ଲେଖା: ଅମ୍ବିକା ପଟ୍ଟନାୟକ
ଅବିସ୍ମରଣୀୟ ବ୍ୟକ୍ତିତ୍ୱ : ପଣ୍ଡିତ ଗୋପୀନାଥ ନନ୍ଦଶର୍ମା !
“ନାମରେ ପ୍ରୟାସ ନାହିଁ, ଅର୍ଥରେ ପିପାସା ନାହିଁ, ନିନ୍ଦାସ୍ତୁତି ପ୍ରତି ଭୃକ୍ଷେପ ନାହିଁ l ଅନନ୍ୟ ଚିତ୍ତରେ କେବଳ ସାହିତ୍ୟ ନିମନ୍ତେ ସାହିତ୍ୟର ଅନୁଶୀଳନ ନନ୍ଦ ମହାଶୟଙ୍କ ବ୍ରତ l
ଏହି କବି ମୂଳଗ୍ରନ୍ଥର ଅନୁବାଦ କରିନାହାନ୍ତି କିମ୍ବା ଅବିକଳାନୁକରଣରେ ମଧ୍ୟ ଲେଖିନାହାନ୍ତି l ମୂଳଗ୍ରନ୍ଥର ପ୍ରଗାଢ଼ ଶୁଶ୍ରୁଷାରେ ଏକାନ୍ତ ଅନୁରକ୍ତ ଥାଇ ସମଗ୍ର ଭାରତର ସ୍ଥୂଳ ସ୍ଥୂଳ ବିଷୟ ଓ ଆମୂଳାନ୍ତ ଘଟଣାଂଶ ମାନ ମାତ୍ର ସ୍ୱୀୟ ଅବ୍ୟାହତ ସ୍ମୃତିକୋଷରେ ପ୍ରଦୀପ୍ତ ରଖି ଅସାମାନ୍ୟ କଳ୍ପନା ଶକ୍ତି ଓ ବିଷୟ ସମ୍ବିଧାନ ପ୍ରବୀଣତା ବଳରେ ବଳୀୟାନ ହୋଇ ଅଳ୍ପିକରଣ, ବିସ୍ତୃତିକରଣ, ଅନୁକ୍ତ, ପ୍ରକ୍ଷେପ ଓ ଉକ୍ତ ନିକ୍ଷେପାଦି କର୍ମରେ ଏହି ପ୍ରକାଣ୍ଡ ଗ୍ରନ୍ଥ ଲେଖିଯାଇ ଅଛନ୍ତି l”
ବିଶ୍ୱାସ କରିହେବ ? ମାତ୍ର ଷଷ୍ଠଶ୍ରେଣୀ ପଢିଥିବା ଜଣେ ବ୍ୟକ୍ତି ନିଜର ଗଭୀର ଅନୁସନ୍ଧିତ୍ସା, ଅଧ୍ୟବସାୟ, ଅସୀମ ଧୈର୍ଯ୍ୟ ଦ୍ଵାରା ପ୍ରତିକୂଳ ପାରିବାରିକ ପରିସ୍ଥିତିରେ ମଧ୍ୟ ଅଗାଧ ପାଣ୍ଡିତ୍ୟ ଅର୍ଜନ କରି ତିନୋଟି ଅନବଦ୍ୟ କୃତି ଓଡିଶା ଭାଷା ଓ ସଂସ୍କୃତିର ଉନ୍ନତି କଳ୍ପେ ସଂଯୋଜନା କରିଯାଇଛନ୍ତି !
୧. “ଶବ୍ଦତତ୍ତ୍ୱ ଅଭିଧାନ” ଓଡ଼ିଆ ଭାଷାର ପ୍ରଥମ ଅଭିଧାନ
୨. “ଓଡ଼ିଆ ଭାଷାତତ୍ତ୍ୱ” ସମ୍ଭବତଃ ଓଡ଼ିଆ ଭାଷାର ପ୍ରଥମ ଭାଷାତାତ୍ୱିକ ଅନୁଶୀଳନ l ପ୍ରତିବାଦକୁ ଭୃକ୍ଷେପ ନକରି ଏହି ପୁସ୍ତକରେ ଘୋଷଣା କରିଛନ୍ତି ଯେ ତଦଭବ ଓ ତତ୍ସମ ଶବ୍ଦ ରହିତ ବିଶୁଦ୍ଧ ଓଡ଼ିଆ ବର୍ଣ୍ଣମାଳାରେ ଋ, ୠ, ଲୁ, ଲୂ, ଶ ଓ ଷ ର ସ୍ଥାନ ନାହିଁ l କାରଣ ଓଡ଼ିଆ ଭାଷା ମୂଳତଃ ପ୍ରାକୃତ ଅନୁଗାମୀ l
୩. “ଶ୍ରୀଭାରତ ଦର୍ପଣ” ସାରଳା ମହାଭାରତର ପ୍ରଥମ ସାର୍ଥକ ମୂଲ୍ୟାୟନ l ବୈଜ୍ଞାନିକ ରୀତିରେ ଉପଲବ୍ଧ ବିଭିନ୍ନ ତାଳ ପତ୍ର ପୋଥି ଅନୁଶୀଳନ କରି ତାର ପରିସୁଦ୍ଧ ରୂପ ଆଣି ଛାପା “ମହାଭାରତ” ର ତ୍ରୁଟି ପ୍ରଦର୍ଶନ କରିଛନ୍ତି l ସଂସ୍କୃତ ମହାଭାରତ ଓ ସାରଳା ମହାଭାରତ ସାମ୍ୟ ଓ ବୈଷମ୍ୟ ସବୁ ଅତି ସୁନ୍ଦର ଆଲୋଚନା କରିଛନ୍ତି l
ତାଳପତ୍ର ପୋଥି ଓ ଛାପା ମହାଭାରତର ଭିନ୍ନତା ନିମ୍ନ ଉଦାହରଣ ଦ୍ଵାରା ବୁଝିହେବ l
ତାଳପତ୍ର: “କନ୍ୟା ମାସ ଶୁକ୍ଳ ପକ୍ଷ ପୌର୍ଣ୍ଣମୀର ଦିନ
ଲିଆ ନଟିକାଳ ଏକବେଳେ କରଇ ଭୋଜନ” l
ବହି: “କନ୍ୟା ମାସ ଶୁକ୍ଳ ପକ୍ଷ ପୌର୍ଣ୍ଣମୀର ଦିନ
ଲିଆ ଟିଏ ରାଜା ବସି କରଇ ଭୋଜନ” l
ପୁରା ଅର୍ଥ କିମିତି ବଦଳି ଯାଉଛି ତାହା ଦ୍ରଷ୍ଟବ୍ୟ l
ତେଲୁଗୁ ସହକର୍ମୀଙ୍କ ତାତ୍ସଲ୍ୟର ପ୍ରତିବାଦରେ ସଂସ୍କୃତ ନାଟକ “ଜାନକୀ ପରିଣୟ” ଓଡ଼ିଆ ଅନୁବାଦ କରି ପାରଳାଖେମୁଣ୍ଡି ରାଜ ରଙ୍ଗାଳୟରେ ପ୍ରଦର୍ଶିତ କରିଥିଲେ l ତେଲୁଗୁ ବନ୍ଧୁ ଲେଖିଥିଲେ “To put it briefly I am of the opinion that the Odia literature is enriched by your literary productions.” ପରେ ପରେ ସେ ଅନୁବାଦ ନାଟକ ଲେଖିଥିଲେ ଉଦ୍ଧବଦୂତ, ସୀତା ବନବାସ, ବିକ୍ରମୋର୍ବଶୀୟ, ରାମାଶ୍ୱମେଧ, ଦ୍ରୌପଦୀ ବସ୍ତ୍ରହରଣ ମେଘଦୂତ ପରି କାବ୍ୟ l
ନିଜ ରଚନା ସମୂହ ନିମିତ୍ତ ଅନେକ କଟୁ ସମାଲୋଚନା ସହ୍ୟ କରିଥିବାରୁ ବାଗ୍ମୀ ବିଶ୍ୱନାଥ କର ଲେଖିଥିଲେ ଯେ, “ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ଆଦୌ ସାରଳା ମହାଭାରତ ପଢ଼ିଛନ୍ତି କି, ପଢ଼ିବା ଦରକାର କଣ? ସାରଳାଙ୍କ ନା ନେଇ ଗଲେ ଯଥେଷ୍ଟ . . ଯାହା ହଉ ସେଥିରୁ ପଣେ କାହାଣେ ଲାଭ ନା ନନ୍ଦ ମହାଶୟଙ୍କର ନା ମୋର ?”
୧୮୬୯ ଅଗଷ୍ଟ ୨୧, ଶନିବାର ମଞ୍ଜୁଷାଠାରେ ଜନ୍ମ ଗ୍ରହଣ କରିଥିଲେ କୃତବିଦ୍ୟ ପଣ୍ଡିତ ଗୋପୀନାଥ ନନ୍ଦଶର୍ମା l ପିତା ପାରଳାଖେମୁଣ୍ଡି ରାଜଵୈଦ୍ୟ ରଘୁନାଥ ନନ୍ଦ ଓ ମାତା ଶ୍ରୀମତୀ ରମାଦେବୀଙ୍କ ଦ୍ଵିତୀୟ ସନ୍ତାନ l ପାରଳାଖେମୁଣ୍ଡି ତାଙ୍କ କର୍ମସ୍ଥାନ l
ଉତ୍ସ: ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ ସଂକଳିତ ପଣ୍ଡିତ ଗୋପୀନାଥ ନନ୍ଦ ଗ୍ରନ୍ଥାବଳୀ, ପ୍ରଥମ ଭାଗ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago