ଉପସ୍ଥାପନା: ଶିଶିର ସାହୁ ମନୋଜ

ଅତି ପୁରାକାଳରେ ପୂର୍ବଖଣ୍ଡ ରାଜ୍ୟରେ ମାଣିକେଶ୍ଵର ବୋଲି ଜଣେ ରାଜା ଥିଲେ । ପ୍ରତିଦିନ ଏକ ମାଳାକାର ତାଙ୍କୁ ପୁଷ୍ପମାଳା ପ୍ରଦାନ କରୁଥିଲେ ।

ଦିନେ ଉକ୍ତ ମାଳାକାର ପ୍ରତ୍ୟୁଷରୁ ଋଷିକୂଲ୍ୟା ନଦୀକୁ ଯାଇ ସ୍ନାନ କରିବା ନିମନ୍ତେ ନଦୀଜଳ ଆଲୋଡନ କରିବା ସମୟରେ ତାରା ଓ ତାରିଣୀ ଦୁଇଗୋଟି ଦେବକନ୍ୟା ରୂପରେ ଜଳ ମଧ୍ୟରୁ ଉଠି ଆସିଲେ ।

ମାଳାକାରର କେହି ସନ୍ତାନ ନଥିବାରୁ ସେ ସେହି ତାରାତାରିଣୀ ଦେବକନ୍ୟା ଦ୍ଵୟଙ୍କୁ ନେଇ ନିଜ ଗୃହରେ ପାଳନ କଲା ।

ସବୁଦିନ ତ ମାଳାକାର ଫୁଲମାଳା ଗୁନ୍ଥି ରାଜାଙ୍କୁ ଦିଏ ଦିନେ କୌଣସି କାର୍ଯ୍ୟବଶତଃ ସେ ଫୁଲ ଗୁନ୍ଥି ନ ପାରିଲାରୁ ସେ ଦେବକନ୍ୟାଦ୍ଵୟ ଫୁଲ ଗୁନ୍ଥି ପୁଷ୍ପମାଳା କରିଦେଲେ ! ରାଜାଙ୍କ ପାଖକୁ ସେ ପୁଷ୍ପମାଳା ଗଲା ।

ରାଜା ମାଣିକେଶ୍ଵର ଆଗରୁ ଏଭଳି ପୁଷ୍ପମାଳା କେଭେ ଦେଖି ନଥିଲେ । ତାଙ୍କର ସନ୍ଦେହ ହେଲା, ସେ ମାଳାକାରକୁ ପଚାରିଲେ, ସତ ସତ କହ ଏ ଫୁଲମାଳ କେଉଁଠୁ ଆଣିଲୁ, ସ୍ଵର୍ଗର ନନ୍ଦନକାନନ ବନରୁ ଯାଇ ପୁଷ୍ପ ଆଣି ଏ ଫୁଲମାଳ କରିବା ତୋ ପାଇଁ କଷ୍ଟସାଧ୍ୟ କଥା ତେବେ ତୋତେ ଏ ଫୁଲମାଳ କ’ଣ ସ୍ଵର୍ଗର କେହି ଦେବୀ କି ଦେବତା ଦେଇଗଲେ ?

ମାଳାକାର ବିଚରା ଦୋଛକିରେ ପଡି ରାଜାଙ୍କୁ ସବୁ ସତକଥା କହିବାକୁ ବାଧ୍ୟ ହେଲା । ରାଜା ସବୁ ଶୁଣି ମାଳାକାରକୁ କହିଲେ ତୋ କଥା ସତ କି ମିଛ ଜାଣିବା ପାଇଁ ମୁଁ କାଲି ତୋହର ଘରକୁ ଯିବି।

ରାଜା ତାଙ୍କୁ ଦେଖିବାକୁ ଆସୁଛନ୍ତି ଜାଣି ଦୁଇ ଦେବକନ୍ୟା ତାରାତାରିଣୀ ପଳାୟନ କଲେ ।

ରାଜା ସେମାନଙ୍କୁ ଧରିବା ଇଛାରେ ପଶ୍ଚାତଧାବନ କଲାରୁ କନ୍ୟାଦ୍ଵୟ ତାରିଣୀ ପର୍ବତ ଶିଖରରେ ଶିଳାର ଆକାର ଧାରଣ କଲେ । ସେହିଦିନଠାରୁ ସେମାନେ ସେ ପର୍ବତରେ ତାରାତାରିଣୀ ରୂପେ ପୂଜା ପାଉଛନ୍ତି ବୋଲି କିମ୍ବଦନ୍ତୀ ପ୍ରଚଳିତ ଅଛି ।

© ଶିଶିର ସାହୁ ମନୋଜ 

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago