ଲେଖା: ଦେଵ ତ୍ରିପାଠୀ
“ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ
ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ
ଗାଏ ସାଗର ଭୂଜର ଅମ୍ବର ଚୁମ୍ବିତ
ଭାଲ ହିମାଚଳ ଗିରିବର କମ୍ପିତ
ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ ।”
ଯୁବକଟିଏ । ପ୍ରାଣରେ ପ୍ରାଚୁର୍ଯ୍ୟ, ଛାତିରେ ଉଦ୍ଦାମତା, ମନରେ ଜାତୀୟତାର ଫଲ୍ଗୁ, ନିର୍ଦ୍ଧାରିତ ତା’ର ଜୀବନର ଲକ୍ଷ୍ୟ: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ସାମ୍ରାଜ୍ୟବାଦୀ ଫିରିଙ୍ଗି ଶାସନର ଅବସାନ । ତା’ ମନରେ ସ୍ଫୁରିଲା ସ୍ୱାଧୀନତା ଆନ୍ଦୋଳନ ପାଇଁ କେତେ କେତେ ଦେଶାତ୍ମ‌ବୋଧକ କବିତା, ସେ ଗାଇଲା ବିପ୍ଳବର ଗୀତ, ତା’ ଗୀତରେ ଯେପରି ଥିଲା ଯାଦୁ। ସେ ଯାଦୁରେ କବଳିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଲେ ଅଗଣିତ ଜନତା । ସେ ଉଦଣ୍ଡ ଯୁବକ ପାଲଟିଗଲା କବି ।
ଗାଁ ମାଟିର ଦୀନଦରିଦ୍ର ରୂପକୁ ଦେଖି ତା’ର ହୃଦୟ ପୁଣି କାନ୍ଦିଲା, ଲୋକଙ୍କ ଦୁଃଖଦୁର୍ଦ୍ଦଶା ନିଜେ ହାଡ଼େ ହାଡ଼େ ଅନୁଭବ କଲା, ଆଉ ଏଥିପାଇଁ ସେ ଦାୟୀ କଲା ଫିରିଙ୍ଗି ସରକାରକୁ ।
“କାହୁଁ ଅଇଲେ ବିଦେଶରୁ ବେପାରୀ
ସବୁ ସାଇଲେ ଆମେ ହେଲୁ ଭିକାରୀ ।”
ଆନ୍ତରିକତାର ସ‌ହିତ ସେ ଲେଖିଲା ଜାଗରଣର ଗୀତ, ତା’ ଲେଖା ପୁଣି ପାଗଳ କଲା ଏ ଦେଶର ଜନତାକୁ । ତା’ ଲେଖାରୁ ବର୍ଷିଲା ବିପ୍ଳବର ନିଆଁ, ସେ ନିଆଁ ମଧ୍ୟ ଥିଲା ବ୍ରିଟିଶ ସରକାରର ଅହଂକୁ ଜାଳିପୋଡ଼ି ପାଉଁଶ କରିଦେବା ପାଇଁ ଯଥେଷ୍ଟ । ବିପ୍ଳବର ଗାଥା ଗାଇ ଗାଇ ସେ ହୋଇଗଲା ବିପ୍ଳବୀକବି, ଜାତୀୟତାର ବାର୍ତ୍ତା ଶୁଣାଇ ସେ ପୁଣି ବନିଗଲା ଜାତୀୟକବି । ସାଧାରଣରୁ ସେ ବନିଗଲା ଅସାଧାରଣ, ପୂଜ୍ୟ, ଚିରସ୍ମରଣୀୟ, ଅପାଂକ୍ତେୟ ଯୁବକଟି ବନିଗଲା ବିପ୍ଳବର କବି ବାଞ୍ଛାନିଧି ମହାନ୍ତି ।
କବି ବାଞ୍ଛାନିଧି ମହାନ୍ତି ।
ତତ୍କାଳୀନ ସମାଜର କୁସଂସ୍କାର, ଅନ୍ଧବିଶ୍ୱାସ, ଦୋଷ ଦୁର୍ବଳତା ବିରୋଧରେ କରିଥିଲେ ସ୍ବର ଉତ୍ତୋଳନ । ସେ ମଧ୍ୟ ଥିଲେ ସମାଜ ସଂସ୍କାରକ । ସମାଜକୁ ବଦଳାଇବା ପାଇଁ ସତତ ଚେଷ୍ଟିତ ଥିଲେ ସେ । ତାଙ୍କ ରଚନା ଥିଲା ଚେତନାଧର୍ମୀ । ତାଙ୍କ ଭାଷାରେ ଥିଲା ସ୍ବାଭିମାନର ଚିହ୍ନ । ସୁପ୍ତ ଜାତିଟିକୁ ଜଗାଇବା ପାଇଁ କେତେ କଷ୍ଟ କରିନାହାଁନ୍ତି ସେ ! ଓଡ଼ିଆଙ୍କୁ ସ୍ବାଭିମାନୀ କରିବା ପାଇଁ କେତେ କଥା ଲେଖିନାହାଁନ୍ତି ସେ !
“କହ କହ କେଉଁ ଜାତି ପାଇଛି ମୁକତି
କରି ହୁରି ହାରି ଗୁହାରି
କହ ପାଇଛି କେ ସୁଖ ଲିଭାଇଛି
ଦୁଃଖ ମାଗି ମାଗି ପଥ ଭିକାରୀ ।”
ମାତ୍ର ୪୧ ବର୍ଷର ଜୀବନ । ତା’ ଭିତରେ କବି ବାଞ୍ଛାନିଧି ମହାନ୍ତି ଯେଉଁ ଜାତିପ୍ରେମର ଉଦାହରଣ ଗଢିଯାଇଛନ୍ତି, ଯେଭଳି ପ୍ରେରଣାର ଉତ୍ସ ବନିଯାଇଛନ୍ତି, ଓଡ଼ିଆ ଜାତି ରହିବ ତାଙ୍କ ନିକଟରେ ସଦାଋଣୀ ।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago