ସୌରଭିତ ସୃଷ୍ଟି: ଉତ୍କଳଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ

ଉତ୍କଳ ଜନନୀଙ୍କ ପାଦବନ୍ଦନା କରିବାରେ କେବେ ହେଳା କରିନାହାଁନ୍ତି ଉତ୍କଳୀୟ କବିବୃନ୍ଦ ! କବିସମ୍ରାଟଙ୍କ ଠାରୁ ଗଣକବିଙ୍କ ଯାଏଁ ଜନନୀଙ୍କ ଗାରିମା ଖାଇବାରେ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି ! ତେବେ ‘ଉତ୍କଳ ବନ୍ଦନା’ ଟିଏ ରଚିଛନ୍ତି ଆମର ଉତ୍କଳ ଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ !

** ଉତ୍କଳ ବନ୍ଦନା **

କୋଟିକୀର୍ତ୍ତି ମୁକ୍ତାମାଳିନୀ 
କାନ୍ତିକମଳା କଳାକୁଶଳା ଶାନ୍ତିଶାଳିନୀ।

କୋଟି ସୁତ ସ୍ନେହଶୀଳା 
କୋଟି ତୀର୍ଥ ସ୍ଵର୍ଗ ଲୀଳା
ରତ୍ନହାରା ଚିତ୍ରୋତ୍ପଳା
ସିନ୍ଧୁ ଧୌତ ପୁଣ୍ୟ ବେଳା 
ନୀଳାଚଳ – ଚିଲିକା – ପ୍ଲାବିନୀ
ଶକ୍ତି, ମୁକ୍ତି , ଭକ୍ତି ଦାନେ ଭକ୍ତପାଳିନୀ।

ତାଳ – ତମାଳ – ତାଳୀନୀଳା 
ଶତ ତଟିନୀ ପୂତ ସଲିଳା
କାବ୍ୟ କୁଞ୍ଜ – କଳକୋକିଳା
ପୂଜିତ ପାଦ, ଭଞ୍ଜ, ଶାରଳା
ଶୁଭଗୀତ – ସୁଧା – ସ୍ୟନ୍ଦିନୀ
ବିଶ୍ଵ ବନ୍ଦନ, ଚିତ୍ତମୋହନ, ନୟନାହ୍ଲାଦିନୀ।

ବିଶାଳଶୈଳ ବିପିନ ମାଳା
କେଦାର କାନ୍ତ ପକ୍ଵଶାଳା 
କାନନ ଫୁଲ ପ୍ରସୂନାଞ୍ଜଳି
ପୂର୍ଣ୍ଣ ପକ୍ଷୀ କଳ କାକଳି 
ରତ୍ନ ଜ୍ୟୋତି ଉଜ୍ଜଳାନନୀ
ଚୁଆ ଚନ୍ଦନ କର୍ପୁର ମୃଗମଦ ମୋହିନୀ।

ଅନଙ୍ଗ, ଯଯାତି, ଐର ଜନନୀ
ବୀର ରୁଧିର ସିକ୍ତ ଅବନୀ 
ବିଦ୍ୟା ଧର୍ମ ମୋକ୍ଷ ମେଦିନୀ 
ଶୁଦ୍ର ବ୍ରାହ୍ମଣେ ସାମ୍ୟ ବାଦିନୀ
ଜାତି ଭେଦ – ବନ୍ଧ ଭଞ୍ଜିନୀ 
ନିଖିଳ ଭାରତ ଭକତ ଚରଣରେଣୁ ରଞ୍ଜିନୀ।

ଜୟ, ଜୟ, ବୀର ବରଣ୍ୟେ !
ଜୟ ଭକତ ଚିତ୍ତ – ଶରଣ୍ୟେ !
ଜୟ ଧନ୍ୟେ ! ଜୟ ପୁଣ୍ୟେ !
କୋଟି ସନ୍ତାନ ଅନ୍ନପୂର୍ଣ୍ଣେ !
ସର୍ବ ଶୁଭ ଶାନ୍ତି ଦାୟିନୀ 
ଚିତ୍ତେ କାମନା କଳିତ ଲଳିତ ଚରଣମାଳିନୀ !

ଉପସ୍ଥାପନା: ବନ୍ଧନ ଦଳାଇ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago