ଉପସ୍ଥାପନା: ଦେଵ ତ୍ରିପାଠୀ
ଗଞ୍ଜାମ କହିଲେ ସାଧାରଣ ଭାବରେ ଆଖି ଆଗରେ ନାଚି ଉଠେ ପୂତିଗନ୍ଧମୟ ଗାଁଗଣ୍ଡା, ଅପରିଛନିଆ ସହରୀ ବସ୍ତି, ଦେଶୀମଦର କାରବାର, ପୁଣି ମନକୁ ଆସିଯାଏ ଅପରାଧର ତାଲିକା କିମ୍ବା ନଷ୍ଟ ପରିମଳର ଦୁଃଖଦ କଳାତାଲିକା । ଗଞ୍ଜାମ କହିଲେ ଅନ୍ୟ ଅଞ୍ଚଳର ଓଡ଼ିଆଙ୍କ କୁଞ୍ଚିତନାସିକା ଓ ମୁଖମଣ୍ଡଳରୁ ସ୍ପଷ୍ଟ ପଢିହୁଏ ‘ଭିନ୍ନ ଭାଷାଭାଷୀ’ ବିଦ୍ୱେଷ ।
କିନ୍ତୁ, ଗଞ୍ଜାମ କ’ଣ ସତରେ ଏୟା ? କେତେ ଅବା ଆମେ ଚିହ୍ନୁ ଗଞ୍ଜାମକୁ ?
ଗଞ୍ଜାମକୁ ବ୍ୟବଛେଦ କରି ସତରେ କ’ଣ ଆମେ ପାଇପାରିଛେ ତା’ର ପରିଚୟ ? ଏସବୁ ଗାରକଟା ଚୌହଦୀ ଭିତରେ କ’ଣ ଆମେ ଧରିପାରିଛେ ତାର ଅସଲ ଅସ୍ତିତ୍ବକୁ ?
ତେବେ ଏଇ ପରିଚୟର ମିଶାଣଠାରୁ ଗଞ୍ଜାମ ଆହୁରି ଅନେକ ବଡ଼ – ଆହୁରି ସ୍ପନ୍ଦନମୟ, ଆହୁରି ଗାରିମାମୟ ! କବିକୂଳକଞ୍ଜ ଉପଇନ୍ଦ୍ର ଭଞ୍ଜଙ୍କ ପାଇଁ !
ଏବେ ସମୟ ଆସିଛି ସେଇ ସ୍ପନ୍ଦନକୁ ଅନୁଭଵ କରିବାକୁ, ସେଇ ଗାରିମାକୁ ପରଖିବାକୁ । ଆସନ୍ତୁ ବୁଲିଯିବା ସେଇ ପବିତ୍ର ଗଞ୍ଜାମ ମାଟିକୁ, ସଂସ୍କୃତିର ବଡ଼ଦାଣ୍ଡ ବୈଦେହୀଶ ବିଳାସର ବିଳାସୀ ନାୟକ ଭଞ୍ଜଙ୍କ ମାଟିକୁ . .
କବିବର ଚିନ୍ତାମଣି ମହାନ୍ତି କବିଶେଖରଙ୍କ ଲେଖନୀରେ ଭଞ୍ଜମାଟିର ସ୍ବତନ୍ତ୍ର ଗୁଣଗାନ !
ସାହିତ୍ୟେ ଉତ୍କଳ-ନନ୍ଦନ ପ୍ରତୁଲ,
ଗଞ୍ଜାମ ତହିଁରେ ପାରିଜାତ ଫୁଲ ।
ପୁଣ୍ୟ ଘୁମୁଷର ସେ ଫୁଲର ମଧୁ
କାଳେ କାଳେ ଖ୍ୟାତ ତାହାର ବୀରଧୁ ।
ଅଥବା ଗଞ୍ଜାମ ସୌନ୍ଦର୍ଯ୍ୟ ପୁସ୍ତିକା
ଘୁମୁଷର ତା’ର ସୁବୋଧିନୀ ଟୀକା ।
ଶଶାଙ୍କ ମଣ୍ଡଳ ଉତ୍କଳ ଧରଣୀ
ଗଞ୍ଜାମ ତା’ମଧ୍ୟେ ପୂର୍ଣ୍ଣ ନିଶାମଣି ।
ଘୁମୁଷର ଜ୍ୟୋତ୍ସ୍ନା ସେ ନିଶାମଣିର
ଅତ୍ୟୁକ୍ତ ବର୍ଣ୍ଣନା ନୁହେଁ ଏହି ଗୀର ।
*** *** *** ***
କବି-କଳ୍ପଜିଣା ବିଶ୍ୱ ମନଲୋଭା
ମହାଶୋଭା ନୁହେଁ ତାହା ଅତିଶୋଭା ।
*** *** *** ***
ମହାକବି ହେବେ ଭଞ୍ଜ ବୀରବର
ଜାଣିଥିଲା ଏହା ବିଧାତା ନିକର ।
ତେଣୁ ଜନ୍ମ ଦେଲା ତାଙ୍କୁ ଶୁଭକ୍ଷଣେ
କବିତା ମୁଖ୍ୟ ଏ ନିକୁଞ୍ଜ ବନେ ।
ଏଭଳି ସୁତୀର୍ଥ ଥିଲେ ଆନ ଦେଶେ
ବଢିଥା’ନ୍ତା ତା’ର ଗୌରବ ବିଶେଷେ ।
*** *** *** ***
ସାରସ୍ବତ ରାଜ୍ୟ ରାଜଚକ୍ରବର୍ତ୍ତୀ
କାବ୍ୟ ତପୋବନେ ତପଃ ସିଦ୍ଧ ଯତି ।
ଉତ୍କଳ ସାହିତ୍ୟ କଳ୍ପଦ୍ରୁମ ମଞ୍ଜ
କବି କୂଳଟିକା ଉପଇନ୍ଦ୍ର ଭଞ୍ଜ ।
କବିକଞ୍ଜ ଭଞ୍ଜ ସ୍ବର୍ଣ୍ଣ ମୂର୍ତ୍ତି ପାଦେ
ଢାଳୁଥା’ନ୍ତେ ଜନେ ମଣିରତ୍ନ ହାଦେ ।
*** *** *** ***
ଉଠୁଥା’ନ୍ତା ସଦା ବାଦିତ୍ର ଝଙ୍କାର
ଲାଗିଥାନ୍ତା ପୂଜା କବି ପ୍ରତିଭାର ।
ସାହିତ୍ୟ ସଙ୍ଗୀତ ପ୍ରଭା ସୁବିମଳ
କରୁଥାନ୍ତା ଆହା ଦିଗନ୍ତ ଉଜ୍ଜ୍ୱଳ ।
*** *** *** ***
ସେ ଉଜ୍ଜ୍ୱଳ କାଳେ ଭଞ୍ଜସ୍ଥାନ
ମହାତୀର୍ଥରୂପେ ଲଭିବ ସମ୍ମାନ ।
ସାହିତ୍ୟ ପ୍ରଭାବ ଜାଗିବ ପ୍ରଖରେ
ଭଞ୍ଜକବି କୀର୍ତ୍ତି ଘୋଷିବ ବିଶ୍ବରେ ।
ବାଣୀତୀର୍ଥ ଏହି ଘୁମୁଷର ଗଡ଼
ଉତ୍କଳରେ ହେବ ଦ୍ଵିତୀୟ ଝଙ୍କଡ଼ ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago