Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ

Physical Address

ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ନନା

  • adminadmin
  • November 16, 2020
  • ଭାଷା ଓ ସାହିତ୍ୟ

ଲେଖା: ଶିଶିର ସାହୁ ମନୋଜ

ପ୍ରାଚୀନ କାଳରୁ ଆଜିଯାଏଁ ନନା ଶବ୍ଦ ଵିଭିନ୍ନ ଅର୍ଥରେ ଵ୍ଯଵହୃତ ହୋଇ ଆସିଛି । ଵୈଦିକକାଳରେ ନନା ଶବ୍ଦ ମାତା, କନ୍ୟା ଓ ଵାକ୍ଯ ଅର୍ଥରେ ଵ୍ଯଵହୃତ ହେଉଥିଵା ଜଣାଯାଏ । ଋକଵେଦରେ ନନା ଶବ୍ଦ ମାତାଙ୍କ ଅର୍ଥରେ ଵ୍ଯଵହାର ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶାରେ କେତେକ ଲୋକ ଭାଇଙ୍କୁ ନନା ଡାକନ୍ତି । କେତେକ ଅଞ୍ଚଳରେ ପିଉସୀ ଓ ବଡ଼ନାନୀମାନଙ୍କୁ ନନା ଓ ନାନା ଡକାଯାଏ । ସେଇଭଳି ତାମିଲ ଓ ତେଲୁଗୁରେ ମଧ୍ୟ ଆନ୍ନା ଶବ୍ଦର ବଡ଼ଭାଇ ମାନଙ୍କ ପ୍ରତି ସମ୍ବୋଧନାର୍ଥେ ଵ୍ଯଵହୃତ ହୋଇଥାଏ । କେତେକ ଦ୍ରାଵିଡ଼ ଭାଷାରେ ପିଉସୀଙ୍କୁ ନନା କୁହାଯାଏ । କିଛି ଭାଷାଵିଦ୍’ଙ୍କ ଅନୁସାରେ ସମ୍ଭଵତଃ ଏହି ଦ୍ରାଵିଡ଼ ଶବ୍ଦଟି ନାନୀ (ବଡ଼ଭଉଣୀ) ଭାଵେ ଓଡ଼ିଆରେ ସେହି ଅର୍ଥରେ ଵ୍ଯଵହୃତ ହୋଇ ଉକ୍ତ ଶବ୍ଦର ଵିପରୀତଲିଙ୍ଗ ରୂପେ ‘ନନା’ ଶବ୍ଦ ହୋଇ ଚଳିଅଛି । 

ମତାନ୍ତରେ ସଂ. ନୃ ଶବ୍ଦର ପ୍ରଥମା ଵିଭକ୍ତି ପ୍ରଥମ ଵଚନ “ନା” ଶବ୍ଦର ଅର୍ଥ ନର ଅଟେ । ତେଣୁ ନଃ ନା = ନନା ମଧ୍ୟ ହୋଇଥାଇପାରେ । 

ଯେ ନର ନୁହନ୍ତି ଅର୍ଥାତ୍ ଦେବତା ସେ ହେଉଛନ୍ତି ନନା । ଅତଏଵ ମାନ୍ଯ ଵ୍ଯକ୍ତିଙ୍କୁ ‘ନନା’ ବୋଲି ସମ୍ବୋଧନ କରିଵା ସ୍ବାଭାଵିକ କଥା ଅଟଇ । ସମ୍ଭଵତଃ ଏଇ ଆଧାରରେ ନନା ଶବ୍ଦ ପ୍ରଥମେ ନିଷ୍ପନ୍ନ ହୋଇଛି ଏଵଂ ଋକ୍ବେଦ ୯।୧୨।୩ ରେ ‘ନନା’ ଶବ୍ଦ ‘ମାତା’ ଅର୍ଥରେ ଵ୍ଯଵହୃତ ହୋଇଅଛି ।

ଏମନ୍ତ ମଧ୍ୟ ହୋଇପାରେ ଯେ ସଂସ୍କୃତ ଭାଷାରୁ ଯାଇ ଏହି ନନା ଶବ୍ଦ ଦ୍ରାଵିଡ଼ ଭାଷାଗୁଡି଼କରେ ପିଉସୀ ଅର୍ଥରେ ପ୍ରଚଳନ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମ ଭାରତୀୟ ସଂସ୍କୃତିରେ ସାତ ଜଣ ମାତୃସ୍ଥାନୀୟ ମହିଳାଙ୍କ ମଧ୍ୟରେ ପିଉସୀ ମଧ୍ୟ ଅନ୍ଯତମ ଅଟନ୍ତି । ହିନ୍ଦିଭାଷୀ ମଧ୍ୟ ମାତାମହ ଓ ପିତାମହୀଙ୍କୁ ନାନା ଓ ନାନୀ ସମ୍ବୋଧନ କରିଥାଆନ୍ତି ।

ଵିଭିନ୍ନ ପ୍ରାଚୀନ ଶିଳାଲେଖରୁ ଜଣାଯାଏ ଯେ ପ୍ରାକୃତ ଭାଷାରେ ମଧ୍ୟ ଵୃଦ୍ଧ ଵୟସ୍କ ମାନ୍ଯ ଵ୍ଯକ୍ତି ଵିଶେଷଙ୍କ ପାଇଁ ପ୍ରଚଳିତ ଥିଲା  *????? (*nānna) ବୋଲି ଏକ ଶବ୍ଦ ।

ତେଵେ ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା, ନାନା, ନାନୀ ଇତ୍ୟାଦି ଶବ୍ଦଗୁଡି଼କ child babbling ଯୋଗୁଁ ସୃଷ୍ଟି ହୋଇଅଛି । କେଵଳ ନନା ଓ ନାନୀ କାହିଁକି ଵରଂ ମାଆ, ବୋଉ, ବୁଇ, ବୁଆ, ବେବେ (ପଞ୍ଜାବୀ; ମାଆ) ଇତ୍ୟାଦି ଯେତେ ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଥିଵା ଆଧୁନିକ ଭାଷାଵିଦ୍ ମାନେ ମତ ଦିଅନ୍ତି ।

ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ, ଯେପରିକି:
■/ p(ପପ୍/ପାପା,ପିତା,ପା), b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେବେ/ବାବେ)t(ତାତ), d(ଦଦା/ଦାଦା/ଦାଦୀ/ଦିଦି),k(କାକା/କକା/କକେଇ),g( ?), m(ମାଆ/ମାତା/ମାଈ), n(ନନା/ନାନା/ନାନୀ), s( ?) , h (ହା ହା ―ଜାପାନୀ; ମାଆ) , w ( ?) , j (ଯା= ମାତା(ସଂ))■

ପୁଣି ଫୋନୋଲୋଜିକାଲ୍ ବିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି, ଯଥା―

■/ f(ଫୁପା-ହିନ୍ଦୀ) v, θ, ð, ʃ, tʃ, dʒ, l, r, ŋ / ■

ତେଵେ ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ ।

ତେଣୁ ସଂକ୍ଷେପରେ କହିଲେ ନନା ଶବ୍ଦର ଆଦ୍ଯ ମୂଳ ଦ୍ରାଵିଡ଼ କି ସଂସ୍କୃତ ନୁହେଁ ଵରଂ child babbling ଅଟେ ।

ତେଵେ ଏଠି କାହା କାହା ମନରେ ପ୍ରଶ୍ନ ଆସିପାରେ, ଯଦି child babbling theory ସତ ତେଵେ  କ’ଣ ନନା, ନାନା, ନାନୀ ଭଳି ନ ଆଦ୍ଯର ପାରିଵାରିକ ସମ୍ବୋଧନଵାଚକ ଶବ୍ଦ ଭାରତ ଭିନ୍ନ ଅନ୍ୟ ଦେଶରେ ବି ରହିଛି କି ? ଯଦି ନାହିଁ ତେଵେ ଏ ଥିଓରୀ ମିଥ୍ୟା ବି ହୋଇଥାଇପାରେ ?

ପୃଥିଵୀରେ ଅଧିକାଂଶ ଭାଷାରେ କୌଣସି ନା କୌଣସି ସମ୍ବନ୍ଧାର୍ଥକ ପାରିଵାରିକ ସମ୍ବୋଧନାଵାକ ଶବ୍ଦ ନିଶ୍ଚୟ ନ ଆଦ୍ଯ ଵର୍ଣ୍ଣର ମିଳି ହିଁ ଯାଏ ।

ନିମ୍ନରେ ନ ଆଦ୍ଯର ମାତା, ନାନୀ ଭଉଣୀ ଓ ଭାଇ ଅର୍ଥରେ ଵ୍ଯଵହୃତ ଵିଭିନ୍ନ ଭାଷାର ଶବ୍ଦଗୁଡି଼କ ଉଲ୍ଲେଖ କରାଗଲା,

ପାର୍ସୀଭାଷାରେ ମାଆଙ୍କୁ‎  ننه‎  (nane) ମଧ୍ୟ କୁହାଯାଏ ସେଇଭଳି Pipil ଭାଷାରେ -nān ଓ ସ୍ଵାହିଲୀରେ nina କୁହନ୍ତି । ୟୁକ୍ରେନୀ ଭାଷାରେ ମне́нька(nénʹka), (nénja) ଇତ୍ୟାଦି ଶବ୍ଦ ଦ୍ଵାରା ମାତାଙ୍କୁ ସମ୍ଵୋଧନ କରାଯାଏ ।

ସେମିତି Basque ଭାଷାରେ neba, Greenlandic ଭାଷାରେ nuka, Mi’kmaq ଭାଷାରେ nidap, Swahili ଭାଷାରେ ndugu, ଥାଇ ଭାଷାରେ น้อง (nɔ́ɔng; ସାନ ଭାଇ)/น้องชาย (nɔ́ɔng-chaai; ବଡ଼ଭାଇ), ତିବତ୍ତିରେ ནུ་བོ (nu bo) ଇତ୍ୟାଦି ଶବ୍ଦ ଭାଇମାନଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହୋଇଥାଏ ।

ପୃଥିଵୀର ଅନେକ ଭାଷାରେ ନ ଆଦ୍ଯର ନାନୀଭଉଣୀଙ୍କୁ ସମ୍ବୋଧନାର୍ଥ ଶବ୍ଦ ମଧ୍ୟ ଚଳୁଅଛି, ଯେପରିକି,
ବର୍ମୀ ଭାଷାରେ  ସାନ ଭଉଣୀକୁ ညီမ (my) (nyima.) କୁହାଯାଉଥିଵାଵେଳେ Comanche ଭାଷାରେ nami କୁହାଯାଏ । ହଙ୍ଗେରିଆନ୍ ଭାଷୀ ତାଙ୍କ ବଡ଼ନାନୀଙ୍କୁ  nővér ଡାକନ୍ତି । Javaneseରେ ସାନ ଭଉଣୀକୁ nduk  କୁହାଯାଏ । କୋରିଆରେ ବଡ଼ ଭଉଣୀକୁ 누나 (nuna) କୁହନ୍ତି ।  ସେହିପରି Manchu ଭାଷାରେ ସାନ ଭଉଣୀକୁ ᠨᠣᠨ (non) ,Nivkh: ଭାଷାରେ ନାନୀଙ୍କୁ нанак (nanak) ଵା нанака (nanaka) କୁହାଯାଏ । ଓଡ଼ିଆଙ୍କ ପରି ସିଂହଳ ଦ୍ଵୀପରେ ମଧ୍ୟ ଲୋକେ ତାଙ୍କ ବଡ଼ନାନୀଙ୍କୁ නංගි (naṁgi) ଡାକିଥାଆନ୍ତି ।

ଏସମସ୍ତ ଶବ୍ଦ ମାଆ, ବୋଉ, କାକା, ଦାଦା ଇତ୍ୟାଦି ଶବ୍ଦ ଭଳି child babbling ଯୋଗୁଁ ସୃଷ୍ଟି ହୋଇଅଛି ଏଵଂ କେଵଳ ଓଡ଼ିଆ ହିଁ ନୁହେଁ, ସାରା ଵିଶ୍ଵରେ ନ ଵର୍ଣ୍ଣ ଆଦ୍ଯର ମାତା, ଭ୍ରାତା ଓ ଭଗିନୀଙ୍କୁ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି ।

ସେଇମିତି ଓଡ଼ିଆ ଭାଷା ଏକଦା ପୂର୍ଵୀ ପ୍ରାକୃତଭାଷା ନାମରେ ଜଣାଶୁଣା ଥିଵା ସମୟରେ ଆମ ଓଡ଼ିଶାରେ  *????? (*nānna) ଶବ୍ଦ ଚଳୁଥିଲା ଏଵଂ ତାହା ଆଜି ମଧ୍ୟ ଵିଭିନ୍ନ ଅର୍ଥରେ ଚଳୁଅଛି ।

ଓଡ଼ିଆ ସାହିତ୍ୟରେ ମଧ୍ୟ ଏଇ ନନା ଶବ୍ଦର ଵ୍ଯଵହାର ଥିଵା ଦୃଷ୍ଟିଗୋଚର ହୁଏ ।

କଵି କୃଷ୍ଣ ସିଂହ ସ୍ଵରଚିତ ମହାଭାରତ ଗ୍ରନ୍ଥରେ ଭାଇ ଅର୍ଥରେ ନନା ଶବ୍ଦର ଵ୍ଯଵହାର କରିଛନ୍ତି, ଯେପରିକି:
“ଡାକିବାରୁ ସିନା ୟେ ଯୁଧିଷ୍ଠିର ନନା
ହାରିଲେ ଖେଳେ ଭାଇ ତୁଲେ ପ୍ରିୟାଙ୍ଗନା।”

କଥାପ୍ରସଙ୍ଗରେ ଯାହାକୁ ବଡ଼ଭାଇ ବୋଲି ସମ୍ବୋଧନ କରାଯାଏ ସେ ବି ନନା ଵିଵେଚିତ ହୋଇଥାଆନ୍ତି । ଓଡ଼ିଆ ଲୋକେ ଏ ସ୍ଥଳରେ ବିଲୁଆକୁ ନନା ଓ ବିଲେଇକୁ ନାନୀ ବୋଲି କହିଥାଆନ୍ତି । ଓଡ଼ିଶାରେ ବିଲେଇନାନୀ ଓ ବିଲୁଆନନାଙ୍କୁ ନେଇ ଅନେକ ଲୋକଗୀତ ରହିଛି ! ଯଥା:
“ବିଲୁଆନନା ଘର ପୋଡ଼ିଗଲା ପଛକୁ ଅନା।”

କେତେକ ଅଞ୍ଚଳରେ ନନା ଶବ୍ଦ ପିଉସୀ ତ କେତେକ ଅଞ୍ଚଳରେ ପିଉସାଙ୍କୁ ସମ୍ବୋଧନାର୍ଥେ ଵ୍ଯଵହାର ହୋଇଥାଏ । ଯେହେତୁ ପିଉସୀଙ୍କୁ କେତେକ ଅଞ୍ଚଳରେ ନାନୀ କୁହନ୍ତି ତେଣୁ ନାନୀର ଵିପରୀତଵାଚକ ଶବ୍ଦ ଭାଵେ ନନା ଶବ୍ଦର ମଧ୍ୟ ପ୍ରୟୋଗ ହୋଇଥାଏ । ନାନୀ ଵା ଭଗିନୀର ପତି ଭାତୃତୁଲ୍ୟ ବୋଲି ଭାଇ ଶବ୍ଦ ସହ ନନା ଶବ୍ଦ ଯୋଡା଼ଯାଇ ଭାଇନା ଶବ୍ଦ ମଧ୍ୟ ଶାଳକ ଶାଳିକାମାନେ ତାଙ୍କ ନାନୀ କି ଭଉଣୀର ପତିଙ୍କୁ ସମ୍ବୋଧନ ହେତୁ ପ୍ରୟୋଗ କରିଥାଆନ୍ତି ।

ସେଇଭଳି ଓଡ଼ିଶାର କେତେକ ଅଞ୍ଚଳରେ ବ୍ରାହ୍ମଣଙ୍କ ପ୍ରତି ବ୍ରାହ୍ମଣେତର ଜାତିର ଲୋକମାନେ ସାଧାରଣତଃ ନନା ସମ୍ଵୋଧନ କରିଥାଆନ୍ତି ।

ଓଡ଼ିଶାର କେତେକ ଅଞ୍ଚଳରେ ଵିଶେଷତଃ ପୁରୀ ଓ କଟକ ଜିଲ୍ଲାରେ ପିତାଙ୍କୁ ମଧ୍ଯ ନନା ସମ୍ବୋଧନ କରାଯାଇଥାଏ । ସେଭଳି ତେଲୁଗୁ ଭାଷାରେ ମଧ୍ୟ ନାଇନା ଶବ୍ଦର ଅର୍ଥ ପିତା ଅଟେ ।

ଯିଏ ଵୟୋଜ୍ଯୈଷ୍ଠ ଓ ଗୃହକର୍ତ୍ତା ତାଙ୍କୁ ମଧ୍ୟ ଆଦରାର୍ଥେ ନନା ସମ୍ବୋଧନ କରାଯାଉଥିଵାର ଉଲ୍ଲେଖ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ରହିଛି । ଉଦାହରଣ ସ୍ଵରୂପ ଓଡ଼ିଆ ଢଗଟି ମଧ୍ୟ ସେଠାରେ ଯୋଡା଼ଯାଇଛି, “ନନାଙ୍କର ପାଠେ ତ ନାନୀଙ୍କର ପାଠେ ।”

ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ନନା ଶବ୍ଦ ଭଳି ଶବ୍ଦ ଵିଶ୍ଵର ଅଧିକାଂଶ ଭାଷାରେ ରହିଛି ଏଵଂ ସେ ସମସ୍ତ ଶବ୍ଦ child babbling ଯୋଗୁଁ ସୃଷ୍ଟି ହୋଇଛି । ନନା ଶବ୍ଦ ପ୍ରାଚୀନ କାଳରୁ ଓଡ଼ିଶାରେ ଵ୍ଯଵହୃତ ହୋଇଆସୁଅଛି ।

© ଶବ୍ଦଭେଦ

Spread the love

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ରାଣୀ ଶୁକଦେଇ 
ଏ ଜାତି ଗାଲମାଧବ (Part 1)

Popular Posts

ବୃନ୍ଦାବତୀ

January 21, 2025

ପଖାଳ

January 21, 2025

ହଳଦୀ

January 21, 2025

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: ସାଇ ସମର୍ପଣ, ସତ୍ୟ ବିହାର, ଭୁବନେଶ୍ୱର
  • Phone: +91 9437131981
  • Email: antarangakalinga@gmail.com
  • Website: antarangakalinga.org

Copyright © 2025 | Crafted with ❤️ by Djonic Technologies

Disclaimer