All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ଝୁମ୍ପା

ଲେଖା: ଶିଶିର ସାହୁ ମନୋଜ

ଲୁଗାଦିର ମୁହୁଣ୍ଡାରେ ଲଗାଯାଇଥିବା ଝୁମ୍ପିକୁ ମରାଜି କୁହାଯାଏ । ଏହାକୁ ଝମ୍ପା ଓ ଝାଲର ମଧ୍ୟ କୁହାଯାଏ ।

ଇଂରାଜୀ ଭାଷାରେ ମରାଜିକୁ Tassel କୁହନ୍ତି । ଏହା ବସ୍ତ୍ରାଦିରେ ପାଟଫୁଲି ପରି ପେନ୍ଥାପେନ୍ଥା ଓ କେରାକେରା ହୋଇ ତଳକୁ ଓହଳି ଥିବା ଅଳଙ୍କାର ସଦୃଶ୍ୟ ଦୃଶ୍ୟ ହୁଏ ବୋଲି ପେନ୍ଥା ଅର୍ଥରେ ବ୍ଯବହାର ହେଉଥିବା ଝୁମ୍ପା ଶବ୍ଦଟି ମରାଜି ପାଇଁ ମଧ୍ୟ ବ୍ଯବହୃତ ହୋଇଥାଏ । ଆଗକାଳରେ ବଟୁଆରେ ଝୁମ୍ପା ଲାଗୁଥିଲା ଆଉ ଟୋପିରେ ଲାଗୁଥିବା ଝୁମ୍ପାକୁ ଝାଲର କୁହାଯାଉଥିଲା । ସେହିପରି ଆଗେ ସ୍ତ୍ରୀମାନଙ୍କ ମୁଣ୍ଡର ଚଉଁରି ଭୂଣ୍ଡିରେ ଯେଉଁ ଚନ୍ଦ୍ରାକାର ଝୁମ୍ପା ଲାଗୁଥିଲା ତାକୁ ଚନ୍ଦ୍ରଝୁମ୍ପା କୁହାଯାଉଥିଲା ।

କୃଷ୍ଣ ସିଂହ କୃତ ମହାଭାରତରେ ଏ ଶବ୍ଦର ଵ୍ଯଵହାର ହୋଇଛି,
“କେ ବୋଲେ ଚନ୍ଦ୍ରଝୁମ୍ପା ମୁକୁତା ପ୍ରକାଶେ”

ଏଠାରେ କଵିସୂର୍ଯ୍ୟ ସଂଗୀତରେ ଝମ୍ପା ଶବ୍ଦର ଵ୍ଯଵହାର ମଧ୍ୟ ଉଲ୍ଲେଖ ଯୋଗ୍ୟ !
“ଝମ୍ପା ଝାଲରିଆ ଅଳକ ତିଳକ ଶୋଭିନୀର
କେଶବେଶେ ଝରା ଖଞ୍ଜି ବିମ୍ବ ଓଷ୍ଠେ
ଶତ ଚୁମ୍ବ ରଚିବି କେବେ ହରଷେ ।”

ଝରା ଶବ୍ଦ ମଧ୍ୟ କେଉଁଠି କେଉଁଠି ଟୋପିଆଦିରୁ ଏକପାଖୁରେ ଓହୋଳି ଥିବା ଜରି ବା ରେଶମ ଡ଼ୋରର ଝୁମ୍ପା ବା ଗୁଚ୍ଛ ପାଇଁ ଵ୍ଯଵହୃତ ହେଉଥିଵାଵେଳେ ଅନ୍ୟ କେତେକ ଅଞ୍ଚଳରେ ଜୁଡ଼ାର ଅଳଙ୍କାର ଵା ଝରା କାଠିରୁ ଓହୋଳି ଥିବା ଘୁଙ୍ଗୁରଲଗା ଝଞ୍ଜିରମାଳ ଅର୍ଥରେ ପ୍ରୟୋଗ ହୋଇଥାଏ ।

ଘର ଛାତତଳେ କେରି କେରି ହୋଇ ଝୁଲୁଥିବା ଚକଚକିଆ ଝୁମ୍ପାକୁ ଝରିଝୁମ୍ପା କୁହାଯାଉଥିଲା । ବ୍ରହ୍ମନିରୂପଣ ଗୀତା କାଵ୍ଯରେ ଏ ଶବ୍ଦର ଵ୍ଯଵହାର ଦୃଶ୍ୟ ହୁଏ,
“ଶୋଳକ ସୁମୁତି ହୋଇଛନ୍ତି ଝରିଝମ୍ପା।”

ଏଇଭଳି ଝୁମ୍ପା ଶବ୍ଦର ଅନେକ ଓଡ଼ିଆ ଗ୍ରନ୍ଥରେ ବହୁଳ ଵ୍ଯଵହାର ହୋଇଛି ।

ଝାଲର ଜାତୀୟ ମରାଜି ସାଧାରଣତଃ ତରଙ୍ଗ ବା ଜାଲ ଆକାରର କାରୁକାର୍ଯ୍ୟ ବିଶିଷ୍ଟ ହେଉଥିଲା ଏବଂ ଏହା ବସ୍ତ୍ରଖଣ୍ଡ ବା ଟୋପି ଇତ୍ୟାଦିରେ ଜାଲଜାଲିଆ ମଶାରି ଭଳି ଦେଖାଯାଉଥିଲା । ଚାନ୍ଦୁଆ ଆଦିର ଝଡ଼ିରେ ଝାଲର ସବୁ ଓହଳି ଥିଲା । କଵିଵର ରାଧାନାଥ ରାୟ ଏଇ ଅର୍ଥରେ ଝାଲର ଶବ୍ଦର ପ୍ରୟୋଗ ଚିଲିକାଖଣ୍ଡକାଵ୍ୟରେ କରିଛନ୍ତି । ଯେପରିକି,
“ଚନ୍ଦ୍ରାତପ ତଳେ ଝୁଲଇ ମଞ୍ଜୁଳ
ଝାଲର ପରାଏ ପତ୍ର ସଙ୍ଗେ ଫୁଲ”

ମୟୁର ଚନ୍ଦ୍ରିକାକୁ ମଧ୍ୟ ଝାଲର କୁହାଯାଏ ପୁଣି ଵିଚ୍ଛିନ୍ନାଞ୍ଚଳ ସିଂହଭୂମିର କଥିତ ଓଡ଼ିଆ ଭାଷାରେ ଏକପ୍ରକାର ଦେଶୀୟ ଧାନକୁ ଝାଲର କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଢେଙ୍କାନାଳ ଗଡ଼ଜାତରେ ପୂଜାପାର୍ଵଣ ସମୟେ ରଙ୍ଗୀନ କାଗଜରେ ପତକା ସହିତ ଵିଭିନ୍ନ ଆକାରର ଆକର୍ଷଣ ଜାଲଜାଲିଆ ଝାଲର ତିଆରି କରି ଲଗାଯାଇଥାଏ ଏଵଂ ତାକୁ ଝାଲର କୁହାଯାଏ ।

© ଶବ୍ଦଭେଦ

Spread the love
admin

Next ଵଶା »
Previous « ଖପରଖାଇ
Leave a Comment
Share
Published by
admin
Tags: ଝୁମ୍ପା
5 years ago

    Related Post

  • ବୈଷ୍ଣବ ଚରଣ ମହାନ୍ତି
  • ମାତୃଭାଷା
  • ଗୁରୁ

Recent Posts

  • ଇତିହାସ

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago
  • ମହାମନିଷୀଗଣ

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago
  • ମହାମନିଷୀଗଣ

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago
  • ପର୍ଯ୍ୟଟନ କ୍ଷେତ୍ର

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago
  • ଶ୍ରୀଜଗନ୍ନାଥ

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago
  • ଶ୍ରୀଜଗନ୍ନାଥ

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago
All Rights ReservedView Non-AMP Version
  • L