Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ଭାରତମଣି ଗୋପବନ୍ଧୁ ଦାସ
ପଣ୍ଡିତ ଗୋପବନ୍ଧୁଙ୍କ ରଚିତ ଏହି ‘ଉଦବୋଧନୀ’ କଵିତାଟି ୧୯୦୩ରେ ପ୍ରକାଶିତ ଶ୍ରୀନୀଳମଣି ଵିଦ୍ଯାରତ୍ନଙ୍କ ଦ୍ଵାରା ସଙ୍କଳିତ “ଜାତୀୟ ସଙ୍ଗୀତ” ପୁସ୍ତକରେ ସ୍ଥାନ ପାଇଥିଲା । ଏହି ପୁସ୍ତକରେ ଉତ୍କଳମଣିଙ୍କର ଦୁଇଗୋଟି ଜାତୀୟ ସଙ୍ଗୀତ ମଧ୍ୟରେ ଏହା ଥିଲା ଅନ୍ଯତମ।
~ ଉଦବୋଧନୀ ~
ହେଲଣି ତ ଏତେ ସରି ହେ ସୋଦର
ପୂର୍ଵ ଯଶୋରାଶି କାଳବଳେ ଆସି
ଗଲାଣି ତ ସବୁ ସରି । ଘୋଷା ।
ତ୍ରିଵେଣୀ ତଟରୁ ଗୋଦାଵରୀ ଯାଏ
ଦିନେ ଭାଗ୍ୟ ଗରଵିନୀ,
ଆମ୍ଭ କର୍ମ ଦୋଷେ ଆଜି ସେ ଜନନୀ
ଆହା ପଥ ଭିକାରିଣୀ ।।୧।।
ପୂର୍ଵ କାରିଗରି ଵିହିନେ ସୁନ୍ଦରୀ
ଦିଶଇ କେଡ଼େ ମଳିନ
କାହିଁ ପୂର୍ଵ ଧନ
କାହିଁ ପୂର୍ଵ ପୁଣ୍ୟ
ଶୁଖିଛି ମୁଖ ନଳିନ ।।୨।।
ଅତୀତ କୀରତି ଅତୀତ ଵିଭୂତି
କି ହେଵ ଗାଇ କେଵଳ,
ପୂର୍ଵ ଆଦରଶେ ନଵୀନ ସାହସେ
ଦେଖାଇଵା ନିଜ ବଳ ।।୩।
ନକର ଆଳସ୍ଯ, ନ ହୁଅ ହତାଶ
ଶୁଭ ଯୋଗ ଉପଗତ
ଦେଖ ନଵଯୁଗେ ମହାକର୍ମ ଯୋଗେ
ମତ୍ତ ସମସ୍ତ ଜଗତ ।।୪।।
ଉପସ୍ଥାପନା: ଶିଶିର ସାହୁ ମନୋଜ