ଲେଖା: ଶ୍ରୀକାନ୍ତ ସିଂହ

“ଉଠ ଉଠ ଜଗନ୍ନାଥ, କାଶୀ ବିଶ୍ୱନାଥ”

ଦେବୋତ୍ଥାପନ ଏକାଦଶୀରେ ରାଜପୁତ ପରିବାରରେ ଚୌକଲେଖା ହୋଇ ପୂଜା ହୁଏ l ଏହାକୁ ଚିତା ବା ଝୋଟି ବୋଲି କୁହା ନ ଯାଇ ଲେଖା ବୋଲି କୁହାଯାଏ l

ନିଶ୍ଚିତ ଭାବେ ଚୌକଲେଖା ଏକ ଅନନ୍ୟ ପରମ୍ପରା ଯାହା ଆଧୁନିକ ସମୟରେ କ୍ଵଚିତ ପରିବାରରେ ପାଳନ ହେଉଛି l


ଏହା ପଛରେ ଥିବା କିମ୍ବଦନ୍ତୀ ବିଶେଷ ଭାବରେ ଓଡ଼ିଆଙ୍କୁ  ଅଗୋଚର, ମାତ୍ର ରାଜପୁତ ପରମ୍ପରା ହେଲେ ମଧ୍ୟ ଏହା ଓଡ଼ିଶାର ଗର୍ବଗୌରବର ଗାଥା ବହନ କରେ । ଏହି ଚୌକ ଚିତ୍ରରେ ଏକ ନାଵ ବା ବୋଇତର ଚିତ୍ର ଅଙ୍କନ କରାଯାଇ ସେଥିରେ ବିଭିନ୍ନ ଶସ୍ୟ, ଡାଲି, ଗହମ, ସୋରିଷ ଇତ୍ୟାଦି ରଖାଯାଇଥାଏ, ଯାହାକି ଅତୀତ କଳିଙ୍ଗ-ଉତ୍କଳ ନୌବାଣିଜ୍ୟର ସ୍ମୃତିକୁ ଯଥାର୍ଥ ରୋମନ୍ଥନ କରୁଥିବା ମନେହୁଏ l

ଚିତ୍ର ମଧ୍ୟ ଭାଗରେ ପଦ୍ମ ଚିତ୍ର ଅଙ୍କା ଯାଇ ତା’ ମଝିରେ ଚନ୍ଦନରେ ଲକ୍ଷ୍ମୀପାଦ ଅଙ୍କାଯାଏ l ଲକ୍ଷ୍ମୀପାଦ ଉପରେ ଏକ ପିଢ଼ା ରଖାଯାଇ ତା’ ଉପରେ କୋଶଳା ଶାଗ ଓ ପତ୍ର ଥାଇ ମୂଳା, ଦୂବ-ବରକୋଳି ପତ୍ର ଓ ଫୁଲ ଦିଆଯାଏ l ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କରାଯାଏ l

ଯେହେତୁ ଦେବୋତ୍ଥାପନ ଏକାଦଶୀରେ ପୂଜା ଅନୁଷ୍ଠିତ ହେଉଛି ଏଣୁ “ଓଡିଶା ମେ ଜଗନ୍ନାଥ, କାଶୀ ମେ ବିଶ୍ୱନାଥ – ଉଠୋ ଉଠୋ ଜଗନ୍ନାଥ, କାଶୀ ବିଶ୍ୱନାଥ” ବୋଲି କହି, ଲେଖାକୁ ସାତ ଥର ପ୍ରଦକ୍ଷିଣ କରାଯାଏ l

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଦେବୋତ୍ଥାପନ ଏକାଦଶୀ ପରେ ପରେ ରାଜପୁତ ପରିବାରରେ ବିବାହ ବ୍ରତାଦି ଶୁଭ କାର୍ଯ୍ୟମାନ କରାଯାଏ l 

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago