ସୌରଭିତ ସୃଷ୍ଟି: ଵ୍ୟାସକଵି ଫକୀରମୋହନ
ଵ୍ୟାସକଵି ଫକୀରମୋହନ ସେନାପତିଙ୍କ “ଉତ୍ଥାନ ସଙ୍ଗୀତ” ଗୀତିକଵିତାଟି ଏକ ଜାତୀୟ ଉଦବୋଧନୀ ଗୀତ ଅଟେ । ଏହା ନଟଵାଣୀ ଵୃତ୍ତରେ ଗାଇଵାକୁ ହୋଇଥାଏ । ଗୀତିକଵିତାଟି ଶତ ଵର୍ଷ ତଳେ ଲେଖାଯାଇଥିଲେ ହେଁ ଏହା ଆଜି ଵି ପ୍ରାସଙ୍ଗିକ ।
~ ଉତ୍ଥାନ ସଙ୍ଗୀତ ~
(ନଟଵାଣୀ ଵୃତ୍ତ)
ଉଠ ଭାଇମାନେ, ଚାହଁ ଆଖି ମଳି,
ଜାତିର ଦୁର୍ଦ୍ଦଶା ପଡ଼ିଲା ଯେ ବଳି ।
ଶୁଣ ହାହାକାର ପଡ଼ିଛି ଦେଣରେ,
ହା ଅନ୍ନ ! ହା ଅନ୍ନ ! ସକଳ ମୁଖରେ ।
ଗଞ୍ଜନା ଭର୍ତ୍ସନା ଅନ୍ୟ ଜାତିଠାରେ
ପାଇ ଶୁଣି କି ହେ ନ ଭାଳୁଛ ବାରେ ?
ପଢ଼ ରାଜଭାଷା ଅଛି ତହିଁ ଲାଭ,
ମାତ୍ର ନ ହରାଅ ଜାତୀୟ ସ୍ଵଭାଵ ।
ହେଵ ଭାଳ କାଳେ ସଭ୍ୟ ଭଵ୍ୟ ପରା ?
ଆବୋରି ନ ବସ ପରର ପସରା ।
ନ କରିଲେ ମାତୃଭାଷାର ଉନ୍ନତି,
ଘୁଞ୍ଚିଵ କି କେବେ ଦେଶର ଦୁର୍ଗତି ?
ଉଠ ଉଠ କର ସାହସ ସମ୍ବଳ,
ସାଧିଵ ସ୍ଵକାର୍ଯ୍ୟ ଆପଣେ କେଵଳ ।
(ଵି:ଦ୍ର—ପ୍ରୋକ୍ତ ଗୀତିକଵିତା ରଚନା ସମୟରେ ଇଂରାଜୀ ଭାରତର ମୁଖ୍ୟ ରାଜଭାଷା ଥିଲା ।
ଉପସ୍ଥାପନା: ଶିଶିର ସାହୁ ମନୋଜ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

18 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago