ଲେଖା: ଆୟୁଷ୍ମାନ ଆର୍ଯ୍ୟ

~ ପ୍ରେମଭକ୍ତିର ଅନନ୍ୟ ପୀଠ କୁଞ୍ଜକାନ୍ତ ~
ସହର ମଧ୍ୟକୁ ପ୍ରବେଶ କରୁକରୁ ପାଣିଓହଳl ପାହାଡ଼ର ନୈସର୍ଗିକ ସୁଷମା ମନକୁ ଆଲ୍ଲାଦିତ କରିଥାଏ l ଏକ ଛୋଟ ପାହାଡ଼ ଉପରେ ଏକ ସୁନ୍ଦର ମନ୍ଦିର ପରିଦୃଷ୍ଟ ହୋଇଥାଏ l ମନ୍ଦିରର ମୁଖ୍ୟ ଦ୍ଵାରକୁ ଦେଖିଲେ ଏକ ରାଜପ୍ରସାଦର ଭ୍ରମ ମନରେ ଉଦ୍ରେକ ହୋଇଥାଏ l ମନ୍ଦିର ଉପରକୁ ଲମ୍ବି ଯାଇଥିବା ପାବଚ୍ଛମାନଙ୍କୁ ଅତିକ୍ରମ କରି ମନ୍ଦିର ମଧ୍ୟରେ ପ୍ରବେଶ କଲେ ମନ୍ଦିରରେ ବିରାଜିତ ଅଷ୍ଟସଖୀ ପରିବେଷ୍ଟିତ ଶ୍ରୀରାଧାରାଣୀ ଓ କୁଞ୍ଜକାନ୍ତ (ଶ୍ରୀକୃଷ୍ଣ)ଙ୍କ କମନୀୟ ବିଗ୍ରହ ଦର୍ଶନ କଲେ ମନରେ ଅନିବର୍ଚନୀୟ ଆନନ୍ଦ ଦେଖାଦିଏ l ଦିନ ଥିଲା ସେ ଅଞ୍ଚଳରେ ଅନେକ ଆମ୍ର ବୃକ୍ଷ ଥିଲା ମାତ୍ର ରାସ୍ତା ସମ୍ପ୍ରସାରଣ ହେତୁ ଅନେକ ଗଛ କଟା ହୋଇ ଯାଇଛି l ତଥାପି ଏବେବି ଅନେକ ଗୁଡ଼ିଏ ଆମ୍ବ ଗଛ ଢେଙ୍କାନାଳ ମହାବିଦ୍ୟାଳୟ ପରିସରରେ ଥିବା ଦେଖିବାକୁ ମିଳେ l
ଢେଙ୍କାନାଳର ତତକାଳୀନ ରାଜା ସୁରପ୍ରତାପ ମହିଦ୍ର ବାହାଦୁର ଥିଲେ ରାଧାକୃଷ୍ଣଙ୍କ ପରମ ଭକ୍ତ l ରାଜା ଓ ତଦୀୟ ପଟମହିଷୀ ଶ୍ରୀମତୀ କୃଷ୍ଣଚନ୍ଦ୍ର ପ୍ରିୟା ଦେବୀ ବୃନ୍ଦାବନର ପ୍ରସିଦ୍ଧ ଶ୍ରୀରାଧାରମଣ ମନ୍ଦିରର ପୂଜକ ମଧୁସୂଦନ ଗୋସ୍ୱାମୀଙ୍କ ଠାରୁ ବୈଷ୍ଣବ ଦୀକ୍ଷା ଗ୍ରହଣ କରିଥିଲେ l ଏହି ମଧୁସୂଦନ ଗୋସ୍ୱାମୀ ହେଉଛନ୍ତି ପ୍ରସିଦ୍ଧ ବୈଷ୍ଣବ ଗୁରୁ ବକ୍ରେଶ୍ୱର ପଣ୍ଡିତଙ୍କ ବଂଶଜ l ମଧୁସୂଦନ ଗୋସ୍ୱାମୀଙ୍କ ଆଦେଶରେ ରାଜା ସୁରପ୍ରତାପ ତଥା ରାଣୀ କୃଷ୍ଣଚନ୍ଦ୍ର ପ୍ରିୟା ଦେବୀ 1917 ମସିହା ଜୁନ 29 ତାରିଖ ଆଷାଢ଼ ଶୁକ୍ଳଦଶମୀ ତିଥିରେ ଏହି ସୁରମ୍ୟ ଦେଉଳ ପ୍ରସିଦ୍ଧ କୀର୍ତ୍ତନୀୟ ବାବାଜୀ ରାମଦାସଙ୍କ ତତ୍ୱାବଧାନରେ ପ୍ରତିଷ୍ଠା କରି ବୃନ୍ଦାବନ ଧାମରୁ 108 କୀର୍ତ୍ତନ ଦଳଙ୍କ ସହ ଶ୍ରୀରାଧା କୁଞ୍ଜକାନ୍ତ ତଥା ଅଷ୍ଟସଖୀଙ୍କ ବିଗ୍ରହ ଆଣି ପ୍ରତିଷ୍ଠା କରିଥିଲେ l ଠାକୁରଙ୍କ ଦୈନିକ ନୀତି ପାଇଁ ରାଜା ଭୂସମ୍ପତ୍ତି ଖଞ୍ଜା କରିଥିଲେ l
1918 ମସିହାରେ ରାଜା ସୁରପ୍ରତାପଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପାଟରାଣୀ କୃଷ୍ଣଚନ୍ଦ୍ର ପ୍ରିୟା ଦେବୀ ଢେଙ୍କାନାଳ ରାଜପ୍ରାସାଦ ପରିବର୍ତ୍ତେ ଏହି କୁଞ୍ଜକାନ୍ତ ମନ୍ଦିରରେ ହିଁ ବସବାସ କରି ପ୍ରତ୍ୟହ ଠାକୁରଙ୍କ ଉପାସନା ସହ ଭାଗବତ ପାଠରେ ନିଜ ସମୟ ଅତିବାହିତ କରୁଥିଲେ l ରାଜାଙ୍କ ମୃତ୍ୟୁ ପରେ ରାଣୀ ଶ୍ରୀ ରାଧା କୁଞ୍ଜକାନ୍ତଙ୍କ ସେବାରେ ମନପ୍ରାଣ ଢାଳି ଦେଇଥିଲେ l ଏହି କୁଞ୍ଜକାନ୍ତଙ୍କ ମନ୍ଦିରରେ ହିଁ ରାଣୀ ଶେଷନିଶ୍ୱାସ ତ୍ୟାଗ କରିଥିଲେ l ଏହି କୃଷ୍ଣପ୍ରାଣା ରାଣୀ ରାଧାକୃଷ୍ଣଙ୍କ ଲୀଳା ବିଷୟକ ବିଭିନ୍ନ ପୁସ୍ତକ ରଚନା କରିଥିଲେ l ଯାହାକି ସେହି ସମୟରେ ଗଭୀର ପାଠକୀୟ ଆଦୃତି ଲାଭ କରିଥିଲା l
କୁଞ୍ଜକାନ୍ତ ମନ୍ଦିରଟି ବର୍ତ୍ତମାନ ମଧ୍ୟ ଢେଙ୍କାନାଳ ରାଜପରିବାର ଦ୍ୱାରା ପରିଚାଳିତ l ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ରାଧାଷ୍ଟମୀ, କାର୍ତ୍ତିକ ପୂର୍ଣ୍ଣିମା ରାସ, ଝୁଲଣ ଆଦି ଠାକୁରଙ୍କ ପ୍ରମୁଖ ପର୍ବ l
(ଭଗ୍ନ ଅବସ୍ଥାରେ ଥିବା ଶ୍ରୀ ରାଧାକୁଞ୍ଜକାନ୍ତଙ୍କ ଦୋଳବେଦୀ,
ଫଟୋ: ଶ୍ରୀକାନ୍ତ ସିଂହ)
(ବି.ଦ୍ର.: ରାଜା ସୁରପ୍ରତାପ ମହିନ୍ଦ୍ର ବାହାଦୁର ସାକ୍ଷୀଗୋପାଳ ନାମକ କାବ୍ୟ ରଚନା କରିଥିଲେ l ରାଜା ଖୁବ କମ ବର୍ଷରେ ପରଲୋକ ଗମନ କରିବାରୁ ଅସମ୍ପୂର୍ଣ୍ଣ ସାକ୍ଷୀଗୋପାଳ କାବ୍ୟଟିକୁ ରାଣୀ କୃଷ୍ଣଚନ୍ଦ୍ର ପ୍ରିୟା ମହାଦେବୀ ସମ୍ପୂର୍ଣ୍ଣ କରିଥିଲେ l ସାକ୍ଷୀଗୋପାଳ କାବ୍ୟ ଛଡା କୁଞ୍ଜକାନ୍ତ ଜଣାଣ, ପ୍ରେମସଂପୁଟ ଆଦି ରଚନା କରିବା ସହ ସଙ୍ଗୀତ ଶିକ୍ଷା ପାଇଁ ସଙ୍ଗୀତ ପୁଷ୍ପାଞ୍ଜଳି ନାମକ ପୁସ୍ତକ ରାଣୀ ରଚନା କରିଥିଲେ, ଯାହାକି ଓଡ଼ିଆ ଭାଷାରେ ସଙ୍ଗୀତଶିକ୍ଷା ଉପରେ ପ୍ରଥମ ପୁସ୍ତକ ଅଟେ l)
Athagad Athagarh
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago