ଲେଖା: ଦେଵ ତ୍ରିପାଠୀ
ଅଧୁନା ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ‘ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ, ବିଭମମଣ୍ଡିତ କଳାହାଣ୍ଡି ବହୁବିଧ କଳାସଂସ୍କୃତିରେ ସମୃଦ୍ଧ।
ଆର୍ଯ୍ୟ ଓ ଅନାର୍ଯ୍ୟ ଉଭୟ ସଂସ୍କୃତିର ମିଳନଭୂମି ‘କଳାର ହାଣ୍ଡି’ କଳାହାଣ୍ଡିରେ ଅନେକ ଲୋକନୃତ୍ୟ, ଲୋକସଙ୍ଗୀତ, ଲୋକକଳା, ହସ୍ତଶିଳ୍ପ ବିକଶିତ ଓ ବିସ୍ତାରିତ । ଏସବୁ ମଧ୍ୟରୁ କଳାହାଣ୍ଡି ଓ ରାୟଗଡ଼ ଜିଲ୍ଲା ସୀମାନ୍ତରେ ଥିବା ନିୟମଗିରି ପର୍ବତମାଳାର ବିରଳ ଜନଜାତି ଡ଼ଙ୍ଗରିଆଙ୍କ ହସ୍ତଶିଳ୍ପ କଳାକୃତି ଉତ୍ପାଦିତ କପଡାଗୁଣ୍ଡା ‘ସାଲ୍’ର କଳାତ୍ମକ ଆବେଦନ କାହାରିକୁ ଅବିଦିତ ନୁହେଁ ।
ବିଗତ କିଛି ବର୍ଷ ଧରି ଦେଶବିଦେଶ ଯାଏ ପ୍ରସାରିତ ଏଇ ଲୋକଶିଳ୍ପ ସତେ ଯେମିତି ଏ ମାଟିର ଆତ୍ମାର ଏକ ଅନ୍ତରଙ୍ଗ ପ୍ରତିଧ୍ଵନି । ଚଳନ୍ତି ସମୟ ସୁଅରେ ସଂଘର୍ଷ କରି ଏଇ ଶିଳ୍ପକଳା ନିଜର ସ୍ଥିତି ଓ ସ୍ବାତନ୍ତ୍ର୍ୟ ପାଇଁ ମହୀୟାନ ।
କ୍ଷୁଧା ବ୍ୟତୀତ ଅନ୍ୟ ଅଞ୍ଚଳର ମଣିଷଙ୍କ ମନରେ କଳାହାଣ୍ଡି ମାଟିର ପରିଚୟ ‘ଡଙ୍ଗରିଆ’ ଜନଜାତିର ମହିଳାଙ୍କ ଦ୍ଵାରା ପ୍ରସ୍ତୁତ ଏଇ କପଡାଗୁଣ୍ଡା ସାଲ୍ ଆକର୍ଷଣୀୟ ଡିଜାଇନ୍ ସାଙ୍ଗକୁ ଡଙ୍ଗରିଆଙ୍କ ମହାନ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଗାଥା ଗାୟନ କରୁଥିବାରୁ ହିଁ ଏଇ ହସ୍ତଶିଳ୍ପର ଚାହିଦା ଏବେ ଦରିଆପାରିରେ ।
ଆଧୁନିକତାର ପ୍ରଚଣ୍ଡ ପ୍ରଭାବ ସତ୍ତ୍ୱେ ଡଙ୍ଗରିଆ କେବେ ହେଲେ ଗୁଣାତ୍ମକ ମାନ ହ୍ରାସ କରିନାହାଁନ୍ତି, ବରଂ ତିନିଶହ ବର୍ଷର ପ୍ରାଚୀନ ଡିଜାଇନ୍’ର ସ୍ବାତନ୍ତ୍ର୍ୟ ବଜାୟ ରଖିଛନ୍ତି । ଇତିହାସର ଅନ୍ଧାରୀ ଦୁନିଆରୁ ଆଲୋକିତ ଆଜିର ସମୟ ଯାଏଁ ବହୁ ପଥ ଅତିକ୍ରମ କରି ଏକ ମହାନ ସଂସ୍କୃତିର ପ୍ରତିନିଧିତ୍ଵ କରୁଥିବା ଏଇ ହସ୍ତଶିଳ୍ପ ବରଂ ପାରମ୍ପରିକ ଭାବେ ସାଲ୍ ସହିତ ଆଧୁନିକ ସମୟର ଚାହିଦା ଅନୁଯାୟୀ ଟାଇ, ଉତ୍ତରୀୟ, ଓଢଣି, ଝୁଲାବ୍ୟାଗ୍, ମୋବାଇଲ କଭର୍, ଟିପୟ କଭର୍ ଇତ୍ୟାଦି ବୁଣିବା ଲକ୍ଷ୍ୟରେ ଏବେ ଆଗେଇଚାଲିଛି ।
କୁଇ ଭାଷାରେ ‘କପଡାଗୁଣ୍ଡା’ କୁହାଯାଉଥିବା ଏଇ ସାଲ୍’ରେ ଗାଢଲାଲ, ହଳଦିଆ, ସବୁଜ ମାଟିଆ ରଙ୍ଗ ହିଁ ବ୍ୟବହୃତ ହୁଏ । ଡଙ୍ଗରିଆଙ୍କ ମହାନ ସଂସ୍କୃତିରେ ଲାଲ ରଙ୍ଗ ଧର୍ମ ଓ ପରମ୍ପରାର ପ୍ରତୀକ ହୋଇଥିବା ସ୍ଥଳେ ହଳଦିଆ ଶାନ୍ତି, ମୈତ୍ରୀର ବାର୍ତ୍ତା ବହନ କରେ, ସବୁଜରଙ୍ଗ ଜୈବ-ବିବିଧତାକୁ ସୂଚାଉଥିବା ବେଳେ ଧରଣୀପେନୁ ଓ ଇଷ୍ଟଦେବୀଙ୍କ ପ୍ରତୀକ ହୋଇଥାଏ ମାଟିଆରଙ୍ଗ । ଧର୍ମ, ପରମ୍ପରା, ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବହନ କରୁଥିବା ଏଇ ହସ୍ତଶିଳ୍ପ ଧରଣୀପେନୁଙ୍କ ଆଶିଷ ତଥା ଡଙ୍ଗରିଆଙ୍କ ନିଷ୍ଠା ଯୋଗୁଁ ଆଜି ବିଦେଶରେ ହୋଇପାରିଛି ପରିବ୍ୟାପ୍ତ ଓ ପ୍ରଚାରିତ ।
ଚିତ୍ର ସୌଜନ୍ୟ: “ସମାଜ”
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago