ଉପସ୍ଥାପନା: ଶିଶିର ସାହୁ ମନୋଜ
ଅତି ପୁରାକାଳରେ ପୂର୍ବଖଣ୍ଡ ରାଜ୍ୟରେ ମାଣିକେଶ୍ଵର ବୋଲି ଜଣେ ରାଜା ଥିଲେ । ପ୍ରତିଦିନ ଏକ ମାଳାକାର ତାଙ୍କୁ ପୁଷ୍ପମାଳା ପ୍ରଦାନ କରୁଥିଲେ ।
ଦିନେ ଉକ୍ତ ମାଳାକାର ପ୍ରତ୍ୟୁଷରୁ ଋଷିକୂଲ୍ୟା ନଦୀକୁ ଯାଇ ସ୍ନାନ କରିବା ନିମନ୍ତେ ନଦୀଜଳ ଆଲୋଡନ କରିବା ସମୟରେ ତାରା ଓ ତାରିଣୀ ଦୁଇଗୋଟି ଦେବକନ୍ୟା ରୂପରେ ଜଳ ମଧ୍ୟରୁ ଉଠି ଆସିଲେ ।
ମାଳାକାରର କେହି ସନ୍ତାନ ନଥିବାରୁ ସେ ସେହି ତାରାତାରିଣୀ ଦେବକନ୍ୟା ଦ୍ଵୟଙ୍କୁ ନେଇ ନିଜ ଗୃହରେ ପାଳନ କଲା ।
ସବୁଦିନ ତ ମାଳାକାର ଫୁଲମାଳା ଗୁନ୍ଥି ରାଜାଙ୍କୁ ଦିଏ ଦିନେ କୌଣସି କାର୍ଯ୍ୟବଶତଃ ସେ ଫୁଲ ଗୁନ୍ଥି ନ ପାରିଲାରୁ ସେ ଦେବକନ୍ୟାଦ୍ଵୟ ଫୁଲ ଗୁନ୍ଥି ପୁଷ୍ପମାଳା କରିଦେଲେ ! ରାଜାଙ୍କ ପାଖକୁ ସେ ପୁଷ୍ପମାଳା ଗଲା ।
ରାଜା ମାଣିକେଶ୍ଵର ଆଗରୁ ଏଭଳି ପୁଷ୍ପମାଳା କେଭେ ଦେଖି ନଥିଲେ । ତାଙ୍କର ସନ୍ଦେହ ହେଲା, ସେ ମାଳାକାରକୁ ପଚାରିଲେ, ସତ ସତ କହ ଏ ଫୁଲମାଳ କେଉଁଠୁ ଆଣିଲୁ, ସ୍ଵର୍ଗର ନନ୍ଦନକାନନ ବନରୁ ଯାଇ ପୁଷ୍ପ ଆଣି ଏ ଫୁଲମାଳ କରିବା ତୋ ପାଇଁ କଷ୍ଟସାଧ୍ୟ କଥା ତେବେ ତୋତେ ଏ ଫୁଲମାଳ କ’ଣ ସ୍ଵର୍ଗର କେହି ଦେବୀ କି ଦେବତା ଦେଇଗଲେ ?
ମାଳାକାର ବିଚରା ଦୋଛକିରେ ପଡି ରାଜାଙ୍କୁ ସବୁ ସତକଥା କହିବାକୁ ବାଧ୍ୟ ହେଲା । ରାଜା ସବୁ ଶୁଣି ମାଳାକାରକୁ କହିଲେ ତୋ କଥା ସତ କି ମିଛ ଜାଣିବା ପାଇଁ ମୁଁ କାଲି ତୋହର ଘରକୁ ଯିବି।
ରାଜା ତାଙ୍କୁ ଦେଖିବାକୁ ଆସୁଛନ୍ତି ଜାଣି ଦୁଇ ଦେବକନ୍ୟା ତାରାତାରିଣୀ ପଳାୟନ କଲେ ।
ରାଜା ସେମାନଙ୍କୁ ଧରିବା ଇଛାରେ ପଶ୍ଚାତଧାବନ କଲାରୁ କନ୍ୟାଦ୍ଵୟ ତାରିଣୀ ପର୍ବତ ଶିଖରରେ ଶିଳାର ଆକାର ଧାରଣ କଲେ । ସେହିଦିନଠାରୁ ସେମାନେ ସେ ପର୍ବତରେ ତାରାତାରିଣୀ ରୂପେ ପୂଜା ପାଉଛନ୍ତି ବୋଲି କିମ୍ବଦନ୍ତୀ ପ୍ରଚଳିତ ଅଛି ।
© ଶିଶିର ସାହୁ ମନୋଜ
~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…
~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…
~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…
~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…
~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…
~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…