ଲେଖା: ଅମ୍ବିକା ପଟ୍ଟନାୟକ
~ ଗୋପାଳ ଚନ୍ଦ୍ର ପ୍ରହରାଜ ~
୧. ନେତାମାନେ ଓଡିଶା ମାତାକୁ କେତେବେଳେ ପାଟପତନୀ, କେତେବେଳେ ପିଚାପାଡ଼ିଆ ଶାଢ଼ୀ, କେତେ ବେଳେ କେଳୁଣୀ କଛା, କେତେବେଳେ ଗାଉନ, କେତେ ବେଳେ ବାହୁ ଖଡ଼ୁ, କେତେବେଳେ ବ୍ରାସଲେଟ ଏବଂ କେତେ ବେଳେ ଯାହା ମନ ତାହା ପିନ୍ଧେଇ ମଞ୍ଚ ଉପରେ ତାମସା କରନ୍ତି l
୨. କେଶାକର୍ଷଣ ହାବୁଡ଼ା ଗଡ଼ଗଡା ଚାପୋଡ଼ା ବିଧା କଡ଼ି ଲେଡ଼ା ନାକମୋଡ଼ା କହୁଣୀ କୋରଡ଼ା ପା6ଣ୍ଢlଇ ଠେଙ୍ଗା ହଡି ଝିଙ୍କା ବାହୁଛଟା ସମର୍ଥ ଗୋଇଠା ଚେଙ୍ଗାମୁଖୀ ଚେଙ୍ଗିବା ଶାଙ୍କୋଳି ତଡ଼କନ୍ତି ଚାବୁକଡିହଃ ତୋଟ୍ୟାଧିକନ୍ନାଧିକ l
୩. ଗଛଗଣ୍ଡିରୁ ସିନା ଡାଳ ବାହାରେ, ଡାଳ କେବେ ଗଣ୍ଡି ହେବ?
କେଜାଣି ଅବା ଡାଳରେ କାଦୁଅ ଲେସିଲେ ଗଣ୍ଡି ପରି ମୋଟ ଦିଶିବ l
ଏକ ଅସ୍ରାଏ ବର୍ଷାରେ ସବୁ ଧୋଇଯିବ !
୪. ଆତ୍ମାନଂ ସତତଂ ରକ୍ଷେତ ଦାରୈରପି ଧନୈରପି (ଦାରୈରପି ଧନୈରପି – ଦାରଣାମଚ ଧନୈରପି ଦାରା ଳଙ୍କରନୈପି)
୫. ପଣ୍ଡାପିଣ୍ଡା ତଳକୁ ବସିଲେ
ମଣ୍ଡପ ଶାସନୀଏ ଗଣ୍ଡାଗଣ୍ଡା ବସିଗଲେ
ଚତ୍ୱରେ ପାଢ଼ୀଧାଡ଼ି ମଣ୍ଡା ଗଣ୍ଡା ଲଡ଼ୁ ସଙ୍ଗେ ଖଣ୍ଡପାକେ ସଜାଡି
ଭେଣ୍ଡା ଭେଣ୍ଡା ଦ୍ଵିଜ ପରଷିଲେ ପୂର୍ଣ୍ଣପାତ୍ରେ ଅଜାଡ଼ି !
(ଭାଗବତ ଟୁଙ୍ଗୀରେ ସନ୍ଧ୍ୟା)
୬. ନିଃସ୍ୱାର୍ଥ ନିଃସ୍ୱାର୍ଥ ବୋଲି ଯେଉଁଠାରେ ହୁଲର ପଡ଼ିଅଛି, ଟିକିଏ ତାକୁ ଉଖୁରେଇ ଦେଖିଲାବେଳକୁ ସବୁ ସ୍ୱାର୍ଥ ଧରା ପଡ଼ିଯିବ !
୭. ଦେଶ ଯେତେ ସଭ୍ୟ ହୁଏ ମଦ ଦୋକାନ ସେତେ ବେଶୀ ହୁଏ l***ମଦ୍ୟପାନରେ ଜଘନ୍ୟତା କିଛି ନାହିଁ l ଆଉ ମଧ୍ୟ ସେଥିରୁ କିଛି ପଡିଲା କ୍ଷଣି କେତେ କବିତା ଉଚ୍ଚଭାବ ନଈ ବଢ଼ି ଭଳି ମାଡି ଆସେ l ଏତେ ସୁଖରୁ ବଞ୍ଚିତ ହେବା ମନୁଷ୍ୟତା – ନା ପଶୁତ୍ବ? ନରତ୍ୱ – ନା ବାନରତ୍ୱ ?
୮. ମାନ୍ୟଗଣ୍ୟ ହେବାର କେତୋଟି ଉପାୟ
  • ବିବେକକୁ ବିଲାତି ତାସ ପ ରି ଚାଳନା କରିବ l
  • ଟଙ୍କାକୁ ହୃଦୟର ଈଶ୍ୱର ବୋଲି ମାନିବ l
  • ଭିତରେ ଏକ କଥା ବାହାରେ ଏକକଥା ଦେଖାଇବ l
*******
  • ଦିବାରାତ୍ର ଉଚ୍ଚପଦସ୍ଥଙ୍କ ଚରଣ ଓ ଅନ୍ୟାନ୍ୟ ଅଙ୍ଗମାନ ଖଞ୍ଜ ଖାଞ୍ଜ ଉଣ୍ଡି ମର୍ଦନ କରିବ l
  • ନିଚପଦସ୍ଥଙ୍କୁ ଚୁଟି ଧରି ସର୍ବଦା ପଦାଘାତ କରିବ l
  • ପ୍ରଶଂସା ପତ୍ର
“ଶ୍ରୀଳ ଶ୍ରୀଯୁକ୍ତ ଶ୍ରୀ ଶ୍ରୀ ପ୍ରବଳ ପ୍ରତାପ ଦାନେ କର୍ଣ୍ଣ, ମାନେ ଦୁର୍ଯ୍ୟୋଧନ, କ୍ରୋଧେ ଯମ, ପ୍ରତାପେ ଇନ୍ଦ୍ର, ତେଜେ ତପନ, ଧନେ କୁବେର, ଧର୍ମେ ଯୁଧିଷ୍ଠିର, ସହନେ ପୃଥିବୀ ଇତ୍ୟାଦି. ଏବଂ ଚ ପରିଶ୍ରମେ ଗର୍ଦଭ, ଶୟନେ ଶ୍ଵାନ, ପ୍ରାତରୁତ ଥାନେ କୁକ୍କୁଟ, ବିଚାରେ ବିଲୁଆ, ଅଧ୍ୟବସାୟେ କୋକି, ରାତ୍ରି ଜାଗରଣେ ପେଚକ, ଅଭେଦଜ୍ଞାନେ କାକ, ଗାୟନେ ଭାଟ, ପଦମଞ୍ଚାଳନେ ଭଣ୍ଡାରୀ, ଭୋଜନେ ବ୍ରାହ୍ମଣ ଇତ୍ୟାଦି . . (ବାଇ ମାହାନ୍ତି ପାଞ୍ଜି, ଆମ ଘରର ହାଲଚାଲ)
ସେ ଓଡ଼ିଆ ଭାଷାର କୋଣାର୍କ “ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ” ବିନ୍ଧାଣୀ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ବୋଲି ଆମର କୃତଜ୍ଞତାର ପାତ୍ର (ଯଦିଓ ସେକାଳେ ଓ ଏକାଳେ ଵି କେତେ ଜଣଙ୍କ ଦୃଷ୍ଟିରେ ନିନ୍ଦାର ପାତ୍ର !)
ଓକିଲାତି ଛାଡ଼ି ଦରମା ନେଇ ଭାଷାକୋଷ ସଂକଳନ କରିଥିଲେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ l ବାମନ ସିନା ବଳିଙ୍କୁ ତିନି ପାଦ ଭୂମି ଭିକ୍ଷା କରିଥିଲେ, ଏ ଜମିଦାର କିନ୍ତୁ ସମସ୍ତଙ୍କୁ ଭିକ୍ଷା ମାଗିଥିଲେ ଏବଂ ସବୁ ଲିପିବଦ୍ଧ କରି ରଖି ଥିଲେ l ଦୁଇ ବର୍ଷରେ ଆଠ ହଜାର ଟଙ୍କାର ପ୍ରତିଶୃତି ପାଇ ଭାଷାକୋଷର ନାମ “ପୂର୍ଣ୍ଣଚନ୍ଦ୍ର” ରଖିଥିଲେ l କିନ୍ତୁ ସେ ମଧ୍ୟ ବ୍ୟାସକବିଙ୍କ ପ୍ରଥମ ଓ ସାର୍ଥକ ଉତ୍ତରାଧିକାରୀ ଥିଲେ l ସାହିତ୍ୟ ଯେ ସମାଜର ଦର୍ପଣ ଓ ସାହିତ୍ୟିକ ଯେ ସମାଜର ଝାଡୁଦାର ଏହି ମତର ବିଶ୍ୱାସୀ ହୋଇ ତୀବ୍ର ବ୍ୟଙ୍ଗ ଓ ସମାଲୋଚନା ମାଧ୍ୟମରେ ନିଜ ଦୃଷ୍ଟିଭଙ୍ଗୀ ପ୍ରକାଶ କରିଥିଲେ l ସ୍ପଷ୍ଟବାଦୀ ଏଇ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ଏଥିପାଇଁ ନିନ୍ଦା ପ୍ରଶଂସା କିଛି ଭୃକ୍ଷେପ କରି ନଥିଲେ l
ଏ ଜାତିର ଚିରନମସ୍ୟ ଏ ମହାନ ମାନବ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ l
(କୃତଜ୍ଞତା: ଶ୍ରୀ ଗୌରାଙ୍ଗ ଚରଣ ଦାସ ସଂକଳିତ – ପ୍ରହରାଜ ଗ୍ରନ୍ଥାବଳୀ ରମ୍ୟରଚନା )
#ପୂଜ୍ୟ ପୂଜା
Spread the love
admin

View Comments

  • ଅନେକ ଦିନ ତଳୁ ପଢ଼ିବା ପାଇଁ ଇଚ୍ଛା ଥିଲେ ବି ପଢ଼ି ପାରିନଥିଲି, ଆଜି ସକାଳୁ ସକାଳୁ ପଢ଼ିଲି। ସୁନ୍ଦର ଲେଖାଟିଏ। ଶୁଭେଚ୍ଛା 🌹

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago