ଲେଖା: ଶିଶିର ସାହୁ ମନୋଜ

ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ଆମେ ‘ମଣିମା’‘ଛାମୁ’ କହିଥାନ୍ତି । କଳିଙ୍ଗରେ ଆଗେ ରାଜାଙ୍କୁ ମଧ୍ୟ ଆପଣ ବୋଲି ନ କହି ଛାମୁ ସମ୍ବୋଧନ କରାଯାଉଥିଲା । ଯଥାର୍ଥରେ ଶ୍ରୀଜଗନ୍ନାଥ ସବୁ ସନାତନୀ କ୍ଷେତ୍ର ମଧ୍ୟରେ ରାଜା ଅଟନ୍ତି କାରଣ ତାଙ୍କର ସମସ୍ତ ରୀତିନୀତି ଓ ପୂଜା ପଦ୍ଧତି ରାଜୋଚିତ ହୋଇଥାଏ । ସେ ଜଣେ ରାଜାଙ୍କ ପରି ଷାଠିଏ ପଉଠି ଭୋଗ ଗ୍ରହଣ କରନ୍ତି ଓ ତାଙ୍କ ଭୋଗ ଵିଶ୍ଵଯାକର ଜୀଵ ଜାତି ଭେଦ ପାତରଅନ୍ତର ଭୁଲି ଗ୍ରହଣ କରନ୍ତି ।


ତେଵେ ଆଗେ ଏକ ଵିଶେଷଣ ଶବ୍ଦ ଭାଵେ ଛାମୁ ଶବ୍ଦଟି ଶିଷ୍ଯ ଗୁରୁଙ୍କୁ କିମ୍ବା ପ୍ରଜା ରାଜାଙ୍କୁ ଉତ୍ତର କରିବାରେ ପ୍ରୟୋଜ୍ଯ ଅତ୍ଯୟ ହୋଇ ମଧ୍ୟ ଵ୍ଯଵହୃତ ହେଉଥିଲା ଏଵଂ ତାହା ଆଜ୍ଞା; ଅବଧାନ; ହୁଁ ଆଦି ଭଳି ଵ୍ଯଵହାର ହେଉଥିଲା ।ଏହି ଶବ୍ଦ ଵ୍ଯଵହାର କରି ସମ୍ମାନ ପ୍ରଦର୍ଶନ କରାଯାଉଥିଵାରୁ ଓଡ଼ିଆରେ ନମସ୍କାର କରିଵା ଅର୍ଥରେ “ଛାମୁ କରିଵା” ଓଡ଼ିଆ କ୍ରିୟା ଵ୍ଯଵହୃତ ହେଉଥିଲା ।

ଓଡ଼ିଆ ଭାଷାରେ ଵ୍ଯଵହୃତ ଏହି ଛାମୁ ଶବ୍ଦଟି ଶାସ୍ତ୍ରୀୟ ସମ୍ମୁଖ ଓ ଦେଶଜ ସମୁଖ ତଥା ସାମନା ସହିତ ସମଦ୍ଧୃତ ।

ଦେଶଜ ଛାମୁ ଶବ୍ଦଟି ଏକ ଵିଶେଷ୍ଯ ଭାଵେ ନିମ୍ନଲିଖିତ ଅର୍ଥରେ ଵ୍ଯଵହୃତ ହୋଇଥାଏ ।
୧. ସମ୍ମୁଖ
ଏହି ଅର୍ଥକୁ ଆଧାର କରି ଅନେକ ଵିଶେଷଣ ଶବ୍ଦ ସୃଷ୍ଟି ହୋଇଛି ଯଥା:
        ଛାମୁଦାନ୍ତ—ସମ୍ମୁଖସ୍ଥ ଦନ୍ତ
        ଛାମୁଖୁଣ୍ଟିଆ ଇତ୍ୟାଦି—ଯେଉଁ ସେଵକ ରାଜା ଵା ଦେଵତାଙ୍କ ସମ୍ମୁଖରେ ସେଵାକରେ
        ଛୁନ୍ଦାର୍— ଶବ୍ଦଟି ଛାମୁ ସହିତ ଦ୍ବାର ଶବ୍ଦ ମିଶି ପୁଣି ତାହା ଅପଭ୍ରଂଶ ହୋଇ ଏ ଶବ୍ଦ ସୃଷ୍ଟି ହୋଇଅଛି । ଏହାର ସମଦ୍ଧୃତ          ପ୍ରତିଶବ୍ଦ ଛାମୁଦୁଆର ଓ ଛୋଁଦାର ଇତ୍ୟାଦି ।

୨. ନୈକଟ୍ଯ
ଏହି ଅର୍ଥକୁ ଆଧାର କରି ‘ରାଜାଙ୍କ ଛାମୁ’
ପଦ ଵ୍ଯଵହୃତ ହେଉଥିଲା । (ଉଦାହରଣ: ରଜାଙ୍କ ଛାମୁରେ ମୁଁ ଗୁହାରି କରିବି)

୩. (ତୃତୀୟ ପୁରୁଷ) ରାଜା ବା ସମ୍ମାନାର୍ହ ଵ୍ଯକ୍ତିଙ୍କ ସମୀପ, ସାନ୍ନିଧ୍ଯ; ହଜୁର (ଉଦାହରଣ: ମୁଁ ଆଜି ରଜାଙ୍କ ଛାମୁକୁ ଯାଇଥିଲି)

୪. ଦେବତାଙ୍କ ସାନ୍ନିଧ୍ଯ ଵା ସାମ୍ମୁଖ୍ଯ
(ଉଦାହରଣ: କୋଠ ଭୋଗ ଦେଵତାଙ୍କ ଛାମୁରେ ବଢ଼ା ହୁଏ।)

ଭାରତରେ ଅନେକ ତୀର୍ଥ, ପୀଠ ଦେଵାଦେଵୀ ଅଛନ୍ତି କିନ୍ତୁ ତନ୍ମଧ୍ୟରେ ଶ୍ରୀଜଗନ୍ନାଥ ହିଁ କେଵଳ ରାଜା ଅଟନ୍ତି ‌। କଳିଙ୍ଗରେ ଅନେକ ଶାସକ ଵିଭିନ୍ନ ସମୟରେ ଶାସନ କରିସାରିଛନ୍ତି କିନ୍ତୁ ଏ ଦେଶର ପ୍ରକୃତ ଶାସକ ଓ ପ୍ରଥମ ଖଣ୍ଡାୟତ ଶ୍ରୀଜଗନ୍ନାଥ ଅଟନ୍ତି । କେଵଳ ଭାରତ କାହିଁକି ସାରା ଵିଶ୍ଵରେ ସେ ଏକମାତ୍ର ଦେଵତା ଯାହାଙ୍କର ଆଚାର ଵିଚାର ସବୁ ରାଜାଙ୍କ ଭଳି ହୋଇଥାଏ । ଛାମୁ ଶବ୍ଦଟି ସେହି ରାଜୋଚ୍ଚିତ ରୀତିନୀତିର ଅନ୍ଯତମ ଉପାଦାନ ଏଵଂ ଆମ ମହାନ ସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago