ଲେଖା: ଶ୍ରୀକାନ୍ତ ସିଂହ
~ ଦେଓଝର ଜଳପ୍ରପାତ ~
ଅପରୂପା ପ୍ରକୃତି ଆଉ ଅପରୂପ ତା’ର ବର୍ଷା କାଳୀନ ସୌନ୍ଦର୍ଯ୍ୟ l ଭାଦ୍ରବାକାଶର ଭସା ବଉଦ, ପାହାଡ଼ ବକ୍ଷର ଚୀର ହରିତ୍ ବୃକ୍ଷଲତା, ଜଙ୍ଗଲ ଭୂମିର ସବୁଜିମା ଆଉ ମାଟିର ମହକ ଯେ କୌଣସି ମଣିଷ ମନରେ ଶିହରଣ ସୃଷ୍ଟି କରିବା ସ୍ୱାଭାବିକ l
ଭୋଦୁଅଁ ବର୍ଷାଜଳରେ ପୂର୍ଣ୍ଣଗର୍ଭା ବନଝରଣାର କୁଳୁ କୁଳୁ ଶବ୍ଦରେ ସତରେ କି ଅପୂର୍ବ ଶିହରଣ, ଗୋଟେ ଶ୍ରୁତି ମଧୁର ଝଙ୍କାର ଥାଏ ତା’ର କଲ୍ଲୋଳିତ ଶବ୍ଦ ତରଙ୍ଗରେ l ଆଉ ସୌନ୍ଦର୍ଯ୍ୟପିଆସି ମଣିଷ ମନକୁ ଶିହରିତ କରି, ବାନ୍ଧି ରଖି ବିଭୋର କରେ l
ଏହି ପ୍ରସଙ୍ଗରେ ମନେ ପଡ଼ିଯାଏ, “ମନଆକାଶ” ଚଳଚିତ୍ରର ସେଇ ଚୀର ସବୁଜ ସୁମଧୁର ଗୀତ – “ଏ ବନ ଝରଣା, ନାଚି ନାଚି ଯାଅନା” ଉପେନ୍ଦ୍ର କୁମାରଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଥିଲେ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ୍ ଓ ଚିତ୍ତ ଜେନା l ଏଠାରେ ଏହି ଗୀତର ଅବତାରଣା କରିବାଟା ଖୁବ୍ ପ୍ରାସଙ୍ଗିକ ହୋଇପଡ଼େ କାରଣ ଝରଣାର ପାଣି, ନାଚି ନାଚି ଆଗକୁ ଯାଇ ଦେଓଝର ଜଳ ପ୍ରପାତ ଦେଇ ତଳକୁ ଖସିପଡ଼େ l
କଟକ ଜିଲ୍ଲାର ସବୁଠାରୁ ଅଧିକ ଘଞ୍ଚଜଙ୍ଗଲ ଥିବା ଅଞ୍ଚଳ ହେଉଛି ଆଠଗଡ଼ ବନଖଣ୍ଡ ଅଧୀନରେ ଥିବା ଏହି ବଡମ୍ବା ନରସିଂହପୁର ଅଞ୍ଚଳର ଜଙ୍ଗଲ l ଚିରହରିତ ବଣଭୂମି ସାଙ୍ଗକୁ ପାହାଡ଼, ପର୍ବତ, ଝରଣା ଓ ଜଳପ୍ରପାତର ଅପୂର୍ବ ସମାହାର ଏଠାରେ ଦେଖିବାକୁ ମିଳେ l
ବହୁ ଦିନରୁ ମନରେ ଇଚ୍ଛା ଥିଲା, ନରସିଂହପୁରର ଦେଓଝର ଜଳପ୍ରପାତ ଦେଖିବାକୁ କାରଣ କଟକ ସହରର ସବୁଠାରୁ ନିକଟରେ ଥିବା କୌଣସି ଜଳପ୍ରପାତ ହେଉଛି ଓଲବର ଏହି ଦେଓଝର ଜଳପ୍ରପାତ l ସେଦିନ ବର୍ଷା ନ ଥାଏ, ଆକାଶ ନିର୍ମଳ ଥିଲା l ଗ୍ରାମ୍ୟ ପରିବେଶ ଦେଇ ଗଲା ବେଳେ ପ୍ରକୃତିର ମନୋରମ ଦୃଶ୍ୟ ଦେଖିବା ସହିତ ଜଳପ୍ରପାତର ଶବ୍ଦ କାନରେ ପଡୁଥାଏ, ଉତ୍କଣ୍ଠା କିନ୍ତୁ ମନରେ ବଢୁଥାଏ l
ବିଚିତ୍ରବର୍ଣ୍ଣା ବନଭୂମି ଓ ବନଝରଣା ଦେଖି ଯେ କେହି ଅଭିଭୂତ ହେବା ସ୍ୱାଭାବିକ l ସେଠାରେ ଅନେକ ସମୟ ବିତାଇବା ପରେ, ପ୍ରକୃତିର ନୈସର୍ଗିକ ରୂପ ଅବଲୋକନ କରି ଫେରି ଆସିଥିଲି l ଦେଓଝର ଝରଣାଦେଖା ଓ ଭ୍ରମଣାନୁଭୂତିଟି ଖୁବ୍ ସୁନ୍ଦର ଆଉ ମନମୁଗ୍ଧକର ଥିଲା ମୋ ପାଇଁ l
Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

2 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago