ଉପସ୍ଥାପନା: ଦେଵ ତ୍ରିପାଠୀ
ଗଞ୍ଜାମ କହିଲେ ସାଧାରଣ ଭାବରେ ଆଖି ଆଗରେ ନାଚି ଉଠେ ପୂତିଗନ୍ଧମୟ ଗାଁଗଣ୍ଡା, ଅପରିଛନିଆ ସହରୀ ବସ୍ତି, ଦେଶୀମଦର କାରବାର, ପୁଣି ମନକୁ ଆସିଯାଏ ଅପରାଧର ତାଲିକା କିମ୍ବା ନଷ୍ଟ ପରିମଳର ଦୁଃଖଦ କଳାତାଲିକା । ଗଞ୍ଜାମ କହିଲେ ଅନ୍ୟ ଅଞ୍ଚଳର ଓଡ଼ିଆଙ୍କ କୁଞ୍ଚିତନାସିକା ଓ ମୁଖମଣ୍ଡଳରୁ ସ୍ପଷ୍ଟ ପଢିହୁଏ ‘ଭିନ୍ନ ଭାଷାଭାଷୀ’ ବିଦ୍ୱେଷ ।
କିନ୍ତୁ, ଗଞ୍ଜାମ କ’ଣ ସତରେ ଏୟା ? କେତେ ଅବା ଆମେ ଚିହ୍ନୁ ଗଞ୍ଜାମକୁ ?
ଗଞ୍ଜାମକୁ ବ୍ୟବଛେଦ କରି ସତରେ କ’ଣ ଆମେ ପାଇପାରିଛେ ତା’ର ପରିଚୟ ? ଏସବୁ ଗାରକଟା ଚୌହଦୀ ଭିତରେ କ’ଣ ଆମେ ଧରିପାରିଛେ ତାର ଅସଲ ଅସ୍ତିତ୍ବକୁ ?
ତେବେ ଏଇ ପରିଚୟର ମିଶାଣଠାରୁ ଗଞ୍ଜାମ ଆହୁରି ଅନେକ ବଡ଼ – ଆହୁରି ସ୍ପନ୍ଦନମୟ, ଆହୁରି ଗାରିମାମୟ ! କବିକୂଳକଞ୍ଜ ଉପଇନ୍ଦ୍ର ଭଞ୍ଜଙ୍କ ପାଇଁ !
ଏବେ ସମୟ ଆସିଛି ସେଇ ସ୍ପନ୍ଦନକୁ ଅନୁଭଵ କରିବାକୁ, ସେଇ ଗାରିମାକୁ ପରଖିବାକୁ । ଆସନ୍ତୁ ବୁଲିଯିବା ସେଇ ପବିତ୍ର ଗଞ୍ଜାମ ମାଟିକୁ, ସଂସ୍କୃତିର ବଡ଼ଦାଣ୍ଡ ବୈଦେହୀଶ ବିଳାସର ବିଳାସୀ ନାୟକ ଭଞ୍ଜଙ୍କ ମାଟିକୁ . .
କବିବର ଚିନ୍ତାମଣି ମହାନ୍ତି କବିଶେଖରଙ୍କ ଲେଖନୀରେ ଭଞ୍ଜମାଟିର ସ୍ବତନ୍ତ୍ର ଗୁଣଗାନ !
ସାହିତ୍ୟେ ଉତ୍କଳ-ନନ୍ଦନ ପ୍ରତୁଲ,
ଗଞ୍ଜାମ ତହିଁରେ ପାରିଜାତ ଫୁଲ ।
ପୁଣ୍ୟ ଘୁମୁଷର ସେ ଫୁଲର ମଧୁ
କାଳେ କାଳେ ଖ୍ୟାତ ତାହାର ବୀରଧୁ ।
ଅଥବା ଗଞ୍ଜାମ ସୌନ୍ଦର୍ଯ୍ୟ ପୁସ୍ତିକା
ଘୁମୁଷର ତା’ର ସୁବୋଧିନୀ ଟୀକା ।
ଶଶାଙ୍କ ମଣ୍ଡଳ ଉତ୍କଳ ଧରଣୀ
ଗଞ୍ଜାମ ତା’ମଧ୍ୟେ ପୂର୍ଣ୍ଣ ନିଶାମଣି ।
ଘୁମୁଷର ଜ୍ୟୋତ୍ସ୍ନା ସେ ନିଶାମଣିର
ଅତ୍ୟୁକ୍ତ ବର୍ଣ୍ଣନା ନୁହେଁ ଏହି ଗୀର ।
*** *** *** ***
କବି-କଳ୍ପଜିଣା ବିଶ୍ୱ ମନଲୋଭା
ମହାଶୋଭା ନୁହେଁ ତାହା ଅତିଶୋଭା ।
*** *** *** ***
ମହାକବି ହେବେ ଭଞ୍ଜ ବୀରବର
ଜାଣିଥିଲା ଏହା ବିଧାତା ନିକର ।
ତେଣୁ ଜନ୍ମ ଦେଲା ତାଙ୍କୁ ଶୁଭକ୍ଷଣେ
କବିତା ମୁଖ୍ୟ ଏ ନିକୁଞ୍ଜ ବନେ ।
ଏଭଳି ସୁତୀର୍ଥ ଥିଲେ ଆନ ଦେଶେ
ବଢିଥା’ନ୍ତା ତା’ର ଗୌରବ ବିଶେଷେ ।
*** *** *** ***
ସାରସ୍ବତ ରାଜ୍ୟ ରାଜଚକ୍ରବର୍ତ୍ତୀ
କାବ୍ୟ ତପୋବନେ ତପଃ ସିଦ୍ଧ ଯତି ।
ଉତ୍କଳ ସାହିତ୍ୟ କଳ୍ପଦ୍ରୁମ ମଞ୍ଜ
କବି କୂଳଟିକା ଉପଇନ୍ଦ୍ର ଭଞ୍ଜ ।
କବିକଞ୍ଜ ଭଞ୍ଜ ସ୍ବର୍ଣ୍ଣ ମୂର୍ତ୍ତି ପାଦେ
ଢାଳୁଥା’ନ୍ତେ ଜନେ ମଣିରତ୍ନ ହାଦେ ।
*** *** *** ***
ଉଠୁଥା’ନ୍ତା ସଦା ବାଦିତ୍ର ଝଙ୍କାର
ଲାଗିଥାନ୍ତା ପୂଜା କବି ପ୍ରତିଭାର ।
ସାହିତ୍ୟ ସଙ୍ଗୀତ ପ୍ରଭା ସୁବିମଳ
କରୁଥାନ୍ତା ଆହା ଦିଗନ୍ତ ଉଜ୍ଜ୍ୱଳ ।
*** *** *** ***
ସେ ଉଜ୍ଜ୍ୱଳ କାଳେ ଭଞ୍ଜସ୍ଥାନ
ମହାତୀର୍ଥରୂପେ ଲଭିବ ସମ୍ମାନ ।
ସାହିତ୍ୟ ପ୍ରଭାବ ଜାଗିବ ପ୍ରଖରେ
ଭଞ୍ଜକବି କୀର୍ତ୍ତି ଘୋଷିବ ବିଶ୍ବରେ ।
ବାଣୀତୀର୍ଥ ଏହି ଘୁମୁଷର ଗଡ଼
ଉତ୍କଳରେ ହେବ ଦ୍ଵିତୀୟ ଝଙ୍କଡ଼ ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago