All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ଡାକ୍ତର

ଲେଖା: ଶିଶିର ସାହୁ ମନୋଜ

ଆମ ଭାଷାରେ ଇଂରାଜୀର Doctor ଶବ୍ଦଟି ଡାକ୍ତର ହୋଇ ଚଳୁଅଛି । କ’ଣ ଓଡ଼ିଆ ଭାଷାରେ କୌଣସି ଶବ୍ଦ ନାହିଁ ଯେ ଏହି ଵୈଦେଶିକ ଶବ୍ଦଟି ଚଳୁଅଛି ?

ନା !

ଆମ ପାଖରେ Doctorର ଭାରତୀୟ ପ୍ରତିଶବ୍ଦ ବହୁତ ଅଛି,  ଯଥା:
✓ଅଗଦଂକାର—ଅଗଦଂ ଵା ମନୁଷ୍ଯକୁ ଯେ ନୀରୋଗ କରନ୍ତି
✓ଆୟୁର୍ଵେଦୀ—ଯେ ପତ୍ର, ପୁଷ୍ପା, ଵୀଜ ଓ ଚେରାଦିର ରସ ଦ୍ଵାରା ଚିକିତ୍ସା କରନ୍ତି;

✓କଵିରାଜ—କବି ଶବ୍ଦର ଏକ ଅର୍ଥ ଵିଦ୍ଵାନ ତେଣୁ ଯାହାଙ୍କର ରୋଗ ଓ ଔଷଧ ଵିଷୟକ ଜ୍ଞାନଥାଏ ସେ କଵିରାଜ ଅଟନ୍ତି;

✓ଚିକିତ୍ସକ—ଯେ ରୋଗନାଶ ହେତୁ ଚିକିତ୍ସା କରନ୍ତି;

✓ଜାୟୁ—ଜି ଵା ଜୀଵନ ରକ୍ଷା ହେତୁ ଯେ ଚେଷ୍ଟା କରନ୍ତି;

✓ଜୀଵଦ—ଯେ ପ୍ରାଣ ଦାନ କରେ ଜୀଵ ବଞ୍ଚାଏ, ଯେ ଜୀଵଦାତା, ପ୍ରାଣଦାତା ସେ ଜୀଵଦ;

✓ଦୋଷଜ୍ଞ—ଶରୀରର ଦୋଷ ଵିଷୟରେ ଜ୍ଞାତା;
✓ନରେନ୍ଦ୍ର—ନର ଵା ମାନଵଙ୍କ ମଧ୍ୟରେ ଯେ ଇନ୍ଦ୍ର ଅର୍ଥାତ୍ ଶ୍ରେଷ୍ଠ;
✓ନାଡି଼ଚିପା—ଯେ ନାଡ଼ି ଦେଖି ପଥି ଵା ଔଷଧ ଦିଅନ୍ତି;
✓ନାଡି଼ଜ୍ଞ—ନାଡି଼ ଦେଖି ଯେ ଔଷଧ ଦିଅନ୍ତି;

✓ଵିଧି—ଯେ ଵିଶେଷ ଭାଵେ ଧା ଅର୍ଥାତ୍ ଵିଧାତା ଵା ଭଗଵାନ ପଦଵାଚ୍ଯ;

✓ବେଜ୍—ଏହି ଉପନାମଧାରୀ ଲୋକେ ପୂର୍ଵେ ଵୈଦ୍ଯ କାର୍ଯ୍ୟ କରୁଥିଵା ହେତୁ ଏ ଶବ୍ଦର ଏକ ଅର୍ଥ ଵୈଦ୍ଯ ଅଟେ;

✓ଵୈଦ୍ଯ/ଵଇଦ— ଯେ ଵେଦ ଵା ଆର୍ୟୁଵେଦ ସାହାଯ୍ୟରେ ଚିକିତ୍ସା କରନ୍ତି;

✓ଭିଷକ—ରୋଗର ପ୍ରତିକାର କରୁଥିଵା ଵ୍ଯକ୍ତି;ଭିଷ୍ ଧାତୁର ଅର୍ଥ ରୋଗ ପ୍ରତିକାର କରିଵା;

✓ମରମତ୍/ମରମତି—ଏହା ଓଡି଼ଆ ଭାଷାର ନିଜସ୍ବ ଶବ୍ଦ ଏଵେ ଲୁପ୍ତପ୍ରାୟ ! ବୋଧହୁଏ ମର୍ମ ବୁଝୁଥିଵା ହେତୁ ଚିକିତ୍ସକଙ୍କୁ ମରମତ୍ ଵା ମରମତି କୁହାଯାଉଥିଲା;

✓ରୋଗଘ୍ନ/ରୋଗଜ୍ଞ/ରୋଗହ—ରୋଗ ଵିଷୟରେ ଜାଣି ତାକୁ ମାରିପାରୁଥିଵାର ସାମର୍ଥ୍ୟ ଯାହା ପାଖରେ ଥାଏ;

ଏହାଛଡ଼ା ଆହୁରି ଅନେକ ଦେଶଜ ଶବ୍ଦ ମଧ୍ୟ ଚଳୁଥାଇପାରେ । କିଛି ଏଵେ ବି ଚଳୁଥିଵ କିନ୍ତୁ ଅଧିକାଂଶ ଏହି ଵୈଦେଶିକ ଡକ୍ଟର ଶବ୍ଦର ବହୁଳ ଵ୍ଯଵହାର ଯୋଗୁଁ ଲୁପ୍ତ ହୋଇଗଲାଣି ।

ସେ ଯାହାହେଉ ଇଂରାଜୀରେ ଆଜି ଡାକ୍ତର ବା ଚିକିତ୍ସକ ପାଇଁ ଯେଉଁ ଡକ୍ଟର ଶବ୍ଦଟି ଵ୍ଯଵହାର ହେଉଛି ପୂର୍ଵେ ତାହା doctour ଲେଖାଯାଇଥିଲା ଏଵଂ ଅର୍ଥ ଥିଲା ବିଶେଷଜ୍ଞ । ମଧ୍ୟଯୁଗୀୟ doctour ଶବ୍ଦଟି ଏକ ଆଙ୍ଗ୍ଲୋ ନୋର୍ମନ୍ ଶବ୍ଦ ଅଟେ । 

ଇଂରାଜୀ ଭାଷାରେ ଡାକ୍ତର ବା ଚିକିତ୍ସକ ଅର୍ଥରେ ଚଳୁଥିଵା ଡକ୍ଟର ଶବ୍ଦଟି doctourର ଆଧୁନିକ ରୂପ କିନ୍ତୁ ଯେଉଁ docter ଶବ୍ଦଟି ଚିକିତ୍ସକ ଭିନ୍ନ ଅନ୍ଯ ପୋଶାର ଜ୍ଞାତା—ଵିଶେଷଜ୍ଞଙ୍କ ଅର୍ଥରେ ଵ୍ଯଵହୃତ ହୁଏ ତାହାର ମୂଳ ଲାଟିନ୍ ଭାଷାର doctor ଶବ୍ଦ ଅଟେ ।

ଲାଟିନ ଭାଷାରେ doctor ଶବ୍ଦର ଅର୍ଥ ଶିକ୍ଷକ ଵା ଗୁରୁ ଏଵଂ ଏ ଶବ୍ଦର ମୂଳ ହେଉଛି “doceō” ଯାହାର ଅର୍ଥ “ମୁଁ ଶିଖାଏ” । ଇଂରାଜୀରେ ଡକ୍ଟର ଶବ୍ଦର ପୂର୍ଵ ରୂପ ‘doctour’ ପ୍ରଚଳନ ହେଵା ଆଗରୁ ଆଉ ଏକ ଶବ୍ଦ ଚଳୁଥିଲା  lerare ଏଵଂ ଏହାର ଅର୍ଥ ଥିଲା ଡାକ୍ତର ଓ ଶିକ୍ଷକ  ।

Doctor, doctour ଓ doceō ଆଦି ଶବ୍ଦର ମୂଳ P.I.E. root ଵା ଆଦ୍ଯ ଭାରୋପୀୟ ଧାତୁ ଶବ୍ଦ ହେଉଛି *deḱ- ଏଵଂ ଏ ଧାତୁଶବ୍ଦରୁ ଦାଷ୍ଟି, ଦାଶ୍ତି, ଦାଶ୍ରୋତି, ଦଦାଶ ଓ ଦୀକ୍ଷା ଆଦି ଭାରତୀୟ ଶବ୍ଦ ନିଷ୍ପନ୍ନ କରାଯାଇଛି । ଦୀକ୍ଷା ଶବ୍ଦର ସଂସ୍କୃତ ଧାତୁରୂପ ‘ଦୀକ୍ଷ୍’ ର ଏକ ଅର୍ଥ ଶିକ୍ଷା ଦେଵା ଏଵଂ ଏହି ଅର୍ଥଟି doctour ଓ doceō ଶବ୍ଦରେ ତଥାପି ବହୁଵର୍ଷ ଯାଏଁ ରହିଥିଲା । ଏଵେ ବି ଯେତେଵେଳେ କୌଣସି ଵିଷୟରେ ବିଶେଷଜ୍ଞଙ୍କୁ ଡକ୍ଟରେଟ୍ ଉପାଧି ଦିଆଯାଏ ସେହି ଉପାଧି ମଧ୍ୟରେ ତାଙ୍କଠାରୁ ସମାଜ କିଛି ଶିକ୍ଷା ଲାଭ କରିଵ ଓ କରିଅଛି ଆଦି ଭାଵ ଉହ୍ଯ ରହିଥାଏ ।

ଅସ୍ତୁ ! ଵିଶ୍ଵକୁ ଭାରତୀୟମାନେ ଚିକିତ୍ସାର ଜ୍ଞାନ ଦେଇଥିଲେ ତେଣୁ ଆମ ଦେଶରେ ଚିକିତ୍ସକ ଅର୍ଥରେ ଅନେକ ଶବ୍ଦ ରହିଛି । ଆଧୁନିକକାଳରେ ନୂତନ ଚିକିତ୍ସା ପଦ୍ଧତିର ଆଵିଷ୍କାର ପାଶ୍ଚାତ୍ୟରେ ହୋଇଥିଲା ଫଳରେ ସେଠାକାର ପଦ୍ଧତି ଓ ତତ୍ ସମ୍ବନ୍ଧୀୟ ଶବ୍ଦ ସମ୍ଭାର ମଧ୍ୟ ଭାରତକୁ ଆସିଥିଲା । ଏହିସବୁ କାରଣରୁ ଆଜି ଆମେ ଡାକ୍ତର ଶବ୍ଦର ବହୁଳ ଵ୍ଯଵହାର କରୁଅଛୁ ।

©ଶିଶିର ସାହୁ ମନୋଜ

 

Spread the love
admin

Next ସମା »
Previous « ତାଇ
Leave a Comment
Share
Published by
admin
Tags: ଡାକ୍ତର
5 years ago

    Related Post

  • ଭକ୍ତକବି ମଧୁସୂଦନ ରାଓ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

Recent Posts

  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago
  • ଆମ ଖାଦ୍ୟ

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago
  • ଅନ୍ୟାନ୍ୟ

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago
  • ମହାମନିଷୀଗଣ

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago
  • ମହାମନିଷୀଗଣ

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago
All Rights ReservedView Non-AMP Version
  • L