Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ
ଉତ୍କଳ ଏବଂ ଉତ୍କଳୀୟତାର ପ୍ରତିଟି ବିଷୟକୁ ଗୌରବାନ୍ଵିତ କରିବାରେ ରାଧାନାଥ ହିଁ ଥିଲେ ସବୁ ଦୃଷ୍ଟିରୁ ଏକ ସ୍ତମ୍ଭୀୟ ବ୍ୟକ୍ତିତ୍ଵ (Pivotion Personality)। ସେ ଥିଲେ ପ୍ରଥମ ଜାତୀୟତାବାଦୀ କବି ଯିଏ ଛବିଳ ଓଡ଼ିଶାର ସ୍ଵପ୍ନ ଦେଖିଥିଲେ। ଛବିଳ ଓଡ଼ିଶାକୁ ମଧ୍ୟ ସେହି ଭାବରେ ବର୍ଣ୍ଣନା କରିଥିଲେ। ଏହି ପରିପ୍ରେକ୍ଷୀରେ କବିବରଙ୍କ ଏକ ଅନାଲୋଚିତ କବିତାର ଉପସ୍ଥାପନା ।
“ଦିଅ ହେ ସରବେ ଉତ୍କଳୀ,
ଦେଶ ହିତରେ ଆତ୍ମବଳି
ଅସାଧ୍ୟ ମଣେ ଯା ଅଳସ,
କର୍ମବୀର ତା କରେ ବଶ।
ଅଳସ ଯା ଅସାଧ୍ୟ ମଣେ,
କର୍ମବୀର ତା ସାଧେ କ୍ଷଣେ
ଦେଶର ଲୋଡ ହେ କଲ୍ୟାଣ,
ତୃଣ ମଣିଷ ନିଜ ପ୍ରାଣ ।
ଆପଣା ହିତ ଦେଶ ହିତେ,
ଲୋଡ ସରବେ ଏକ ଚିତ୍ତେ
ଉତ୍କଳ ହିତେ ନିଜ ହିତ,
ଲୋଡ ହୋଇଣ ଏକ ଚିତ୍ତ ।
ଉଦଯୋଗୀ ବାଧା ଭ୍ରୁକୁଟୀକି,
ନଗଣି ସିଦ୍ଧି ଆଣେ ଝିଙ୍କି
ସାହସେ ଯେହୁବାନ୍ଧେ ବକ୍ଷ
କାର୍ଯ୍ୟକ୍ଷେତ୍ରରେସେ ହର୍ଯକ୍ଷ ।
ଜୟ ଜୟ ମା ମାତୃଧରା,
ସର୍ବ ସୁଖଦା ଦୁଃଖ ହରା
ସଭିଙ୍କ ମନ ଏକ ହେଲେ,
ଅସାଧ୍ୟ ସାଧ୍ୟ ହୁଏ ହେଳେ
ସ୍ଵଦେଶଦ୍ରୋହୀ ସ୍ଵାର୍ଥରଙ୍କ,
ଉତ୍କଳ ଦେଶେ ସେ କଳଙ୍କ
ମାତୃଭୂମି ଯେ ଋଦ୍ଧିମୂଳ,
ତା ପାଦେ ସର୍ବସିଦ୍ଧି ଠୁଳ ।”
ବନ୍ଦେ ଉତ୍କଳ ଜନନୀ II