ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଆମ ଭାଷାରେ Unmarried/Young girlsଙ୍କ ପାଇଁ ଅନେକ ଶବ୍ଦ ଅଛି, ଯେମିତିକି ଯୁବତୀ, ତରୁଣୀ, ନବୀନା, ନବଯୌବନା ଆଦି । କିନ୍ତୁ ଏସବୁ ଶବ୍ଦ ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ଚଳୁଅଛି । ତେବେ ଓଡ଼ିଆରେ ଗୋଟିଏ ଶବ୍ଦ ଅଛି ଡିଣ୍ଡା ବା ଦିଣ୍ଡା, ଯାହା କେବଳ ଯୁବତୀ କନ୍ୟା କି ମହିଳା ପାଇଁ ପ୍ରୟୋଗ କରାଯାଏ ।
ଦିଣ୍ଡା ଶବ୍ଦଟି ସମ୍ଵଲପୁର ଠାରୁ ଆରମ୍ଭ କରି ଢେଙ୍କାନାଳ ଯାଏଁ ସବୁଠି ଚଳେ । ସେହିପରି ବିଚ୍ଛିନ୍ନାଞ୍ଚଳ ବସ୍ତରରେ ଡିଣ୍ଡା ଶବ୍ଦ ଯୁବତୀ ମହିଳା ପାଇଁ ବ୍ୟବହୃତ ହୁଏ । ତେବେ ଏ ଉଭୟ ଶବ୍ଦର ପୁଂଲିଙ୍ଗବାଚକ ଶବ୍ଦ ନାହିଁ କହିଲେ ଚଳେ ଅର୍ଥାତ୍ ପୁଂଲିଙ୍ଗ ବାଚକ ଶବ୍ଦ ପାଇଁ ଡିଣ୍ଡା-ଡିଣ୍ଡ ହୁଏନି କି ଦିଣ୍ଡା-ଦିଣ୍ଡ ହୁଏନା । ଲାଗୁଛି ଏ ଶବ୍ଦଟି ବିଶେଷ ଭାବେ କେବଳ ଯୁବତୀ ମହିଳାଙ୍କ ପାଇଁ ହିଁ ହୋଇଅଛି । ଯୁବକ ମାନଙ୍କୁ ଏହାର ବିପରୀତାର୍ଥେ ଭେଣ୍ଡା କୁହାଯାଏ କିନ୍ତୁ ଏହା ଏ ଶବ୍ଦର ବିପରୀତାର୍ଥକ ପ୍ରତିଶବ୍ଦ ନୁହେଁ ।
ପ୍ରକୃତରେ ଭେଣ୍ଡା ଶବ୍ଦ ସହ ତାମିଲ ଭାଷାର ବେଣ୍ଡା ଶବ୍ଦର ସାମଞ୍ଜସ୍ୟ ଅଛି , ଏବଂ ଏ ଉଭୟ ଶବ୍ଦ ଏକାର୍ଥକ । ଖୁବ୍ ସମ୍ଭବ ଭେଣ୍ଡା ଶବ୍ଦଟି ଦ୍ରାବିଡ଼ ଶବ୍ଦ ଏବଂ ଏ ଶବ୍ଦର ସ୍ତ୍ରୀଲିଙ୍ଗବାଚକ ଶବ୍ଦ ହେଉଛି ଭେଣ୍ଡୀ (ଭେଣ୍ଡି=ପରିବା ବିଶେଷ) । ସେହିପରି, ଆଠମଲ୍ଲିକରେ ଦିଣ୍ଡା ବା ଡିଣ୍ଡା ଶବ୍ଦ ଧିଣ୍ଡା ହୋଇଅଛି, କିନ୍ତୁ “ଧିଣ୍ଡା”, ଏଠାରେ ଯୁବତୀ ଅର୍ଥରେ ବ୍ୟବହୃତ ନ ହୋଇ ଯୁବକ ଅର୍ଥରେ ବ୍ୟବହୃତ ଏବଂ ଯେହେତୁ ଧିଣ୍ଡା ଶବ୍ଦ ଯୁବକ ଅର୍ଥରେ ବ୍ୟବହୃତ
ହୁଏ ତେଣୁ ଏଠି ଏହାର ସ୍ତ୍ରୀଲିଙ୍ଗବାଚକ ଶବ୍ଦ କରିବା ସହଜସାଧ୍ୟ ହେଲାରୁ ଧିଣ୍ଡା ଶବ୍ଦ ଯୁବା ରମଣୀ ପାଇଁ ଧିଣ୍ଡି ହେଲା ।
ତେବେ ହିନ୍ଦୀ ଭାଷାରେ ଧିଣ୍ଡା, ଦିଣ୍ଡା, ଡିଣ୍ଡା ଶବ୍ଦର ପ୍ରଚଳନ ଯୁବତୀ ଅର୍ଥରେ ନାହିଁ ତାହେଲେ କ’ଣ ଏ ଶବ୍ଦଟି ଓଡ଼ିଆ ଭାଷାର ନିଜସ୍ଵ ଶବ୍ଦ କି ନାହିଁ ତାହା ଜାଣିବା ହେତୁ ଆହୁରି ଅଧିକ ଗବେଷଣା ହେବା ଦରକାର ତାହେଲେ ଯାଇ ଅଧିକ ତଥ୍ୟ ଲାଭ ହୋଇପାରିବ ।
© ଶିଶିର ସାହୁ ମନୋଜ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…