ଲେଖା: ଶିଶିର ସାହୁ ମନୋଜ

ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ଆମେ ‘ମଣିମା’‘ଛାମୁ’ କହିଥାନ୍ତି । କଳିଙ୍ଗରେ ଆଗେ ରାଜାଙ୍କୁ ମଧ୍ୟ ଆପଣ ବୋଲି ନ କହି ଛାମୁ ସମ୍ବୋଧନ କରାଯାଉଥିଲା । ଯଥାର୍ଥରେ ଶ୍ରୀଜଗନ୍ନାଥ ସବୁ ସନାତନୀ କ୍ଷେତ୍ର ମଧ୍ୟରେ ରାଜା ଅଟନ୍ତି କାରଣ ତାଙ୍କର ସମସ୍ତ ରୀତିନୀତି ଓ ପୂଜା ପଦ୍ଧତି ରାଜୋଚିତ ହୋଇଥାଏ । ସେ ଜଣେ ରାଜାଙ୍କ ପରି ଷାଠିଏ ପଉଠି ଭୋଗ ଗ୍ରହଣ କରନ୍ତି ଓ ତାଙ୍କ ଭୋଗ ଵିଶ୍ଵଯାକର ଜୀଵ ଜାତି ଭେଦ ପାତରଅନ୍ତର ଭୁଲି ଗ୍ରହଣ କରନ୍ତି ।


ତେଵେ ଆଗେ ଏକ ଵିଶେଷଣ ଶବ୍ଦ ଭାଵେ ଛାମୁ ଶବ୍ଦଟି ଶିଷ୍ଯ ଗୁରୁଙ୍କୁ କିମ୍ବା ପ୍ରଜା ରାଜାଙ୍କୁ ଉତ୍ତର କରିବାରେ ପ୍ରୟୋଜ୍ଯ ଅତ୍ଯୟ ହୋଇ ମଧ୍ୟ ଵ୍ଯଵହୃତ ହେଉଥିଲା ଏଵଂ ତାହା ଆଜ୍ଞା; ଅବଧାନ; ହୁଁ ଆଦି ଭଳି ଵ୍ଯଵହାର ହେଉଥିଲା ।ଏହି ଶବ୍ଦ ଵ୍ଯଵହାର କରି ସମ୍ମାନ ପ୍ରଦର୍ଶନ କରାଯାଉଥିଵାରୁ ଓଡ଼ିଆରେ ନମସ୍କାର କରିଵା ଅର୍ଥରେ “ଛାମୁ କରିଵା” ଓଡ଼ିଆ କ୍ରିୟା ଵ୍ଯଵହୃତ ହେଉଥିଲା ।

ଓଡ଼ିଆ ଭାଷାରେ ଵ୍ଯଵହୃତ ଏହି ଛାମୁ ଶବ୍ଦଟି ଶାସ୍ତ୍ରୀୟ ସମ୍ମୁଖ ଓ ଦେଶଜ ସମୁଖ ତଥା ସାମନା ସହିତ ସମଦ୍ଧୃତ ।

ଦେଶଜ ଛାମୁ ଶବ୍ଦଟି ଏକ ଵିଶେଷ୍ଯ ଭାଵେ ନିମ୍ନଲିଖିତ ଅର୍ଥରେ ଵ୍ଯଵହୃତ ହୋଇଥାଏ ।
୧. ସମ୍ମୁଖ
ଏହି ଅର୍ଥକୁ ଆଧାର କରି ଅନେକ ଵିଶେଷଣ ଶବ୍ଦ ସୃଷ୍ଟି ହୋଇଛି ଯଥା:
        ଛାମୁଦାନ୍ତ—ସମ୍ମୁଖସ୍ଥ ଦନ୍ତ
        ଛାମୁଖୁଣ୍ଟିଆ ଇତ୍ୟାଦି—ଯେଉଁ ସେଵକ ରାଜା ଵା ଦେଵତାଙ୍କ ସମ୍ମୁଖରେ ସେଵାକରେ
        ଛୁନ୍ଦାର୍— ଶବ୍ଦଟି ଛାମୁ ସହିତ ଦ୍ବାର ଶବ୍ଦ ମିଶି ପୁଣି ତାହା ଅପଭ୍ରଂଶ ହୋଇ ଏ ଶବ୍ଦ ସୃଷ୍ଟି ହୋଇଅଛି । ଏହାର ସମଦ୍ଧୃତ          ପ୍ରତିଶବ୍ଦ ଛାମୁଦୁଆର ଓ ଛୋଁଦାର ଇତ୍ୟାଦି ।

୨. ନୈକଟ୍ଯ
ଏହି ଅର୍ଥକୁ ଆଧାର କରି ‘ରାଜାଙ୍କ ଛାମୁ’
ପଦ ଵ୍ଯଵହୃତ ହେଉଥିଲା । (ଉଦାହରଣ: ରଜାଙ୍କ ଛାମୁରେ ମୁଁ ଗୁହାରି କରିବି)

୩. (ତୃତୀୟ ପୁରୁଷ) ରାଜା ବା ସମ୍ମାନାର୍ହ ଵ୍ଯକ୍ତିଙ୍କ ସମୀପ, ସାନ୍ନିଧ୍ଯ; ହଜୁର (ଉଦାହରଣ: ମୁଁ ଆଜି ରଜାଙ୍କ ଛାମୁକୁ ଯାଇଥିଲି)

୪. ଦେବତାଙ୍କ ସାନ୍ନିଧ୍ଯ ଵା ସାମ୍ମୁଖ୍ଯ
(ଉଦାହରଣ: କୋଠ ଭୋଗ ଦେଵତାଙ୍କ ଛାମୁରେ ବଢ଼ା ହୁଏ।)

ଭାରତରେ ଅନେକ ତୀର୍ଥ, ପୀଠ ଦେଵାଦେଵୀ ଅଛନ୍ତି କିନ୍ତୁ ତନ୍ମଧ୍ୟରେ ଶ୍ରୀଜଗନ୍ନାଥ ହିଁ କେଵଳ ରାଜା ଅଟନ୍ତି ‌। କଳିଙ୍ଗରେ ଅନେକ ଶାସକ ଵିଭିନ୍ନ ସମୟରେ ଶାସନ କରିସାରିଛନ୍ତି କିନ୍ତୁ ଏ ଦେଶର ପ୍ରକୃତ ଶାସକ ଓ ପ୍ରଥମ ଖଣ୍ଡାୟତ ଶ୍ରୀଜଗନ୍ନାଥ ଅଟନ୍ତି । କେଵଳ ଭାରତ କାହିଁକି ସାରା ଵିଶ୍ଵରେ ସେ ଏକମାତ୍ର ଦେଵତା ଯାହାଙ୍କର ଆଚାର ଵିଚାର ସବୁ ରାଜାଙ୍କ ଭଳି ହୋଇଥାଏ । ଛାମୁ ଶବ୍ଦଟି ସେହି ରାଜୋଚ୍ଚିତ ରୀତିନୀତିର ଅନ୍ଯତମ ଉପାଦାନ ଏଵଂ ଆମ ମହାନ ସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago