Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅରବିନ୍ଦ ମହାନ୍ତି
ଶଙ୍କରଙ୍କ କ୍ଷେତ୍ରେ ପୁଣି ତାଙ୍କ ପୁତ୍ରଙ୍କ ଉପସ୍ଥିତି ନଥିବ ତାହା କେବେ ସମ୍ଭବ ନୁହେଁ। ଯେଉଁଠାରେ ଶିବାଳୟ ଥିବ ସେଠାରେ ଅଗ୍ରପୂଜ୍ୟ ଶ୍ରୀବିନାୟକଙ୍କ ଉପସ୍ଥିତି ନିଶ୍ଚୟ ରହିଥିବ। ଶ୍ରୀ ଦେଉଳର ବେଢା ମଧ୍ୟରେ ଦୃଶ୍ୟମାନ ଦୁଇଟି ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ସୁଦୃଶ୍ୟ ମନ୍ଦିର ରହିଅଛି।
~ ଏକାମ୍ରରେ ଶ୍ରୀଗଣେଶ ୧. ସିଦ୍ଧି ଗଣେଶ ~
ସ୍ୱର୍ଣାଦ୍ରିବେଢାର ପ୍ରବେଶରେ ଓ ଷଡ଼ରିପୁ ଦହନ କରୁଥିବା ଷଡ଼ପାବଚ୍ଛର ଆରମ୍ଭରେ ଶ୍ରୀ ବିଘ୍ନରାଜ ବିନାୟକଙ୍କ ମନ୍ଦିର। ଇଏ ହେଉଛନ୍ତି ଅଷ୍ଟମୂର୍ତ୍ତି ଦର୍ଶନ ପରିକ୍ରମାରେ ପ୍ରଥମ ଦର୍ଶନ କରାହେଉଥିବା ପ୍ରଥମ ମୂର୍ତ୍ତି। ଏହି ଉତ୍ତରାଭିମୁଖୀ ଶ୍ରୀବିଗ୍ରହଙ୍କ ଦର୍ଶନରେ ସମସ୍ତ ପ୍ରକାର ବିଘ୍ନ ହରଣ ହୋଇଥାଏ। ବିନାୟକଙ୍କ ଦର୍ଶନ କରି ପରିକ୍ରମା ପରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ହୁଏ। ଏହି ବିଗ୍ରହ ଦ୍ବିଭୁଜସ୍ୱରୂପ ଅଟନ୍ତି। ବାହାନ ମୁଷିକଙ୍କ ଦୁଇ ପାର୍ଶ୍ୱରେ ଲଷ୍ମୀ ଓ ସରସ୍ୱତୀ ଦୁଇ ମୂର୍ତ୍ତି ମଧ୍ୟ ଅଛନ୍ତି।
ଅଗ୍ରପୂଜ୍ୟ ଓ ବିଘ୍ନହର୍ତ୍ତା ହୋଇଥିବାରୁ ନିଜ ମାତାପିତା ଅର୍ଥାତ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ବିବାହ ଯାତ୍ରାର ଅନୁକୂଳ ମଧ୍ୟ ଏହିଠାରୁ ଶ୍ରୀଫଳ ଭଗ୍ନ ହୋଇ ଆରମ୍ଭ କରାଯାଇ ଥାଏ।
ବିନାୟକ ଚତୁର୍ଥୀରେ ଏଠାରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ପ୍ରଶାସନ ପକ୍ଷରୁ ଓ ସେବାୟତଙ୍କ ସହଯୋଗରେ ଦିଅଁଙ୍କ ସ୍ବତନ୍ତ୍ର ବେଶ, ଭୋଗ ଓ ଆଳତି ଅନୁଷ୍ଠିତ ହୋଇଥାଏ।