ଲେଖା: ଦେଵ ତ୍ରିପାଠୀ
“ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ
ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ
ଗାଏ ସାଗର ଭୂଜର ଅମ୍ବର ଚୁମ୍ବିତ
ଭାଲ ହିମାଚଳ ଗିରିବର କମ୍ପିତ
ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ ।”
ଯୁବକଟିଏ । ପ୍ରାଣରେ ପ୍ରାଚୁର୍ଯ୍ୟ, ଛାତିରେ ଉଦ୍ଦାମତା, ମନରେ ଜାତୀୟତାର ଫଲ୍ଗୁ, ନିର୍ଦ୍ଧାରିତ ତା’ର ଜୀବନର ଲକ୍ଷ୍ୟ: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ସାମ୍ରାଜ୍ୟବାଦୀ ଫିରିଙ୍ଗି ଶାସନର ଅବସାନ । ତା’ ମନରେ ସ୍ଫୁରିଲା ସ୍ୱାଧୀନତା ଆନ୍ଦୋଳନ ପାଇଁ କେତେ କେତେ ଦେଶାତ୍ମ‌ବୋଧକ କବିତା, ସେ ଗାଇଲା ବିପ୍ଳବର ଗୀତ, ତା’ ଗୀତରେ ଯେପରି ଥିଲା ଯାଦୁ। ସେ ଯାଦୁରେ କବଳିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଲେ ଅଗଣିତ ଜନତା । ସେ ଉଦଣ୍ଡ ଯୁବକ ପାଲଟିଗଲା କବି ।
ଗାଁ ମାଟିର ଦୀନଦରିଦ୍ର ରୂପକୁ ଦେଖି ତା’ର ହୃଦୟ ପୁଣି କାନ୍ଦିଲା, ଲୋକଙ୍କ ଦୁଃଖଦୁର୍ଦ୍ଦଶା ନିଜେ ହାଡ଼େ ହାଡ଼େ ଅନୁଭବ କଲା, ଆଉ ଏଥିପାଇଁ ସେ ଦାୟୀ କଲା ଫିରିଙ୍ଗି ସରକାରକୁ ।
“କାହୁଁ ଅଇଲେ ବିଦେଶରୁ ବେପାରୀ
ସବୁ ସାଇଲେ ଆମେ ହେଲୁ ଭିକାରୀ ।”
ଆନ୍ତରିକତାର ସ‌ହିତ ସେ ଲେଖିଲା ଜାଗରଣର ଗୀତ, ତା’ ଲେଖା ପୁଣି ପାଗଳ କଲା ଏ ଦେଶର ଜନତାକୁ । ତା’ ଲେଖାରୁ ବର୍ଷିଲା ବିପ୍ଳବର ନିଆଁ, ସେ ନିଆଁ ମଧ୍ୟ ଥିଲା ବ୍ରିଟିଶ ସରକାରର ଅହଂକୁ ଜାଳିପୋଡ଼ି ପାଉଁଶ କରିଦେବା ପାଇଁ ଯଥେଷ୍ଟ । ବିପ୍ଳବର ଗାଥା ଗାଇ ଗାଇ ସେ ହୋଇଗଲା ବିପ୍ଳବୀକବି, ଜାତୀୟତାର ବାର୍ତ୍ତା ଶୁଣାଇ ସେ ପୁଣି ବନିଗଲା ଜାତୀୟକବି । ସାଧାରଣରୁ ସେ ବନିଗଲା ଅସାଧାରଣ, ପୂଜ୍ୟ, ଚିରସ୍ମରଣୀୟ, ଅପାଂକ୍ତେୟ ଯୁବକଟି ବନିଗଲା ବିପ୍ଳବର କବି ବାଞ୍ଛାନିଧି ମହାନ୍ତି ।
କବି ବାଞ୍ଛାନିଧି ମହାନ୍ତି ।
ତତ୍କାଳୀନ ସମାଜର କୁସଂସ୍କାର, ଅନ୍ଧବିଶ୍ୱାସ, ଦୋଷ ଦୁର୍ବଳତା ବିରୋଧରେ କରିଥିଲେ ସ୍ବର ଉତ୍ତୋଳନ । ସେ ମଧ୍ୟ ଥିଲେ ସମାଜ ସଂସ୍କାରକ । ସମାଜକୁ ବଦଳାଇବା ପାଇଁ ସତତ ଚେଷ୍ଟିତ ଥିଲେ ସେ । ତାଙ୍କ ରଚନା ଥିଲା ଚେତନାଧର୍ମୀ । ତାଙ୍କ ଭାଷାରେ ଥିଲା ସ୍ବାଭିମାନର ଚିହ୍ନ । ସୁପ୍ତ ଜାତିଟିକୁ ଜଗାଇବା ପାଇଁ କେତେ କଷ୍ଟ କରିନାହାଁନ୍ତି ସେ ! ଓଡ଼ିଆଙ୍କୁ ସ୍ବାଭିମାନୀ କରିବା ପାଇଁ କେତେ କଥା ଲେଖିନାହାଁନ୍ତି ସେ !
“କହ କହ କେଉଁ ଜାତି ପାଇଛି ମୁକତି
କରି ହୁରି ହାରି ଗୁହାରି
କହ ପାଇଛି କେ ସୁଖ ଲିଭାଇଛି
ଦୁଃଖ ମାଗି ମାଗି ପଥ ଭିକାରୀ ।”
ମାତ୍ର ୪୧ ବର୍ଷର ଜୀବନ । ତା’ ଭିତରେ କବି ବାଞ୍ଛାନିଧି ମହାନ୍ତି ଯେଉଁ ଜାତିପ୍ରେମର ଉଦାହରଣ ଗଢିଯାଇଛନ୍ତି, ଯେଭଳି ପ୍ରେରଣାର ଉତ୍ସ ବନିଯାଇଛନ୍ତି, ଓଡ଼ିଆ ଜାତି ରହିବ ତାଙ୍କ ନିକଟରେ ସଦାଋଣୀ ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago