ଉପସ୍ଥାପନା: ଦେଵ ତ୍ରିପାଠୀ
ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ‘ଗଙ୍ଗବଂଶାନୁଚରିତମ୍’ (୧୭୫୦)ର ‘ଦିକ୍ ପହଣି’, ମାଲବିଙ୍କ (୧୮୮୭) ‘ଦିଗପୁଦି’, ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି ଇତିହାସ’ (୧୯୦୯) ଠାରୁ ଦୀନନାଥ ପାଠୀଙ୍କ ‘ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ’ (୧୯୯୦) ବିବର୍ତ୍ତିତ ଇତିହାସର ସ୍ବାକ୍ଷର ବହନ କରୁଛି ।
ପ୍ରାଚୀରସମ ଅଭିଭାବକ କେରାଣ୍ଡିମାଳ ପର୍ବତର ଉଦୟଭାନୁ ଚାଙ୍ଗୁଡିଦେଈ ପର୍ବତର ଅସ୍ତଗାମୀ ସୂର୍ଯ୍ୟ ସାଙ୍ଗକୁ ଅନତିଦୂରର ପ୍ରକୃତିଦତ୍ତ ପ୍ରସବିଣୀ ‘ତପ୍ତପାଣି‘ର ବୈଚିତ୍ରମୟ ପରିବେଶ ସମଗ୍ର ଅଞ୍ଚଳକୁ ଏକ ସୁରମ୍ୟ ଶୋଭାକୁଞ୍ଜରେ ଗଢିଛି – ଠିକ୍ ସେ ଅଞ୍ଚଳର ଜନଶ୍ରୁତିରେ ଚଉତା ନାଟକ ‘ସୀତାହରଣ’ର ଅଶୋକବନ ପରି ।
ଖେଦି ରାଜବଂଶର ଚୈତନ୍ୟ ଦେବଙ୍କ (୧୮୦୬-୧୮୨୮) ବଡଖେମୁଣ୍ଡି ରାଜଧାନୀ ବିଜୟନଗରଗଡ ଆଜି ଘୋଡାହାଡ ଜଳଭଣ୍ଡାର ମଧ୍ୟରେ ବିଲୀନ । କାଚକେନ୍ଦୁ ପରି ନିର୍ମଳ ଜଳାଶୟରେ ଏବେ ବି ଜଳାର୍ଣ୍ଣବ ଜଗନ୍ନାଥ ମନ୍ଦିରର ଅମଳାକୀ ଓ ବିମାନ ମନରେ ସୃଷ୍ଟି କରେ ଆଈମା’ କାହାଣୀର ପାତାଳିକ ଚିତ୍ରକଳ୍ପର ଭ୍ରମ । ସାତତାଳ ପଙ୍କର ଯାଦୁଗରୀ ଅସୁରୁଣୀ ବୁଢ଼ୀର ଚୁଲିପୁରା ଜଳନ୍ତା ଗୋଡ଼ରେ ବନ୍ଧାହୋଇଥିବା ଅରୁଆ ଚାଉଳ ଖାଇ ବର୍ତ୍ତିଆସିଥିବା ଗଳ୍ପସାଗରର ମହକ ଏବେ ମଧ୍ୟ ସତେଜ ।
ମହୀମଣ୍ଡଳ ଗୀତା‘ର ସନ୍ଥ ଅରକ୍ଷିତ ଦାସ ଓ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର ବଳଦେବ ରଥଙ୍କ ଜନ୍ମଭୂମି ଦିଗପହଣ୍ଡି । ଖେମୁଣ୍ଡି କାଳୁଆ, ବାଙ୍କେଶ୍ୱରୀ, ଉଜ୍ଜଳେଶ୍ୱରନାରାୟଣୀ ଦିଗପହଣ୍ଡିର ଦିଗପାଳ । ସନ୍ନ୍ୟାସୀ ଗୁମ୍ଫା ଓ ହନୁମାନ ଗୁମ୍ଫା ଅଷ୍ଟାଦଶ ଶତାବ୍ଦୀର ବଣଭୋଜି ସ୍ମୃତିପୀଠର ରୋମନ୍ଥନକାରୀ ଉପାଦାନ ।
କାବ୍ୟଭୂମି ଦିଗପହଣ୍ଡିରେ ଜନ୍ମିଛନ୍ତି ଗଦାଧର ବିଦ୍ୟାଭୂଷଣ, ବାଇନାଥ ଦ୍ୟାନବେବର୍ତ୍ତା, କାଶୀନାଥ ରାଜଗୁରୁ, ପରମେଶ୍ବର ସାମନ୍ତରାୟ, ସୋମଜାବି, କବିକୃଷ୍ଣ ଶ୍ରୀଚନ୍ଦନ, ଦାମୋଦର ପଣ୍ଡିତ, ଚକ୍ରବାକ ଚକ୍ରପାଣି ପଟ୍ଟନାୟକ, ଗୁଣ ଦର୍ପଣର ସମ୍ପାଦକ ନୀଳମଣି ବିଦ୍ୟାରତ୍ନ, କବୀ ଅନ୍ନପୂର୍ଣ୍ଣା ପଟ୍ଟନାୟକ, ରକ୍ତାକ୍ତ ମୁକ୍ତି ପାଗଳ ମୁକ୍ତିଯୋଦ୍ଧା ମଧୁସୂଦନ ମହାପାତ୍ର, ଲୌହ କାରିଗର ରଘୁନାଥ ମହାରଣା, ଶିଳ୍ପୀ ପ୍ରହ୍ଲାଦ ମହାପାତ୍ର, ପଟ୍ଟଚିତ୍ରକାର ରାଧାଗୋବିନ୍ଦ ମହାପାତ୍ର, ମଞ୍ଚ ନାଟ୍ୟକାର ଧୋବୀ ପ୍ରଧାନ, ଉଦୟନାଥ ସ୍ବାଇଁ, ଶିକ୍ଷାବିତ ନଟବର ପଟ୍ଟନାୟକ, ଏସିଆଡ ଗେମ୍’ରେ ପ୍ରଶଂସିତ ବାଘନାଟ କଳାକାର ଶ୍ୟାମସୁନ୍ଦର ମହାରଣା, ସଙ୍ଗୀତଜ୍ଞ ପି. ଉପେନ୍ଦ୍ର କୁମାର, ‘ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ’ ଦୀନନାଥ ପାଠୀ ଏବଂ ଅନେକ । ଏମାନଙ୍କ ମଧ୍ୟରୁ ଅନେକ ଏବେ ଫସିଲ ।
କହିବା ବାହୁଲ୍ୟ, ସ୍ବାଧୀନତାର ପରବର୍ତ୍ତୀ କାଳରେ ନବ୍ୟ ସମାଜପତିମାନଙ୍କ ଷଡ଼ଯନ୍ତ୍ରରେ କବଳିତ ଗ୍ରାମ୍ୟ ସଂସ୍କୃତିର ଉପାଦାନ ଗୁଡ଼ିକ ଦିଗପହଣ୍ଡି ପରି ଅନେକ ଗାଁରୁ ସମୂଳେ ଲୁପ୍ତ । ଯେଉଁ କେତୋଟି ଧକେଇ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଢୁମ୍ପା
ମୂଳ ଲେଖା ଓ ଗବେଷଣା: ଶ୍ରୀଯୁକ୍ତ ସମରେନ୍ଦ୍ର ଦାସ
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago