ଲେଖା: ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ

~ ପତିତଜନଙ୍କ ପତିତପାବନ ~
ପତିତ ଜନଙ୍କ ଉଦ୍ଧାର ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟର କାନ୍ଥରେ ଜାତିହରା ଗଜପତି ଦ୍ବିତୀୟ ରାମଚନ୍ଦ୍ରଙ୍କ ଦ୍ଵାରା ୧୭୩୬ ମସିହାରେ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା, କାରଣ ସ୍ଵୟଂ ଗଜପତି ଜାତି ହରାଇ ହାଫିଜ୍ କାଦର ଘେଷିତ ହେଲେ, ଗଜପତିଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ହୋଇଥିଲା। ଓଡ଼ିଶା ଗଜପତି ମହାରାଜା ଦ୍ବିତୀୟ ରାମଚନ୍ଦ୍ର ଦେବ ୧୭୨୭-୧୭୩୭, ତତ୍କାଳୀନ କଟକ ନାଏବ ନିଜାମ୍ ମୁର୍ଷିଦ୍ କୁଲ୍ଲିଖାନ୍’ର କନ୍ୟା ରେଜିଆ ଓରଫ୍ ସୁରୀୟାଙ୍କୁ ପ୍ରେମ କରି ବିବାହ କଲେ, ଏହାପରେ ଯବନୀ ରାଣୀଙ୍କ ନାମହେଲା ସୂର୍ଯ୍ୟମଣି ମହାଦେବୀମାଦଳାପାଞ୍ଜି କହେ, ଏ ରାଜା ନବାବଙ୍କ ଝିଅଙ୍କୁ ହରିଲେ, ଜାତିଭ୍ରଷ୍ଟ ହେଲେ, ପଠାଣଙ୍କ ସଙ୍ଗେ ଆତଜାତ ହେଲେ।
ଗଜପତିଙ୍କୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ହେଲା ! ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜଗୁରୁ, ମୁକ୍ତିମଣ୍ଡପ ପରାମର୍ଶରେ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା ହେଲା; ଅରୁଣଙ୍କ ନିକଟରେ ରହି ଗଜପତି ପତିତପାବନ ଦର୍ଶନ କଲେ। ଘଟଣାକ୍ରମେ ଗଜପତି ରାମଚନ୍ଦ୍ର ଦେବ ଯବନୀ ରାଣୀ ସୂର୍ଯ୍ୟମଣି ଶ୍ରୀନଅର ଛାଡ଼ି ୧୭୩୬, ବୈଶାଖ ମାସ ରାତିରେ ପଳାୟନ କରି ନରସିଂହପୁର ରାଜାଙ୍କ ଅତିଥି ହୋଇ, ଲକ୍ଷପଡା ଗଡ଼ରେ ନିବାସ କଲେ। ଆତ୍ମଗୋପନ ତୁଲ୍ୟ ଲକ୍ଷପଡା ଗଡ଼ରେ ୧ ବର୍ଷ ୧୦ମାସ ରହିବା ପରେ ୧୭୩୭ ଡିସେମ୍ବର ଶେଷ ସପ୍ତାହରେ ଗଜପତି ଏବଂ ଯବନୀରାଣୀ ବିଷପାନ କରି ଆତ୍ମହତ୍ୟା କଲେ, ଗୋଟିଏ ଜୁଇରେ ମହାନଦୀ କୂଳରେ ଉଭୟଙ୍କ ଦା‌ହହେଲା ଆଜି ବି ସେହି ସ୍ଥାନକୁ ମହାଶ୍ମଶାନ କୁହାଯାଏ।
ସେଦିନ ସମ୍ବଲପୁର ରାଜା ଅଜିତ ସିଂହ ଜଗନ୍ନାଥଙ୍କ ଦର୍ଶନ ପାଇଁ ମହାନଦୀରେ ନଉକା ଯୋଗେ ଶ୍ରୀକ୍ଷେତ୍ର ଯାଉଥିଲେ, ଏହି ଘଟଣାରେ ସେଠି ପହଞ୍ଚି ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ। ଗଜପତି ରାମଚନ୍ଦ୍ର ଦେବ ଥିଲେ ମହାନ ଦେଶଭକ୍ତ, ଜଗନ୍ନାଥଙ୍କ ସୁରକ୍ଷା ପାଇଁ ମୁସଲମାନ ଶକ୍ତି ସହ ଅନେକ ଲଢେଇ କରିଥିଲେ, ଗଜପତିଙ୍କ ଦୂରଦୃଷ୍ଟି ଥିଲା ଯବନୀକୁ ବିବାହ କଲେ, ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ ହେବନି, ତାହା ସତ ହୋଇଥିଲା, ୧୭୩୬ ପରେ ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ ହୋଇନଥିଲା, ପ୍ରେମ ପାଇଁ କିମ୍ବା ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଘଟଣାକ୍ରମେ ଥରେ ଓଡ଼ିଶାର ଜଣେ ଗଜପତି ଆତ୍ମହତ୍ୟା କରିଥିଲେ।
ତଥ୍ୟ: ଡ. ଅନନ୍ତରାମ କର କୈାଣ୍ଡିନ୍ୟ, ଉତ୍କଳ ଇତିହାସର ଅଜ୍ଞାତ ଅଧ୍ୟାୟ, ଶ୍ରୀ ଚକ୍ରଧର ମହାପାତ୍ର, ୧୯୬୯
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

1 year ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago