ଲେଖା: ସୁଶାନ୍ତ ସାହୁ

ଶୁଦ୍ରକବି ସାରଳା ଦାସ ମହାଭାରତର କଥାବସ୍ତୁକୁ ଉତ୍କଳୀୟତାରେ ଭରିଦେଇଛନ୍ତି। ସେ ଓଡି଼ଆ ମହାଭାରତରେ ଅନେକ ମୌଳିକ ଉପାଖ୍ୟାନ ସଂଯୋଜିତ କରିଛନ୍ତି ଯାହା ସଂସ୍କୃତ ମହାଭାରତ କିମ୍ବା ଅନ୍ୟ କୌଣସି ପୁରାଣ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ନବଗୁଞ୍ଜର ଉପାଖ୍ୟାନ ମଧ୍ୟ ଆଦିକବିଙ୍କର ସେହିପରି ଏକ ନୂତନ କଳ୍ପନା।

ଉପାଖ୍ୟାନ ଅନୁଯାୟୀ ଅଗ୍ନିଦେବଙ୍କ ଚକ୍ରାନ୍ତରେ ଦ୍ରୌପଦୀଙ୍କ କକ୍ଷ ପ୍ରବେଶ ସର୍ତ୍ତ ଭଗ୍ନ କରି ଅର୍ଜୁନ ୧୨ ବର୍ଷ ପାଇଁ ବନବାସକୁ ଚାଲିଗଲେ। ସେ ମଣିଭଦ୍ର ପର୍ବତରେ ଅବସ୍ଥାନ କରିବା ସମୟରେ ସଖା ଶ୍ରୀକୃଷ୍ଣ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ। ବନ୍ଧୁସୁଲଭ ଗୁଣ ତଥା ଅର୍ଜୁନଙ୍କ ଭକ୍ତିର ପରିକ୍ଷା କରିବା ପାଇଁ କେଶବ ଏକ ଅଦ୍ଭୁତ ପ୍ରାଣୀର ସ୍ବରୂପ ଧାରଣ କଲେ। ସେହି ଅଦ୍ଭୁତ ପ୍ରାଣୀର ମୁଖଟି ଥିଲା କୁକ୍କୁଟର, ଗ୍ରୀବା ମୟୁରର, ବୃଷଭର ଚୁଳ, ସିଂହ କଟି, ସର୍ପ ଲାଞ୍ଜ, ପଛ ଦୁଇଟି ଗୋଡ଼ ମଧ୍ୟରୁ ବାମ ଗୋଡ଼ଟି ବ୍ୟାଘ୍ରର ଏବଂ ଦକ୍ଷିଣ ଗୋଡ଼ଟି ଘୋଟକର। ଆଗ ଦୁଇଟି ଗୋଡ଼ ମଧ୍ୟରୁ ବାମଟି ଥିଲା ହସ୍ତୀର ଏବଂ ଅନ୍ୟଟି ଥିଲା ଏକ ପଦ୍ମ ପୁଷ୍ପ ଧରିଥିବା ମନୁଷ୍ୟର ହସ୍ତ

ନବଗୁଞ୍ଜରର ବିଚିତ୍ର ଋପ ଦେଖି ଅର୍ଜୁନ ପ୍ରଥମେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଥିଲେ ମଧ୍ୟ ପରେ ଏହା ବିଷ୍ନୁମାୟା ବୋଲି ବିଚାର କରି ନବଗୁଞ୍ଜରଙ୍କୁ ପ୍ରଣାମ କଲେ। କବିଙ୍କ ଲେଖନୀରୁ:-

‘ଏମନ୍ତ ସ୍ୱରୂପ ଜୀବ ମୋର ଦେଖିଲାତ ନାହିଁ
ମାୟା ସ୍ବରୂପ ପ୍ରାୟେ ଦିଶୁଅଛି ମୋତେ ୟେହି
ମାୟା ରୂପ ଅବା କମଳାର କାନ୍ତ
ମୋତେ କଷଣ କରିବାକୁ ଅବା ଅଇଲେ ପଦ୍ମନେତ୍ର’ ।।

ଯଦି ତାତ୍ତ୍ବିକ ଦୃଷ୍ଟିକୋଣରୁ ବିଚାର କରାଯାଏ ତେବେ ଏହି ନଅଗୋଟି ପ୍ରାଣୀ ହେଉଛନ୍ତି ନଅଗୋଟି ଗୁଣର ପ୍ରତୀକ। କୁକ୍କୁଟର ମୁଖ ନିରୀହତାର, ମୟୁରର ଗ୍ରୀବା ସୌନ୍ଦର୍ଯ୍ୟର, ବୃଷଭ ଚୁଳ ସୃଜନଶକ୍ତିର, ସିଂହକଟି ପରାକ୍ରମର, ସର୍ପ ଖଳତାର, ବ୍ୟାଘ୍ରପାଦ ଶକ୍ତିର,  ଘୋଟକ ପାଦ ତେଜର, ହସ୍ତୀପାଦ ଜ୍ଞାନର, ମନୁଷ୍ୟର ହସ୍ତ ମାନବିକତା ତଥା ପଦ୍ମ ପୁଷ୍ପ ହେଉଛି ଭକ୍ତିର ପ୍ରତୀକ

ମାତ୍ର ସବୁସ୍ଥାନରେ ନବଗୁଞ୍ଜରର ସ୍ବରୂପରେ ସମାନତା ନଥାଏ କେଉଁଠି ସେ ପଦ୍ମ ପୁଷ୍ପ ଧାରଣ କରିଥିବା ସ୍ଥଳେ ଅନ୍ୟ କେଉଁଠି ଚକ୍ର ଧାରଣ କରିଥିବା ଦେଖାଯାଇ ଥାଏ। ଶ୍ରୀମନ୍ଦିରର ନାଟମଣ୍ଡପରେ ଏକ ନାରୀ ମସ୍ତକ ଥିବା ନବଗୁଞ୍ଜର ଦେଖିବାକୁ ମିଳିଥାଏ।

ଗଞ୍ଜପା ପରମ୍ପରାରେ ମଧ୍ୟ ନବଗୁଞ୍ଜର ଦେଖିବାକୁ ମିଳନ୍ତି, ସାଧାରଣତଃ ପୁରୀ ଏବଂ ଗଞ୍ଜାମରେ ନବଗୁଞ୍ଜର ରାଜା ଓ ଅର୍ଜୁନ ମନ୍ତ୍ରୀ ଥାଇ ଗଞ୍ଜପା ମିଳେ।

ଓଡି଼ଶାର ନବଗୁଞ୍ଜର ଭଳି ଦକ୍ଷିଣ ଭାରତର ବିଭିନ୍ନ ଦେବସ୍ଥଳ ମାନଙ୍କରେ ଶିବଙ୍କର ଶରଭ ଅବତାର ଦେଖିବାକୁ ମିଳନ୍ତି। ଶରଭଙ୍କର ଆଠଗୋଟି ପାଦ ରହିଛି। ପୁରାଣର ବର୍ଣ୍ଣନା ଅନୁସାରେ ପୁରାକାଳରେ ଶରଭ ନାମକ ଏକ ପକ୍ଷୀ ରହିଥିଲା ଯିଏକି ସିଂହ ଏବଂ ହାତୀଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଥିଲା। ଶରଭ ପକ୍ଷୀରୁ ଶରଭ ଅବତାରର ପରିକଳ୍ପନା। ନୃସିଂହଙ୍କୁ ଶାନ୍ତ କରିବା ନିମନ୍ତେ ଶିବ ଶରଭ ଅବତାର ଧାରଣ କରିଥିଲେ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago