ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଆମ ଭାଷାରେ Unmarried/Young girlsଙ୍କ ପାଇଁ ଅନେକ ଶବ୍ଦ ଅଛି, ଯେମିତିକି ଯୁବତୀ, ତରୁଣୀ, ନବୀନା, ନବଯୌବନା ଆଦି । କିନ୍ତୁ ଏସବୁ ଶବ୍ଦ ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ଚଳୁଅଛି । ତେବେ ଓଡ଼ିଆରେ ଗୋଟିଏ ଶବ୍ଦ ଅଛି ଡିଣ୍ଡା ବା ଦିଣ୍ଡା, ଯାହା କେବଳ ଯୁବତୀ କନ୍ୟା କି ମହିଳା ପାଇଁ ପ୍ରୟୋଗ କରାଯାଏ ।
ଦିଣ୍ଡା ଶବ୍ଦଟି ସମ୍ଵଲପୁର ଠାରୁ ଆରମ୍ଭ କରି ଢେଙ୍କାନାଳ ଯାଏଁ ସବୁଠି ଚଳେ । ସେହିପରି ବିଚ୍ଛିନ୍ନାଞ୍ଚଳ ବସ୍ତରରେ ଡିଣ୍ଡା ଶବ୍ଦ ଯୁବତୀ ମହିଳା ପାଇଁ ବ୍ୟବହୃତ ହୁଏ । ତେବେ ଏ ଉଭୟ ଶବ୍ଦର ପୁଂଲିଙ୍ଗବାଚକ ଶବ୍ଦ ନାହିଁ କହିଲେ ଚଳେ ଅର୍ଥାତ୍ ପୁଂଲିଙ୍ଗ ବାଚକ ଶବ୍ଦ ପାଇଁ ଡିଣ୍ଡା-ଡିଣ୍ଡ ହୁଏନି କି ଦିଣ୍ଡା-ଦିଣ୍ଡ ହୁଏନା । ଲାଗୁଛି ଏ ଶବ୍ଦଟି ବିଶେଷ ଭାବେ କେବଳ ଯୁବତୀ ମହିଳାଙ୍କ ପାଇଁ ହିଁ ହୋଇଅଛି । ଯୁବକ ମାନଙ୍କୁ ଏହାର ବିପରୀତାର୍ଥେ ଭେଣ୍ଡା କୁହାଯାଏ କିନ୍ତୁ ଏହା ଏ ଶବ୍ଦର ବିପରୀତାର୍ଥକ ପ୍ରତିଶବ୍ଦ ନୁହେଁ ।
ପ୍ରକୃତରେ ଭେଣ୍ଡା ଶବ୍ଦ ସହ ତାମିଲ ଭାଷାର ବେଣ୍ଡା ଶବ୍ଦର ସାମଞ୍ଜସ୍ୟ ଅଛି , ଏବଂ ଏ ଉଭୟ ଶବ୍ଦ ଏକାର୍ଥକ । ଖୁବ୍ ସମ୍ଭବ ଭେଣ୍ଡା ଶବ୍ଦଟି ଦ୍ରାବିଡ଼ ଶବ୍ଦ ଏବଂ ଏ ଶବ୍ଦର ସ୍ତ୍ରୀଲିଙ୍ଗବାଚକ ଶବ୍ଦ ହେଉଛି ଭେଣ୍ଡୀ (ଭେଣ୍ଡି=ପରିବା ବିଶେଷ) । ସେହିପରି, ଆଠମଲ୍ଲିକରେ ଦିଣ୍ଡା ବା ଡିଣ୍ଡା ଶବ୍ଦ ଧିଣ୍ଡା ହୋଇଅଛି, କିନ୍ତୁ “ଧିଣ୍ଡା”, ଏଠାରେ ଯୁବତୀ ଅର୍ଥରେ ବ୍ୟବହୃତ ନ ହୋଇ ଯୁବକ ଅର୍ଥରେ ବ୍ୟବହୃତ ଏବଂ ଯେହେତୁ ଧିଣ୍ଡା ଶବ୍ଦ ଯୁବକ ଅର୍ଥରେ ବ୍ୟବହୃତ
ହୁଏ ତେଣୁ ଏଠି ଏହାର ସ୍ତ୍ରୀଲିଙ୍ଗବାଚକ ଶବ୍ଦ କରିବା ସହଜସାଧ୍ୟ ହେଲାରୁ ଧିଣ୍ଡା ଶବ୍ଦ ଯୁବା ରମଣୀ ପାଇଁ ଧିଣ୍ଡି ହେଲା ।
ତେବେ ହିନ୍ଦୀ ଭାଷାରେ ଧିଣ୍ଡା, ଦିଣ୍ଡା, ଡିଣ୍ଡା ଶବ୍ଦର ପ୍ରଚଳନ ଯୁବତୀ ଅର୍ଥରେ ନାହିଁ ତାହେଲେ କ’ଣ ଏ ଶବ୍ଦଟି ଓଡ଼ିଆ ଭାଷାର ନିଜସ୍ଵ ଶବ୍ଦ କି ନାହିଁ ତାହା ଜାଣିବା ହେତୁ ଆହୁରି ଅଧିକ ଗବେଷଣା ହେବା ଦରକାର ତାହେଲେ ଯାଇ ଅଧିକ ତଥ୍ୟ ଲାଭ ହୋଇପାରିବ ।
© ଶିଶିର ସାହୁ ମନୋଜ
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…