ମହାମନିଷୀଗଣ

ନାଟ୍ୟକାର ମନୋରଞ୍ଜନ ଦାସ (Manoranjan Das)

ଲେଖା: ଦେଵ ତ୍ରିପାଠୀ
ପିଲାଟି ଦିନରୁ ସେ ଥିଲେ ନାଟ୍ୟମନସ୍କ । ସ୍କୁଲ ସମୟରୁ ହିଁ, ନିଜ ଅଭିନୟ ପ୍ରତିଭା ପାଇଁ ପ୍ରଶଂସିତ ହୋଇଆସିଥିଲେ ସେ । ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ, ସେ ବିଶ୍ୱସ୍ତରୀୟ ନାଟ୍ୟଶାସ୍ତ୍ର ସହ ହୋଇପାରିଥିଲେ ପରିଚିତ । ଏହି ସମୟରେ ସେ, ନିଜ ଗୁରୁ ପି. ଏସ୍. ସୁନ୍ଦରମ୍ ଓ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ଏବଂ ବନ୍ଧୁମାନଙ୍କୁ ନେଇ କଟକରେ ଗଢିଥିଲେ ସୃଜନୀ ଥିଏଟର । ଭାରତର ସ୍ୱାଧୀନତା ସଂଗ୍ରାମ, ତାଙ୍କ ନାଟ୍ୟ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା ବେଳେ ମାତ୍ର ୨୪ ବର୍ଷର କଅଁଳ ବୟସରେ ତାଙ୍କ ରଚିତ ନାଟକ ‘ଅଗଷ୍ଟ ନଅ’ ଦେଶ ସ୍ୱାଧୀନତାର ଠିକ ତିନି ଦିନ ଆଗରୁ ହୋଇଥିଲା ପ୍ରଦର୍ଶିତ, ଆଉ ସାଉଁଟିଥିଲା ଅଜସ୍ର ସଫଳତା ଓ ଖ୍ୟାତି, ନାଟକଟି ବନିଯାଇଥିଲା ଓଡ଼ିଆ ନାଟ୍ୟଜଗତର ଅନ୍ୟତମ କାଳଜୟୀ ସୃଷ୍ଟି, ସେ ଯୁବକ ପ୍ରସିଦ୍ଧି ଲଭିଥିଲେ ନାଟ୍ୟକାର ମନୋରଞ୍ଜନ ଦାସ ଭାବରେ ।
ଆକାଶ ବାଣୀର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଆକାଶବାଣୀ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟକାଳରେ ସେ ଓଡ଼ିଆ ବେତାର ନାଟକକୁ ଦେଇଥିଲେ ନୂତନ ଦିଗଦର୍ଶନ ।
ଆଧୁନିକ ଓଡ଼ିଆ ନାଟକର ଭଗୀରଥ ଭାବେ ସେ ରଚିଥିଲେ ଜନ୍ମମାଟି, ଅଗଷ୍ଟ ନଅ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବକ୍ସି ଜଗବନ୍ଧୁ, ଆଗାମୀ, ଅବରୋଧ, ମହାସମୁଦ୍ର, ସାଗର ମନ୍ଥନ, ବନହଂସୀ, ଅରଣ୍ୟ ଫସଲ, କାଠଘୋଡ଼ା, ଅମୃତସ୍ୟ ପୁତ୍ର, ଉର୍ମୀ, ଶବ୍ଦଲିପି, ନନ୍ଦିକାକେଶରୀ ପରି ଅନେକ କ୍ଲାସିକ ଓଡ଼ିଆ ନାଟକ ଏବଂ ଆତ୍ମଜୀବନୀ, ‘ସ୍ମୃତି ସଂଳାପ’ । ଏସବୁ ମହାନ ନାଟକମାନ ଦେଶର ବିଭିନ୍ନ ଭାଷାରେ ଅନୁଦିତ ହୋଇ ବୃହତ୍ତର ପାଠକମାନଙ୍କ ନିକଟରେ ଲୋକପ୍ରିୟତା ହାସଲ କରିବା ସହ ଓଡ଼ିଆ ନାଟକକୁ ଆଣି ଦେଇଥିଲେ ସ୍ବତନ୍ତ୍ର ସମ୍ମାନ ।
ଏହି ମହାନ ସାହିତ୍ୟରଥୀଙ୍କୁ ଦେଶର ଗୁଣୀ ନାଟ୍ୟପ୍ରେମୀ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ପଦ୍ମଶ୍ରୀ, ଶାରଳା ପୁରସ୍କାର, ସଂସ୍କୃତି ବିଭାଗ ଫେଲୋସିପ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଇତ୍ୟାଦିରେ ସମ୍ମାନିତ କରି ହୋଇପାରିଛନ୍ତି ଗୌରବାନ୍ଵିତ ।
୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମିତ ଏହି ମହାନ ନାଟ୍ୟକାର ମନୋରଞ୍ଜନ ଦାସ ୨୦୧୩ ଫେବୃଆରୀ ୧୭ ତାରିଖରେ ମହାପ୍ରୟାଣ ଲଭିଥିଲେ ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago