■ଉ■
●→ଉଗ୍ର ବେଳା–ଉତ୍ତେଜିତ
●→ଉଝୈ–ତୁଛା
●→ଉଞ୍ଛୁନୁଣି–ଅଧିକ ଲୁଣିଆ
●→ଉହ୍ଲେଇ ବାଉଳି–କାମୁକ
●→ଉଲାଉଠା–ବୋକା, ହଇଜା
■କ■
●→କକର୍ଥନିଆ–ବ୍ୟାକୁଳ ହେବା*
●→କମଣ/କମାଣ କରିବା–ପୋଷା ମନେଇବା, ଲଢିବା ପାଇଁ ଶିଖେଇବା
●→କଳ ବୃଷଭ–ପୃଥୁଳ ବ୍ୟକ୍ତି
●→କଲି–ସିନ୍ଦୁର ଆଦି ପଵିତ୍ର ଦ୍ରଵ୍ୟ ମୁଣ୍ଡରେ ଲମ୍ଵାବାଗରେ ମରାଯାଉଥିବା ଶୈଳୀ (ତିଳକ, ଶିରୀ (ଦ.ଓ)
●→କସ–ଛଟକ
●→କାଣ୍ଟା–ଘମାଘୋଟ
●→କାଠିତର-ଶୁଖିଲା ଫୁଟାଣି
●→କାମ୍ପି–କୃପଣ (ଦ.ଓ.ରେ ମଧ୍ଯ ଚଳେ)
●→କିତା–ଥର*
●→କୁଶରାଜା–ଧନୀ ଲୋକ ପ୍ରତି ପ୍ରଶସ୍ତିସୂଚକ ଶବ୍ଦ
●→କୋକଲି ପବନ–ଉତ୍ତରା ପବନ
●→କୋଳଥିଆ–ଡରକୁରା, ଛେରୁଆ
■ଖ■
●→ଖଟିଆନାଗି–ଶଯ୍ୟାଶାୟୀ ହେବା
●→ଖଣ୍ଡଘୋଡା଼–ଘୋଡ଼ା ଆକାରର ଏକ ମିଠା
●→ଖରାବେଳିଆ ପିଲା–ଆସାଧ୍ୟ ଛୁଆ (ସଂକରାନ୍ତିଆ ପିଲା )
●→ଖଳକୀ–ଦୁଷ୍ଟ
●→ଖାଇବି/ଖାଇଲି–ଡାହାଣ ହାତ
●→ଖୁମାଣି–ଗାଲୁଆ
●→ଖୁମୁଟା ଖୁମୁଟି–କଟୁବାକ୍ୟ ବିନିମୟ
●→ଖୁର–ଅତି ଚତୁର
●→ଖେଣ୍ଟିଆ ଖେଣ୍ଟେଇ–ବୋଲା ବୋଲି*
●→ଖେଦେ–ଦଳେ
●→ଖେପା–ପଇସା ମାରିନିଏ ଯେ (ଖେପିବା)
■ଗ■
●→ଗନ୍ତା–shirt, କୁର୍ତ୍ତା
●→ଗରଦଗୁମାନି–ଗାଲୁଆ, ଅଭିମାନୀ
●→ଗାଉନ୍ଦା–ପେଟ ଗୋଳମାଳ (ଢେଙ୍କାନାଳର ଆମ ଅଞ୍ଚଳରେ କାନକୁ ଭୀଷଣ ଶବ୍ଦକୁ କିଛି ଶୁଣା ନଯିବାକୁ ଗାଉନ୍ଦା ହୋଇଯିବା କୁହାଯାଏ । ଦକ୍ଷିଣ ଓଡ଼ିଶାରେ ଏହି ଅଵସ୍ଥାକୁ ତାଡପା କୁହନ୍ତି)
●→ଗାଗୁର୍ଜିଆ–ମାଙ୍କଡ଼ ପରି ବିକୃତ
●→ଗାଣ୍ଡିମୁଣା–ପ୍ୟାଣ୍ଟ
●→ଗୁଣ୍ଡୁଲିକସ–ଗଜା ଭେଣ୍ଡିଆ ନୂଆ ନୂଆ ଗୁଣ୍ଡାଗିରି କଲେ ଏ ଶବ୍ଦଟି ସେମାନଙ୍କ ପ୍ରତି ବ୍ୟଙ୍ଗ ପ୍ରୟୋଗ ହୁଏ
●→ଗୁରୁନ୍ଦା–କ୍ଷୀର ସର
●→ଗୋଠିଆ–କର୍ମକୋଢି
●→ଗୋବରିଆ–ସ୍ଵାଦହୀନ
■ଘ■
●→ଘଡି଼ଛତୁ ହୋଇଯିବା–ଭଣ୍ଡୁର ହୋଇଯିବା
●→ଘଣି–ଅନ୍ତରଙ୍ଗ
●→ଘୁମା–ମାନ୍ଦା*(ଘୁମେଇବା-ଢୁଳେଇବା)
◆→ଘେଉଡା଼–ଚତୁର, ଧୃତ୍ତ
■ଚ■
●→ଚକି–ଗୁଡି଼
●→ଚଖା–କିଛି ନଜାଣି ଜିନିଷ ମୁଲେଇବା
●→ଚଙ୍ଗଡ଼–ଚଞ୍ଚଳ
●→ଚଦିବା–ଧମକେଇବା*
●→ଚଳ ମାଡି଼ବା–ବିରକ୍ତ କରିବା
●→ଚାଇଁ–ଚଞ୍ଚଳ*(ଚାଇଁ ନିଦ-(ଢେ.)
●→ଚେଖ–ପ୍ରତିଘାତ
●→ଚେଙ୍ଗା–ଚେଇଁବା(ଚାଙ୍ଗା-ସତେଜ)*
■ଛ■
●→ଛତରଛାଳ–ଵିକ୍ଷିପ୍ତ ହୋଇଯିବା
●→ଛେଇବା–କାଟିବା (ମା.ଓ-ଛେଦିବା)
■ଜ■
●→ଜଡ଼ଉତ–ମଣ୍ଡନ, ସାଜସଜ୍ଜା
●→ଜଭର–ମୁହଁଖୋର*
●→ଜମାଉତ–ସାହିଯାତ ଜନସମାଵେଶ
●→ଜଳଉଧ–ବୋକା
●→ଜାଣିତୀର୍ଥ–ଜାଣିସିହାଣା
●→ଜାମଡା଼–ଆଡମ୍ବର ପୂର୍ଣ୍ଣ
●→ଜାଲମ–ଉଦ୍ଧତ, ଦୁଷ୍ଟ* (ଢେଙ୍କାନାଳର କେତେକ ଅଞ୍ଚଳରେ ଏ ଶବ୍ଦଟି ଚଳେ ଏହି ଜାଲମ ଶବ୍ଦର ଢେଙ୍କାନାଳରେ ଅର୍ଥ ଲଗାଣ ବର୍ଷା ପାଗ-{ପାଗଟା ଦୁଷ୍ଟ ହେଲେ ଏମନ୍ତ ହୁଏ କି ?})
■ଝ■
●→ଝାମଝାଡା଼–ଆଡମ୍ବରପୂର୍ଣ୍ଣ
■ଟ■
●→ଟୁମେଇବା–ଫୁଲିବା*(ଟୁମ୍ ଟୁମ୍-ଭରିଯିବା)
■ଡ■
●→ଡଣି ମାରିବା–ମୁଣ୍ଡକୁ ଆଙ୍ଗୁଠିରେ ମାରିବା (ଠଣା/ଠଣି ମାରିବା(ଢେ-ଅନ-ଶୈ), ଟିଲି ମାରିବା(ଦ-ଓ)
●→ଡାଇବିରି–ଉଚ୍ଚ ସ୍ଥାନରୁ ପାଣିକୁ ଲମ୍ଫ ଦେବା (ଇଂରାଜୀ drive ଶବ୍ଦ ସହ ସମ୍ବନ୍ଧୀୟ ?)
●→ଡାଙ୍ଗ ହୋଇଯିବା–ମରିଯିବା(ପଶ୍ଚିମ ଓଡ଼ିଶାରେ ସମ ଅର୍ଥରେ ଚଳେ)
●→ଡିହ ମାରିବା–କହୁଣି ପଶା (ଢେ-ଅନ-ଶୈ), ଠଣା ମାରିବା (ଦ-ଓ) କହୁଣିରେ ଆଘାତ କରିବା
●→ଡିହା ବାଳୁଙ୍ଗା–କିଛି ନବୁଝି ନିରର୍ଥକ ଯୁକ୍ତିକରୁଥିବା ଲୋକ (ଡିହ ଗାଲୁଆ-ଢେ.)
●→ଡୁମ୍–ବିଦ୍ୟୁତ୍ ବଲ୍ବ
●→ଡୁମା–ଏକ ପ୍ରକାରର ଗୋବରା ଚଢେ଼ଇ
●→ଢେଗା ଆଖି–ବଡ଼ ବଡ଼ ବାହାରି ଆସିଥିବା ଆଖି (ଅନ୍ୟ ଆଞ୍ଚଳିକ ରୂପ-ଢେଲା ଆଖି)
■ତ■
●→ତାଵଡା଼–ସରଗରମ, ଭଲ କିଣାବିକା ହେବା
●→ତାଳ୍ ହେବା–କୁସ୍ତି ପ୍ରତିଯୋଗିତାର ମଇଦାନରେ ପ୍ରତିପକ୍ଷ ଖେଳାଳିର ସମ୍ମୁଖୀନ ହେବା
●→ତାଳୁଆ–ଭାଗ୍ୟବାନ
●→ତାହି କରି ରଖିବା-ଜାଗ୍ରତ କରି ସାଇତି କରି ରଖିବା
●→ତିର୍ ତିର୍ ହୋଇ ବୁଲିବା-ଡଇଁ ଡଇଁ ହୋଇ ବୁଲିବା(ତିଗରି ତିଗରି-ଦ.ଓ)
■ଥ■
●→ଥାନପତି-ସ୍ଥାୟୀ ଵାସିନ୍ଦା
●→ଥୋକ-ମୋଟା ପରିମାଣର ଅର୍ଥ (ହିନ୍ଦୀରେ ପ୍ରଚଳିତ ଥୋକ୍ ଶବ୍ଦର ଅର୍ଥ ଶସ୍ତା)
●→ଥୋପେଇବା-ମୁଣ୍ଡକୁ ଆଙ୍ଗୁଠିରେ ମୃଦୁଆଘାତ
●→ଥୋବରା-ନିର୍ଲଜ (ଥୁବୁରା-ଢେଙ୍କାନାଳ)
■ଦ■
●→ଦଉଳ-ଦେଉଳ
●→ଦଣ୍ଡପାଣି- ବହୁ ଅଭିଜ୍ଞତା ସମ୍ପନ୍ନ, ଵୟସ୍କ
●→ଦଣ୍ଡିଲପଣ-ଔଦ୍ଧତ୍ୟ (ଅମାନିଆପଣ)
●→ଦଣ୍ଠା-କଠୋର, ଦୁଃସାହସୀ (ଏ ଶବ୍ଦଟି ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡ଼ିଶାରେ ଯଥାକ୍ରମେ ଦୃଢ, ଟାଣ ଓ ସିଦ୍ଧ, ଅଭ୍ୟସ୍ତ ଅର୍ଥରେ ଚଳୁଥିଲା ବେଳେ ବାଲେଶ୍ବରରେ ଦଂଠା ବୋଲି ଏକ ଶବ୍ଦ ଚଳେ ଯହିଁ ର ଅର୍ଥ ସଜନା ଛୁଇଁ)
●→ଦହଡ-ଗରମ, ତପତ, ତବତ
●→ଦାଣ୍ଠ-ଦୁଃସାହସ
●→ଦାଧିନା-ଅକର୍ମା, ହୀନ, ତୁଚ୍ଛ
●→ଦେଶରାଜା-ଵିଶିଷ୍ଟ ଵ୍ୟକ୍ତି (ପ୍ରଶସ୍ତି ଶବ୍ଦ ଵିଶେଷ)
■ଧ■
●→ ଧଇଁଲା-ଅତିଶୟ (ଧଇଁସଇଁ-ଅତିଶୟ ଦୌଡି଼ ହଟାତ୍ ଠିଆ ହୋଇଗଲେ ସଁ ସଁ ହୁଅନ୍ତି ବୋଲି ଏପରି ଶବ୍ଦ ହୋଇଛି ?)
●→ଧାଇଁ କିଡି଼ କିଡି଼-ଶିଘ୍ର ଶିଘ୍ର
●→ଧାମ ରହିବା-ଇଜ୍ଜତ ମହତ ରହିବା, ଵର୍ତ୍ତିଯିବା
●→ଧେଡେଙ୍ଗା-କୃଶକାୟ, ପତଳା ବ୍ୟକ୍ତି
■ନ■
●→ନଙ୍ଘା-ଯୋରଦାର୍, ନିପ୍ରାସିଆ
●→ନଛା-ରାବିଡି଼ ପ୍ରସ୍ତୁତ ହେଲା ବେଳେ ଚାରିପଟେ ଲାଗୁଥିବା ସର
●→ନଟେଇବା-ସମ୍ପତ୍ତି ବୃଦ୍ଧି ହେବା
●→ନାକେରା-ଛୋଟିଆ କଥା
●→ନାଗା-ପୁରୀର ସାହି ଯାତରେ ବାହାରୁଥିବା ଲୋକନର୍ତ୍ତକ
●→ନାଗାଚାଲି-ଆତ୍ମଵିଶ୍ଵାସପୂର୍ଣ୍ଣ ଚାଲି
●→ନାଗାତର-ଆସ୍ଫାଳନ
●→ନାଗାଭାଗା-ବେପରୁଆ ଏକବାଗିଆ ଅନମନୀୟ ଲୋକ
●→ନାଗୁଆ-ସମ୍ପର୍କ ବା ନିଯୁକ୍ତି ସୂତ୍ରରେ ବନ୍ଧା
●→ନାଣ୍ଡାଜୁଆନ୍-ଲଣ୍ଡା, ଚନ୍ଦା ଵ୍ୟକ୍ତି (ବ୍ୟଙ୍ଗାର୍ଥେ ପ୍ରୟୋଗ)
●→ନିଖି ବାଲି-ସୁନ୍ଦର ସରୁ ବାଲି
●→ନିତିଆନି-ଗୋକ୍ଷୁର, ନାରୀ ବକ୍ଷୋଜ (ନିତି-ପ୍ରା-ଓ)
●→ନିଶାଣ-ଧ୍ଵଜ, ପତକା
●→ନେଣ୍ଡି-ସାନ, ହୀନ, ନିକୃଷ୍ଟ
●→ନେଧା-ମାନ୍ଦା, ନିପଟୁ
●→ନେଳି-ଭାଙ୍ଗ
●→ନୋଟି-ଲୁଟି
■ପ■
●→ପଙ୍କୁଆଣ-ସୁପକ୍ଵ
●→ପଚପଚିଆ-ଘିଅରେ ପଚପଚ ହୋଇଥିବା ସ୍ଵାଦିଷ୍ଟ ଭୋଜନ
●→ପଞ୍ଜୁରିଆ-ପୋଷା ଗୋବରା ଚଢେ଼ଇ
●→ପଟ୍-ମାଂସପେଶୀ
●→ପନ୍ଥେଇ-ଓଷା ବିଶେଷ
●→ପରତାରା-ହୃଦା
●→ପରମା-ଦୁଷ୍ଟ, ଧୃତ
●→ପଁପାଳୁ-ପୃଥୁଳ ଵ୍ୟକ୍ତି
●→ପଵନା-ବଡ଼ କଥାକୁହା
●→ପାଚକ-ଭାଙ୍ଗ
●→ପାଳୁଆ-ଭୟାଳୁ
●→ପାଲି-ଚଳଣି ଓ କାର୍ଯ୍ୟକଳାପ
●→ପିସ୍ତଲ-ଚିଲମ
●→ପାହି-କଵାଡି଼ ଆଦିରେ ଵିଭାଜକ ରେଖା
●→ପୁଷ୍କର-ଧୁରନ୍ଧର
●→ପୋକ-ଧୁରନ୍ଧର
●→ପୋଡ଼ପାଡ଼-ଦୁଷ୍ଟା
■ଫ■
●→ଫାଡା଼-ଦେଖେଇହେବା ମନୋବୃତ୍ତି ଥିବା ଲୋକ
●→ଫାଲଟା-କଚ୍ଛା ନମାରି ଲୁଙ୍ଗୀ ପିନ୍ଧିବା
●→ଫିମ୍ପିକାଠିଆ-ଅନ୍ତଃସାର ଶୂନ୍ୟ, ପୋଲା, ଦୂର୍ଵଳ
●→ଫିନ୍ ଫିନ୍-ଚକଚକ୍
●→ଫୁଲାଫଙ୍କିଆ-ଦାୟିତ୍ଵହୀନ
●→ଫୁଲ୍କା-କୁସ୍ତି ନିମିତ୍ତ ପ୍ରସ୍ତୁତ ଭୂମି
●→ଫେର-ଲୁଗାର କୁଞ୍ଚ
■ବ■
●→ବଇଁଶା-ସିଗାରେଟ
●→ବଡ଼ତି-ସାଧୁସନ୍ଥଙ୍କ ଜାଗାଘର
●→ବଜର/ବଜରକାପ୍ତା-ଅତିଶୟ ଦୁଷ୍ଟ
●→ବନ୍ଦେଇବା-ମୁହେଁ ମୁହେଁ ଗାଳୀ ଦେବା
●→ବନ୍ଧାଟୋକା-କୁସ୍ତି କସରତ କରି ସ୍ଵାସ୍ଥ୍ୟ ରକ୍ଷା କରିଥିବା ଯୁଵକ
●→ବହି-ଚଳଚ୍ଚିତ୍ର, ନାଟକ ଆଦିର କଥାନକ(scripts)
●→ବହୁମାନ-ବଦାନ୍ୟ
●→ବାଆଁ ଚାଲିଆ-ଅସଲଗ୍ନ କଥା(ଵାଚାଳ)
●→ବାଇ ପାଚିବା-ବାଧିବା, କଷ୍ଟ ହେବା
●→ବାଇଲି ହେବା-ଲୁଟି ଯିବା
●→ବାକ୍-ଲୁଟି ହୋଇଯିବା
●→ବାଜେଣି-ଚରିତ୍ରହୀନା(ବାଜିବା-ମିଶିବା, ଅନୈତିକ ସମ୍ପର୍କ ରଖିବା)
●→ବାଂଝ ଏଣ୍ଡୁରି-ପୁର ନଥିବା ସାଦା ଏଣ୍ଡୁରି
●→ବାଡ଼ି-ହଇଜା ଵା ଵିସୂଚିକା ରୋଗ
●→ବାଡି଼ପଡା଼–ହଇଜାରେ ପଡି଼ ମର ବୋଲି ଗାଳି (କେଉଁଠି କେଉଁଠି ଏହା ବାଡି଼ପୋଡା଼ ଵି ହୁଏ ତ କେତେକ ଲୋକ ମନେକରନ୍ତି ବାଡି଼ରେ ପୁଆଳଗଦା କି କୁଟାଗଦାକୁ ନିଆଁ ଲଗାଏ ଯେ ସେ ବାଡି଼ପୋଡା଼ ଵା ବାଡି଼ପଡା଼ ହେଇଥିବ)
●→ବାଡି଼ମଙ୍ଗଳ-ଦୁଷ୍ଟ
●→ବାଡେ଼ଇବା-ସାରିବା
●→ବାତାନି-ଡହରାମୀ
●→ବାହାନିନ୍ଦା ହେବା-କୀର୍ତ୍ତନରେ କଳଙ୍କି ଲାଗିବା
●→ବାବରଖାନା–ଫିଙ୍ଗାଫୋଫଡା, ଅମଳଦମଳ, ଆଉଁଳୁଦାଉଁଳୁ (ଢେ.)ଅଳିଆଦଳିଆ ହୋଇ ପଡିଥିବା ସ୍ଥାନ
●→ବାବୁଜିଆ–ବାପା(ଭତ୍ସନା ସୂଚକ ଶବ୍ଦ)
●→ବାରଚାଉଳିଆ–ଯା କଥା ଓ କାମର ଠିକ ନଥାଏ, ବାୟା
●→ବାରବାଟୀ ଗୋସାଣୀ—ଦୀର୍ଘକାୟ ସ୍ଵାସ୍ଥ୍ୟଵତୀ ମହିଳା
●→ବାଳ ଉଡି଼ ନବୀନା ହେବା–କପର୍ଦ୍ଦକଶୂନ୍ୟ ହେବା
●→ବାଳଞ୍ଚବାଳ–ତୁଛଵିତୁଛ
●→ବାହାଦୁରିଆ-ଫୁଟାଣିଆ(ଢେ-ବାହାଦୁଲିଆ, ବାହାଜୁଲିଆ)
●→ବିଜିକମିନା-ଦୁଷ୍ଟ, ଖୁଜୁବୁଜ
●→ବୁଲେଇବା-ମଦ ପିଇବା
●→ବେଦୀତଳକୁ-ବ୍ରତଘରକୁ ନିମନ୍ତ୍ରଣ
●→ବେଭାରୀ-ଅନାହୁତ ମୁରବୀ ପଣିଆ କରୁଥିବା ଲୋକ (ଉ.ଓଡ଼ିଶାରେ ସେଭଳି ଲୋକଙ୍କୁ ଥୋଡ ଵା ଥୁଡ଼ କୁହାଯାଏ)
●→ବେଲାବଳୀ କରିବା-ବେଲି ହେବା, ମିଥ୍ୟାଭିନୟ କରିବା
■ଭ■
●→ଭଙ୍ଗା ନାଇଟିରେ ପମ୍ପ ଦେବା–ଅପାତ୍ରେ ପ୍ରେମ ଦେବା,ମୂଲ୍ୟହୀନ କାର୍ଯ୍ୟରେ ମନ ଦେବା,
●→ଭଇଲା–ବାହାରିଲା
●→ଭଗାଭାଣ୍ଡ–ଛତରା,ଵାତେରା,ବାରବୁଲା(ଏ ଶବ୍ଦ ଟି ଇଂରାଜୀ ରୁ ଆସିଛି ଇଂ-ଭଗାବଣ୍ଡ୍)
●→ଭାଣ୍ଡିଆ ହେବା–ଲଜ୍ଜିତ ହେବା(*ଭଣ୍ଡେଇବା–ଠକିବା-ସାଧାରଣତଃ ଛୋଟ ପିଲାକୁ ବଡ଼ଲୋକ ଓଲୁ ବନେଇଦେଲେ ତାହାକୁ ଭଣ୍ଡେଇବା କୁହାଯାଏ)
●→ଭିତର କାହାଳୀ– ସାମୁଦ୍ରିକ ଅନ୍ତଃସ୍ରୋତ, ଆଭ୍ୟନ୍ତରୀଣରେ ରହି କଳି ଭିଆଣ କରୁଥିବା ଲୋକ
●→ଭୁଆସିକ–ସାହିଯାତକୁ ମଣ୍ଡନ କରୁଥିବା ନାଗା, କେଳାକେଳଉଣୀ, ସନ୍ୟାସୀ, ପାଲାଵାଲା ଇତ୍ୟାଦି
●→ଭେଖାନୀ–ଦରିଦ୍ର-ନିଃସ୍ଵ
●→ଭେଲେଭେଲେ ହେବା-ଲୋଡ଼ା ନଥାଇ ଏପାଖସେପାଖ, ଏକାନୀସେକାନୀ ହେବା
●→ଭୋଗଵେଳା–ସନ୍ଧ୍ୟା ସମୟ (ଭୋଗ=ଭାଙ୍ଗ)
●→ଭୋପା–ମିଛୁଆ, ଠକ
■ମ■
●→ମଉଜି—ଉପଭୋଗ ପ୍ରିୟ
●→ମତନ—ପରି(ମତେ, ମିତାନ୍-ଏହି ମତେ, ଏଇମିତାନ୍)
●→ମତାପାରା–ପୋଷା ମାନିଥିବା ଏକ ପ୍ରକାରର ପାରା
●→ମଧୁରି–ମାଇଚିଆ
●→ମସକ–ଯାହା ଅଳ୍ପ ଆଘାତରେ ଭାଙ୍ଗିଯାଏ
●→ମାଈଲଗା–ଵିଵାହ ପରେ ନିର୍ଵୀର୍ଯ୍ୟ ହୋଇ ଯାଇଥିବା ଲୋକ
●→ମାଈଶୀତ–ଶୀତର ଆଦ୍ୟାଵସ୍ଥାରେ ପାହାନ୍ତା ପହରରେ ପଡୁ଼ଥିବା ଶୀତ
●→ମାଙ୍କେଡା଼-ଖୁଜବୁଜିଆ ପିଲା
●→ମାଡେ଼କାଲା—ଜାଣିକାଲା, ଜାଣିତୀର୍ଥ-ଶୁଣି ନଶୁଣିବାର ଅଭିନୟ କରୁଥିବା ଲୋକ
●→ମାଧା–ମାନ୍ଦା
●→ମାଧେଇବା–ଧିମେଇବା
●→ମାରେ/ମାରେଗେ-ସଦୃଶ
●→ମର୍କଟ ଵିଲେଇ–ଲମ୍ପଟ
●→ମାର୍କଣ୍ଡ କୂଳଭଣ୍ଡାରୀ–ନନାଦି କାର୍ଯ୍ୟରେ ହାତ ଦେଇ ଅସଫଳ ହୋଇଥିବା ଲୋକ, ଶଠ
●→ମାଲ–ସୁଖାଦ୍ୟ, ମଦ, ମଲ୍ଲ, ଅନ୍ନ ମହାପ୍ରସାଦ (ଢେଙ୍କାନାଳର କେତେକ ଅଞ୍ଚଳରେ ମୂର୍ତିକିଆ (ମୃତକ୍ରିୟା)ରେ ଅଂଶଗ୍ରହଣ କରୁଥିବା ଲୋକଙ୍କୁ ମାଲଭାଇ କୁହାଯାଏ ।)
●→ମାଲପା–ତେଲ
●→ମାହାର୍ଜେ-ମହାରାଜାଙ୍କୁ ପ୍ରଶସ୍ତି ସୂଚକ ସମ୍ଭୋଧନ
●→ମୁଣ୍ଡି–ମୁଖିଆ(ଉ.ଓ=ଥୋଡ଼/(ସା)-ଦନ୍ତା ସ୍ଥାନୀୟ ଲୋକ)
●→ମୁରାଟ–କୁଟିଳ ଭ୍ରୁଭଙ୍ଗୀ (ଆଖି ତରାଟିବା), ବୀରତ୍ଵ ଵ୍ୟଞ୍ଜକ ଭଙ୍ଗୀ, ଉଦ୍ଧତ ଭଙ୍ଗୀ
●→ମୁରୁକୁଟିଆ/ମୁରୁଗୁଡି଼ଆ–ରୋଗିଣା, ଶୁଖିଲା, ପତଳା
●→ମେଘୁଆ–ଆତ
●→ମେଢା଼/ମେଢି଼ଆ–ଋଗ୍ଣ, ଶୀର୍ଣ୍ଣ
■ଯ■
●→ଯନ୍ତର—ଆକର୍ଷଣୀୟା ଯୁଵତୀ
●→ଜକା/ଯକ୍ଷ—-କୃପଣ
●→ଯୋଡି଼ବା—ଆୟୋଜନ କରିବା
■ର■
●→ରଙ୍ଗତା ରଙ୍ଗତା—ଉଗ୍ର, ଉତ୍ତେଜିତ
●→ରସାଣ—ଏକ ପ୍ରକାରର ସୁଖାଦ୍ୟ(ଚୁଡା଼ ଘସା ଜାତୀୟ)
●→ରହଣି—ଯେଉଁ ଭୋଗ ବହୁତ ଦିନ ଯାଏନି ରହିପାରେ ନଷ୍ଟ ହୁଏନାହିଁ
●→ରାଉରାଉ—ବକର ବକର ହେବା
●→ରାଗପାଣି—ଭାଙ୍ଗପାଣି
●→ରାଗୋଲାପି—ଗୋରାପିଲା (ଠାର ଶବ୍ଦ)
●→ରଙ୍କାଳ–ଦରିଦ୍ର
●→ରଙ୍କାଳିଆ—ଲୋଭୀ (ଦ.ଓଡ଼ିଆ)
●→ରାଜ ଅଙ୍ଗିଲା—ରାଜାଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତ୍ଵରେ ଚାଲୁଥିବା ଯାଗାଘର
●→ରାଢ଼–ରୁକ୍ଷ, ନିର୍ଦ୍ଦୟ
●→ରାଵଣେଶ୍ଵର ଥାଟ—ଅଧିକ କୁଟୁମ୍ବ, ବଡ଼ କୁଟୁମ୍ଵ, ପ୍ରତିପତ୍ତି ଓ ଅଧିକ ଲୋକଵଳ ଥିବା ଲୋକ
●→ରାଵେଣା–ଭୟଙ୍କର ବପୁଵାନ୍ ନିଶୁଆ ଲୋକ
●→ରାହାବାଳୀ–କଳହପ୍ରିୟା ସ୍ତ୍ରୀ
■ଲ■
●→ଲଟାଙ୍ଗ ପଟାଙ୍ଗ/ଲଡା଼ଙ୍ଗ ପଡା଼ଙ୍ଗ ହେବା-ଅସ୍ତବ୍ୟସ୍ତ, ଏପଟ ସେପଟ ହେବା, ଲଟପଟ ହେବା
●→ଲସ–ବପୁଵନ୍ତ
●→ଲେଙ୍ଗିଡୀ଼ ମେଣ୍ଢୀ–ତୁଚ୍ଛ, ହୀନ ଵ୍ୟକ୍ତି
●→ଲୋଚା–ଭୀରୁ
■ଶ■
●→ଶିଙ୍ଗିବୁଡା଼—ତଣ୍ଟିଆ ଦେଇ ପାଣିରେ ବୁଡେ଼ଇବା
●→ଶୁକୁରୁ–କଣା (ଶୁକୁରୁ=ଶୁକ୍ରାଚାର୍ଯ୍ୟ; ଏହାଙ୍କ ଏକ ଆଖି କଣା ଥିଲା ବୋଲି)
●→ଶୁଣ୍ଠା-ନିରସ, ଶୁଷ୍କ ଵ୍ୟକ୍ତି (ମଧ୍ୟ ଓଡ଼ିଶାରେ କୃପଣଙ୍କୁ ମଧ୍ଯ ଶୁଣ୍ଠା କୁହାଯାଏ)
●→ଶୋଧିବା–ଗାଳୀ ଦେବା (ଅନ୍ୟ ଦେଶଜ ରୂପ–ଶୋଦିବା/ଶୁଦିବା)
■ସ■
●→ସଙ୍ଖି–ବେକ (ଦ.ଓଡ଼ିଶାରେ ଵି ଚଳେ)
●→ସଟରା–ପୁରୀଯାତରେ କାଠିପିଟି ଗୀତ ବୋଲୁଥିବା ଶିଖ ସନ୍ୟାସୀ
●→ସତ୍ୟାନାଶ–ଭାଙ୍ଗ
●→ସତ୍ୟାନାଶ ବେଳା–ମଧ୍ଯାହ୍ନ-ଭଙ୍ଗଖିଆ ବେଳ
●→ସତ୍ୟାନାଶୀ/ସତ୍ୟନାଶିଆ–ଭାଙ୍ଗ ନିଶାସକ୍ତ ଲୋକ
●→ସନ୍ତେଇ—ଗଞ୍ଜାପା, ତାସ ଆଦି ଖେଳର ଚାରିଜଣ ଖେଳାଳିଙ୍କ ମଧ୍ୟରେ ଦୁଇ ଜଣ ଏକ ଦଳୀୟ ଖେରସଙ୍ଗ(partners)
●→ସରସା—ଉତ୍କୃଷ୍ଟ, ସ୍ଵାଦିଷ୍ଟ, ଲୋଭନୀୟ
●→ସସ୍କାଳିଆ-ସଅଳ
●→ସାଇବ ଘୁଅ—ସାବୁନ
●→ସାଙ୍ଗି—ଅତି ସ୍ନେହାଦରରେ ବନ୍ଧୁ ପ୍ରତି ସମ୍ଵୋଧନ
●→ସାରେଣୀ–ଟିଣର ଚକତି
●→ସାରେଣିମାରେ ଉଡି଼ଯିବା–କ୍ଷିପ୍ର ଗତିରେ ଚାଲିଯିବା
●→ସିକା–ଵକ୍ଷଵନ୍ଧନୀ
●→ସିଲୁହ–ନମସ୍କାର, ଉପକାର
●→ସୁକୁଟ କରିବା–ଦୁଇ ଲୋକ ଵା ଦଳ ଅଥଵା ମଧ୍ୟରେ ହେଉଥିବା ଝଗଡା଼ ଉପଭୋଗ କରିବା
●→ସୁଜିତାରି—ପୋଖରୀପାଣି ପାଇଁ ଉପଯୁକ୍ତ ସ୍ଥାନ
●→ସୁରେଇବା-ପାଣି ଶେଷ ହୋଇ ହୋଇ ଛୋଟ ଧାରାକାର ହେଲେ ତାକୁ ସୁରେଇବା କୁହାଯାଏ
●→ସେକିବା—ହାତରେ ପିଟିବା
●→ସୋଜା/ସୁଜା(ଢେ)–ସହଜ –ବଙ୍ଗଳାରେ ମଧ୍ଯ ଏ ଶବ୍ଦ ଚଳେ, ସହଜ ଶବ୍ଦର ମଧ୍ୟ ଭାଗରୁ ହ ଲୋପପାଇ ଶବ୍ଦର ପ୍ରଥମ ଅକ୍ଷର ଓ କାରନ୍ତ ଉଚ୍ଚାରଣ ପୂର୍ଵକ ଏ ଶବ୍ଦର ସୃଷ୍ଟି ହୋଇଥିବା କେତେକ ଭାଷାଵିଦ ମତଦିଅନ୍ତି
●→ହତିଆର–ପୁରୁଷ ଯୌନାଙ୍ଗ
●→ହଦେଇବା—ପଛେଇବା
●→ହନେଇବା—ଅନାଇବା (ଢେ-ଅନେଇବା)
●→ହରିପ–ହରେକ ରକମ କଥା କୁହାଳିଆ
●→ହାଉସ–ଉତ୍ସାହ, ଆରାମ
●→ହାଣମୁହଁ–ଵିପଦ ଆଶଙ୍କା ଯିବା ସ୍ଥାନ
●→ହାମ୍ପାନୀ ଉଠିବା-ଦୀର୍ଘଶ୍ଵାସ ହେବା
●→ହାଲୁକ/ହାଲକ ଶୁଖିବା–ଭୟଭୀତ ହେବା
●→ହିଡି଼ହଗା–ମଫସଲି ଲୋକ
●→ହୁଆହୁରୁଡି଼–ହଇଚଇ