ସୌରଭିତ ସୃଷ୍ଟି: ଉତ୍କଳଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ

ଉତ୍କଳ ଜନନୀଙ୍କ ପାଦବନ୍ଦନା କରିବାରେ କେବେ ହେଳା କରିନାହାଁନ୍ତି ଉତ୍କଳୀୟ କବିବୃନ୍ଦ ! କବିସମ୍ରାଟଙ୍କ ଠାରୁ ଗଣକବିଙ୍କ ଯାଏଁ ଜନନୀଙ୍କ ଗାରିମା ଖାଇବାରେ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି ! ତେବେ ‘ଉତ୍କଳ ବନ୍ଦନା’ ଟିଏ ରଚିଛନ୍ତି ଆମର ଉତ୍କଳ ଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ !

** ଉତ୍କଳ ବନ୍ଦନା **

କୋଟିକୀର୍ତ୍ତି ମୁକ୍ତାମାଳିନୀ 
କାନ୍ତିକମଳା କଳାକୁଶଳା ଶାନ୍ତିଶାଳିନୀ।

କୋଟି ସୁତ ସ୍ନେହଶୀଳା 
କୋଟି ତୀର୍ଥ ସ୍ଵର୍ଗ ଲୀଳା
ରତ୍ନହାରା ଚିତ୍ରୋତ୍ପଳା
ସିନ୍ଧୁ ଧୌତ ପୁଣ୍ୟ ବେଳା 
ନୀଳାଚଳ – ଚିଲିକା – ପ୍ଲାବିନୀ
ଶକ୍ତି, ମୁକ୍ତି , ଭକ୍ତି ଦାନେ ଭକ୍ତପାଳିନୀ।

ତାଳ – ତମାଳ – ତାଳୀନୀଳା 
ଶତ ତଟିନୀ ପୂତ ସଲିଳା
କାବ୍ୟ କୁଞ୍ଜ – କଳକୋକିଳା
ପୂଜିତ ପାଦ, ଭଞ୍ଜ, ଶାରଳା
ଶୁଭଗୀତ – ସୁଧା – ସ୍ୟନ୍ଦିନୀ
ବିଶ୍ଵ ବନ୍ଦନ, ଚିତ୍ତମୋହନ, ନୟନାହ୍ଲାଦିନୀ।

ବିଶାଳଶୈଳ ବିପିନ ମାଳା
କେଦାର କାନ୍ତ ପକ୍ଵଶାଳା 
କାନନ ଫୁଲ ପ୍ରସୂନାଞ୍ଜଳି
ପୂର୍ଣ୍ଣ ପକ୍ଷୀ କଳ କାକଳି 
ରତ୍ନ ଜ୍ୟୋତି ଉଜ୍ଜଳାନନୀ
ଚୁଆ ଚନ୍ଦନ କର୍ପୁର ମୃଗମଦ ମୋହିନୀ।

ଅନଙ୍ଗ, ଯଯାତି, ଐର ଜନନୀ
ବୀର ରୁଧିର ସିକ୍ତ ଅବନୀ 
ବିଦ୍ୟା ଧର୍ମ ମୋକ୍ଷ ମେଦିନୀ 
ଶୁଦ୍ର ବ୍ରାହ୍ମଣେ ସାମ୍ୟ ବାଦିନୀ
ଜାତି ଭେଦ – ବନ୍ଧ ଭଞ୍ଜିନୀ 
ନିଖିଳ ଭାରତ ଭକତ ଚରଣରେଣୁ ରଞ୍ଜିନୀ।

ଜୟ, ଜୟ, ବୀର ବରଣ୍ୟେ !
ଜୟ ଭକତ ଚିତ୍ତ – ଶରଣ୍ୟେ !
ଜୟ ଧନ୍ୟେ ! ଜୟ ପୁଣ୍ୟେ !
କୋଟି ସନ୍ତାନ ଅନ୍ନପୂର୍ଣ୍ଣେ !
ସର୍ବ ଶୁଭ ଶାନ୍ତି ଦାୟିନୀ 
ଚିତ୍ତେ କାମନା କଳିତ ଲଳିତ ଚରଣମାଳିନୀ !

ଉପସ୍ଥାପନା: ବନ୍ଧନ ଦଳାଇ

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago