ଲେଖା: ଜିତ ରାଉତ
~ କୁଜଙ୍ଗ ଗଡ଼ ~
ଅତୀତରେ ଉପକୂଳ ଓଡିଶାରେ ଖଣ୍ଡାୟତମାନଙ୍କ ଦ୍ୱାରା ଅନେକ ସାମୁଦ୍ରିକ ଗଡ଼ ଗୁଡିକ ନିର୍ମାଣ ହେଇଥିଲା । ଏହା ଦ୍ୱାରା ଶତ୍ରୁର ଆକ୍ରମଣକୁ ପ୍ରତିହିତ କରିବା ସହିତ ନିଜ ଶକ୍ତିଶାଳୀ ନୌବାହିନୀ ସାହାଯ୍ୟରେ ଦକ୍ଷିଣପୂର୍ବ ଏସିଆ ରାଷ୍ଟ୍ରଗୁଡିକ ଉପରେ ଉପନିବେଶ ସ୍ଥାପନା କରିପାରୁଥିଲେ। ଏହି ସାମୁଦ୍ରିକ ଗଡ଼ମାନଙ୍କ ମଧ୍ୟରୁ କୁଜଙ୍ଗ ଏକ ଶକ୍ତିଶାଳୀ ଗଡ଼ ଥିଲା। ପ୍ରଥମେ ଏହି ଗଡ଼ ଧୀବରଙ୍କ ଅଧୀନରେ ଥିଲା କିନ୍ତୁ ପରେ ଏହାକୁ ମଲ୍ଲିକ ସାମନ୍ତ ନାମକ ଜଣେ ଖଣ୍ଡାୟତ ନିଜ ଅଧିନକୁ ନେଇ ସେଠାରେ ଏକ ନୂତନ ରାଜ୍ୟ ସ୍ଥାପନା କରିଥିଲେ।
କୁଜଙ୍ଗଗଡ଼ ଅନେକ ଘଟଣାକୁ ନେଇକି ବିଖ୍ୟାତ। କଳାପାହାଡ଼ ଆକ୍ରମଣ ସମୟରେ ଆଫଗାନଙ୍କ ବିରୋଧରେ କୁଜଙ୍ଗର ଖଣ୍ଡାୟତ ମାନେ ଅତ୍ୟନ୍ତ ବିରତ୍ୱର ସହିତ ଲଢ଼ିଥିଲେ ।
ଆଫଗାନ ଆକ୍ରମଣ ସମୟରେ ଜଗନ୍ନାଥଙ୍କ ବ୍ରହ୍ମକୁ ବିଶର ମହାନ୍ତି ନାମକ ଜଣେ ଭକ୍ତ କୁଜଙ୍ଗ ଖଣ୍ଡାୟତଙ୍କୁ ଦେଇଥିଲେ ଏବଂ ସେ ତାଙ୍କ ତତ୍ୱାବଧାନରେ ରଖିଥିଲେ । ୧୭୦୦ ଶତାବ୍ଦୀରେ ମଲ୍ଲିକ ବଂଶୀୟ ଖଣ୍ଡାୟତ ମଲ୍ଲିକ ସାମନ୍ତ ସେଠିକାର ଧୀବରମାନଙ୍କୁ ହରାଇ ନୂତନ ରାଜ୍ୟ ପ୍ରତିଷ୍ଠା କରିଥିଲେ। ମଲ୍ଲିକ ସାମନ୍ତ ଜଣେ ଅତ୍ୟନ୍ତ ସାହସୀ ଶକ୍ତିଶାଳୀ ଯୋଦ୍ଧା ଏବଂ ରୋମାଞ୍ଚପ୍ରିୟ ସ୍ଵଭାଵର ଥିଲେ। ଏକଦା ସେ ଏକ ବିରାଟ ମାରଣା ଷଣ୍ଢ ସହିତ ଯୁଦ୍ଧ କରି ତାକୁ ହରାଇବା ସହିତ ଟେକିକି କଚାଡି ଦେଇଥିଲେ। ଏହା ପରେ ସେ ଏବଂ ତାଙ୍କ ପରବର୍ତ୍ତୀ ବଂଶଧର ମଲ୍ଲିକ ଷଣ୍ଢ ନାମରେ ପରିଚିତ ହେଲେ। ମଲ୍ଲିକ ଷଣ୍ଢଙ୍କ ପିତା ମଧ୍ୟ ବାରବାଟୀରେ ସେନାପତି ଭାବେ କାର୍ଯ୍ୟ କରୁଥିଲେ ।
ମଲ୍ଲିକ ଷଣ୍ଢଙ୍କ ସମୟରେ ଏକଦା ଔରଙ୍ଗଜେବଙ୍କ ମୋଗଲ ସୈନ୍ୟମାନେ ୧୬୬୭ ମସିହାରେ ମହାନଦୀ ପଟୁ ଆକ୍ରମଣ କରି ଏବେର ରାହମା ଏବଂ ତିର୍ତ୍ତଳ ଅଧିକାର କରିନେଲେ। ମଲ୍ଲିକ ଷଣ୍ଢ ଏବଂ ଖଣ୍ଡାୟତମାନେ ସେତବେଳେ ଅମ୍ବିକଗଡ଼ରେ ଥିଲେ । ସେମାନେ ମୋଗଲ ସୈନ୍ୟ ମାନଙ୍କୁ ରାତି ଅଧରେ ଭୟଙ୍କର ଆକ୍ରମଣ କରି ସେମାନଙ୍କ ଅସ୍ତ୍ରଶସ୍ତ୍ର ଏବଂ ଡ଼ଙ୍ଗାଗୁଡିକୁ ଲୁଟିନେଲେ। ମୋଗଲମାନଙ୍କୁ ଖସିଯିବାର ରାସ୍ତା ନଥିଲା । ଖଣ୍ଡାୟତମାନଙ୍କ ହାତରେ ସେଦିନ ସମସ୍ତ ମୋଗଲଙ୍କ ହତ୍ୟା ହୋଇଥିଲା ।ସେ ଅଞ୍ଚଳ ହେଉଛି ଏବେର ମଙ୍ଗରାଜପୁର ନିକଟରେ ଥିବା ପଠାଣଡିଅ ଭାବେ ପରିଚିତ । ମଲ୍ଲିକ ଷଣ୍ଢ ଜଣେ ଖାଲି ଦୁର୍ଦ୍ଧସ ଯୋଦ୍ଧା ନ ଥିଲେ ଜଣେ ଅତ୍ୟନ୍ତ ରୋମିଓ ସ୍ଵଭାଵର ବ୍ୟକ୍ତି ଥିଲେ । ତାଙ୍କର ଅନେକ ରାଣୀ ଥିଲେ । ରାଜା ମଲ୍ଲିକ ଷଣ୍ଢ ନରେନ୍ଦ୍ର ବାହାଦୂରଙ୍କ ଅନେକ ରାଣୀଙ୍କ ମଧ୍ୟରୁ କୁଜଙ୍ଗ ଗଡ଼, କେନ୍ଦ୍ରାପଡା, ପାରାଦ୍ୱୀପ । ତାଙ୍କର ଅନେକ ପୁତ୍ରଙ୍କ ମଧ୍ୟରୁ ରାଜା ଚନ୍ଦ୍ରଧ୍ୱଜ ଷଣ୍ଢ ଏବଂ ମଲ୍ଲିକ ଷଣ୍ଢ ଏମାନେ ବ୍ରିଟିଶମାନଙ୍କୁ ଅନେକ ଥର ହରାଇଥିଲେ।
ରାଜା ବିଶ୍ୱମ୍ଭର ଷେଣ୍ଢ ନରେନ୍ଦ୍ରଙ୍କ ସମୟରେ ଭାସ୍କର ପଣ୍ଡିତଙ୍କ ନେତୃତ୍ବରେ ମରାଠାମାନେ ମଧ୍ୟ କୁଜଙ୍ଗ ଅଧିକାର କରିବାକୁ ବାରମ୍ବାର ବିଫଳ ହୋଇଥିଲେ । ରାଜା ଚତୁର୍ଭୁଜ ଷେଣ୍ଢ (1751 -70)ଙ୍କ ସମୟରେ ସେ ମରାଠାମାନଙ୍କ ବିରୋଧରେ ଅନବରତ ଯୁଦ୍ଧ ଚଳାଇଥିଲେ । ରାଜା କୃଷ୍ଣଚନ୍ଦ୍ର ଷେଣ୍ଢ (1770-90 )ଙ୍କ ସମୟରେ ସେ ଅନେକ ବ୍ରିଟିଶ ଅଫିସର, କ୍ରୁ ଏବଂ ଯାତ୍ରୀମାନଙ୍କୁ ବନ୍ଦୀ କରିବା ସହିତ କ୍ୟାପ୍ଟନ ରୋଜର୍ସଙ୍କୁ ହତ୍ୟା କରିଥିଲେ। ସେ ଅନେକ ବ୍ରିଟିଶ ସମ୍ପତି ଲୁଟିବା ସହିତ ଧ୍ବଂସ କରିଦେଇଥିଲେ । 1803 ମସିହାର ପାଇକ ବିଦ୍ରୋହ ସମୟରେ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବିଦ୍ରୋହର ନିଆଁ ଜଳିଥିଲା । ସେଥିରେ ବିଭିନ୍ନ ଅଞ୍ଚଳର ଖଣ୍ଡାୟତମାନେ ଭାଗ ନେଇଥିଲେ । ତନ୍ମଧ୍ୟରୁ ଖଣ୍ଡାୟତ ରାଜା ଚନ୍ଦ୍ରଧ୍ୱଜ ଷେଣ୍ଢ ଅନ୍ୟତମ । ତାଙ୍କ ନେତୃତ୍ୱରେ କୁଜଙ୍ଗର ଅନେକ ଖଣ୍ଡାୟତ ଯୁଦ୍ଧରେ ଭାଗ ନେଇଥିଲେ ଏବଂ ଅନେକ ବ୍ରିଟିଶମାନଙ୍କୁ ହତ୍ୟା କରିଥିଲେ । ତାଙ୍କ ପରେ ରାଜା ମଧୁସୂଦନ ଷେଣ୍ଢ ମଧ୍ୟ ଇଂରେଜମାନଙ୍କ ବିରୋଧରେ ଲଢେ଼ଇ ଜାରି ରଖିଥିଲେ ।
ଏମାନଙ୍କ ପରେ ରାଜା ବିରଭଦ୍ର ଷେଣ୍ଢ ନରେନ୍ଦ୍ର ବାହାଦୂର ବ୍ରିଟିଶମାନଙ୍କ ତାଙ୍କ ରାଜ୍ୟ ମଧ୍ୟକୁ ପ୍ରବେଶ ଏବଂ ଲବଣ ସଂଗ୍ରହକୁ ବିରୋଧ କରି ରେଣୁଆ, ବାକୁଡ଼ ଏବଂ ଅସ୍ତରଙ୍ଗରେ ଲୁଟପାଟ କରିବା ସହିତ ଲୁଣ ସଂଗ୍ରହ ସ୍ଥାନଗୁଡିକୁ ଧ୍ବଂସ କରିଦେଇଥିଲେ। କୁଜଙ୍ଗ ଖଣ୍ଡାୟତ ରାଜା ଏବଂ ଖଣ୍ଡାୟତ ମାନଙ୍କ ଦ୍ୱାରା ବାରମ୍ବାର ବ୍ରିଟିଶମାନଙ୍କ ବିରୋଧରେ ଯୁଦ୍ଧ ଏବଂ ବିଦ୍ରୋହ କାରଣରୁ ବ୍ରିଟିଶମାନେ ଶେଷରେ କୁଜଙ୍ଗ ରାଜ୍ୟକୁ ଅଧିକାର କରିବା ସହିତ ଏହାକୁ ବଙ୍ଗଳାର ବର୍ଦ୍ଧମାନର ରାଜା ଯିଏ ବ୍ରିଟିଶମାନଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଥିଲେ ତାଙ୍କ ହାତକୁ ଟେକି ଦେଇଥିଲେ। ଏହା ଦ୍ୱାରା କୁଜଙ୍ଗର ଗୌରବମୟ ଇତିହାସର ଅନ୍ତ ଘଟିବା ସତ୍ତ୍ୱେ ସ୍ଵାଧୀନତା ଯାଏଁ ବ୍ରିଟିଶ ବିରୋଧୀ ସଂଗ୍ରାମ ଜାରି ରହିଥିଲା ।
କୁଜଙ୍ଗ ତଥା ଜଗତସିଂହପୁରର ଇତିହାସକୁ ଦେଖିଲେ କୁଜଙ୍ଗର ବୀର ଖଣ୍ଡାୟତ ମାନେ ଯେଉଁଭଳି ଆଫଗାନ, ମୋଗଲ ଏବଂ ବ୍ରିଟିଶ ମାନଙ୍କ ବିରୋଧରେ ଲଢ଼ିଥିଲେ ତାହା ସବୁଦିନ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିବ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago