ସୌରଭିତ ସୃଷ୍ଟି: କଵି ବାଞ୍ଛାନିଧି ମହାନ୍ତି

ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଦେଶ ମିଶ୍ରଣ କାଳରେ ଏହି କଵିତାଟି ଲେଖିଛନ୍ତି । ଆଜି ଭାରତକୁ ସ୍ଵାଧୀନତା ମିଳିଥିଲା ସତ କିନ୍ତୁ ଭାରତର ଏକ ମହାନ ଜାତିର ଜାତୀୟତା କେତେକାଂଶରେ କ୍ଷୁଣ୍ଣ ମଧ୍ୟ ହୋଇଥିଲା ।

ଗୋଟିଏ ଜାତିର ଲୋକଙ୍କୁ ତିନୋଟି ରାଜ୍ଯରେ ବାଣ୍ଟି ଦିଆଯାଇଛି । ଗତ ୭୪ ଵର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଓଡ଼ିଆ କ୍ରମଶଃ ହିନ୍ଦିଆ, ବିହାରୀ, ତେଲେଙ୍ଗା ଓ ବଙ୍ଗାଳୀ ଵିଵେଚିତ ହୋଇଯାଇଛନ୍ତି । ଭାରତୀୟ ଜାତୀୟତା ଆଜି କାଳିଙ୍ଗ୍ଯ ଜାତୀୟତାକୁ ପଦାନତ କରିଵାକୁ ବସିଛି ।

ଓଡ଼ିଶାର ଲୋକ ନିଜକୁ ଭାରତୀୟ କହି ଗର୍ଵ କରୁଛନ୍ତି ଆଉ ଓଡ଼ିଆ ବୋଲି ପରିଚୟ ଦେଵାକୁ ଲଜ୍ଜା କରୁଛନ୍ତି । ଭୁଲ ନାହିଁ  ଆମେ ପ୍ରଥମେ ଓଡ଼ିଆ ଆମେ କଳିଙ୍ଗୀ ଯେଉଁମାନଙ୍କୁ ସହସ୍ର ସହସ୍ର ଵର୍ଷ ଧରି ଏ ଦେଶରେ ଅପମାନ, ଅତ୍ୟାଚାର ସହିଵାକୁ ହୋଇଛି ।

ଭୁଲ ନାହିଁ ଆମର ଅଞ୍ଚଳ ଓ ଲୋକଙ୍କୁ ଏ ଦେଶରେ ଆମଠାରୁ ଛଡେ଼ଇ ନିଆଯାଇଛି । ଏବେ ବି ସମୟ ଅଛି ନିଜର କାଳିଙ୍ଗ୍ଯ ଜାତୀୟତାକୁ ଚିହ୍ନ ଆଉ ମହାଭାରତୀୟ ଜାତିମାନଙ୍କୁ ପଚାର ଯେ ତମେ ତ ଗୋଟେ ମୁଣ୍ଡ କଟା ଦେଶ ଆମକୁ ଦେଇଛ ହେଲେ କି ହେଵ ଏ ମୁଣ୍ଡକଟା ଦେଶକୁ ଘେନି ???

କି ହେଵ ଏ ମୁଣ୍ଡକଟା ଦେଶକୁ ଘେନି
                        ମୁଣ୍ଡକଟା, ଗୋଡ଼କଟା ପଙ୍ଗୁକୁ ଘେନି
ମୋ ଜନନୀ କି ସୁନ୍ଦର—ସିଂହଭୂମି ତାର ଶିର
                          ମେଦିନୀପୁର ମଞ୍ଜୂଷା ପୟର ବେନି ।୧।

ଟୀକାଲି ତା’ ଅଙ୍ଗ ଟୀକା
                        ସମ୍ବର ଚାରୁ ଛିଟିକା
ଫୁଲଝର ଫୁଲଝରା
                    ସୁଷମା ବେଣୀ ।୨।

ମୋ ଜାତି କେଡେ଼ ମହତ
                       ହୋଇଛି ଚେତନା ହତ
ତିନିଦେଶେ ବନ୍ଧା
                     ଜଳଧାରା ତ୍ରିବେଣୀ ।୩।

ମୋ ଜାତି କୃଷକ କୁଳ
                     କର ଭାରରେ ଆକୁଳ
ଦୁଃଖ ଯିଵ ପୂର୍ଣ୍ଣ ଅଙ୍ଗ
                      ହେଲେ ଜନନୀ ।୪।

ଉପସ୍ଥାପନା: ଶିଶିର ସାହୁ ମନୋଜ 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago