ଲେଖା: ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ

~ ପତିତଜନଙ୍କ ପତିତପାବନ ~
ପତିତ ଜନଙ୍କ ଉଦ୍ଧାର ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟର କାନ୍ଥରେ ଜାତିହରା ଗଜପତି ଦ୍ବିତୀୟ ରାମଚନ୍ଦ୍ରଙ୍କ ଦ୍ଵାରା ୧୭୩୬ ମସିହାରେ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା, କାରଣ ସ୍ଵୟଂ ଗଜପତି ଜାତି ହରାଇ ହାଫିଜ୍ କାଦର ଘେଷିତ ହେଲେ, ଗଜପତିଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ହୋଇଥିଲା। ଓଡ଼ିଶା ଗଜପତି ମହାରାଜା ଦ୍ବିତୀୟ ରାମଚନ୍ଦ୍ର ଦେବ ୧୭୨୭-୧୭୩୭, ତତ୍କାଳୀନ କଟକ ନାଏବ ନିଜାମ୍ ମୁର୍ଷିଦ୍ କୁଲ୍ଲିଖାନ୍’ର କନ୍ୟା ରେଜିଆ ଓରଫ୍ ସୁରୀୟାଙ୍କୁ ପ୍ରେମ କରି ବିବାହ କଲେ, ଏହାପରେ ଯବନୀ ରାଣୀଙ୍କ ନାମହେଲା ସୂର୍ଯ୍ୟମଣି ମହାଦେବୀମାଦଳାପାଞ୍ଜି କହେ, ଏ ରାଜା ନବାବଙ୍କ ଝିଅଙ୍କୁ ହରିଲେ, ଜାତିଭ୍ରଷ୍ଟ ହେଲେ, ପଠାଣଙ୍କ ସଙ୍ଗେ ଆତଜାତ ହେଲେ।
ଗଜପତିଙ୍କୁ ଶ୍ରୀମନ୍ଦିର ପ୍ରବେଶ ନିଷେଧ ହେଲା ! ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜଗୁରୁ, ମୁକ୍ତିମଣ୍ଡପ ପରାମର୍ଶରେ ପତିତପାବନ ମୂର୍ତ୍ତି ପ୍ରତିଷ୍ଠା ହେଲା; ଅରୁଣଙ୍କ ନିକଟରେ ରହି ଗଜପତି ପତିତପାବନ ଦର୍ଶନ କଲେ। ଘଟଣାକ୍ରମେ ଗଜପତି ରାମଚନ୍ଦ୍ର ଦେବ ଯବନୀ ରାଣୀ ସୂର୍ଯ୍ୟମଣି ଶ୍ରୀନଅର ଛାଡ଼ି ୧୭୩୬, ବୈଶାଖ ମାସ ରାତିରେ ପଳାୟନ କରି ନରସିଂହପୁର ରାଜାଙ୍କ ଅତିଥି ହୋଇ, ଲକ୍ଷପଡା ଗଡ଼ରେ ନିବାସ କଲେ। ଆତ୍ମଗୋପନ ତୁଲ୍ୟ ଲକ୍ଷପଡା ଗଡ଼ରେ ୧ ବର୍ଷ ୧୦ମାସ ରହିବା ପରେ ୧୭୩୭ ଡିସେମ୍ବର ଶେଷ ସପ୍ତାହରେ ଗଜପତି ଏବଂ ଯବନୀରାଣୀ ବିଷପାନ କରି ଆତ୍ମହତ୍ୟା କଲେ, ଗୋଟିଏ ଜୁଇରେ ମହାନଦୀ କୂଳରେ ଉଭୟଙ୍କ ଦା‌ହହେଲା ଆଜି ବି ସେହି ସ୍ଥାନକୁ ମହାଶ୍ମଶାନ କୁହାଯାଏ।
ସେଦିନ ସମ୍ବଲପୁର ରାଜା ଅଜିତ ସିଂହ ଜଗନ୍ନାଥଙ୍କ ଦର୍ଶନ ପାଇଁ ମହାନଦୀରେ ନଉକା ଯୋଗେ ଶ୍ରୀକ୍ଷେତ୍ର ଯାଉଥିଲେ, ଏହି ଘଟଣାରେ ସେଠି ପହଞ୍ଚି ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ। ଗଜପତି ରାମଚନ୍ଦ୍ର ଦେବ ଥିଲେ ମହାନ ଦେଶଭକ୍ତ, ଜଗନ୍ନାଥଙ୍କ ସୁରକ୍ଷା ପାଇଁ ମୁସଲମାନ ଶକ୍ତି ସହ ଅନେକ ଲଢେଇ କରିଥିଲେ, ଗଜପତିଙ୍କ ଦୂରଦୃଷ୍ଟି ଥିଲା ଯବନୀକୁ ବିବାହ କଲେ, ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ ହେବନି, ତାହା ସତ ହୋଇଥିଲା, ୧୭୩୬ ପରେ ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ ହୋଇନଥିଲା, ପ୍ରେମ ପାଇଁ କିମ୍ବା ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଘଟଣାକ୍ରମେ ଥରେ ଓଡ଼ିଶାର ଜଣେ ଗଜପତି ଆତ୍ମହତ୍ୟା କରିଥିଲେ।
ତଥ୍ୟ: ଡ. ଅନନ୍ତରାମ କର କୈାଣ୍ଡିନ୍ୟ, ଉତ୍କଳ ଇତିହାସର ଅଜ୍ଞାତ ଅଧ୍ୟାୟ, ଶ୍ରୀ ଚକ୍ରଧର ମହାପାତ୍ର, ୧୯୬୯
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago