ଉପସ୍ଥାପନା: ଦେଵ ତ୍ରିପାଠୀ

ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ! ଓଡ଼ିଶା ମାଟିରେ ପ୍ରଗତିର ବାଟ ଦେଖାଇଛି ଏଇ ଜିଲ୍ଲା !

ଅସୁମାରୀ ପ୍ରାକୃତିକ ସମ୍ପଦରେ ମଣ୍ଡିତ ଏ ଜିଲ୍ଲା ପରିପୁଷ୍ଟ ଦୁର୍ଲ୍ଲଭ କୀର୍ତ୍ତିରାଜି, ଅପୂର୍ବ ପର୍ଯ୍ୟଟନ ସ୍ଥଳୀ, ଆଦିମ ଜନଜାତି ସଂସ୍କୃତି,  ପାବନକ୍ଷେତ୍ର, ବର୍ଣ୍ଣମୟ ସାଂସ୍କୃତିକ ବିଭବରେ !

ଅନନ୍ୟ କେନ୍ଦୁଝର ଜିଲ୍ଲା ଓଡ଼ିଶା ଆଉ ଓଡ଼ିଆଙ୍କୁ ଦେଇଛି ବହୁତ !  କିନ୍ତୁ ପ୍ରତିବଦଳରେ ପାଇଛି କେବଳ ହତାଦର !

ଓଡ଼ିଶା ସମ୍ବନ୍ଧରେ ଅଜ୍ଞ ତଥା ଅବିମୃଶ୍ୟକାରୀ ସରକାର ଓଡ଼ିଶା ମାଟିରେ ପର୍ଯ୍ୟଟନର ବିକାଶ କଥା ଚିନ୍ତା କଲାବେଳକୁ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରରୁ ଆଗକୁ ଯାଇପାରେନା !

କିନ୍ତୁ ଆମ ବୁଦ୍ଧିଜୀବିମାନେ?

ଏବେ କିନ୍ତୁ ଆଖି ଖୋଲିବାର ସମୟ !

ଏବେ କିନ୍ତୁ ମୁଣ୍ଡିଆଟେ ମାରିବାର ସମୟ ! ସେଇ ପବିତ୍ର ମାଟିକୁ !

କାନପାତି ଶୁଣିବାର ସମୟ ! ସେଇ ଗାରିମାମୟୀ ମା’ର କୋହକୁ !

ସେଇ ଅନିନ୍ଦ୍ୟ ସୁଷମାମାଳିନୀ କେନ୍ଦୁଝର ଜିଲ୍ଲାର ଜଣାଅଜଣା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଅବତାରଣା . .


~ କେନ୍ଦୁଝର ଜିଲ୍ଲାର ଦର୍ଶନୀୟ ସ୍ଥାନ ~
୧. ଗୋନାସିକା ବ୍ରହ୍ମେଶ୍ୱର ଶୈବକ୍ଷେତ୍ର, ବ୍ରହ୍ମକୁଣ୍ଡ
୨. ଝୁମ୍ପୁରା ନୟାଗଡ଼ ଗ୍ରାମର ପ୍ରାଚୀନ ମୁକ୍ତେଶ୍ଵର ଶୈବକ୍ଷେତ୍ର
୩. ଚମକପୁରର ଛେଳିଡ଼େଗା ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର
୪. ଚମକପୁରର ଧବଳେଶ୍ଵର ଶୈବକ୍ଷେତ୍ର, ମା’ ବାସୁଳୀ ପୀଠ
୫. ଦେଓଝର ଜଳପ୍ରପାତ


୬. ମୁର୍ଗା ମହାଦେବ
୭. ଘସିପୁରା ମଣିତୋଟା ଝାଡ଼େଶ୍ୱର ଶୈବକ୍ଷେତ୍ର, ପତର ସଉରୁଣୀ ପୀଠ
୮. ଆନନ୍ଦପୁର କୁଣ୍ଡେଶ୍ୱର ଶୈବକ୍ଷେତ୍ର, ଦଧିବାମନ ଜୀଉ ମନ୍ଦିର, ପାତକେଶ୍ୱର ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର
୯. ଆନନ୍ଦପୁର କୋଡ଼ପଡ଼ାର ଗୋପାଳଜୀଉ ମନ୍ଦିର
୧୦. ଆନନ୍ଦପୁରର ଦରଗୁଡ଼ିଶିଳା


୧୧. ଆନନ୍ଦପୁର ପୋଡାସିଙ୍ଗିଡ଼ି ଜୈନକୀର୍ତ୍ତି, ଋଷଭନାଥ ମନ୍ଦିର
୧୨. ହାଟଡ଼ିହି ହାବଳେଶ୍ୱର ପୀଠ; ପଞ୍ଚବୌଦ୍ଧା ମହାଶକ୍ତି; ସାତଭଉଣୀ ମନ୍ଦିର
୧୩. ଚମ୍ପୁଆ ସରେଇର କେଶରୀକୁଣ୍ଡ
୧୪. ଚମ୍ପୁଆ ରୂପାକୁଣ୍ଡ ଶୈବକ୍ଷେତ୍ର
୧୫. ଚମ୍ପୁଆ ନନ୍ଦପୁରର ବିଷ୍ଣୁକ୍ଷେତ୍ର କପିଳମୁନି ପୀଠ


୧୬. ନନ୍ଦପୁରର କପିଳେଶ୍ୱର ଶୈବକ୍ଷେତ୍ର
୧୭. ଚମ୍ପୁଆର ରାମତୀର୍ଥ
୧୮. ଋଷିଟାଙ୍ଗର, ସାତକର୍ଣ୍ଣି ଆଶ୍ରମ
୧୯. ଗୁରୁବେଡ଼ା, ଇଙ୍ଗାନିଝରନ୍, ଅସାଡୋଲା
୨୦. ମିରିଗସିଂଗା ଶୈବପୀଠ


୨୧. ଦୋ-ମୁହାଁଣୀ ଘାଟ ଓ ପଞ୍ଚତୀର୍ଥ
୨୨. ଆଦିପୁରୁଷ ନୀଳକଣ୍ଠେଶ୍ଵର ଶୈବକ୍ଷେତ୍ର
୨୩. ଜ୍ୟୋତିପୁରଗଡ଼ର ପାଣ୍ଡରାଶିଳି ଓ ଅର୍ଜୁନବିଲା
୨୪. ଜ୍ୟୋତିପୁରଗଡ଼ର ମା’ ବାସୁଳୀ ପୀଠ, ମା’ ଅନ୍ଧାରୀ ପୀଠ
୨୫. ରାଜନଗରର କାବେରୀ ତୀର୍ଥ, ତନ୍ତ୍ର ଜଗନ୍ନାଥ ପୀଠ, ଦଧିବାମନ ଜୀଉ ମନ୍ଦିର, ମା’ ଅନ୍ଧାରୀ ଠାକୁରାଣୀ ପୀଠ, ପଞ୍ଚମୁଖୀ ହନୁମାନ ପୀଠ, ଜଳେଶ୍ଵର ମହାଦେବ ଶୈବକ୍ଷେତ୍ର


୨୬. ରାଜନଗରର ଲକ୍ଷ୍ମୀପାଦ ଓ ଭୀମପାଦ
୨୭. କେନ୍ଦୁଝରଗଡ଼ର ବଳଦେବଜୀଉ ପୀଠ, ସିଦ୍ଧଜଗନ୍ନାଥ ପୀଠ
୨୮. ଉଦୟପୁର ଗଡ଼, ମଦନଗୋପାଳ ପୀଠ, ମା’ ଅନ୍ଧାରୀ ପୀଠ, ମା’ କନକଦୁର୍ଗା ପୀଠ
୨୯. ପାଟଣାର ପରମେଶ୍ୱର ଶୈବକ୍ଷେତ୍ର
୩୦. ସ୍ବାମପାଟଣାର ଭୀମକୁଣ୍ଡ ଜଳପ୍ରପାତ ଓ ଜଳବିଦ୍ୟୁତ ପ୍ରକଳ୍ପ


୩୧. ବୀରଗୋବିନ୍ଦପୁର ରଘୁନାଥ ଜୀଉ ମନ୍ଦିର, ବ୍ରହ୍ମେଶ୍ୱର ମହାଦେବଙ୍କ ପୀଠ, ବନଦୁର୍ଗା ପୀଠ
୩୨. ଟୁକୁଣାର ଲକ୍ଷ୍ମୀନାରାୟଣ ପୀଠ
୩୩. ବଞ୍ଚୋର ଦଧିବାମନ ଜୀଉ ମନ୍ଦିର, ମା’ ବରାହୀ ପୀଠ
୩୪. ଘଟଗାଁ ମା’ ତାରିଣୀ ପୀଠ
୩୫. ରାମଲା, ପାଟଣା, ଜଗନ୍ନାଥପୁର, ଧଲେଇପାଟ, ଘୁଟୁରୁଗାଁ ଆଦି ସ୍ଥାନର ବୌଦ୍ଧ ଓ ଜୈନକୀର୍ତ୍ତି


୩୬. ଢ଼େଙ୍କିକୋଟ ବୌଦ୍ଧକ୍ଷେତ୍ର
୩୭. ପିପିଳିଆ ବୌଦ୍ଧକ୍ଷେତ୍ର
୩୮. ସିଆଡ଼ିମାଳିଆ ଜୈନକ୍ଷେତ୍ର
୩୯. ଠୁଣିଗାଁ ଜୈନକ୍ଷେତ୍ର, ରାମଚଣ୍ଡୀ ପୀଠ
୪୦. ବଉଳାପାହାଡ଼ ଗୁମ୍ଫା
୪୧. ପଳାସପଙ୍ଗାର ସନ୍ଥୈଭଞ୍ଜ ଗୁମ୍ଫା
୪୨. ଅସନପାଟର ଶିଳାଲେଖ
୪୩. ସୀତାବିଞ୍ଜିର ପ୍ରାଚୀନ ଶିଳାଲେଖ, ବୌଦ୍ଧବିହାର, ରତ୍ନାକର ବିଳ, ପାଟହରା ଗୁମ୍ଫା, ଚନ୍ଦନପେଡ଼ି, ସ୍ବର୍ଣ୍ଣଝରା, ବୁଢ଼ିପାଟ ଗୁମ୍ଫା, ଜଇରାଷଣ୍ଢ ଗୁମ୍ଫା, ଚନ୍ଦ୍ରମଣ୍ଡଳ ଗିରି, ଋଷିଗୁମ୍ଫା, ଭରତବାଟୁଳି


୪୪. ରାବଣଚ୍ଛାୟା
୪୫. ବାଂଶପାଣିର ଗୁରୁବେଡ଼ା
୪୬. ଖଲି ଚଉପତି ଘାଟ
୪୭. ତିନିଦିନିଆ କ୍ଷେତ୍ର
୪୮. କାଞ୍ଜିପାଣି ଘାଟି
୪୯. ହଦଗଡ଼ ଗଡ଼ଚଣ୍ଡୀ ପୀଠ, ହଦଗଡ଼ ଜଳଭଣ୍ଡାର
୫୦. ହାଣ୍ଡିଭଙ୍ଗା ଜଳପ୍ରପାତ


୫୧. ଗୁଣ୍ଡିଚାଘାଗି ଜଳପ୍ରପାତ
୫୨. ଖଣ୍ଡାଧାର ଜଳପ୍ରପାତ
୫୩. ବଡ଼ଘାଗରା ଓ ସାନଘାଗରା ଜଳପ୍ରପାତ
୫୪. ପୁଣ୍ଡୁଲ ଜଳପ୍ରପାତ
୫୫. କାଇଁଝର ଜଳପ୍ରପାତ
୫୬. ରେମାଳ ନଦୀବନ୍ଧ
୫୭. ଅସୁରଖୋଲ
୫୮. କିରିବିରୁ ଅଭୟାରଣ୍ୟ
୫୯. ତରତରାର ଚକ୍ରତୀର୍ଥ
୬୦. ଗୋନାସିକାର ଗୁପ୍ତଗଙ୍ଗା ପୀଠ
ଏମିତି ଆହୁରି କେତେ ! !

ଫଟୋ: Venkatesh Jena, Sudarshan Swain, Biswajit Mohanta, Kendujhar Explorer Facebook Page, Kendujhar Shines Facebook Page, tripadvisor.comodishatourismplaces.comkendujhar.nic.insatyeshnaik.blogspot.comblogvirasatehind.wordpress.com

ତଥ୍ୟ ଆଧାର: ‘ଗୋନାସିକା ନନ୍ଦିନୀ ବୈତରଣୀ’, ଡ. ରଞ୍ଜନ ପ୍ରଧାନ; ସମାଜ; ସାମାଜିକ ଗଣମାଧ୍ୟମ 

Spread the love
Antaranga Kalinga

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago