ଲେଖା: ଶ୍ରୀକାନ୍ତ ସିଂହ
~ ଘୋରଡ଼ିଆ ସୋମନାଥ ମନ୍ଦିର ~
ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଯେଉଁ କେତୋଟି ପ୍ରାଚୀନ ମନ୍ଦିର ଓ ମଠ ରହିଛି ସେଥିମଧ୍ୟରେ ଘୋରଡ଼ିଆ ଗ୍ରାମର ଶ୍ରୀ ସୋମନାଥ ମନ୍ଦିର ହେଉଛି ସର୍ବ ପୁରାତନ l ଅନ୍ୟ ଦୁଇ ମହାଦେବ ମନ୍ଦିର ଯଥା ଶ୍ରୀ ବଣିବକ୍ରେଶ୍ୱର ମନ୍ଦିର ଓ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ଯାହାକି ପରବର୍ତ୍ତୀ ସମୟରେ ନିର୍ମାଣ ହୋଇଥିଲା l
ବର୍ତ୍ତମାନ ସମୟରେ ଘୋରଡ଼ିଆ ସୋମନାଥ ମନ୍ଦିର ଓ ବଣିବକ୍ରେଶ୍ୱର ମନ୍ଦିର ଦୁଇଟି ଦଣ୍ଡାୟମାନ ଥିବାବେଳେ, ପ୍ରାଚୀନ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିରଟି ଦୟା ନଦୀ ଗର୍ଭରେ ଲୀନ ହୋଇଯାଇଛି l ପରବର୍ତ୍ତୀ ସମୟରେ ନଦୀ କୂଳରେ ଆଉ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇ ସେଠାରେ ନୀଳକଣ୍ଠେଶ୍ଵର ମହାଦେବଙ୍କୁ ପୂଜା କରାଯାଉଥିବା ସ୍ଥାନୀୟ ନିବାସୀ ଗଙ୍ଗାଧର ବାବୁ ଯାହା କୁହନ୍ତି l
ଏହି ଘୋରଡ଼ିଆ ସୋମନାଥ ମନ୍ଦିର ସୋମବଂଶୀ ଶାସନର ପରବର୍ତ୍ତୀ ଗଙ୍ଗବଂଶୀ ଶାସନ ସମୟରେ ଏକାଦଶ ବା ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l ମନ୍ଦିରଟି ଖୁବ୍ ପ୍ରାଚୀନ ଓ ଜରାଜୀର୍ଣ୍ଣ l ଜରାଜୀର୍ଣ୍ଣ ଏହି ମନ୍ଦିରଟିର ମରାମତି କାର୍ଯ୍ୟ ଏବେ ଚାଲିଛି l ହେଲେ ଦୁଃଖର କଥା ହେଲା, ସାଧାରଣ ରାଜମିସ୍ତ୍ରୀଙ୍କ ଦ୍ୱାରା ସିମେଣ୍ଟରେ ଯୋଡ଼େଇ ଓ ପଲସ୍ତରା କାର୍ଯ୍ୟ ହେଉଥିବାରୁ ସୁକ୍ଷ୍ମ ପସ୍ତର କାରୁକାର୍ଯ୍ୟ ସବୁ ସିମେଣ୍ଟ ତଳେ ଲୁଚିବାକୁ ବସିଲାଣି l
ମନ୍ଦିରଟି ଆକାର ଓ ଉଚ୍ଚତାରେ ବୃହତ ନ ହେଲେବି କାରୁକାର୍ଯ୍ୟପୂର୍ଣ୍ଣ ଓ ସୁନ୍ଦର ମନ୍ଦିର l ରେଖ ଶୈଳୀର ବିମାନକୁ ପୀଢ଼ ଶୈଳୀର ଜଗମୋହନ ରହିଥିବାବେଳେ ଏହା ଏକ ପଞ୍ଚ ଆୟତନ ବିଶିଷ୍ଟ ମନ୍ଦିର l ମୂଳ ବିମାନ ସହିତ ଚତୁଃପାର୍ଶ୍ଵ କୋଣରେ ଆଉ ଚାରିଗୋଟି ଛୋଟ ମନ୍ଦିର ରହିଛି l ମନ୍ଦିର ଗାତ୍ରରେ ସୁନ୍ଦର କାରୁକାର୍ଯ୍ୟ ସହିତ ପାର୍ଶ୍ଵ ଦେବଦେବୀଙ୍କ ପ୍ରତିମା ଦେଖିବାକୁ ମିଳେ l ପ୍ରସିଦ୍ଧ ବଣିବକ୍ରେଶ୍ୱର ମନ୍ଦିର ଠାରୁ ଅଳ୍ପ ଦୂର ଘୋରଡ଼ିଆ ଗ୍ରାମରେ ଏହି ପ୍ରାଚୀନ ମନ୍ଦିରଟି ଦେଖିହେବ l
ସମୟ ଓ ସୁଯୋଗ ଦେଖି ବର୍ଷର ଯେ କୌଣସି ସମୟରେ ଏହି ପ୍ରାଚୀନ କୀର୍ତ୍ତିରାଜି ସୋମନାଥ ମନ୍ଦିର ବୁଲି ଯାଇହେବ l
ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago