ଲେଖା: ଅଶୋକା ନାୟକ

~ ଆମ ପରମ୍ପରା ଖଡ଼ିଛୁଆଁ ~
ଗଣେଶ ପୂଜା ଆସିଗଲେ ଛୋଟ ଛୋଟ ପିଲାଙ୍କର ବିଦ୍ୟାରମ୍ଭ କଥା ବି ବାପା ମା’ମାନେ ଚିନ୍ତା କରନ୍ତି। ବହୁ ବର୍ଷ ଆଗରୁ ବିଦ୍ୟାରମ୍ଭ ପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରା ହେଉଥିଲା। ଶିଶୁକୁ ଚାରି ବର୍ଷ, ଚାରି ମାସ ଓ ଚାରି ଦିନରେ ବିଦ୍ୟାରମ୍ଭ ସଂସ୍କାର ହେବାର ନିୟମ ଥିଲା। କିନ୍ତୁ ଆମେମାନଙ୍କ ଭିତରୁ ପ୍ରାୟ ସମସ୍ତେ ନିଜର ବିଦ୍ୟାରମ୍ଭ ଏଇ “ଖଡ଼ିଛୁଆଁ”ରୁ କରିଥିବା। ଶିଶୁଟି ଦୁଇ ବର୍ଷର ହେଇଗଲେ ମା’ବାପାଙ୍କର ଅପେକ୍ଷା ଥାଏ ଆଗାମୀ ଗଣେଣ ପୂଜା କିମ୍ବା ସରସ୍ଵତୀ ପୂଜାକୁ।
କୌଣସି ବିଦ୍ୟାଳୟ ବା ପୂଜାସ୍ଥଳୀକୁ ଆଗରୁ ଯାଇ ଖଡ଼ିଛୁଆଁ ସମୟ ବିଷୟରେ କଥା ହେଇ ଆସନ୍ତି। କେହି କେହି ନିଜ ଘରେ ବି ଖଡ଼ିଛୁଆଁ କରନ୍ତି। ନିଜର ସନ୍ତାନକୁ ଖଡି ଛୁଆଇଁବାର ଉତ୍ସାହ କିଛି ଦିନ ଆଗରୁ ବାପା ମା’ଙ୍କ ପାଖରେ ଦେଖିବାକୁ ମିଳିଥାଏ। ସନ୍ତାନ ପାଇଁ ନୂଆ ପୋଷାକ ସହ ନୂଆ ସ୍ଲେଟ, ଖଡି କିଣା ହୁଏ। ପୂଜାଦିନ ସକାଳୁ ଗାଧୁଆ ପାଧୁଆ ସାରି ନୂଆ ପିନ୍ଧି ପୂଜା ସ୍ଥାନକୁ ପହଞ୍ଚି ଖଡ଼ିଛୁଆଁ ମୂହୁର୍ତ୍ତ ପାଇଁ ଥାଏ ଅପେକ୍ଷା। ସାଙ୍ଗରେ ନେଇଥାନ୍ତି ପୂଜା ପାଇଁ ଫୁଲ, ଭୋଗ, ଧୂପ, ଦୀପ ଓ ନଡ଼ିଆ। ପୂଜାରୀ ନୂଆ ସ୍ଲେଟ, ଖଡିକୁ ଶୁଦ୍ଧ କରି ଠାକୁରଙ୍କ ପାଖରେ ଛୁଆଁଇ ଶିଶୁଟିର ହାତ ଧରି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କହି କହି ତିନୋଟି ଗୋଲ ବୁଲାଇ ଲେଖାନ୍ତି। ନୂତନତ୍ବର ଏହି ସମୟରେ ଶିଶୁ ଓ ତା’ର ବାପା ମା’ଙ୍କ ଭିତରେ ଥିବା ସ୍ଵପ୍ନ, ଉତ୍ସାହ ଓ ଉଦ୍ଦୀପନା ସ୍ପଷ୍ଟ ବାରି ହେଇପଡେ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago