ଲେଖା: ଶିଶିର ସାହୁ ମନୋଜ ଓଡ଼ିଆରେ Marriage Engagement କୁ ନିର୍ଵନ୍ଧ କୁହନ୍ତି କିନ୍ତୁ ଏହି ଶବ୍ଦର କେବଳ ଗୋଟିଏ ନୁହେଁ ଅନେକ ଅର୍ଥ ଅଛି । ଚାଲନ୍ତୁ ନିର୍ଵନ୍ଧ ଶବ୍ଦର ସମସ୍ତ ଅର୍ଥ ଆଧାରରେ Marriage Engagement ଅର୍ଥକୁ ପ୍ରକୃଷ୍ଟ ଭାବେ ଏ ଶବ୍ଦ କେମିତି ପ୍ରକାଶ କରିଥାଏ ତାହା ଜାଣିଵା । ନିର୍ଵନ୍ଧ ଶବ୍ଦର ନିମ୍ନୋକ୍ତ ଅର୍ଥରେ ଵ୍ଯଵହାର ରହିଛି, ? ଆଗ୍ରହ, ବ୍ୟଗ୍ରତା ? ଅତିଶୟ ଅନୁରୋଧ ? ଅଭିନିବେଶ ? ଜିଦ ?ଖାମଖିଆଲ ? ବାଧ୍ୟ ? ଦାସତ୍ବ ? କାରାବନ୍ଧନ ? ନିଶ୍ଚୟ ? ଅଟକ ? ବନ୍ଧନ ହିନ୍ଦୀରେ रोका, सगाई, मंगनी ଭଳି ଶବ୍ଦ ଅଛି କିନ୍ତୁ ଆମ ପୂର୍ବପୁରୁଷ ମାନେ ନିର୍ବନ୍ଧ ଶବ୍ଦର ଏତାଦୃଶ ଲକ୍ଷଣ ଓ ଅର୍ଥ ଯୋଗୁଁ ଏଙ୍ଗେଜମେଣ୍ଟ୍ ଅର୍ଥରେ ନିର୍ବନ୍ଧ ଶବ୍ଦର ପ୍ରଚଳନ କରାଇଥିଲେ ! ଆମ ଗଞ୍ଜାମରେ ନିର୍ଵନ୍ଧକୁ ଗଣ୍ଠିବନ୍ଧା କୁହନ୍ତି ଏହାର ଅର୍ଥ ସ୍ପଷ୍ଟ ଯେ ଉଭୟଙ୍କର ଭାଗ୍ଯଡୋରୀରେ ଜୀଵନଡୋରୀରେ ଗଣ୍ଠିବନ୍ଧା ହୋଇଗଲା । ଆମ ଗଡ଼ଜାତର ରାଜପରିଵାର ମଧ୍ୟରେ ହେଉଥିଵା ଵିଵାହ ପ୍ରସଙ୍ଗରେ ରାଜାଙ୍କ ଘରେ କନ୍ୟା ପକ୍ଷର ମୁରବି ବର ଘରକୁ ଯାଇ କରିଵା ସ୍ବୀକାର ଵା ନିର୍ବନ୍ଧ ଵିଧିକୁ ଟିକାଲାଗି କୁହାଯାଉଥିଲା । ସେଇଭଳି ଇଂରାଜୀରେ Engagement ଶବ୍ଦଟି ଅନ୍ୟ ଏକ ଅର୍ଥରେ ମଧ୍ଯ ଵ୍ଯଵହୃତ ହୁଏ, “A fight or battle between armed forces” ମାନେ ଦୁଇଟି ସେନା, ଶକ୍ତି ମଧ୍ୟରେ ଯୁଦ୍ଧ ଲାଗିଵା ! ନିର୍ଵନ୍ଧ ହୋଇଗଲା ଅର୍ଥ ବୁଝିଵାକୁ ହେଵ ଯେ ଆପଣ ପାରିଵାରିକ ଯୁଦ୍ଧକ୍ଷେତ୍ରରେ ଜଣେ ଯୋଦ୍ଧା ହୋଇଯାଇଛନ୍ତି ଆଉ ଆପଣଙ୍କ ପ୍ରତିପକ୍ଷ ସର୍ଵଦା ଶକ୍ତିଶାଳୀ ହିଁ ଅଟନ୍ତି । © ଶିଶିର ସାହୁ ମନୋଜ | | |