ଲେଖା: ଦେଵ ତ୍ରିପାଠୀ
ଭାରତବର୍ଷରେ ଉତ୍କଳ ଏହାର ପ୍ରାଚୀନ ଶିଳ୍ପକଳା ଓ ଶିଳ୍ପଚାତୁର୍ଯ୍ୟ ପାଇଁ ପ୍ରସିଦ୍ଧ । ଉତ୍କଳୀୟ କଳା ସଂସ୍କୃତିକୁ ବେଲଗୁଣ୍ଠାର ପିତଳମାଛ ଓ କାଠମାଛର ଦାନ ଅତୁଳନୀୟ। ଏହାର ସୂକ୍ଷ୍ମକଳା, କାରୁକାର୍ଯ୍ୟ ଉତ୍କଳର ନାମକୁ ସାର୍ଥକ କରିଛି । ସ୍କୁଲ ପାଠ୍ୟପୁସ୍ତକ, ସାମାଜିକ ବିଜ୍ଞାନ, ସାଧାରଣଜ୍ଞାନରେ ଲିଖିତ କଟକର ତାରକସି, ଭୁବନର କଂସାବାସନ, ପିପିଲିର ଚାନ୍ଦୁଆ, ପାରଳାଖେମୁଣ୍ଡିର ଶିଙ୍ଗକାମ ପରି ବେଲଗୁଣ୍ଠାର ପିତଳମାଛ ପ୍ରସିଦ୍ଧ । କିନ୍ତୁ ପିତଳ ଓ କାଠର କାରୁକାର୍ଯ୍ୟକୁ ନେଇ ବଞ୍ଚିଥିବା ଶିଳ୍ପୀମାନଙ୍କ ଭାଗ୍ୟ ଆଜି ପଥର ତଳେ । ସେହି ଅନନ୍ୟ ଶିଳ୍ପଚାତୁରୀର ଗୁମର, କାହାଣୀ, କଳା ସଂସ୍କୃତି, ଜୀବନ ଓ ଜୀବିକା ଉପରେ ନଜରପକାଇବାକୁ ହେଲେ ଆମ ଦୃଷ୍ଟିକୁ ଆସେ ରାଜାରାଜୁଡ଼ା ଅମଳର ବେଲଗୁଣ୍ଠାର କଂସାରି ସାହି ନାମକ ସାହି, ଯାହା ଅତୀତ ଶିଳ୍ପର ସ୍ମୃତିସ୍ୱରୂପ ଏବେ ବି ବିଦ୍ୟମାନ ।
କବିସମ୍ରାଟଙ୍କ ରାଜ୍ୟ ଭଞ୍ଜନଗର ଠାରୁ ଅଳ୍ପ ଦୂରର ଗାଁ ବେଲଗୁଣ୍ଠାରେ ଭଞ୍ଜବଂଶୀ ରାଜାମାନଙ୍କ ପ୍ରୋତ୍ସାହନରେ ଗଢ଼ିଉଠିଥିବା ଏହି ପିତଳମାଛ ତିଆରିର ଶିଳ୍ପକଳା ଓ କଳାନୈପୁଣ୍ୟ ଅତି ପ୍ରାଚୀନ । ତେବେ ପିତଳମାଛର ଅବିକଳ ନକଲରେ ଅଶୀଦଶକ ଶେଷଭାଗରେ କିଛି ଶିଳ୍ପୀଙ୍କ ଉଦ୍ୟମରେ ଚଳପ୍ରଚଳକ୍ଷମ କାଠମାଛ ତିଆରି କରି ଏଇ କୁଟୀର କାରୁକାର୍ଯ୍ୟରେ ନୂତନ ଅଧ୍ୟାୟ ଯୋଡ଼ି ହୋଇଥିଲା । ସେଇ କୁଶଳୀ ହାତଗୁଡିକର ସ୍ପର୍ଶ କାଠ ଓ ଗୁଆରେ ତିଆରି ପ୍ରତିଟି ମୂର୍ତ୍ତିକୁ କରି ତୋଳିଲା ଜୀବନ୍ତ ।
କାଠ ଓ ଲାଖର ସାହାଯ୍ୟରେ ଏପରି ଜୀବନ୍ତ ମାଛଟିଏ ଯେ ତିଆରି ହୁଏ, ଆଖିରେ ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର । ଗୁଆକାମ ଓ କାଠକାମରେ ଶିଳ୍ପୀମାନଙ୍କ ମନ ସିନା ପୁରେ, ପେଟ କିନ୍ତୁ ପୁରେନା । ଏଇ ପିତଳ, କାଠ ଓ ଗୁଆର ଶିଳ୍ପକଳା ସବୁ କିଛି ଲୋପ ପାଇବାର ଆଶଙ୍କାରେ ସନ୍ତ୍ରସ୍ତ ଶିଳ୍ପୀକୁଳ । ସମସ୍ତଙ୍କ ଆଗରେ ଗୋଟିଏ ପ୍ରଶ୍ନ, କିପରି ବଞ୍ଚାଇ ହେବ ଏହି ଭାରତ ବିଖ୍ୟାତ ଲୁପ୍ତପ୍ରାୟ ବିରଳ ଶିଳ୍ପକଳାକୁ ?
ବହୁ ବର୍ଷର ଉତ୍କର୍ଷ ଶିଳ୍ପ ନୈପୁଣ୍ୟ ଓ ଈଶ୍ୱରଦତ୍ତ କଳାକାରିଗରୀ କ୍ରମେ ନିଶ୍ଚିହ୍ନ ହେବା ନିଶ୍ଚୟ । ବହୁ ସ୍ୱପ୍ନ ଓ ସଂଘର୍ଷର ଜୀବନ ଜୀଉଁଥିବା ଏଇ ଶିଳ୍ପୀକୁଳ ଆର୍ଥିକ ଦୁର୍ଗତିର ଆବର୍ତ୍ତରେ କେତେକାଳ ଅବା ତିଷ୍ଠି ପାରିବେ ?
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago