କୁମ୍ଭେଶ୍ୱର ମହାଦେବ ମନ୍ଦିର

ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ 

ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତଥା ମନୋରମ ମନ୍ଦିର ବି ସେତିକି ଅନନ୍ୟ l ସତରେ ମହାଐତିହ୍ୟ କ୍ଷେତ୍ର କଟକ ଉପକଣ୍ଠର ଏ ଯେ ଗୁପ୍ତ ଐତିହ୍ୟ କହିଲେ କମ ହେବ ନାହିଁ ।
କଟକ ଉପକଣ୍ଠ ଆଠଗଡ଼ ସନ୍ନିକଟ ଗ୍ରାମରେ ଅବସ୍ଥିତ ଏକ ପୁରାତନ ମନ୍ଦିର ହେଉଛି କୁମ୍ଭେଶ୍ୱର ମହାଦେବ ମନ୍ଦିର, ଯାହାର ଇତିହାସ ସାଉଁଟିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ବି ସେହି ମନ୍ଦିରଟିର କେତେଗୁଡ଼ିଏ ଛବି ଏଠାରେ ସ୍ଥାନିତ କରିବାକୁ ଚେଷ୍ଟା କରିଛୁ । ଖୁବ୍ ସୁନ୍ଦର ପ୍ରାକୃତିକ ପରିବେଶ, ସବୁଜ କ୍ଷେତ ତଥା ବୃକ୍ଷଲତା ଘେରା ବନାନୀର ମଧ୍ୟଭାଗରେ ଏହି ମହାଦେବ ମନ୍ଦିରଟିର ଅବସ୍ଥିତି ଅତୀବ ମନୋରମ l ମନ୍ଦିରଟି ବହୁ ପ୍ରାଚୀନ ନ ହେଲେ ବି ତିନିଶହ ଚାରିଶହ ବର୍ଷରୁ କମ ହେବ ନାହିଁ l
ମନ୍ଦିର ପରିସରରେ କେତେକ ପୁରାତନ, ସୁକ୍ଷ୍ମ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ବି କାଳର କଷାଘାତରେ ଭଗ୍ନ ଓ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ପଡ଼ି ରହିଛି l ମନ୍ଦିରରେ ଥିବା ଉମା ମହେଶ୍ୱର ଓ ଦୁଇଟି ନାରାୟଣଙ୍କ ମୂର୍ତ୍ତିର କାରୁକାର୍ଯ୍ୟ ଖୁବ୍ ସୁନ୍ଦର ଏବଂ ମନ୍ଦିର ପରିସରରେ ଆଜି ବି ପ୍ରଭୁ ତ୍ରିବିକ୍ରମ, ବରାହ ଆଦି ତଥା ଏକ ଚକ୍ରର ମୂର୍ତ୍ତି ଟିଏ ଦେଖିବାକୁ ପାଇଲୁ । ଉମା ମହେଶ୍ୱରଙ୍କ ମୂର୍ତ୍ତି ଦେଖିବା ସମୟରେ ଏକ ଅଦ୍ଭୁତ କଥା ଟିଏ ହେଲା, ନାରାୟଣଙ୍କ ମୂର୍ତ୍ତି ଦେଖିବା ବେଳେ ହଠାତ୍ ପବନ ହେଇ ଉମା ମହେଶ୍ୱରର ବିଗ୍ରହ ଉପରେ ଥିବା ବସ୍ତ୍ରଟି ଉଡ଼ି ଯାଇ ପଡିଗଲା, ଯଦିଓ ଏହି ମୂର୍ତ୍ତିଟି ଆମେ ପୂର୍ବରୁ ଦେଖିଥିଲୁ, ଉକ୍ତ ଘଟଣାଟି ଆମକୁ ମୂର୍ତ୍ତି ଆଡ଼କୁ ଟାଣି ନେଇଥିଲା ।
ପାଖରେ ମନ୍ଦିରର ପୂଜକଙ୍କ ସହ ମନ୍ଦିର ବୁଲି ଆମେ ଅନ୍ୟ ଏକ ସ୍ଥାନ ନିମନ୍ତେ ବାହାରିଲୁ । କିନ୍ତୁ ଫେରିବା ବାଟରେ ସେମିତି ପଛକୁ ଆଖି ଲାଗିଥାଏ ମନ୍ଦିରର କାରୁକାର୍ଯ୍ୟ ଓ ତାର ସୁନ୍ଦରତା ଆଡ଼କୁ । ସାଧାରଣ ଲୋକର ଜ୍ଞାତସାରରୁ ଅନେକ ଦୂରରେ ଥିବା ଏହି ଅନନ୍ୟ ଶୈବପୀଠକୁ ଥରେ ବୁଲି ଆସିଲେ ବେଶ ଭଲ ହୁଅନ୍ତା l
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago