| ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ, ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ ଅବା ଜାହାଜିଆ ଶବ୍ଦ, ପୁଣି ଭୌଗୋଳିକ ଦିଗନିର୍ଣ୍ଣୟ ହେତୁ ରହିଛି ସ୍ଵତନ୍ତ୍ର ଦିକ୍ଵାଚକ ନାମ । ନିମ୍ନରେ ସେହି ଦିକ୍ଵାଚକ ଶବ୍ଦଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା . . ଗାହି ― ମାନଚିତ୍ରରେ ଉତ୍ତର ଦିଗ ସାରା ଭାରତରେ ଓଡ଼ିଆ ଛଡ଼ା ଅନ୍ୟ କୌଣସି ଭାଷାରେ ଏଭଳି ଦିକ୍ଵାଚକ ଶବ୍ଦ ଦୃଶ୍ୟ ହୁଏନାହିଁ। ଏହା କଳିଙ୍ଗଦେଶର ସ୍ଵାତନ୍ତ୍ର୍ଯ ପ୍ରକଟିତ କରିଥାଏ । ତେଵେ ଆମ ପାଖରେ ତ ଉତ୍ତର ଦକ୍ଷିଣ ପୂର୍ଵ ପଶ୍ଚିମ ଇତ୍ୟାଦି ଦଶଦିଗର ନାମ ରହିଥିଲା ତାହେଲେ କାହିଁକି ହୋଇଥିଲା ଏଭଳି ଦିଗ ନିର୍ଣ୍ଣୟ ? କାରଣ ସାଧାରଣ କଥିତ ଭାଷା ଓ ମାନଚିତ୍ରର ଭାଷାରେ ଦିଗ ଭିନ୍ନ ଭିନ୍ନ ହେଉଥିଲା । ଉଦାହରଣସ୍ୱରୂପ, କଥିତ ଭାଷାରେ ଆମେ ସୂର୍ଯ୍ୟ ଉଦୟ ହେଉଥିଵା ଦିଗକୁ ପୂର୍ଵ କୁହନ୍ତି, କିନ୍ତୁ ମାନଚିତ୍ର କ୍ଷେତ୍ରରେ ତାହା ଉତ୍ତର ଦିଗ ଭାବେ ଵିଦିତ ହୋଇଥାଏ । ଏଭଳି ଭ୍ରମର ଦୂରୀକରଣ ହେତୁରୁ ଓଡ଼ିଆଭାଷାରେ ସ୍ଵତନ୍ତ୍ର ଦିଗ ନାମକରଣ ହୋଇଥିଵାର ଯଥେଷ୍ଟ ସମ୍ଭାଵନା ରହିଛି । ତେଵେ ଇତିହାସ ପୁସ୍ତକରେ ଯଦି ଓଡ଼ିଶାର ନୌବାଣିଜ୍ୟ ସଂକ୍ରାନ୍ତୀୟ ଏକ ସ୍ଵତନ୍ତ୍ର ଵିଷୟ ରୁହନ୍ତା ଏବଂ ସେଠାରେ ଏହି ଜାହାଜିଆ ଶବ୍ଦ ଶବ୍ଦ ଗୁଡିକର ଆଲୋଚନା କରାହୁଅନ୍ତା ତେବେ ଏହି ଜାହାଜିଆ ଶବ୍ଦ ସବୁ ଲୁପ୍ତ ନ ହୋଇ ବଞ୍ଚିରୁହନ୍ତା ! © ଶିଶିର ସାହୁ ମନୋଜ | |
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…