ଲେଖା: ରବୀନ୍ଦ୍ର କୁମାର ରଣା

ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବଜାରରେ ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ନିର୍ମିତ ଜଗନ୍ନାଥ ମନ୍ଦିର ଓଡ଼ିଶା କଳା ସ୍ଥାପତ୍ୟର ଏକ ସୁନ୍ଦର ନିଦର୍ଶନ ଅଟେ।

ଜଗନ୍ନାଥ ସଂସ୍କୃତିର ଇତିହାସ ଅତି ପ୍ରାଚୀନ। ଇତିହାସର ତଥ୍ୟ ଅନୁସାରେ କୁଷାଣ ରାଜତ୍ଵ କାଳରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ସମୟରେ ଶ୍ରୀକୃଷ୍ଣ, ବଳରାମ ଓ ସୁଭଦ୍ରାଙ୍କ ମୂର୍ତ୍ତି ପୂଜିତ ହେଉଥିବା ଜଣାଯାଏ। ସେହିପରି ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥ ସଂସ୍କୃତିର ଇତିହାସ ମଧ୍ୟ ଅତି ପ୍ରାଚୀନ। କିନ୍ତୁ ୧୫୭୦ ମସିହାରେ ଖୋର୍ଦ୍ଧା ଗଡ଼ଜାତ ରାଜ୍ୟ ପ୍ରତିଷ୍ଠା ପରେ ଓଡ଼ିଶାର ବିଭିନ୍ନ ଗଡଜାତ ଅଞ୍ଚଳରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିବା ଜଣାଯାଏ । ତେବେ ଖଣ୍ଡପଡ଼ା ଗଡ଼ର ଜଗନ୍ନାଥ ମନ୍ଦିର ୧୭୫୦ ଖ୍ରୀଷ୍ଟାବ୍ଦରେ ଖଣ୍ଡପଡ଼ା ରାଜାଙ୍କ ଦ୍ଵାରା ନିର୍ମିତ ହେଇଥିଲା।


ରାଜବାଟିକୁ ଲାଗି ମନ୍ଦିର ପରିସର। ମନ୍ଦିର ପରିସରରେ ବିଶାଳ ଆକାରର ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହିତ ଦୟାସାଗରଙ୍କ ମନ୍ଦିର, କରୁଣାସାଗର ମନ୍ଦିରଗୋପୀନାଥ ମନ୍ଦିର ଅବସ୍ଥିତ। ମନ୍ଦିର ପରିସରଟି ଅତୀବ ସୁନ୍ଦର। ବହୁ ସୁନ୍ଦର କାରୁକାର୍ଯ୍ୟରେ ପୂର୍ଣ୍ଣ ରେଖା ଶୈଳୀର ଜଗନ୍ନାଥ ମନ୍ଦିର, ପିଢ଼ ଜଗମୋହନ, ନାଟମଣ୍ଡପ ଆଦି ଅବସ୍ଥିତ। ଏହି ମନ୍ଦିରର ଏକ ସ୍ଵତନ୍ତ୍ର ବିଶେଷତ୍ଵ ଏହି ଯେ, ଏଠାରେ ରତ୍ନବେଦୀ ଉପରେ କେବଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦାରୁମୂର୍ତ୍ତି ପୂଜା ପାଉଛନ୍ତି । ବଳଭଦ୍ର ଓ ସୁଭଦ୍ରା ପୂଜା ପାଉନାହାନ୍ତି ଏବଂ ଶ୍ରୀମନ୍ଦିରର ନିତିକାନ୍ତି ପରି ଏଠାରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତି ଓ ରଥଯାତ୍ରା ହୋଇଥାଏ। ଓଡ଼ିଶା ସଂସ୍କୃତି ବିଭାଗ ଅଧିନରେ ଏହି ମନ୍ଦିରଟି ରହିଛି।


ଖଣ୍ଡପଡ଼ା ଦେଇ କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ କରିବାକୁ ଯାଉଥିବା ପର୍ଯ୍ୟଟକମାନେ ଏଠାରେ କିଛି ସମୟ ରହି ଏହି ସୁନ୍ଦର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହିତ ମନ୍ଦିରର ଆଗରେ ଥିବା ପ୍ରାଚୀନ  ଓ ଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଦର୍ଶନ କରି ପାରିବେ।

 

 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago