ଉପସ୍ଥାପନା: ଶିଶିର ସାହୁ ମନୋଜ
ଉଡ଼ିଗଲା ଗେଣ୍ଡାଳିଆ ଓଡ଼ିଶାର ପ୍ରସିଦ୍ଧ ଲୋକଗୀତ । ଵିଭିନ୍ନ ଅଞ୍ଚଳରେ ଏହାର ଭିନ୍ନ ଭିନ୍ନ ରୂପ ପ୍ରଚଳିତ ତେବେ ଓଡ଼ିଆ ଗ୍ରାମ୍ୟଗୀତି ପୁସ୍ତକରେ ବଡ଼ମ୍ବା ଅଞ୍ଚଳରେ ପ୍ରଚଳିତ ଏହା ଏହିପରି ରହିଛି ।
~ ଉଡି଼ଗଲା ଗେଣ୍ଡାଳିଆ ~
ଉଡ଼ିଗଲା ଗେଣ୍ଡାଳିଆ ଝାଡି଼ଦେଲା ପକ୍ଷୀ
ରଜାଝିଅ କାନ୍ଦୁଛନ୍ତି ହୋଇ ନିରିମାଖି । ୧ ।
ଉଡି଼ଗଲା ଗେଣ୍ଡାଳିଆ ଝାଡ଼ିଦେଲା ପର
ତୁ ରହିଲୁ ପରଦେଶେ ମୁଁ ରହିଲି ଘର । ୨ ।
ଉଡ଼ି ଗଲା ଗେଣ୍ଡାଳିଆ ବସିଗଲା ଡାଳେ
ଭାଇ ଵିହୁନେ ଭାଉଜ କାନ୍ଦନ୍ତି ଵିକଳେ । ୩ ।
ଉଡ଼ି ଗଲା ଗେଣ୍ଡାଳିଆ ପଡ଼ିଗଲା ଛାଇ
ଭାଇଙ୍କି ରଖିଛି କିଏ ଵିଦେଶେ ଭୁଲେଇ । ୪ ।
ଉଡ଼ି ଗଲା ଗେଣ୍ଡାଳିଆ ମେଲି ଦେଲା ଥଣ୍ଟ
ବୋପାଘର ଭାରେ ଭାଉଜ ବାନ୍ଧିଛନ୍ତି ଆଣ୍ଟ । ୫ ।
ଉଡ଼ି ଗଲା ଗେଣ୍ଡାଳିଆ ଝାଡ଼ିଦେଲା ପକ୍ଷୀ
ନାନୀ ମୋର କାନ୍ଦୁଅଛି ବୁଢ଼ାବର ଦେଖି । ୬ ।
ଉଡ଼ି ଗଲା ଗେଣ୍ଡାଳିଆ ଝାଡ଼ି ଦେଲା ପର
ଭୁଲିଲୁ ତୁ ସତେ ସଖୀ ତୋଳି ନୂଆଘର । ୬ ।
ଉଡ଼ି ଗଲା ଗେଣ୍ଡାଳିଆ ଝାଡି ଦେଇ ପର
ଜେମାଦେଇ କାନ୍ଦୁଛନ୍ତି ଦେଖି ବୁଢ଼ାବର । ୮।
Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

5 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 week ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

2 weeks ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

2 weeks ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago