ଲେଖା: ଶ୍ରୀକାନ୍ତ ସିଂହ
“ଉଠ ଉଠ ଜଗନ୍ନାଥ, କାଶୀ ବିଶ୍ୱନାଥ”
ଦେବୋତ୍ଥାପନ ଏକାଦଶୀରେ ରାଜପୁତ ପରିବାରରେ ଚୌକଲେଖା ହୋଇ ପୂଜା ହୁଏ l ଏହାକୁ ଚିତା ବା ଝୋଟି ବୋଲି କୁହା ନ ଯାଇ ଲେଖା ବୋଲି କୁହାଯାଏ l
ନିଶ୍ଚିତ ଭାବେ ଚୌକଲେଖା ଏକ ଅନନ୍ୟ ପରମ୍ପରା ଯାହା ଆଧୁନିକ ସମୟରେ କ୍ଵଚିତ ପରିବାରରେ ପାଳନ ହେଉଛି l
ଏହା ପଛରେ ଥିବା କିମ୍ବଦନ୍ତୀ ବିଶେଷ ଭାବରେ ଓଡ଼ିଆଙ୍କୁ ଅଗୋଚର, ମାତ୍ର ରାଜପୁତ ପରମ୍ପରା ହେଲେ ମଧ୍ୟ ଏହା ଓଡ଼ିଶାର ଗର୍ବଗୌରବର ଗାଥା ବହନ କରେ । ଏହି ଚୌକ ଚିତ୍ରରେ ଏକ ନାଵ ବା ବୋଇତର ଚିତ୍ର ଅଙ୍କନ କରାଯାଇ ସେଥିରେ ବିଭିନ୍ନ ଶସ୍ୟ, ଡାଲି, ଗହମ, ସୋରିଷ ଇତ୍ୟାଦି ରଖାଯାଇଥାଏ, ଯାହାକି ଅତୀତ କଳିଙ୍ଗ-ଉତ୍କଳ ନୌବାଣିଜ୍ୟର ସ୍ମୃତିକୁ ଯଥାର୍ଥ ରୋମନ୍ଥନ କରୁଥିବା ମନେହୁଏ l
ଚିତ୍ର ମଧ୍ୟ ଭାଗରେ ପଦ୍ମ ଚିତ୍ର ଅଙ୍କା ଯାଇ ତା’ ମଝିରେ ଚନ୍ଦନରେ ଲକ୍ଷ୍ମୀପାଦ ଅଙ୍କାଯାଏ l ଲକ୍ଷ୍ମୀପାଦ ଉପରେ ଏକ ପିଢ଼ା ରଖାଯାଇ ତା’ ଉପରେ କୋଶଳା ଶାଗ ଓ ପତ୍ର ଥାଇ ମୂଳା, ଦୂବ-ବରକୋଳି ପତ୍ର ଓ ଫୁଲ ଦିଆଯାଏ l ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କରାଯାଏ l
ଯେହେତୁ ଦେବୋତ୍ଥାପନ ଏକାଦଶୀରେ ପୂଜା ଅନୁଷ୍ଠିତ ହେଉଛି ଏଣୁ “ଓଡିଶା ମେ ଜଗନ୍ନାଥ, କାଶୀ ମେ ବିଶ୍ୱନାଥ – ଉଠୋ ଉଠୋ ଜଗନ୍ନାଥ, କାଶୀ ବିଶ୍ୱନାଥ” ବୋଲି କହି, ଲେଖାକୁ ସାତ ଥର ପ୍ରଦକ୍ଷିଣ କରାଯାଏ l
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଦେବୋତ୍ଥାପନ ଏକାଦଶୀ ପରେ ପରେ ରାଜପୁତ ପରିବାରରେ ବିବାହ ବ୍ରତାଦି ଶୁଭ କାର୍ଯ୍ୟମାନ କରାଯାଏ l
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…