All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ଝୁମ୍ପା

ଲେଖା: ଶିଶିର ସାହୁ ମନୋଜ

ଲୁଗାଦିର ମୁହୁଣ୍ଡାରେ ଲଗାଯାଇଥିବା ଝୁମ୍ପିକୁ ମରାଜି କୁହାଯାଏ । ଏହାକୁ ଝମ୍ପା ଓ ଝାଲର ମଧ୍ୟ କୁହାଯାଏ ।

ଇଂରାଜୀ ଭାଷାରେ ମରାଜିକୁ Tassel କୁହନ୍ତି । ଏହା ବସ୍ତ୍ରାଦିରେ ପାଟଫୁଲି ପରି ପେନ୍ଥାପେନ୍ଥା ଓ କେରାକେରା ହୋଇ ତଳକୁ ଓହଳି ଥିବା ଅଳଙ୍କାର ସଦୃଶ୍ୟ ଦୃଶ୍ୟ ହୁଏ ବୋଲି ପେନ୍ଥା ଅର୍ଥରେ ବ୍ଯବହାର ହେଉଥିବା ଝୁମ୍ପା ଶବ୍ଦଟି ମରାଜି ପାଇଁ ମଧ୍ୟ ବ୍ଯବହୃତ ହୋଇଥାଏ । ଆଗକାଳରେ ବଟୁଆରେ ଝୁମ୍ପା ଲାଗୁଥିଲା ଆଉ ଟୋପିରେ ଲାଗୁଥିବା ଝୁମ୍ପାକୁ ଝାଲର କୁହାଯାଉଥିଲା । ସେହିପରି ଆଗେ ସ୍ତ୍ରୀମାନଙ୍କ ମୁଣ୍ଡର ଚଉଁରି ଭୂଣ୍ଡିରେ ଯେଉଁ ଚନ୍ଦ୍ରାକାର ଝୁମ୍ପା ଲାଗୁଥିଲା ତାକୁ ଚନ୍ଦ୍ରଝୁମ୍ପା କୁହାଯାଉଥିଲା ।

କୃଷ୍ଣ ସିଂହ କୃତ ମହାଭାରତରେ ଏ ଶବ୍ଦର ଵ୍ଯଵହାର ହୋଇଛି,
“କେ ବୋଲେ ଚନ୍ଦ୍ରଝୁମ୍ପା ମୁକୁତା ପ୍ରକାଶେ”

ଏଠାରେ କଵିସୂର୍ଯ୍ୟ ସଂଗୀତରେ ଝମ୍ପା ଶବ୍ଦର ଵ୍ଯଵହାର ମଧ୍ୟ ଉଲ୍ଲେଖ ଯୋଗ୍ୟ !
“ଝମ୍ପା ଝାଲରିଆ ଅଳକ ତିଳକ ଶୋଭିନୀର
କେଶବେଶେ ଝରା ଖଞ୍ଜି ବିମ୍ବ ଓଷ୍ଠେ
ଶତ ଚୁମ୍ବ ରଚିବି କେବେ ହରଷେ ।”

ଝରା ଶବ୍ଦ ମଧ୍ୟ କେଉଁଠି କେଉଁଠି ଟୋପିଆଦିରୁ ଏକପାଖୁରେ ଓହୋଳି ଥିବା ଜରି ବା ରେଶମ ଡ଼ୋରର ଝୁମ୍ପା ବା ଗୁଚ୍ଛ ପାଇଁ ଵ୍ଯଵହୃତ ହେଉଥିଵାଵେଳେ ଅନ୍ୟ କେତେକ ଅଞ୍ଚଳରେ ଜୁଡ଼ାର ଅଳଙ୍କାର ଵା ଝରା କାଠିରୁ ଓହୋଳି ଥିବା ଘୁଙ୍ଗୁରଲଗା ଝଞ୍ଜିରମାଳ ଅର୍ଥରେ ପ୍ରୟୋଗ ହୋଇଥାଏ ।

ଘର ଛାତତଳେ କେରି କେରି ହୋଇ ଝୁଲୁଥିବା ଚକଚକିଆ ଝୁମ୍ପାକୁ ଝରିଝୁମ୍ପା କୁହାଯାଉଥିଲା । ବ୍ରହ୍ମନିରୂପଣ ଗୀତା କାଵ୍ଯରେ ଏ ଶବ୍ଦର ଵ୍ଯଵହାର ଦୃଶ୍ୟ ହୁଏ,
“ଶୋଳକ ସୁମୁତି ହୋଇଛନ୍ତି ଝରିଝମ୍ପା।”

ଏଇଭଳି ଝୁମ୍ପା ଶବ୍ଦର ଅନେକ ଓଡ଼ିଆ ଗ୍ରନ୍ଥରେ ବହୁଳ ଵ୍ଯଵହାର ହୋଇଛି ।

ଝାଲର ଜାତୀୟ ମରାଜି ସାଧାରଣତଃ ତରଙ୍ଗ ବା ଜାଲ ଆକାରର କାରୁକାର୍ଯ୍ୟ ବିଶିଷ୍ଟ ହେଉଥିଲା ଏବଂ ଏହା ବସ୍ତ୍ରଖଣ୍ଡ ବା ଟୋପି ଇତ୍ୟାଦିରେ ଜାଲଜାଲିଆ ମଶାରି ଭଳି ଦେଖାଯାଉଥିଲା । ଚାନ୍ଦୁଆ ଆଦିର ଝଡ଼ିରେ ଝାଲର ସବୁ ଓହଳି ଥିଲା । କଵିଵର ରାଧାନାଥ ରାୟ ଏଇ ଅର୍ଥରେ ଝାଲର ଶବ୍ଦର ପ୍ରୟୋଗ ଚିଲିକାଖଣ୍ଡକାଵ୍ୟରେ କରିଛନ୍ତି । ଯେପରିକି,
“ଚନ୍ଦ୍ରାତପ ତଳେ ଝୁଲଇ ମଞ୍ଜୁଳ
ଝାଲର ପରାଏ ପତ୍ର ସଙ୍ଗେ ଫୁଲ”

ମୟୁର ଚନ୍ଦ୍ରିକାକୁ ମଧ୍ୟ ଝାଲର କୁହାଯାଏ ପୁଣି ଵିଚ୍ଛିନ୍ନାଞ୍ଚଳ ସିଂହଭୂମିର କଥିତ ଓଡ଼ିଆ ଭାଷାରେ ଏକପ୍ରକାର ଦେଶୀୟ ଧାନକୁ ଝାଲର କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଢେଙ୍କାନାଳ ଗଡ଼ଜାତରେ ପୂଜାପାର୍ଵଣ ସମୟେ ରଙ୍ଗୀନ କାଗଜରେ ପତକା ସହିତ ଵିଭିନ୍ନ ଆକାରର ଆକର୍ଷଣ ଜାଲଜାଲିଆ ଝାଲର ତିଆରି କରି ଲଗାଯାଇଥାଏ ଏଵଂ ତାକୁ ଝାଲର କୁହାଯାଏ ।

© ଶବ୍ଦଭେଦ

Spread the love
admin

Next ଵଶା »
Previous « ଖପରଖାଇ
Leave a Comment
Share
Published by
admin
Tags: ଝୁମ୍ପା
5 years ago

    Related Post

  • ଭକ୍ତକବି ମଧୁସୂଦନ ରାଓ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

Recent Posts

  • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 week ago
  • ଆମ ଖାଦ୍ୟ

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago
  • ଅନ୍ୟାନ୍ୟ

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

3 weeks ago
  • ମହାମନିଷୀଗଣ

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago
  • ମହାମନିଷୀଗଣ

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago
All Rights ReservedView Non-AMP Version
  • L