ଲେଖା: ଦେଵ ତ୍ରିପାଠୀ
ସବୁଜ ଅରଣ୍ୟାନି ପରିବେଷ୍ଟିତ, ଚିର ପ୍ରବାହମାନ ମହାନଦୀର ତଟଦେଶରେ ଅବସ୍ଥିତ ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଏକ ପ୍ରାଚୀନ ପର୍ଯ୍ୟଟନପୀଠ ଭାବେ ଯେପରି ବହୁଜନ ଜ୍ଞାତ, କଂସାବାସନ ତିଆରି ଓ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ତଥା ଓଡ଼ିଶା ବାହାରେ ଅନୁରୂପ ଭାବେ ପରିଚିତ, ପ୍ରସିଦ୍ଧ । ଦିନ ଥିଲା ଶ୍ରୀମନ୍ଦିରର ନୀଳଚକ୍ର ଠାରୁ ଶିବ ମନ୍ଦିରର ଝୁଲନ୍ତା ଘଣ୍ଟି, ସଙ୍କୀର୍ତ୍ତନ ଆସର ଏବଂ ପାଲାର ଝାଞ୍ଜ, ଗିନି ଠାରୁ ଶଗଡିଆ ବଳଦ ବେକର ଘାଗୁଡି, ନର୍ତ୍ତକୀର ଘୁଙ୍ଗୁର ଯାଏଁ ଏବଂ ଖାଇବା ସ୍ଥାନରେ କଂସା ବାସନର ଆଭିଜାତ୍ୟ – ଏ କଂସା କାରିଗରୀ ଶିଳ୍ପକୁ କରିଥିଲା ସୁଦୂର ପ୍ରସାରିତ ।
ତେବେ ଆଜି ଷ୍ଟିଲ, ଆଲୁମିନିୟମ, ଫାଇବର ଓ ଚାଇନା ଜିନିଷର ଯୁଗରେ ସେହି ପ୍ରାଚୀନ ଧାତବ ଶିଳ୍ପ ତଥା କଳାକୁ ଠେଲିପେଲି ବଞ୍ଚାଇ ରଖିଛନ୍ତି ଓଡିଶାର ହାତଗଣତି କିଛି ଗାଁର ମୁଷ୍ଟିମେୟ କାରିଗର ।
ମହାନଦୀର ନୀଳ ସ୍ବଛ ଜଳଧାରାର ଅବିରତ ଛଳ ଛଳ ସଙ୍ଗୀତ, ପକ୍ଷୀମାନଙ୍କ ପ୍ରାଣପ୍ରଦ କୂଜନ ଓ ଶୀତଳ ଛାୟାପ୍ରଦ ବୃକ୍ଷରାଜି ବିଭୂଷିତ, ନୀଳଶୈଳର ଶିଖରରେ ଶବରରାଜା ବିଶ୍ୱାବସୁପୂଜିତ, ଜଗନ୍ନାଥ ସଂସ୍କୃତିର ଆଦିଦେବତା ଶ୍ରୀନୀଳମାଧବ ବିରାଜିତ । ପଲ୍ଲୀପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟ ଏଇ ସାଂସ୍କୃତିକ ପୀଠକୁ କରିଛି ଅନୁପମ, ଅନିନ୍ଦ୍ୟ ଓ ପ୍ରାଣବନ୍ତ । କଟକରୁ ଭୁବନେଶ୍ବର ଦେଇ କଳାପଥର, ଖଣ୍ଡପଡ଼ାଗଡ଼ ଦେଇ ଡାହାଣ ମୋଡରେ ଗଲାପରେ ଲାଗେ ଯେମିତି ପ୍ରକୃତିର ଅନିର୍ବଚନୀୟ ରୂପଶ୍ରୀ ଚିତ୍ରପଟ୍ଟ ପରି ମେଲିଦେଇଛି ଆଖି ଆଗରେ । କଣ୍ଟିଲୋ ଏଇ ରୂପସମ୍ଭାରର ରୂପକେନ୍ଦ୍ର – କମନୀୟ କଂସା କାରିଗରୀର ଅପ୍ରତିଦ୍ଵନ୍ଦୀ କଳାକ୍ଷେତ୍ର । ନିଆଁର ତାତି ଓ ହାତୁଡିର କାନଅତଡା ଶବ୍ଦ ଭିତରେ ନିମଜ୍ଜମାନ ଗାଁଟି ।
ଦିନ ଥିଲା, ଏଇ ଗାଁ ଦୁଇଟିର ଶହ ଶହ ପରିବାର ତିଆରି କରୁଥିଲେ ହଣ୍ଡାହାଣ୍ଡି, ଡଙ୍କି, ଚଟୁ, ଥାଳି, ଥାଳିଆ, ଗିଲାସ ପରି କେତେ କେତେ ବାସନ; ଘଣ୍ଟି, ଘଣ୍ଟା, ମାଣପେଡି, ଗଡୁ,ଦୀପ, ଦୀପଦାନୀ ପରି ପୂଜା ସାମଗ୍ରୀ; ପୁଣି ବୋଡା, ଅଡା, ଶେର, ଗଉଣି, ନଉତି ପରି ମାପ ଉପକରଣ; ଘର ପାଇଁ ଗରା, ବାଲତି, ଢାଳ, ଡିବିରି ପରି କେତେ ରକମର ଜିନିଷ; ଘରସଜ୍ଜା ପାଇଁ ଫୁଲଦାନି, ନକ୍ସଗରା, କୁଟିକମଭରା ଥାଳି ଇତ୍ୟାଦି ।
ସାମାଜିକ ଚଳଣିରେ ଦିନେ ଘରେଘରେ ସୁନାମୂଲ ହେଉଥିବା କଂସାବାସନ ଆଜି ପ୍ରାୟ ହୋଇ ଯାଇଛି ଡ୍ରଇଂ ରୁମର ସୌଖିନ ବସ୍ତୁ । ଅତୀତରେ ଶାଶୁଶଶୁରଙ୍କ ପାଇଁ ବୋହୂ ଆଣୁଥିବା ପିକଦାନୀ, ପାନପେଡି ଆଜି ମିଉଜିୟମର ଦର୍ଶନୀୟ ଚିଜ । ଆଜି କେବଳ କଂସାବାସନ କାରିଗରମାନଙ୍କର ଦୋଦୁଲ୍ୟମାନ ଆର୍ଥିକ ଓ ସାମାଜିକ ସ୍ଥିତି ନୁହେଁ ବରଂ ଏହି ଶିଳ୍ପ ନିତିପ୍ରତି ଏକ ଆହ୍ବାନର ସାମ୍ନା କରୁଛି । ମରି ମରି ଯାଉଛି କଂସା କାରିଗରୀ କୁଟୀରଶିଳ୍ପ, ସରି ସରି ଯାଉଛି ସେଇ କଂସା କାରିଗରମାନଙ୍କ ଜୀବନରୁ ମଧୁ ଆଉ ସଙ୍ଗୀତର ସ୍ପନ୍ଦନ ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago