ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଏକ ପୁସ୍ତକରୁ ସଂଗୃହୀତ ଜାତୀୟତାଵାଦୀ କଵି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ଏହି ଜାତୀୟ କଵିତା ! ମାତ୍ର ଏହି ଜାତୀୟ କଵିତାର ନାମୋଲ୍ଲେଖ କେଉଁଠାରେ ହୋଇନାହିଁ !
~ ଜାତୀୟ କଵିତା ଉଦବୋଧନୀ ~
ଉଡାଇ ନିଶାଣ ବଜାଇ ଭେରୀ ଜଗାଇ ଵିପୁଳ―ପୁଲକ―କମ୍ପ
ମନ୍ତ୍ର―ପୂତ―ଅନଳ ଭେଦି ଏ ଜାତି ଯେଦିନ ଦେଲାରେ ଲମ୍ଫ
ଉଠିଲା ଗର୍ଜି ଦୀପ୍ତ―ଅଶନି ସଘନେ ଗଗନ―ଵକ୍ଷେ
ସୌର―ଜଗତ ସ୍ତମ୍ଭିତ ହୋଇ ରହିଲା ମୁଗ୍ଧ―ଚକ୍ଷେ ।
ଚୂର୍ଣ୍ଣ କିରଣ ଶୈଳ―ଶିଖର ମନ୍ଥି କରାଳ―ଅତଳ―ସିନ୍ଧୁ
ଵିଶ୍ଵ―ଵିଜୟ କରିଲା ଯେ ଦିନ ଝଞ୍ଜା―ସମାନ ପ୍ରଵଳ ହିନ୍ଦୁ;
ଅରାତି ରକ୍ତେ ରଞ୍ଜି ଖଡଗ ସ୍ଥାପିଣ ଯେ ଦିନ ଧର୍ମ―ରାଜ୍ୟ
ବୁହାଇ ତପ୍ତ―ଶୋଣିତ―ଧାରା ଅଵନି―ଭରା ରହିଲା ଆର୍ଯ୍ୟ;
ଉଠିଲା ଗର୍ଜି ଦୀପ୍ତ―ଅଶନି ସଘନେ ଗଗନ―ଵକ୍ଷେ
ସୌର―ଜଗତ ସ୍ତମ୍ଭିତ ହୋଇ ଚାହିଁଲା ମୁଗ୍ଧ―ଚକ୍ଷେ ।
ଭୈରଵ―ରବେ ହୁଙ୍କାର ଛାଡ଼ି ଟଳାଇ ମେରୁ କିରଣ ଦମ୍ଭ
ସପ୍ତ―ସାଗର―ପ୍ରାନ୍ତେ ଏ ଜାତି ପୋତି ଯେ ଦିନ କୀରତି ସ୍ତମ୍ଭ;
ଵିରାଟ―ଧ୍ଵଂସ―ପୁଞ୍ଜ ଉପରେ ଵିରଚି ନିତ୍ଯ―ନୂତନ―ସୃଷ୍ଟି
ଯେଦିନ ଏ ଜାତି ଚରମ―ସତ୍ୟ ଦେଖିଲା ଲଗାଇ ପରମ ଦୃଷ୍ଟି;
ଉଠିଲା ଗର୍ଜି ଦୀପ୍ତ―ଅଶନି ସଘନେ ଗଗନ―ଵକ୍ଷେ
ସୌର―ଜଗତ ସ୍ତମ୍ଭିତ ହୋଇ ଚାହିଁଲା  ମୁଗ୍ଧ―ଚକ୍ଷେ ।
ଉପସ୍ଥାପନା: ଶିଶିର ସାହୁ ମନୋଜ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 day ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago