ଲେଖା: ମିହିର ପଟ୍ଟନାୟକ
କାର୍ତ୍ତିକ ମାସର ବଡ଼ ଏକାଦଶୀ ହିଁ ଦେବୋତ୍ଥାପନ ଏକାଦଶୀ । ୪ ମାସ ଧରି ଶୟନ କରିଥିବା ଠାକୁରେ ଏ ଦିନ ସାଷ୍ଟାଙ୍ଗ ହୁଅନ୍ତି। ନିଦ୍ରା ଭଙ୍ଗହୁଏ ଠାକୁରଙ୍କର। ଏହି ଦିନଠାରୁ ଅଶୁଦ୍ଧ କାଳର ସାମାପ୍ତି ଘଟିଥାଏ। ଆରମ୍ଭ ହୋଇଥାଏ ଶୁଦ୍ଧକାଳ। ୪ମାସ ଧରି ବନ୍ଦ ରହିଥିବା ସମସ୍ତ ମାଙ୍ଗଳିକ କାର୍ଯ୍ୟ ପୁନଃ ଆରମ୍ଭ ହୋଇଥାଏ। ତେବେ ମନରେ ପ୍ରଶ୍ନଉଠେ ଯେ, ଶ୍ରୀବିଗ୍ରହମାନେ ୪ ମାସ ଧରି ଶୋଇଲେ କେବେ ଯେ, ଉଠିଲେ ଆଜି ? ରତ୍ନସିଂହାସନରେ ତ ସେ ପୂର୍ବବତ ବସିଛନ୍ତି, ଚକାଆଖି ମେଲି ଆଉ ଭୁଜ ଲମ୍ବାଇ !
ବାସ୍ତବରେ ପ୍ରସଙ୍ଗଟି ରୋଚକ। ଆଷାଢ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଶ୍ରୀଜୀଉମାନେ ଥିବାବେଳେ ସୁନାବେଶ ହୁଏ । ଏହି ଦିନ ରାତ୍ର ପହୁଡ ବେଳେ, ରଥ ଉପରେ ଶୟନ ନୀତି ଅନୁଷ୍ଠିତ ହୁଏ। ରୂପାବଟାରେ ଶ୍ରୀବିଗ୍ରହଙ୍କ ଅର୍ଚ୍ଚା ପ୍ରତୀମା ବା ଶୟନ ବିଗ୍ରହଙ୍କୁ ତାମ୍ବୁଳ ଖୁଆଇ ସେହି ପେଡିରେ ଶୟନ ନୀତି ସମ୍ପନ୍ନ କରାଯାଏ। ଏହାପରେ ଆସେ ଭାଦ୍ରବ ଏକାଦଶୀ, ଯେଉଁଦିନ ଠାକୁରେ ପାର୍ଶ୍ଵପରିବର୍ତ୍ତନ କରନ୍ତି। ଏହି ନୀତିରେ ପେଡି ଭିତରେ ଶାୟିତ ଶୟନ ବିଗ୍ରହଙ୍କୁ ପାର୍ଶ୍ଵପରିବର୍ତ୍ତନ ବା କଡ଼ ଲେଉଟାଇ ଦିଆଯାଏ। ସର୍ବଶେଷରେ ପଡିଥାଏ କାର୍ତ୍ତିକ ବଡ଼ ଏକାଦଶୀ, ଯେଉଁଦିନ ଠାକୁରମାନେ ଉକ୍ତ ପେଡିରୁ ବାହାରିଥାନ୍ତି, ଯେଉଁ ଉତ୍ସବକୁ ଦେବୋତ୍ତଥାପନ ଏକାଦଶୀ ଭାବେ ଗ୍ରହଣ କରାଯାଇଛି।
~ କିଏ ଏହି ଶୟନଠାକୁର ~
ଭଣ୍ଡାର ଘରେ ୪ମୂର୍ତ୍ତି ଶୟନ ପ୍ରତିମା ଅଛନ୍ତି। ତନ୍ମଧ୍ୟରୁ ଏକ ମୂର୍ତ୍ତି ଶୟନ ପ୍ରତିମା ନିତ୍ୟ ଶୟନକୁ ବିଜେ କରନ୍ତି। ଅଷ୍ଟଭୂଜ ଅର୍ଦ୍ଧନାରୀଶ୍ବର ବିଗ୍ରହ ହେଉଛନ୍ତି ଏହି ଶୟନ ପ୍ରତିମା, ଯାହାଙ୍କର ଗୋଟିଏ ଭାଗ ବିଷ୍ଣୁ ଓ ଅନ୍ୟଭାଗ ଲକ୍ଷ୍ମୀ। ଏହି ଶୟନ ପ୍ରତିମା ରାତିରେ ଡମ୍ବରୁ ବିଜେ କରିବା ପରେ ବନ୍ଦାପନା ହୋଇ ପୁନଃ ଖଟଶେଷ ଘରକୁ ବିଜେ କରନ୍ତି ଓ ଏହାପରେ ୩ଟି ରତ୍ନପଲଙ୍କ ପୋଖରୀଆ ଭିତରାକୁ ଯାଏ।
ହେଲେ ହରି ଶୟନୋତ୍ସବ ସମୟରେ ୩ଟି ବିଗ୍ରହ ବ୍ୟବହାର ହୁଅନ୍ତି । ଏହି ୩ ବିଗ୍ରହ ସୁବର୍ଣ୍ଣ ବା ସୁନାରେ ନିର୍ମିତ। ବଳଭଦ୍ରଙ୍କ ପାଇଁ ବାସୁଦେବ, ସୁଭଦ୍ରାଙ୍କ ପାଇଁ ଭୁବନେଶ୍ବରୀଶ୍ରୀଜଗନ୍ନାଥ ଓ ସୁଦର୍ଶନଙ୍କ ପାଇଁ ଶ୍ରୀ ନାରାୟଣ ବିଗ୍ରହ ରହିଥାନ୍ତି। ଯାହାଙ୍କୁ ପେଡିରେ ମୁଦ ଦେଇ ଚତୁମାସ୍ୟ ବ୍ରତ ସମ୍ପନ୍ନ ହୁଏ।
କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ପେଡିରୁ ଏହି ପ୍ରତିମାଙ୍କୁ ବାହାର କରି ମହାସ୍ନାନ କରାଇ ପ୍ରଥମେ ରତ୍ନସିଂହାସନ ଓ ପରେ ଖଟଶେଜ ଘରେ ବିଜେ କରାଯାଏ। ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହୁଏ, ଯାହାର ନାମ ଠିଆକିଆ ବେଶ। ନାମରୁ ସ୍ପଷ୍ଟ ଯେ ଏହି ବେଶରେ କିଆ ଫୁଲ ଲାଗି ହେଉଥିବ, ମାତ୍ର ଏହି କିଆ ସୁନାରେ ନିର୍ମିତ ହୋଇଥାଏ। ଠିଆ ଠିଆ ବା ସିଧା ଭାବେ ଏହାକୁ ମହାପ୍ରଭୁଙ୍କ ତ୍ରିମୁଣ୍ଡୀ ଚୂଳରେ ଖୋସି ଦିଆଯାଇଥାଏ, ଯେଉଁଥି ପାଇଁ ଏହି ବେଶର ନାଁ ଏମିତିକା।
Photo: Social Media & Internet
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago