Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ପତିତପାବନ

  • adminadmin
  • September 14, 2020
  • ଶ୍ରୀଜଗନ୍ନାଥ

ଲେଖା: ଦେବ ତ୍ରିପାଠୀ

ନୀଳକନ୍ଦର ବାସୀ ଜଗତର ନାଥଙ୍କୁ ଦର୍ଶନ କରିବା ଅଭିଳାଷରେ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଅସୁମାରୀ ଭକ୍ତ, ଦୁନିଆର କୋଣ ଅନୁକୋଣରୁ । ମାତ୍ର ବଡ଼ଦେଉଳର ଗର୍ଭଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ସୌଭାଗ୍ୟ ସମସ୍ତଙ୍କୁ ମିଳେନା ।

ଯେଉଁ ଭାବାବେଗୀ ଭକ୍ତମାନେ ନିୟମତଃ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରନ୍ତି ନାହିଁ, ସେମାନେ ଅରୁଣସ୍ତମ୍ଭ ନିକଟରେ ଥାଇ ସିଂହଦ୍ଵାର ଗୁମୁଟ ଭିତରେ ଦକ୍ଷିଣ ପାର୍ଶ୍ଵରେ ପତିତପାବନ ଭାବରେ ବିଦ୍ୟମାନ ଥିବା ଜଗନ୍ନାଥ ପ୍ରତିମାଙ୍କୁ ଦର୍ଶନ କରିଥାନ୍ତି । ପତିତମାନଙ୍କୁ ଭବସାଗରରୁ ଉଦ୍ଧାର କରୁଥିବାରୁ ଜଗନ୍ନାଥଙ୍କ ଅନ୍ୟ ନାମ ପତିତପାବନ ।


କଥିତ ଅଛି, ଭୋଇବଂଶ ରାଜା ରାମଚନ୍ଦ୍ର ଦେବ (ଖ୍ରୀ:୧୭୩୨-୧୭୪୩) ଯେତବେଳେ ରାଜତ୍ଵରେ ଥିଲେ ଏବଂ ଯୁଦ୍ଧରେ ମୁସଲମାନଙ୍କ ଠାରୁ ପରାସ୍ତ ହେଲେ। ମୁସଲମାନ ସେନାପତି ମୁର୍ଶିଦକୁଲୀ ଖାଁଙ୍କ ଏକ ଝିଅକୁ ବାଧ୍ୟରେ ବିବାହ କରିବାକୁ ପଡିଥିଲା। ରାଜା ଏଥିରେ ମ୍ଳେଛ ଏବଂ ପତିତ ଓ ତାଙ୍କ ଜାତିଭ୍ରଷ୍ଟ ହେଲା ସେ ମନ୍ଦିରକୁ ପ୍ରବେଶ କରିପାରିଲେ ନାହିଁ। ରାଜା କିପରି ଦର୍ଶନରୁ ବଞ୍ଚିତ ନହେବେ ଏହି ସକାଶେ ପତିପାବନଙ୍କୁ ସିଂହଦ୍ଵାର ଗୁମୁଟରେ ସ୍ଥାପିତ କରାଗଲା।ପରମ୍ପରା ଅନୁଯାୟୀ ଶ୍ରୀପତିତପାବନଙ୍କର ଅଣସର ବିଧି, ଦୁଆରଫିଟା, ମଙ୍ଗଳଆଳତି, ବିଭିନ୍ନ ବେଶ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ । ପତିତପାବନଙ୍କୁ ଦର୍ଶନ କରି ଭକ୍ତ ଭାବାବେଗରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନର ପୁଣ୍ୟ ଅର୍ଜନ କରିଥାଏ । ସେଥିପାଇଁ କୁହାଯାଇଛି:“ପତିତାନାଂ ପତିତୋଽହଂ ତ୍ୱମେବ ପାପହାରକଃ
ପାବନ ପୁରୁଷଃ ଦେହି ନିଶ୍ଚଳାଂ ଭକ୍ତି ମେ ବିଭୋ II” 

~ ଫତେ ହନୁମାନ ~
ସିଂହଦ୍ଵାର ଗୁମୁଟର ପ୍ରବେଶ ପଥ ବାମ ପାର୍ଶ୍ୱରେ ରାଧାକୃଷ୍ଣ, ଗଣେଶ, ଦୁର୍ଗାଙ୍କ ସହିତ ଫତେ ହନୁମାନଙ୍କ ଚିତ୍ର ପ୍ରତିମା ବିଦ୍ୟମାନ । ପରମ ଭକ୍ତ ଫତେ ହନୁମାନ ଗୁମୁଟ କାନ୍ଥରେ ଏକ ଠଣା ସଦୃଶ କ୍ଷୁଦ୍ର ମନ୍ଦିରରେ ବିରାଜିତ । ପୂର୍ବ ଦିଗରୁ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ବରେ ଅଛନ୍ତି ହନୁମାନ । ପୂର୍ବଦ୍ଵାରର ରକ୍ଷକ ଏବଂ ପଞ୍ଚ ରାମାନନ୍ଦୀଙ୍କ ଆରାଧ୍ୟ ହେଉଛନ୍ତି ହନୁମାନ ।

Spread the love
Previous Post ସିଂହଦ୍ଵାର
Next Post ବାଇଶି ପାହାଚ

Related Posts

ପତିତପାବନ

  • September 21, 2022

ଅର୍ଚ୍ଚା

  • November 16, 2020

ବାଇଶି ପାହାଚ

  • September 14, 2020

Leave a ReplyCancel Reply

Your email address will not be published. Required fields are marked *

Popular Posts

About Us

  • About Organization
  • Our Pillars​
  • Driven By Purpose​

Copyright © 2025 | Crafted with ❤️ by Djonic Technologies

Disclaimer