ଲେଖା: ରବୀନ୍ଦ୍ର କୁମାର ରଣା

ଢ଼େଙ୍କାନାଳ ସହର ଠାରୁ ୨୫ କି.ମି. ଦୂର ବ୍ରାହ୍ମଣୀ ନଦୀ କୂଳରେ ନାଗନା ଗ୍ରାମରେ ଶ୍ରୀ ଶ୍ରୀ ନାଗନଥେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ।

କେଶରୀ ବଂଶୀୟ ରାଜାମାନଙ୍କ ଦ୍ଵାରା ନିର୍ମିତ ଏହି ପ୍ରାଚୀନ ନାଗନାଥେଶ୍ଵର ମନ୍ଦିର ଅତୀବ ସୁନ୍ଦର ପରିବେଶରେ ଅବସ୍ଥିତ । ବର୍ତ୍ତମାନର ମନ୍ଦିରଟି ଗଙ୍ଗବଂଶୀ ରାଜା ଅନଙ୍ଗଭୀମ ଦେବଙ୍କ ଦ୍ଵାରା ନିର୍ମିତ । ଏହା ଯାହାକି ପ୍ରାଚୀନ ମନ୍ଦିରର ଢାଞ୍ଚା ଉପରେ ନିର୍ମାଣ କରାଯାଇଛି ।

କେତେକ ଐତିହାସିକଙ୍କ ମତରେ ଏହି ମନ୍ଦିରଟି ଢେଙ୍କାନାଳର ସର୍ବପ୍ରାଚୀନ ଶୈବପୀଠ ଅଟେ। କପିଳାସ ପୀଠର ଶିଳାଲେଖରେ ମଧ୍ୟ ଏହି ନାଗନା ପୀଠ ବିଷୟରେ ବର୍ଣ୍ଣନା କରାଯାଇଛି। କେତେକ ଐତିହାସିକଙ୍କ ମତ ଯେ ଏହି ଅଞ୍ଚଳରେ ନାଗବଂଶୀୟ ରାଜାମାନଙ୍କ ଶାସନ ଥିଲା। ସେମାନେ ଏହି  ନାଗନାଥେଶ୍ୱର ମନ୍ଦିର ନିର୍ମାଣ କରିଥିଲେ।


ତେବେ କେତେକ ପଣ୍ଡିତଙ୍କ ମତ ଅନୁସାରେ ଏହା ଏକ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଅଟେ । ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଜ୍ୟୋତିର୍ଲିଙ୍ଗ ଦାରୁକବଣ ବା ନିମ୍ବବଣ ମଧ୍ୟରେ ଅବସ୍ଥିତ। ନାଗେନାସ୍ଥିତ ନାଗନଥେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏହି ବନ ଏବେ ମଧ୍ୟ ଦେଖାଯାଏ। ଏବେ ମନ୍ଦିରଠାରୁ କୋଶେ ଦୁଇ କୋଶ ଦୂରରେ ଗୋଟିଏ ଗଡ଼ର ଭଙ୍ଗାପାଚେରୀ, ଜଳି ଘରଦ୍ବାରର କାନ୍ଥ ଭାଙ୍ଗି ପଡି଼ଥିବାର ଦେଖାଯାଏ, ତାହାକୁ ଲୋକେ ନୂଆଗଡ ବୋଲି କୁହନ୍ତି, ଯାହା ବର୍ତ୍ତମାନ ମଧ୍ୟ ଅନାବିଷ୍କୃତ ଅବସ୍ଥାରେ ରହିଛି ।



ଉପର ଲିଖିତ ପଂକ୍ତିଟି ମନ୍ଦିରରେ ଏକ ବୋର୍ଡ଼ରେ ଲେଖା ଯାଇଅଛି। ଏହାର ସତ୍ୟତା ଉପରେ ନିଶ୍ଚିତ ଅଧିକ ଗବେଷଣା ଆବଶ୍ୟକ। କିନ୍ତୁ ମନ୍ଦିରଟି ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ । ବ୍ରାହ୍ମଣୀ ନଦୀବନ୍ଧର ତଳେ ଗୋଟିଏ ଛୋଟିଆ ପାହାଡ଼ ପାଖରେ ଏହା ଅବସ୍ଥିତ। ଚାରିପାଖ ଗଛ ଦ୍ଵାରା ଆଚ୍ଛାଦିତ ଥଣ୍ଡା ଜାଗା। ପାଖରେ ବିଶାଳ ବ୍ରାହ୍ମଣୀ ନଦୀର ସୌନ୍ଦର୍ଯ୍ୟ କିନ୍ତୁ ସ୍ଥାନୀୟ ଲୋକଙ୍କ ବ୍ୟତୀତ ବାହାର ପର୍ଯ୍ୟଟକ ଏଠାକୁ ପ୍ରାୟ ଆସୁନାହାନ୍ତି। ରେଖ ଶୈଳୀର ମୂଳ ମନ୍ଦିର ସହିତ ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ ଆଦି ରହିଛି। ମନ୍ଦିରର ଆକାର ଓ ପରିସର ମଧ୍ୟ ବଡ଼।

ଦୁର୍ଭାଗ୍ୟକୁ, ଢ଼େଙ୍କାନାଳ ବଜାରରୁ ଏହି ନାଗନାଥେଶ୍ଵର ମନ୍ଦିର ମାତ୍ର ୨୫ କି.ମି. ଦୂରରେ ଅବସ୍ଥିତ, କିନ୍ତୁ ସେଠାକୁ ଯିବାର ରାସ୍ତା ଏତେ ଭଲ ନୁହେଁ ! 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago