ଲେଖା: ଦେଵ ତ୍ରିପାଠୀ
ଜୀବନଯାକର ନିରବଚ୍ଛିନ୍ନ ସାଧନା, ଅବରୁଦ୍ଧ ଅନୂଢା ଅନୁରାଗ ଓ ଆକାଶଛୁଆଁ ଆଶାର ପ୍ରତିବଦଳରେ କଳାକାର ପ୍ରାଣଟି ପ୍ରତି ମୁହୂର୍ତ୍ତରେ ମହଳଣ ଦୀପଶିଖାଟି ଦିକ୍ ଦିକ୍ କରୁଥାଏ ! କଳା ଓ କଳାକାରର ପ୍ରତିଷ୍ଠା, ପ୍ରସାର ନେଇ ଆମେ ଯେତେ ଡିଣ୍ଡିମ ପିଟୁ, ଅଥଚ କଳାର ପ୍ରାଣସତ୍ତା ଦିନକୁଦିନ ହେଉଥାଏ ନିଷ୍ପ୍ରଭ, ନିଖୋଜ ଓ ଅପାଙ୍କ୍ତେୟ !
ଆମ ଏ ଉତ୍କଳ ମାଟିରେ କଳାକାରର ଜୀବନ ଆଜି ଏକ ବିଡମ୍ବନା ! କଳାକାର ଚିତ୍ରକରର ଗାଁରେ ଆଜି ଅସମୟରେ ନଇଁ ଆସୁଛି ସଞ୍ଜ ! କଳାର ଭୂଇଁ ଉତ୍କଳର ଅଗଣିତ ଅନାଲୋଚିତ ଅନାଦୃତ କଳାକାରଙ୍କ ଗାଁ ଭିତରୁ ନୟାଗଡ଼ ଜିଲ୍ଲାର କରଡଗାଡିଆ ଏକଦା ଥିଲା କାଗଜମୁଖା ଶିଳ୍ପର ଅନନ୍ୟ କ୍ଷେତ୍ର !
ଖୋର୍ଦ୍ଧାରୁ ନୟାଗଡ଼ ଯିବା ରାସ୍ତାରେ ୧୦/୧୨କି.ମି. ଅତିକ୍ରମ କରି ବାଘମାରିଠାରୁ ବାମଦିଗରେ ଗଲେ ଦୃଶ୍ୟମାନ ହୁଏ ମହାପ୍ରଭୁ ହଟ୍ଟକେଶ୍ୱରଙ୍କ ମନ୍ଦିର ଏବଂ ଅଟ୍ରିର ପ୍ରସିଦ୍ଧ ଉଷ୍ଣ ପ୍ରସ୍ରବଣ । ଏସବୁ ଅତିକ୍ରମି ଆଗକୁ ଗଲେ ୪/୫ କି.ମି. ଦୂରତାରେ ପଡ଼େ କରଡ଼ଗାଡିଆ ଗାଁ ।
ଆମ ରାଜ୍ୟର ଅନ୍ୟ ସବୁ ଗାଁ ପରି ତିନି ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟାର ଏଇ ଗାଁ କରଡ଼ଗାଡିଆ କିନ୍ତୁ ଦିନେ ଥିଲା ଏକ ସ୍ବତନ୍ତ୍ର ଉତ୍କଳୀୟ କଳା ପାଇଁ ଖ୍ୟାତ ! ସେ ଗାଁ ରେ କାଗଜମୁଖା କେବେଠୁଁ ଆରମ୍ଭ ହେଲା ସେ ଇତିହାସ କେହି କେବେ ଖୋଜିନି, ବଂଶାନୁକ୍ରମେ ମୁଖା ତିଆରି ଆସୁଛନ୍ତି ଏ ଗାଁ ର କାରିଗରଗଣ । କରଡ଼ଗାଡିଆ ସହିତ ଆଖପାଖର ହଳଦିଆ, ଚମ୍ପତିପୁର, ଗଙ୍ଗାଧରପ୍ରସାଦ, ରଘୁରାଜପୁର, ତିଗିରିଆ ସମେତ ସୁବର୍ଣ୍ଣପୁର ଏବଂ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ମଧ୍ୟ କାଗଜମୁଖା ତିଆରିର ପରମ୍ପରା ରହିଆସିଛି । ତେବେ କରଡ଼ଗାଡିଆ ଗାଁରେ କାଗଜମୁଖା ସହିତ ଗୋବର ଖେଳଣା ତିଆରିର ପରମ୍ପରା ରହିଆସିଥିବା ବେଳେ ଗତ ଶତାବ୍ଦୀର ମଧ୍ୟଭାଗକୁ କାଠମୁଖାର ପ୍ରଚଳନ ଆରମ୍ଭ ହୋଇଥିଲା ।
ଏଇ ମୁଖା ତିଆରି ପାଇଁ ପ୍ରଥମେ କାଗଜ ଉପରେ ଅଠା ବୋଳାଯାଏ । ତେନ୍ତୁଳି ମଞ୍ଜିକୁ ପାଣିରେ ବତୁରାଇ, ଛେଚି, ତା’ପରେ ଶିଳରେ ବାଟି ଏଇ ଅଠା ତିଆରି କରାଯାଇଥାଏ । କାଗଜର ଅଠା ଲାଗି ନଥିବା ପାର୍ଶ୍ଵକୁ ଛାଞ୍ଚରେ ପକାଯାଏ । ଏପରିଭାବେ ତିନିପରସ୍ତ କାଗଜ ପକାଯାଇଥାଏ । ଏବେ ଏଇ କାଗଜକୁ ଦୁଇଦିନ ଖରାରେ ଶୁଖାଇ, ପରେ ଛାଞ୍ଚକୁ ବାହାର କରି ମଇଦା, ଗୋବର, ଚିକିଟାମାଟିକୁ ମିଶାଇ ତା’ ଉପରେ ଲେପ ଦିଆଯାଏ । ପରେ ପରେ ମଇଦା ଅଠା, କରତଗୁଣ୍ଡର ପୁଟୁଣି ଚକଟା ହୋଇ ମୂର୍ତ୍ତି ଗଢାଯାଏ । ମୂର୍ତ୍ତି ଗଢ଼ା ସରିବା ପରେ ଘଷା ପଥରରେ ମସୃଣ କରାଯାଏ ଏବଂ ପରେ ଖଡ଼ି ରଙ୍ଗ ଦିଆଯାଏ ।
କରଡ଼ଗାଡିଆର ସେ ଚାରୁକଳା ଆଜି ଇତିହାସ ! କାଁ ଭାଁ ତିଆରି ହେଉଛି ଗୋବର କଣ୍ଢେଇ, କାଗଜମୁଖା, କାଠମୁଖା ! ବାହାରକୁ ରପ୍ତାନି ପ୍ରାୟତଃ ବନ୍ଦ ! ଆଜି କରଡ଼ଗାଡିଆର କଳାହୀନ ଅନ୍ଧାରୀ ପରିବେଶ ଆମ ସିଆଣିଆ ବୁଦ୍ଧିଜୀବୀପଣିଆକୁ ଧିକ୍କାରି ଧିକ୍କାରି ପଚାରେ ଗୋଟିଏ କଥା, ଏ କଳାର ମାଟିରେ କଳାକୁ ଆଶ୍ରା କରି ଜୀଇଁ ଜୀଇଁ ସେମାନେ ପାଇଛନ୍ତି ଅବା କ’ଣ ? ? ?
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago