ମହାମନିଷୀଗଣ

ନାଟ୍ୟକାର ମନୋରଞ୍ଜନ ଦାସ (Manoranjan Das)

ଲେଖା: ଦେଵ ତ୍ରିପାଠୀ
ପିଲାଟି ଦିନରୁ ସେ ଥିଲେ ନାଟ୍ୟମନସ୍କ । ସ୍କୁଲ ସମୟରୁ ହିଁ, ନିଜ ଅଭିନୟ ପ୍ରତିଭା ପାଇଁ ପ୍ରଶଂସିତ ହୋଇଆସିଥିଲେ ସେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ସେ ବିଶ୍ୱସ୍ତରୀୟ ନାଟ୍ୟଶାସ୍ତ୍ର ସହ ହୋଇପାରିଥିଲେ ପରିଚିତ । ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ଏବଂ ବନ୍ଧୁମାନଙ୍କୁ ନେଇ କଟକରେ ଗଢିଥିଲେ ସୃଜନୀ ଥିଏଟର । ଭାରତର ସ୍ୱାଧୀନତା ସଂଗ୍ରାମ, ତାଙ୍କ ନାଟ୍ୟ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ବେଳେ ମାତ୍ର ୨୪ ବର୍ଷର କଅଁଳ ବୟସରେ ତାଙ୍କ ରଚିତ ନାଟକ ‘ଅଗଷ୍ଟ ନଅ’ ଦେଶ ସ୍ୱାଧୀନତାର ଠିକ ତିନି ଦିନ ଆଗରୁ ହୋଇଥିଲା ପ୍ରଦର୍ଶିତ, ଆଉ ସାଉଁଟିଥିଲା ଅଜସ୍ର ସଫଳତା ଓ ଖ୍ୟାତି, ନାଟକଟି ବନିଯାଇଥିଲା ଓଡ଼ିଆ ନାଟ୍ୟଜଗତର ଅନ୍ୟତମ କାଳଜୟୀ ସୃଷ୍ଟି, ସେ ଯୁବକ ପ୍ରସିଦ୍ଧି ଲଭିଥିଲେ ନାଟ୍ୟକାର ମନୋରଞ୍ଜନ ଦାସ ଭାବରେ ।
ଆକାଶ ବାଣୀର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଆକାଶବାଣୀ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟକାଳରେ ସେ ଓଡ଼ିଆ ବେତାର ନାଟକକୁ ଦେଇଥିଲେ ନୂତନ ଦିଗଦର୍ଶନ ।
ଆଧୁନିକ ଓଡ଼ିଆ ନାଟକର ଭଗୀରଥ ଭାବେ ସେ ରଚିଥିଲେ ଜନ୍ମମାଟି, ଅଗଷ୍ଟ ନଅ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବକ୍ସି ଜଗବନ୍ଧୁ, ଆଗାମୀ, ଅବରୋଧ, ମହାସମୁଦ୍ର, ସାଗର ମନ୍ଥନ, ବନହଂସୀ, ଅରଣ୍ୟ ଫସଲ, କାଠଘୋଡ଼ା, ଅମୃତସ୍ୟ ପୁତ୍ର, ଉର୍ମୀ, ଶବ୍ଦଲିପି, ନନ୍ଦିକାକେଶରୀ ପରି ଅନେକ କ୍ଲାସିକ ଓଡ଼ିଆ ନାଟକ ଏବଂ ଆତ୍ମଜୀବନୀ, ‘ସ୍ମୃତି ସଂଳାପ’ । ଏସବୁ ମହାନ ନାଟକମାନ ଦେଶର ବିଭିନ୍ନ ଭାଷାରେ ଅନୁଦିତ ହୋଇ ବୃହତ୍ତର ପାଠକମାନଙ୍କ ନିକଟରେ ଲୋକପ୍ରିୟତା ହାସଲ କରିବା ସହ ଓଡ଼ିଆ ନାଟକକୁ ଆଣି ଦେଇଥିଲେ ସ୍ବତନ୍ତ୍ର ସମ୍ମାନ ।
ଏହି ମହାନ ସାହିତ୍ୟରଥୀଙ୍କୁ ଦେଶର ଗୁଣୀ ନାଟ୍ୟପ୍ରେମୀ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ପଦ୍ମଶ୍ରୀ, ଶାରଳା ପୁରସ୍କାର, ସଂସ୍କୃତି ବିଭାଗ ଫେଲୋସିପ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଇତ୍ୟାଦିରେ ସମ୍ମାନିତ କରି ହୋଇପାରିଛନ୍ତି ଗୌରବାନ୍ଵିତ ।
୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମିତ ଏହି ମହାନ ନାଟ୍ୟକାର ମନୋରଞ୍ଜନ ଦାସ ୨୦୧୩ ଫେବୃଆରୀ ୧୭ ତାରିଖରେ ମହାପ୍ରୟାଣ ଲଭିଥିଲେ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago