କରତକଟା ନାଳର ପାଣି ପାଇଁ ପାହାଡକୁ କାଟି କାଟି କେନାଲଟିଏ ଖୋଳିଦେଇପାରିଲେ ନିଜ ଗାଁର ଚାଷଜମିକୁ, ନିଜ ହାତରେ, ଅସୀମ ଧୈର୍ଯ୍ୟକୁ ପାଥେୟ କରି, ଶେଷରେ ବୁହାଇଥିଲେ ସୁଖସମୃଦ୍ଧିର ଗଙ୍ଗା ନିଜ ଗାଁ ମାଟିରେ, ବନିଯାଇଥିଲେ ଭଗିରଥ, ହସ ଫୁଟେଇଥିଲେ ଗାଁ ବାସୀଙ୍କ ଓଠରେ, ଜଣେ ନିଷ୍ଠାପର ନିରକ୍ଷର ଆଦିବାସୀ ପାଖରେ ହାର ମାନିଥିଲା ସମୟ, ପରିସ୍ଥିତି, ପ୍ରକୃତି । କହାରି ସମର୍ଥନ ବିନା ମଧ୍ୟ ଇତିହାସ ରଚିଥିଲେ ଦୈତାରୀ ନାଏକ, ବନିଯାଇଥିଲେ ଆଦର୍ଶ । ବୋଧହୁଏ ସବୁକାଳେ ଭଗିରଥମାନଙ୍କୁ ଏମିତି ଏକଲା ଚାଲିବାକୁ ହୁଏ ! ଏମିତି ଏକଲା, ନିଜ ସ୍ୱାର୍ଥକୁ ପଛରେ ପକାଇ, ସମାଜର ସ୍ବାର୍ଥକୁ ପରିପୁଷ୍ଟ କରାଇ ।