ଲେଖା: ଦେଵ ତ୍ରିପାଠୀ

ଆମ କଟକ ସହରର ବାଲିଗୋଡ଼ି, ମାଟିରେ ଯେପରି ମିଶି ରହିଛି ଇତିହାସର ମହକ, ଆମ ଜନମାନସରେ ସେମିତି ଉଜ୍ଜୀବିତ ରହିଛି ଅସୁମାରୀ ଲୋକକଥା । ସେମିତି କିଛି କଥା ଆମ ଦର୍ପଣୀ ରାଜାଙ୍କୁ ନେଇ ! ଚାନ୍ଦିନୀଚୌକର ପ୍ରାଣବନ୍ତ ଇତିହାସକୁ ନେଇ !

ସଉକିଆ ହେଲେ ମଧ୍ୟ ଦର୍ପଣୀ ରାଜା ଥିଲେ ପ୍ରଜାପ୍ରେମୀ । ପ୍ରଜାଙ୍କ ହାତପାହନ୍ତରେ ଆବଶ୍ୟକୀୟ ତଥା ସଉକିଆ ଚିଜମାନ ଉପଲବ୍ଧ କରାଇବା ସହିତ ବଣିଜ ଅବା କାରିଗରଙ୍କ ଉତ୍ପାଦକୁ ବିକ୍ରୟ ନିମନ୍ତେ ନିଜ ସୁଦୃଶ୍ୟ ରାଜପ୍ରସାଦ ସମ୍ମୁଖରେ ବଜାରଟିଏ ସ୍ଥାପନା କଲେ ! ପ୍ରଜାଏ ହାରିଗୁହାରି କରିବା ପାଇଁ ରାଜନଅରକୁ ତ ଆସିବେ, ଯିବାଆସିବା ରାସ୍ତାରେ ମନପସନ୍ଦର ଚିଜ କିଣିବେ,ସେ ପୁଣି ଚାନ୍ଦିର ତାରକସି ! ରାଜାଙ୍କ ପ୍ରଚଣ୍ଡ ଅତିଥିମାନଙ୍କୁ ରାଜା ଚାହିଁଲେ ଚାନ୍ଦିର ଉପହାରଟିଏ କିଣିଦେବେ ଅବା ସେମାନେ ନିଜ ପ୍ରିୟ ପରିଜନଙ୍କ ପାଇଁ କିଣିନେବେ ! ବେପାରବଟା ଭଲ ଚାଲେ !


କଟକର ରୂପା ତାରକସିର ପ୍ରସାର ଓ ପ୍ରୋତ୍ସାହନ ଦିଗରେ ଦର୍ପଣୀ ରାଜାଙ୍କ ଅବଦାନ ଅତି ବଡ଼ ନ ହେଲେ ମଧ୍ୟ କାରିଗରକୂଳ ସର୍ବଦା ତାଙ୍କ ନିକଟରେ ଋଣୀ ରହିବେ ।

ବଜାରର ଅନ୍ୟ ନାମ ‘ଚୌକ‘, ତେଣୁ ‘ଚାନ୍ଦିର ବଜାର’ଟିକୁ ରାଜା ନାମ ଦେଇଥିଲେ ଚାନ୍ଦିନୀଚୌକ ବୋଲି ! ଆଜି କଟକରେ ଚାନ୍ଦି ଅଛି, ଚାନ୍ଦିନୀଚୌକ ଅଛି, କିନ୍ତୁ କଟକିଆଙ୍କ ବିସ୍ମୃତିର ଗର୍ଭରେ କୁଆଡ଼େ ମିଳାଇ ଯାଇଛି ଦର୍ପଣୀର ସେଇ ଉଚ୍ଚମନା ରାଜାଙ୍କ ନାଁ !

ଅନ୍ୟ ଏକ ଲୋକକଥା କହେ, ଏଠାକାର ବଜାର ସହିତ ଯୋଡ଼ି ହୋଇଥିଲେ କିଛି ମୋଗଲ । ତେବେ ଏ ସ୍ଥାନ ଛାଡ଼ି ଯିବା ପୂର୍ବରୁ ସେମାନେ ସ୍ଥାନଟିକୁ ଚାରାଚରିତା ଢ଼ଙ୍ଗରେ ନାମ ଦେଇଗଲେ ଚାନ୍ଦିନୀଚୌକ !

ତେବେ ମୋଗଲମାନଙ୍କୁ ନେଇ ଲୋକକଥା ଅପେକ୍ଷା ଏ ମାଟିରେ ମୋଗଲମାନଙ୍କ ଆଧିପତ୍ୟ କାଳରେ ଚାନ୍ଦିନୀଚୌକ ନାମକରଣ ଯଥେଷ୍ଟ ସମୀଚିନ ମନେହୁଏ ଏବଂ ଏହା ଐତିହାସିକ ମାନଙ୍କ ଦ୍ଵାରା ପ୍ରମାଣସିଦ୍ଧ ମଧ୍ୟ । ଆଧୁନିକ ସମୟ ସହିତ ତାଳ ଦେଇ ସେ ସମୟର ମୋଗଲମାନଙ୍କ କୀର୍ତ୍ତି ଅବା କୋଠାବାଡ଼ିର ଏବେ ଚିହ୍ନବର୍ଣ୍ଣ ନ ଥିଲେ ମଧ୍ୟ ସେମାନଙ୍କ ରାଜୁତି ସମୟରେ ସ୍ବତନ୍ତ୍ର ସହର ଯୋଜନାରେ ନିର୍ମିତ ଅଞ୍ଚଳର ନାମକରଣ ହୋଇଥିବାର କୁହାଯାଏ ।

ଓଡ଼ିଆଙ୍କ ପ୍ରାଣପ୍ରିୟ ଠାକୁରଙ୍କ ପାଇଁ ଅସଂଖ୍ୟ ଭକ୍ତିଗୀତ ଲେଖିଥିବା ମୋଗଲବଂଶୀ ଭକ୍ତକବି ସାଲବେଗଙ୍କ ଜନ୍ମପୀଠ ଏଇ ଚାନ୍ଦିନୀଚୌକ !


ଅତୀତର ସ୍ମୃତିଚାରଣ କରି ଲାଲବାଗ କୋଟି ଆଜି ଅଞ୍ଚଳର ଲାଲବାଗ ଥାନା, କୁହାଯାଏ, ଏଇ କୋଠି ଦିନେ ଥିଲା ଦର୍ପଣୀ ରାଜାଙ୍କ ଘୋଡ଼ାଶାଳ । ଦର୍ପଣୀ ରାଜାଙ୍କ ପ୍ରାସାଦ ଆଜି ମଧ୍ୟ ଚାନ୍ଦିନୀଚୌକ ଛକରେ ଦଣ୍ଡାୟମାନ ! ବ୍ରିଟିଶ ସମୟର ରାଜ୍ୟପାଳ ଭବନ ଆଜିର ଶିଶୁଭବନ । ରାଜାଙ୍କ ପ୍ରାସାଦ ସମ୍ମୁଖର ମେଳଣପଡ଼ିଆ ପରବର୍ତ୍ତୀ ସମୟରେ ହୋଇଥିଲା କଟକର ବସଷ୍ଟାଣ୍ଡ (ବାଦାମବାଡ଼ିର ବହୁ ପୂର୍ବରୁ) ।

ଓଡ଼ିଶାର ଉଚ୍ଚ ନ୍ୟାୟାଳୟ, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ କେତେଗୁଡ଼ିଏ କର୍ପୋରେଟ୍ କାର୍ଯ୍ୟାଳୟ ରେ ସର୍ବଦା ଚଳଚଞ୍ଚଳ ସ୍ଥାନଟି ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ।

ମହାନଗରୀର ପ୍ରସିଦ୍ଧ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ସମେତ ମା’ ଭଗବତୀ ମନ୍ଦିର, ବନ୍ଧବାଶେଳୀ ମନ୍ଦିର, ଅଷ୍ଟଶମ୍ଭୁ ମନ୍ଦିର, ଭାଗବତ ଗାଦି, ଦୁବେଶ୍ୱର ମହାଦେବ, ବୁଢ଼ାପୀର, ଉଜାଲା ଖାଁ ମସଜିଦ ଆଦି ଏ ଅଞ୍ଚଳର ଜନଜୀବନକୁ ପ୍ରଭାବିତ ଓ ରସସିକ୍ତ କରିଥା’ନ୍ତି ।


ଚିତ୍ର: କଟକର ବିଭିନ୍ନ ଫେସବୁକ ପୃଷ୍ଠା

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

6 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago